ଓଡିଶାରେ ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଯୋଜନାକୁ ଲାଗୁ କରନ୍ତୁ

ନବୀନ ବାବୁ ରାଜନୀତିର ଉଦ୍ଧ୍ୱର୍କୁ ଯାଇ

ଭୁବନେଶ୍ୱର : କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବକା ସାଥ୍ ସବକା ବିକାଶ ବିଶ୍ୱାସ ନୀତିରେ ସାରା ଭାରତ ବର୍ଷର ବିକାଶ ପାଇଁ କାମ କରୁଛନ୍ତି ।

ନବୀନ ବାବୁ ଦଳୀୟ ରାଜନୀତିରୁ ଉର୍ଦ୍ଧ୍ଵ ରେ ଯାଇ ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଭାରତ ଯୋଜନାକୁ ଓଡିଶାରେ କାର୍ଯ୍ୟକାରୀ କରିବାକୁ କେନ୍ଦ୍ର ସରକାର ଓ ଭାରତୀୟ ଜନତା ପାର୍ଟି ବାରମ୍ବାର ଅନୁରୋଧ କରିଛି ।

ଏବେ ରାଜ୍ୟ ସରକାର ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଭାରତ ଯୋଜନାକୁ ଲାଗୁ କରି ବର୍ଷକୁ ୫ ଲକ୍ଷ ଟଙ୍କାର ମାଗଣା ଚିକିତ୍ସା ସୁବିଧାର ଲାଭ ଓଡିଶାବାସୀଙ୍କୁ ଦେବାରେ ବାଧକ ନସାଜି ସହଯୋଗ କରନ୍ତୁ ବୋଲି ରାଜ୍ୟ କାର୍ଯ୍ୟାଳୟ ଠାରେ ହୋଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଉପ ସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି ।

ଶ୍ରୀ ମହାନ୍ତି କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଭାରତ ଯୋଜନାରେ ପ୍ରାୟ ଏକ ହଜାର କୋଟି ଟଙ୍କାରୁ ଉର୍ଦ୍ଧ୍ଵ କେନ୍ଦ୍ରୀୟ ଅନୁଦାନର ଲାଭ ସିଧାସଳଖ ଓଡିଶାବାସୀଙ୍କ ପକେଟକୁ ଯିବ ।

ଏହି କେନ୍ଦ୍ରୀୟ ଅନୁଦାନ ଗରୀବ ଓଡିଆ ଲୋକମାନଙ୍କ ଚିକିତ୍ସା ଖର୍ଚ୍ଚକୁ ଉଠାଇ ପାରିବ । ଯଥାଶୀଘ୍ର ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଭାରତ ଯୋଜନାକୁ ଓଡିଶାରେ ଲାଗୁ କରାଯାଉ ।

ଦଳୀୟ ରାଜନୀତିରେ ଗରିବ ଓଡିଆ ଲୋକମାନେ ବଳି ନପଡନ୍ତୁ । ଆୟୁଷ୍ମାନ ଯୋଜନା ହେଡରେ ପାଖାପାଖି ୧୦୦୦ କୋଟି ଟଙ୍କାର କେନ୍ଦ୍ରୀୟ ଅନୁଦାନର ଲାଭ ଓଡିଆ ଲୋକ ପାଇବେ ।

ତାକୁ ହାତ ଛଡା କରିବା ଉଚିତ୍ ନୁହେଁ । ରାଜ୍ୟ ସରକାର ତୁରନ୍ତ ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଯୋଜନାକୁ ଓଡିଶାରେ ଲାଗୁ କରନ୍ତୁ । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସମ୍ପାଦିକା ଡ.ଲେଖାଶ୍ରୀ ସାମନ୍ତ ସିଂହାର ଏବଂ ରାଜ୍ୟ ମୁଖପାତ୍ର ଶ୍ରୀ ଉମାକାନ୍ତ ପଟ୍ଟନାୟକ ଉପସ୍ଥିତ ଥିଲେ ।

Categories
POLITICS
Newsroll

RELATED BY

  • ରାଜ୍ୟ ସରକାର ନିର୍ମାଣ ହେଉଥିବା ପକ୍କାଘରରେ “ପ୍ରଧାନମନ୍ତ୍ରୀ ଆବାସ ଯୋଜନା” ଫଳକ ଲଗାନ୍ତୁ

    ଭୁବନେଶ୍ୱର : ରାଜ୍ୟ ସରକାର କ୍ରମାଗତ ଭାବରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାକୁ ନିଜ ନାଁରେ କରି ରାଜ୍ୟବାସୀଙ୍କୁ ଭୁଆଁ ବୁଲାଇ ଚାଲିଛନ୍ତି । ରାଜ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ହେଉଥିବା ପକ୍କାଘର ସବୁକୁ ରାଜ୍ୟସରକାର ‘ବିଜୁ ପକ୍କା ଘର’...
  • ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୬୯ ତମ ଜନ୍ମଦିନ ପାଳନ

    ଭୁବନେଶ୍ୱର: ଆଜି ଦୃଢ ଇଚ୍ଛାଶକ୍ତି, ନିର୍ଣ୍ଣାୟକ ନେତୃତ୍ୱ, ଏବଂ ଅକ୍ଲାନ୍ତ ପରିଶ୍ରମର ପ୍ରତୀକ ଦେଶର ସର୍ବାଧିକ ଲୋକପ୍ରିୟ ଜନନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ୬୯ ତମ ଜନ୍ମଦିନ । ଏହି ଅବସରରେ ରାଜ୍ୟ ବିଜେପି ପକ୍ଷରୁ ସତ୍ୟନଗର ସ୍ଥିତ ଉତ୍କଳ...
  • ରାଜ୍ୟ ସରକାର ‘ବିଜୁ ପକ୍କା ଘର’ ଲୋଗ ଓ ‘ପକ୍କା ଘର’ ନାଁ ଦେଇ ରାଜ୍ୟ ବାସୀଙ୍କୁ ଭ୍ରମିତ କରୁଛନ୍ତି

    ଭୁବନେଶ୍ୱର : ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ଯୋଜନାକୁ ନିଜ ନାଁରେ କରି ରାଜ୍ୟବାସୀଙ୍କୁ ଭୁଆଁ ବୁଲାଇ ଚାଲିଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ରାଜ୍ୟ ସରକାର ‘ବିଜୁ ପକ୍କା ଘର’ ଲୋଗ ଓ ‘ପକ୍କା ଘର’ ନାଁ ଦେଇ...
  • ଇତିଶ୍ ପ୍ରଧାନ ଜଣେ ଧୋକାବାଜ, ଦଲାଲ ଓ ବେଇମାନ

    ଭୁବନେଶ୍ୱର:ଦଳୀୟ ବିଶୃଙ୍ଖଳାକୁ ଆଧାର କରି ଗତ ୧୪.୯.୨୦୧୯ ରିଖ ଦିନ ପୂର୍ବତନ ଛାତ୍ର କଂଗ୍ରେସ ରାଜ୍ୟ ସଂଯୋଜକ ଶ୍ରୀ ଇତିଶ ପ୍ରଧାନଙ୍କୁ ନିଖିଳ ଭାରତ ଛାତ୍ର କଂଗ୍ରେସ ସଂପାଦକ ତଥା ଓଡିଶା ପ୍ରଭାରୀ ଶ୍ରୀ ମୋଥା ରୋହିତ୍ ଛାତ୍ର କଂଗ୍ରେସର...