କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ରାଷ୍ଟ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କୁ ଶନିବାର ଦିନ ସମ୍ବର୍ଦ୍ଧନା ଦିଆଯିବ

ପ୍ରଦର୍ଶନୀ ପଡିଆରେ ଦଳ ପକ୍ଷରୁ ଏକ ସ୍ୱାଗତ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହେବ

ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ପ୍ରତାପ ଷଡଙ୍ଗୀ କେନ୍ଦ୍ରମନ୍ତ୍ରୀ ଭାବେ ଶପଥ ନେବା ପରେ ପ୍ରଥମ ଥର ପାଇଁ ଓଡିଶା ଆସୁଛନ୍ତି । ସେମାନଙ୍କ ସହ ରାଜ୍ୟ ପ୍ରଭାରୀ ଶ୍ରୀ ଅରୁଣ ସିଂ ଆସୁଛନ୍ତି । ସେମାନେ ଭୁବନେଶ୍ୱର ବିମାନ ବନ୍ଦରରେ ଶନିବାର ସକାଳ ୮.୩୦ରେ ପହଞ୍ଚିବା ପରେ ସେମାନଙ୍କୁ ଦଳ ତରଫରୁ ଭବ୍ୟ ସ୍ୱାଗତ ଓ ସମ୍ବର୍ଦ୍ଧନା ଦିଆଯିବ ।

ଏହା ପରେ ସେମାନେ ସିଧାସଳଖ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ପାଇଁ ପୁରୀ ଗସ୍ତ କରିବେ ।

ଅପରାହ୍ନ ୩ଟା ବେଳେ ଭୁବନେଶ୍ୱର ସ୍ଥିତ ପ୍ରଦର୍ଶନୀ ପଡିଆରେ ଦଳ ପକ୍ଷରୁ ଏକ ସ୍ୱାଗତ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହେବ ।

ଏହି ସମ୍ବର୍ଦ୍ଧନା ସଭାରେ ଦୁଇ କେନ୍ଦ୍ରମନ୍ତ୍ରୀଙ୍କ ସମେତ ବିଜେପିର ସମସ୍ତ ନବ ନିର୍ବାଚିତ ସାଂସଦ ଏବଂ ବିଧାୟକମାନଙ୍କୁ ମଧ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯିବ ।

ଏହି ସମ୍ବର୍ଦ୍ଧନା ସଭାରେ ପ୍ରମୁଖ ନେତୃବୃନ୍ଦ, କାର୍ଯ୍ୟକର୍ତା ଏବଂ ବିଭିନ୍ନ ଜିଲ୍ଲାର ଜିଲ୍ଲା ସଭାପତିମାନେ ଉପସ୍ଥିତ ରହିବେ ବୋଲି ରାଜ୍ୟ ଉପସଭାପତି ଶ୍ରୀ ସମୀର ମହାନ୍ତି ସୂଚନା ଦେଇଛନ୍ତି ।

Categories
STATE
Newsroll

RELATED BY

  • “କାଳିଆ” ସହାୟତା ରାଶି ଫେରସ୍ତ ପାଇଁ ଆକାଉଣ୍ଟ ନମ୍ବର,୯୦୦୦ ନାବାଳକ/ନାବାଳିକା ସହାୟତା ପାଇଛନ୍ତି

    ଭୁବନେଶ୍ଵର: ୨୦୧୮ ମସିହା ଡିସେମ୍ବର ମାସରେ ‘କାଳିଆ’ ଯୋଜନା ଆରମ୍ଭ ହେବା ପରେ ୨୦୧୯ ମେ ମାସ ସୁଦ୍ଧା ୩୬ ଲକ୍ଷ ୩୪ ହଜାର ୭୧୦ କ୍ଷୁଦ୍ର ନାମମାତ୍ର/ ପ୍ରକୃତ ଚାଷୀ (ଭାଗଚାଷୀ)ଙ୍କୁ ଚିହ୍ନଟ କରାଯାଇ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ...
  • ବିଜେଡିର କର୍ମୀମାନଙ୍କୁ କ୍ଷତିପୁରଣ, ପକ୍କା ଘର, ବୋଟ, ମାଛ ଧରା ଡଙ୍ଗା ମିଳୁଛି

    ଭୁବନେଶ୍ୱର : ସାମୁଦ୍ରିକ ବାତ୍ୟା ଫନିରେ କ୍ଷତିଗ୍ରସ୍ତ ହୋଇଥିବା ଚିଲିକାର ବୋଟ ମାଲିକ, ପୁରୀ ଓ ଚିଲିକା ଅଂଚଳର ମସ୍ତ୍ର‌୍ୟଜିବି ମାନଙ୍କୁ ଗତକାଲି ରାଜ୍ୟ ସରକାରଙ୍କ ତରଫରୁ ସହାୟତା ଦିଆଗଲା । ଏଥିରେ କେନ୍ଦ୍ର ସରକାରଙ୍କ ସଂସ୍ଥା ହୁଡକୋର ସିଏସଆର...
  • ଅନୁଭବ ପଟ୍ଟନାୟକ ଦାୟିତ୍ୱ ଗ୍ରହଣ କଲେ

    ଭୁବନେଶ୍ୱର: ଇଲେକ୍‌ଟ୍ରୋନିକ୍ସ, ସୂଚନା ଓ ପ୍ରଯୁକ୍ତି ବିଭାଗର ଉପଦେଷ୍ଟା ଭାବେ ଶ୍ରୀ ଅନୁଭବ ପଟ୍ଟନାୟକ ଆଜି ପୂର୍ବାହ୍ନରେ ଦାୟିତ୍ୱ ଗ୍ରହଣ କରିଛନ୍ତି । ବିଭାଗୀୟ ସଚିବ ଶ୍ରୀ ମନୋଜ କୁମାର ମିଶ୍ର ଉପଦେଷ୍ଟା ଶ୍ରୀ ପଟ୍ଟନାୟକଙ୍କୁ ବିଭାଗ ପକ୍ଷରୁ ସ୍ୱାଗତ...
  • ରାଜ୍ୟ ଗୃହନିର୍ମାଣ ଅଧିନସ୍ଥ ବିଭିନ୍ନ ପ୍ରକଳ୍ପ ଗୁଡ଼ିକର ଖୋଲାସ୍ଥାନ, ଜନସାଧାରଣଙ୍କ ହିତ ସାଧନ ଉଦ୍ଦେଶ୍ୟରେ

    ଭୁବନେଶ୍ୱର : ରାଜ୍ୟ ଗୃହନିର୍ମାଣ ସଂସ୍ଥା ଅଧିନରେ ରାଜ୍ୟରେ ଥିବା ବିଭିନ୍ନ ପ୍ରକଳ୍ପ ଗୁଡ଼ିକର ଖୋଲା ଜାଗା, ଅବ୍ୟବହୃତ ସ୍ଥାନ ତଥା ପ୍ରକଳ୍ପ ଗୁଡ଼ିକ ତରଫରୁ ପ୍ରଦାନ କରାଯାଇଥିବା ସର୍ବସାଧାରଣଙ୍କ ହିତ ସାଧନ ଉଦ୍ଦେଶ୍ୟରେ ଦିଆଯାଇଥିବା ସ୍ଥାନ ଗୁଡ଼ିକୁ ଚିହ୍ନଟ...