ଦୁବାଇରେ ଓଡିଆ ଯୁବକ ବନ୍ଦୀ, ଉଦ୍ଧାର ଲାଗି ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ବୈଦେଶିକ ମନ୍ତ୍ରୀଙ୍କୁ

ନୂଆଦିଲ୍ଲୀ/ଭୁବନେଶ୍ୱର: ଦୁବାଇରେ ଫସି ରହିଥିବା ୧୦ ଓଡିଆ ଯୁବକଙ୍କ ଉଦ୍ଧାର ଲାଗି କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡାକ୍ତର ଶୁଭ୍ରମଣ୍ୟମ ଜୟଶଙ୍କରଙ୍କୁ ଗୁରୁବାର ପତ୍ର ଲେଖିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ଏବଂ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଓଡିଆ ଯୁବକଙ୍କ ଉଦ୍ଧାର ଲାଗି ବ୍ୟକ୍ତିଗତ ଭାବେ ତ୍ୱରିତ ପଦକ୍ଷେପ ନେବାକୁ ଶ୍ରୀ ପ୍ରଧାନ ଡା.ଜୟଶଙ୍କରଙ୍କୁ ଅନୁରୋଧ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ଗତ ୩୦.୦୫.୨୦୧୯ରେ ଓଟିଭି ନ୍ୟୁଜର ରିପୋର୍ଟ ଅନୁଯାୟୀ ୧୦ ଜଣ ଓଡିଆ ଯୁବକ ଦୁବାଇର ଏସିଆ ପାସିଫିକ୍ ବିଲଡିଂ କଂଟ୍ରାଂଟି ଏଲଏଲସିରେ କାମ କରୁଥିବା ବେଳେ ସେମାନଙ୍କୁ ସାଜ୍ଜା ଠାରେ ରହିବାର ବ୍ୟବସ୍ଥା କରାଯାଇଥିଲା ।

ମାତ୍ର ବର୍ତମାନ ସେମାନଙ୍କୁ ଶାରଜାହ ଠାରେ ବନ୍ଦୀ ଭାବରେ ରଖାଯାଇଥିବା ତଦନ୍ତରୁ ଜଣାପଡିଛି । ଶ୍ରୀ ପ୍ରଧାନ ଉଲ୍ଲେଖ କରିଛନ୍ତି ଯେ ଦୁବାଇରେ ବନ୍ଦୀ ରହିଥିବା ଓଡିଆ ଯୁବକମାନେ ଏକ ମାସ ପୂର୍ବରୁ  ସାହାଯ୍ୟ ଓ ଉଦ୍ଧାର ପାଇଁ ଏକ ଭିଡିଓ ଜାରି କରି ଏ ସମ୍ପର୍କରେ ଅବଗତ କରିଥିଲେ ।

ବନ୍ଦୀ ରହିଥିବା ଯୁବକମାନେ ଓଡିଶାର ନୟାଗଡ ଓ ଗଞ୍ଜାମ ଜିଲ୍ଲାର ବୋଲି ଜଣାପଡିଛି । ବନ୍ଦୀ ରହିଥିବା ଯୁବକଙ୍କ ମଧ୍ୟରୁ ଶ୍ରୀ ପ୍ରତାପ ମହାରଣାଙ୍କ ଟେଲିଫୋନ ନମ୍ବର, ପାସପୋର୍ଟ କପି ଏବଂ ଉକ୍ତ କମ୍ପାନୀର ଆବଶ୍ୟକ ପ୍ରମାଣ ଥିବାବେଳେ ଏ ସମ୍ବନ୍ଧୀୟ ସୂଚନା ପାଇ ନୟାଗଡ ଜିଲ୍ଲା ଶ୍ରମିକ ଅଧିକାରୀ ବନ୍ଦୀ ରହିଥିବା କିଛି ଲୋକଙ୍କ ଘରକୁ ଯାଇଥିଲେ ।

