୫ ଦିନରେ ୩୬ ମେଟ୍ରିକ ଟନ୍‌ ଆମ୍ବ କାରବାର

ପ୍ରତି ଜିଲ୍ଲାରେ ବିକ୍ରୟ କେନ୍ଦ୍ର ଖୋଲିବ ଓର୍‌ମାସ୍‌

ଭୁବନେଶ୍ୱର:ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଏବଂ ଓର୍‌ମାସ୍‌ ତରଫରୁ ଭୁବନେଶ୍ୱରରେ ଆୟୋଜିତ ପ୍ରଥମ ରାଜ୍ୟସ୍ତରୀୟ ଆମ୍ବ ମେଳା ବୁଧବାର ଦିନ ଉଦ୍‌ଯାପିତ ହୋଇଯାଇଛି ।

ଉଦ୍‌ଯାପନୀ ସଭାରେ ଓର୍‌ମାସ୍‌ର ଅତିରିକ୍ତ ମୁଖ୍ୟ କାର୍ଯ୍ୟନିର୍ବାହୀ ଶ୍ରୀମତୀ ସ୍ୱୟଂପ୍ରଭା ମହାନ୍ତି ମେଳାରେ ଯୋଗଦେଇଥିବା ଆମ୍ବ ଉତ୍ପାଦକ ଗୋଷ୍ଠୀ ତଥା ଆମ୍ବ ଚାଷୀମାନଙ୍କ ସହ ଆଲୋଚନା କରିବା ସହ ମେଳାର ସଫଳତା ପାଇଁ ସେମାନଙ୍କୁ ଧନ୍ୟବାଦ ଦେଇଥିଲେ ଏବଂ ମାନପତ୍ର ଓ ସ୍ମାରକୀ ପ୍ରଦାନ କରିଥିଲେ ।

ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ଯୁଗ୍ମ ସଚିବ ଶ୍ରୀ ମହେଶ୍ୱର ପାଣିଗ୍ରାହୀ ଚାଷୀଙ୍କୁ ଉତ୍ସାହିତ କରିବା ସହ ଆଗାମୀ ଦିନରେ ସପୁରୀ, ପିଜୁଳି ଆଦି ଫଳକୁ ନେଇ ଏଭଳି ମେଳା ଆୟୋଜନ ପାଇଁ ପରାମର୍ଶ ଦେଇଥିଲେ ।

ସଭାରେ ଚାଷୀମାନେ ସେମାନଙ୍କ ଅନୁଭୂତି ବର୍ଣ୍ଣନା କରିଥିଲେ । ଜୁନ୍‌ ୧ ତାରିଖ ଦିନ ଏହି ଆମ୍ବ ମେଳାକୁ ଉଦ୍‌ଘାଟନ କରିବା ଅବସରରେ ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନା ଆମ୍ବ ଷ୍ଟଲ୍‌ ବୁଲି ଦେଖିବା ସହ ଚାଷୀମାନଙ୍କ ସହ ଆଲୋଚନା କରିଥିଲେ ।

ରାଜ୍ୟର ଫଳ ଚାଷୀ ତଥା ଉତ୍ପାଦକ ଗୋଷ୍ଠୀମାନଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀଗୁଡ଼ିକର ଉପଯୁକ୍ତ ବଜାର ସୁବିଧା ଯୋଗାଇଦେବା ପାଇଁ ଓର୍‌ମାସ୍‌ ତରଫରୁ ସବୁ ଜିଲ୍ଲା
ମୁଖ୍ୟାଳୟରେ ଅତ୍ୟାଧୁନିକ ବିକ୍ରୟ କେନ୍ଦ୍ର ଖୋଲିବାକୁ ନିର୍ଦ୍ଦେଶ ଦେଇଥିଲେ ।

ଏହାକୁ ତୁରନ୍ତ କାର୍ଯ୍ୟକାରୀ କରିବା ସହ ଚାଷୀ ଓ ଉତ୍ପାଦକ ଗୋଷ୍ଠୀମାନଙ୍କୁ ସମସ୍ତ ସହାୟତା ଯୋଗାଇ ଦେବା ଦିଗରେ ଓର୍‌ମାସ୍‌ର ପ୍ରୟାସକୁ ପ୍ରଶଂସା କରିଥିଲେ ।

