ରୋଜଗାର ପ୍ରଶିକ୍ଷଣ କାର୍ଯ୍ୟକ୍ରମ, ଆବେଦନ କରିବାର ଶେଷ ତାରିଖ ରହିଛି ଜୁନ ୨୬

ନିଃଶୁଳ୍କ ଓ ଛାତ୍ରବୃତି ଯୁକ୍ତ ତାଲିମ ଆସନ୍ତା ଜୁଲାଇ୧ରୁ ଆରମ୍ଭ କରାଯିବ

ଭାରତ ସରକାରଙ୍କ ଶ୍ରମ ଏବଂ ରୋଜଗାର ମନ୍ତ୍ରଣାଳୟ ଅଧୀନରେ ଥିବା ଜାତୀୟ କ୍ୟାରିଅର ସେବା କେନ୍ଦ୍ର, ଭୁବନେଶ୍ୱର ସ୍ଥିତ କାର୍ଯ୍ୟାଳୟ ପକ୍ଷରୁ ତଫସିଲ ଭୁକ୍ତ ଜାତି ଓ ଉପଜାତିର ରୋଜଗାର ଆଶାୟୀ ପ୍ରାର୍ଥୀମାନଙ୍କୁ ବିଭିନ୍ନ ନିଯୁକ୍ତି ବୋର୍ଡ ଦ୍ୱାରା ଆୟୋଜିତ କିରାଣୀ ଓ ଷ୍ଟେନୋଗ୍ରାଫର ପ୍ରତିଯୋଗିତା ପରୀକ୍ଷାରେ ସକ୍ଷମ କରାଯିବା ପାଇଁ ପ୍ରଶିକ୍ଷଣ ପ୍ରଦାନ କରାଯିବ । ଏହି ନିଃଶୁଳ୍କ ଓ ଛାତ୍ରବୃତି ଯୁକ୍ତ ତାଲିମ ଆସନ୍ତା ଜୁଲାଇ୧ରୁ ଆରମ୍ଭ କରାଯିବ ।

ଏହି ସ୍ୱତନ୍ତ୍ର ପ୍ରଶିକ୍ଷଣ ତଥା କମ୍ପ୍ୟୁଟର ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯୋଗଦେବାକୁ ଇଚ୍ଛୁକ ଛାତ୍ରଛାତ୍ରୀମାନଙ୍କର ଶିକ୍ଷାଗତ ଯୋଗ୍ୟତା ଯୁକ୍ତ ଦୁଇ କିମ୍ବା ତଦୁଦ୍ଧ୍ୱର୍ ହେବା ଆବଶ୍ୟକ ।

ଏଥିପାଇଁ ସେମାନଙ୍କର ବୟସ ଜୁନ ୩୦, ୨୦୧୯ ସୁଦ୍ଧା ସ୍ୱତନ୍ତ୍ର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ପାଇଁ ୧୮ରୁ ୨୭ବର୍ଷ ଏବଂ କମ୍ପ୍ୟୁଟର ପ୍ରଶିକ୍ଷଣ ପାଇଁ ୧୮ରୁ ୩୦ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ ।

ଏଥିପାଇଁ ପ୍ରାର୍ଥୀଙ୍କ ପରିବାରର ବାର୍ଷିକ ଆୟ ୩ ଲକ୍ଷ ଟଙ୍କାରୁ ଅଧିକ ହୋଇନଥିବ ।

ଏହି ପ୍ରଶିକ୍ଷଣ ପାଇଁ ପ୍ରାର୍ଥୀମାନେ ଜୁନ ୧୦ରୁ ୨୬ ମଧ୍ୟରେ ବ୍ଲକ ନଂ-ଏ/୨, ତୋଷାଳୀ ଭବନ, ସତ୍ୟ ନଗର, ଭୁବନେଶ୍ୱର-୭୫୧୦୦୭ ସ୍ଥିତ କାର୍ଯ୍ୟାଳୟରୁ ଦେୟମୁକ୍ତ ଆବେଦନ ପତ୍ର ପାଇପାରିବେ । ଆବେଦନ କରିବାର ଶେଷ ତାରିଖ ରହିଛି ଜୁନ ୨୬ ।