ମାତ୍ର ଏହା ପରେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇନଥିବା ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି । ତେଣୁ ଏ ନେଇ ସମ୍ବେଦନଶୀଳ ଘଟଣାରେ ବ୍ୟକ୍ତିଗତ ଭାବେ ଏହାର ତଦନ୍ତ କରି ଓଡିଆ ଯୁବକଙ୍କ ଉଦ୍ଧାର ପାଇଁ ଶ୍ରୀ ପ୍ରଧାନ କେନ୍ଦ୍ର ବୈଦେଶିକ ମନ୍ତ୍ରୀ ଡ.ଶୁଭ୍ରମଣ୍ୟମ ଜୟଶଙ୍କରଙ୍କୁ ପତ୍ର ମାଧ୍ୟମରେ ଅନୁରୋଧ କରିଛନ୍ତି ।

Categories
NATIONAL
Newsroll

RELATED BY

  • ବ୍ୟବସାୟୀ ଓ ଆତ୍ମନିଯୁକ୍ତ ବ୍ୟକ୍ତିଙ୍କ ପାଇଁ ଜାତୀୟ ପେନସନ ଯୋଜନାର ଶୁଭାରମ୍ଭ

    ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରାଞ୍ଚିଠାରେ ବ୍ୟବସାୟୀ ଓ ଆତ୍ମନିଯୁକ୍ତ ବ୍ୟକ୍ତିମାନଙ୍କ ପାଇଁ ଜାତୀୟ ପେନସନ ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହା ହେଉଛି ବାର୍ଷିକ ୧.୫ କୋଟି ଟଙ୍କାରୁ କମ କାରବାର କରୁଥିବା ବ୍ୟବସାୟୀ (ଦୋକାନୀ, ଖୁଚୁରା...
  • ସମ୍ବଲପୁର ମାଟିର ପୁଅ ଏବେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ

    ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଭାବେ ଡଃ ପ୍ରମୋଦ କୁମାର ମିଶ୍ର ନିଯୁକ୍ତ ହୋଇଛନ୍ତି । ସେ ଆଜି ଆନୁଷ୍ଠାନିକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ପ୍ରଶାସନ କ୍ଷେତ୍ରରେ ତାଙ୍କର ଅଗାଧ ଅନୁଭୂତି ରହିଛି । ବିଶେଷକରି କୃଷି, ବିପର୍ଯ୍ୟୟ...
  • ୫ କୋଟି କ୍ଷୁଦ୍ର ଓ ନାମମାତ୍ର ଚାଷୀ ପାଇବେ ୩୦୦୦ ଟଙ୍କା ପେନସନ

    ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଝାଡଖଣ୍ଡର ରାଞ୍ଚିଠାରେ ସେପ୍ଟେମ୍ବର ୧୨, ୨୦୧୯ରେ କିଷାନ ମାନ ଧନ ଯୋଜନାର ଶୁଭାରମ୍ଭ କରିବେ । ଏହି ଯୋଜନା ଅନ୍ତର୍ଗତ ୬୦ ବର୍ଷରୁ ଅଧିକ ବୟସର ୫ କୋଟି କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ...
  • ଓଡିଶା ତଥା ଗଣମାଧ୍ୟମ ଜଗତକୁ କ୍ଷତି ହୋଇଛି

    ଭୁବନେଶ୍ୱର: ଦିଲ୍ଲୀପ ଭାଇ ଓଡିଶା ଗଣମାଧ୍ୟମ ଜଗତରେ ଆର୍ଥିକ କ୍ଷେତ୍ରରେ ସାମ୍ବାଦିକତା ଓ ରାଜନୈତିକ ବିଶ୍ଳେଷଣ କ୍ଷେତ୍ରରେ ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରିଥିଲେ ବୋଲି ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ ଶତପଥୀଙ୍କ ବିୟୋଗରେ ସାମାଜିକ ଗଣମାଧ୍ୟମରେ ଶୋକପ୍ରକାଶ...