ପାକିସ୍ତାନ ବିରୁଦ୍ଧରେ ମୋଦି ସ୍ୱର ଭତ୍ତୋଳନ କରି ଜନମତକୁ ବିଭ୍ରାନ୍ତ କରିଛନ୍ତି

ବିଜେଡି ଦଳ ସରକାରୀ କଳ, ଅର୍ଥବଳ ଓ ବାହୁବଳ ପ୍ରୟୋଗ କରି ନିର୍ବାଚନକୁ ହାତେଇବାରେ ସକ୍ଷମ ହୋଇଛି

ଭୁବନେଶ୍ୱର : ଆଜି ଓଡିଶା ପ୍ରଦେଶ କଂଗ୍ରେସ ସେବାଦଳର ନିର୍ବାଚନ ସମୀକ୍ଷା ବୈଠକ କଂଗ୍ରେସ ଭବନ, ଭୁବନେଶ୍ୱର ଠାରେ ସେବାଦଳ ରାଜ୍ୟ ମୁଖ୍ୟ ସଂଗଠକ ବିରେନ୍ ମୋହନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।

ଏହି ବୈଠକରେ ଓଡିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଲେ ଯେ ଦେଶରେ ଗତ ନିର୍ବାଚନ ଏକ ଭିନ୍ନ ବିଚାରଧାରାରେ ହୋଇଛି ।

କେନ୍ଦ୍ରର ବିଜେପି ସରକାର ଭୋଟରମାନଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ପନ୍ଥା ଅବଲମ୍ବନ କରିଛନ୍ତି ।

ପାକିସ୍ତାନ ବିରୁଦ୍ଧରେ ମୋଦି ସ୍ୱର ଉତୋଳନ କରି ଜନମତକୁ ବିଭ୍ରାନ୍ତ କରିଛନ୍ତି । ଯାହା ଭବିଷ୍ୟତରେ ଭାରତର ଗଣତନ୍ତ୍ର ପ୍ରତି ବିପଦ ଅଟେ ।

ସେହିଭଳି ଓଡିଶାରେ ବିଜେଡି ଦଳ ସରକାରୀ କଳ, ଅର୍ଥବଳ ଓ ବାହୁବଳ ପ୍ରୟୋଗ କରି ନିର୍ବାଚନକୁ ହାତେଇବାରେ ସକ୍ଷମ ହୋଇଛି ।

ରାଜ୍ୟରେ ସେବାଦଳ ପୂର୍ବଭଳି ସଂଗଠିତ ହୋଇ କାର୍ଯ୍ୟ କରିବା ପାଇଁ ନିର୍ବାଚନମଣ୍ଡଳୀ ସ୍ତରୀୟ ପ୍ରଶିକ୍ଷଣ ଶିବିରମାନ ଅନୁଷ୍ଠିତ ହେବା ଦରକାର ବୋଲି ସେ ପ୍ରକାଶ କରିଥିଲେ ।

ବୈଠକରେ ଉପସ୍ଥିତ ନେତୃମଣ୍ଡଳୀ ବକ୍ତବ୍ୟରେ କହିଥିଲେ ଯେ, ଗତ ନିର୍ବାଚନରେ ଖୁବ୍ କମ୍ ସ୍ଥାନରେ ଦଳୀୟ ପ୍ରାର୍ଥୀମାନେ ସେବାଦଳର କର୍ମୀମାନଙ୍କୁ ବିଶ୍ୱାସକୁ ନେଇ ନିର୍ବାଚନ କାର୍ଯ୍ୟରେ ସାମିଲ କରାଇଥିବା ବେଳେ ବହୁ ସ୍ଥାନରେ ସେବାଦଳକୁ ନିର୍ବାଚନ ପ୍ରଚାରରୁ ଦୂରେଇ ରଖିଥିଲେ ଯାହା ଅତ୍ୟନ୍ତ କ୍ଷୋଭର ବିଷୟ ।

ବାରମ୍ବାର ଦାବି ସତ୍ୱେ ଗତ ନିର୍ବାଚନରେ ସେବାଦଳର କାହାକୁ ପ୍ରାର୍ଥୀ କରାଯାଇ ନାହିଁ ବୋଲି ବୈଠକରେ ଦୁଃଖ ପ୍ରକାଶ ପାଇଥିଲା ।

ଗତ ନିର୍ବାଚନର ବିବରଣୀ ସେବାଦଳ ପକ୍ଷରୁ ଏଆଇସିସି କର୍ମକର୍ତା, ଅଖିଳ ଭାରତ କଂଗ୍ରେସ ସେବାଦଳ ଓ ରାଜ୍ୟ ତଥ୍ୟ ଅନୁଧ୍ୟାନ କମିଟିର ଦୃଷ୍ଟି ଆକର୍ଷଣ କରାଯିବ ବୋଲି ବୈଠକରେ ନିଷ୍ପତି ଗ୍ରହଣ କରାଯାଇଛି ।