ଏକ ସାକ୍ଷାତକାର କମିଟି ଦ୍ୱାରା ମନୋନୀତ ହୋଇଥିବା ଯୋଗ୍ୟ ବିବେଚିତ ପ୍ରାର୍ଥୀମାନେ କୌଣସି ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ନାମ ଲେଖାଇ ପାରିବେ ।

Categories
BUSINESS

RELATED BY

  • ଜଗତସିଂହପୁରରେ ପ୍ରତିଷ୍ଠା ହେବ ପ୍ଲାଷ୍ଟିକ ପାର୍କ

    ଆଜି ଲୋକସଭାରେ ଏକ ପ୍ରଶ୍ନର ଲିଖିତ ଉତର ପ୍ରଦାନ କରି କେନ୍ଦ୍ର ରସାୟନ ଓ ସାର ମନ୍ତ୍ରୀ ଶ୍ରୀ ଡିଭି ସଦାନନ୍ଦ ଗୌଡା ସୂଚନା ପ୍ରଦାନ କରିଛନ୍ତି ଯେ ଦେଶବ୍ୟାପୀ ପ୍ଲାଷ୍ଟିକ ପାର୍କ ପ୍ରତିଷ୍ଠା କରାଯିବାର ଯୋଜନା ରହିଛି ।...
  • ୮ଟି ସଂସ୍ଥା ପକ୍ଷରୁ ୯.୨୪ କୋଟି ଟଙ୍କା

    ଭୁବନେଶ୍ୱର : ଫନି ବାତ୍ୟା ଦୁର୍ଗତଙ୍କ ସହାୟତା ଓ ପୁନରୁଦ୍ଧାର ପାଇଁ ଆଜି ଅନେକ ସଂସ୍ଥା ଓ ବ୍ୟକ୍ତି ବିଶେଷଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ ଦିଆଯାଇଛି । କୋଟକ୍ ମହିନ୍ଦ୍ର ବ୍ୟାଙ୍କ ପକ୍ଷରୁ ୫ କୋଟି ଟଙ୍କା...
  • ବୟନ ଭବନ ପରିସରରେ ଅତ୍ୟାଧୁନିକ ‘ଡିଜାଇନର କଲେକ୍‌ସନ୍‌’

    ଭୁବନେଶ୍ୱର:ଆଜି ସନ୍ଧ୍ୟାରେ ସ୍ଥାନୀୟ ସଚିବାଳୟ ମାର୍ଗସ୍ଥିତ ବୟନ ଭବନର ପ୍ରଥମ ମହଲାରେ ଏକ ଆଧୁନିକ ‘ଡିଜାଇନର କଲେକ୍‌ସନ୍‌’ ବିକ୍ରୟ କେନ୍ଦ୍ରକୁ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ଶ୍ରୀମତୀ ପଦ୍ମିନୀ ଦିଆନ୍‌ ଉଦ୍‌ଘାଟନ କରିଛନ୍ତି । ଏହି ଅବସରରେ ମନ୍ତ୍ରୀ...
  • ଅର୍ଥମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ପ୍ରାକ୍‌-ବଜେଟ୍‌ ପରାମର୍ଶ ବୈଠକ

    ଭୁବନେଶ୍ୱର: ଆଜି ଅର୍ଥ ମନ୍ତ୍ରୀ ଶ୍ରୀ ନିରଞ୍ଜନ ପୂଜାରୀଙ୍କ ଅଧ୍ୟକ୍ଷତାରେ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ବଜେଟ୍‌ ପ୍ରସ୍ତୁତି ପୂର୍ବରୁ ଏକ ପରାମର୍ଶ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଚଳିତ ଆର୍ଥିକ ବର୍ଷ ପାଇଁ ଏକ ଲୋକାଭିମୁଖୀ...
WhatsApp chat