ୟୁନିଟ୍‌ ୮ ସ୍ଥିତ ଏସ୍‌ଆଇଆର୍‌ଡି କ୍ୟାମ୍ପସ୍‌ରେ ଆୟୋଜିତ ମେଳା ଜୁନ ୧ରୁ ୫ ତାରିଖ ପର୍ଯ୍ୟନ୍ତ ଚାଲିଥିଲା । ଏଥିରେ ଓଡ଼ିଶାର ୯ଟି ଜିଲ୍ଲାରୁ ଆମ୍ବଚାଷୀ ଓ ଉତ୍ପାଦକ ଗୋଷ୍ଠୀ ଭାଗ ନେଇଥିଲେ । ଏହି ୫ ଦିନିଆ ଆମ୍ବ ମେଳାରେ ୩୬ ମେଟ୍ରିକ ଟନ୍‌ ଆମ୍ବ ବିକି୍ର ହୋଇଥିବାବେଳେ ୧୯ ଲକ୍ଷରୁ ଅଧିକ ଟଙ୍କାର ବ୍ୟବସାୟ ହୋଇଛି ।

Categories
BUSINESS

RELATED BY

  • ଜଗତସିଂହପୁରରେ ପ୍ରତିଷ୍ଠା ହେବ ପ୍ଲାଷ୍ଟିକ ପାର୍କ

    ଆଜି ଲୋକସଭାରେ ଏକ ପ୍ରଶ୍ନର ଲିଖିତ ଉତର ପ୍ରଦାନ କରି କେନ୍ଦ୍ର ରସାୟନ ଓ ସାର ମନ୍ତ୍ରୀ ଶ୍ରୀ ଡିଭି ସଦାନନ୍ଦ ଗୌଡା ସୂଚନା ପ୍ରଦାନ କରିଛନ୍ତି ଯେ ଦେଶବ୍ୟାପୀ ପ୍ଲାଷ୍ଟିକ ପାର୍କ ପ୍ରତିଷ୍ଠା କରାଯିବାର ଯୋଜନା ରହିଛି ।...
  • ୮ଟି ସଂସ୍ଥା ପକ୍ଷରୁ ୯.୨୪ କୋଟି ଟଙ୍କା

    ଭୁବନେଶ୍ୱର : ଫନି ବାତ୍ୟା ଦୁର୍ଗତଙ୍କ ସହାୟତା ଓ ପୁନରୁଦ୍ଧାର ପାଇଁ ଆଜି ଅନେକ ସଂସ୍ଥା ଓ ବ୍ୟକ୍ତି ବିଶେଷଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ ଦିଆଯାଇଛି । କୋଟକ୍ ମହିନ୍ଦ୍ର ବ୍ୟାଙ୍କ ପକ୍ଷରୁ ୫ କୋଟି ଟଙ୍କା...
  • ବୟନ ଭବନ ପରିସରରେ ଅତ୍ୟାଧୁନିକ ‘ଡିଜାଇନର କଲେକ୍‌ସନ୍‌’

    ଭୁବନେଶ୍ୱର:ଆଜି ସନ୍ଧ୍ୟାରେ ସ୍ଥାନୀୟ ସଚିବାଳୟ ମାର୍ଗସ୍ଥିତ ବୟନ ଭବନର ପ୍ରଥମ ମହଲାରେ ଏକ ଆଧୁନିକ ‘ଡିଜାଇନର କଲେକ୍‌ସନ୍‌’ ବିକ୍ରୟ କେନ୍ଦ୍ରକୁ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ଶ୍ରୀମତୀ ପଦ୍ମିନୀ ଦିଆନ୍‌ ଉଦ୍‌ଘାଟନ କରିଛନ୍ତି । ଏହି ଅବସରରେ ମନ୍ତ୍ରୀ...
  • ଅର୍ଥମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ପ୍ରାକ୍‌-ବଜେଟ୍‌ ପରାମର୍ଶ ବୈଠକ

    ଭୁବନେଶ୍ୱର: ଆଜି ଅର୍ଥ ମନ୍ତ୍ରୀ ଶ୍ରୀ ନିରଞ୍ଜନ ପୂଜାରୀଙ୍କ ଅଧ୍ୟକ୍ଷତାରେ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ବଜେଟ୍‌ ପ୍ରସ୍ତୁତି ପୂର୍ବରୁ ଏକ ପରାମର୍ଶ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଚଳିତ ଆର୍ଥିକ ବର୍ଷ ପାଇଁ ଏକ ଲୋକାଭିମୁଖୀ...
WhatsApp chat