ବୈଠକର ପ୍ରାରମ୍ଭରେ ବନ୍ଦେ ମାତରମ୍ ଗାନ କରାଯିବା ସହ ଶେଷରେ ଜାତୀୟ ସଂଗୀତ ଗାନ କରାଯାଇ ବୈଠକ ସମାପ୍ତ କରାଯାଇଥିଲା । ବୈଠକ ଶେଷରେ ରାଜ୍ୟ ସେବାଦଳ ମହିଳା ସଂଗଠିକା ଉଷାରାଣୀ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

ବୈଠକରେ ସେବାଦଳ ରାଜ୍ୟ କର୍ମକର୍ତା, ଜିଲ୍ଲା ମୁଖ୍ୟ ସଂଗଠକ ଓ ସଂଗଠିକା ସର୍ବଶ୍ରୀ ଜ୍ୟୋତିଷ କୁମାର ସାହୁ, ନିଲେଶ ପାତ୍ର, ମହମ୍ମଦ ଶାହାଦୁଲ୍ଲା, କୁଳମଣି ସାହୁ, ରଂଜିତା ମଲ୍ଲିକ, ମୂରଲୀ ଯାଦବ, ଜୟଦେବ ପରିଡା, ଛବି ମହାନ୍ତି, ବିରେନ୍ଦ୍ର ମହନ୍ତ, ନିରୁପମା ଜଗତ, ଲଳିତ କୁମାର ସାହୁ, ସୁବାଷ ମଲ୍ଲିକ, ବାଲାଜୀ ମାଦଳା, ଜାନକୀ ବଲ୍ଲଭ ରାଉତ ଓ କିଶୋର କପୁର ପ୍ରମୁଖ ଉପସ୍ଥିତ ଥିଲେ ।

Categories
POLITICS

RELATED BY

  • ୨ଲକ୍ଷରୁ ଅଧିକ ମିଥ୍ୟା ଏତଲା ଦିଆଯାଇଥିଲା

    ଭୁବନେଶ୍ୱର : ଆଜିଠୁ ଠିକ୍ ୪୪ ବର୍ଷ ପୂର୍ବେ ମଧ୍ୟ ରାତ୍ରି ସମୟରେ ସମ୍ବିଧାନକୁ ହତ୍ୟା କରିବା ସହ ଗଣତନ୍ତ୍ରର କଣ୍ଠରୁଦ୍ଧ କରି କଂଗ୍ରେସ ଦଳ ଆମ ଦେଶରେ ଜରୁରୀ କାଳୀନ ପରିସ୍ଥିତି ଘୋଷଣା କରିଥିଲା । ଦେଶର ନିର୍ଦ୍ଧିଷ୍ଟ...
  • ବିଧାୟକ ବୋମକେଶ ରାୟଙ୍କୁ ତୁରନ୍ତ ଗିରଫ କରାଯାଉ

    ଭୁବନେଶ୍ୱର : ଗତ ଏପ୍ରିଲ ମାସ ୨୮ ତାରିଖ ଦିନ ଭଦ୍ରକ ଜିଲ୍ଲାର ଚାନ୍ଦବାଲି ନିର୍ବାଚନୀ ମଣ୍ଡଳୀରେ ଭୋଟ ହାତେଇବା ପାଇଁ ଶାସକ ବିଜେଡିର ନେତା ଓ ବିଧାୟକ ପ୍ରାର୍ଥୀ ବିଷାକ୍ତ ମଦ ତିହିଡି ବ୍ଲକରେ ବାଣ୍ଟିଥିଲେ । ଏହାକୁ...
  • ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପବିତ୍ର ଭୂମିରେ ନିସ୍ୱାର୍ଥପର ଭାବେ କାର୍ଯ୍ୟ କରିବି

    ଭୁବନେଶ୍ୱର : ଆଜି ବିଧାନସଭାରେ ରାଜ୍ୟସଭା ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ବିଜେପି ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବ । ରାଜ୍ୟ ବିଜେପି କାର୍ଯ୍ୟାଳୟରୁ ଶ୍ରୀ ବୈଷ୍ଣବ, ବିଜେପି ବିଧାୟକଗଣ ଏବଂ ନେତୃବୃନ୍ଦଙ୍କ ସହ ବିଧାନସଭାର ସ୍ୱତନ୍ତ୍ର ପ୍ରକୋଷ୍ଠରେ...
  • ୮୯୮୦୮୦୮୦୮୦ ନମ୍ବରରେ ମିସ୍ କଲ୍ ଦେଇ ସଦସ୍ୟତା ଗ୍ରହଣ କରିପାରିବେ

    ଭୁବନେଶ୍ୱର : ଭାରତୀୟ ଜନତା ପାର୍ଟିର ସଦସ୍ୟତା ଅଭିଯାନକୁ ସଠିକ୍ ଭାବରେ କ୍ରିୟାନ୍ୱିତ କରିବା ପାଇଁ ରାଜ୍ୟ କାର୍ଯ୍ୟାଳୟରେ ରାଜ୍ୟ ସଭାପତି ତଥା ସାଂସଦ ବସନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ସଦସ୍ୟତା...
WhatsApp chat