ମହାପ୍ରଭୁଙ୍କ ଭୂମି ପୁରୀର ଚମକ ଫେରାଇ ଆଣିବା ନେଇ ସବୁ କାମ କରାଯିବ

ଧର୍ମେନ୍ଦ୍ର ପ୍ରଧାନ

କେନ୍ଦ୍ରମନ୍ତ୍ରୀ ହେବା ପରେ ପ୍ରଥମ ଓଡିଶା ଗସ୍ତରେ ମହାପ୍ରଭୁଙ୍କ ଦର୍ଶନ ସହ ଫନୀ ପରବର୍ତୀ ପୁରୀର ପର୍ଯ୍ୟଟନ ଶିଳ୍ପର ବିକାଶ ଓ ପୁନରୁଦ୍ଧାର ନେଇ ସମୀକ୍ଷା କଲେ ଧର୍ମେନ୍ଦ୍ର

 ବିଶ୍ୱ ଇସ୍ପାତ ଜଗତରେ ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ସ୍ଥିତିର ଲାଭ ଓଡିଶା ବିଶେଷ ଭାବରେ ଯୁବପିଢୀଙ୍କ ପାଖରେ ପହଁଚାଯିବ – ଧର୍ମେନ୍ଦ୍ର ପ୍ରଧାନ

ଫୋନି ପ୍ରଭାବିତ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପର ପୁନରୁଦ୍ଧାର କରାଯିବ- ପ୍ରତାପ ଷଡଙ୍ଗୀ

ପର୍ଯ୍ୟଟନ ଶିଳ୍ପର ବିକାଶ ପାଇଁ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା ହେବା ନେଇ ପ୍ରଧାନମନ୍ତ୍ରୀ ଓ ଅର୍ଥମନ୍ତ୍ରୀଙ୍କ ସହ କରାଯିବ ଆଲୋଚନା

ମହାପ୍ରଭୁଙ୍କ ଭୂମି ପୁରୀର ଚମକ ଫେରାଇ ଆଣିବା ନେଇ ସବୁ କାମ କରାଯିବ

 ଇସ୍ପାତ କ୍ଷେତ୍ରର ଆନ୍ସିଲାରୀ ଇଣ୍ଡଷ୍ଟ୍ରିର ବଡ ହବ୍ ଭାବେ ଓଡିଶାକୁ ଗଢି ତୋଳିବା ପାଇଁ ହେବ ଉଦ୍ୟମ

 ମହାପ୍ରଭୁ ଜଗନ୍ନାଥ ତଥା ଦେଶ ଓ ରାଜ୍ୟର ସାଧାରଣ ଲୋକ ମୋଦିଙ୍କୁ ଅଭୁତପୂର୍ବ ସମର୍ଥନ ଦେଇଥିବାରୁ କୃତଜ୍ଞତା

 ନୂଆ କରି ଗଢାଯାଇଥିବା ମତ୍ସ୍ୟ, ପଶୁପାଳନ ଏବଂ ଏମଏସଏମଇ ବିଭାଗ ଭଳି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଓଡିଆ ପୁଅ ପ୍ରତାପ ଷଡଙ୍ଗୀଙ୍କୁ ଦେଇଥିବାରୁ ଓଡିଶା ତରଫରୁ ମୋଦି ଓ ଅମିତ ଶାହଙ୍କୁ ସାଧୁବାଦ

 ଶ୍ରୀ ଷଡଙ୍ଗୀଙ୍କ ନେତୃତ୍ୱରେ ଓଡିଶା ରାଜ୍ୟର ଗ୍ରାମୀଣ ଅର୍ଥନୀତି ବୃଦ୍ଧି ହେବା ସହ ଚାଷ, ମତ୍ସ୍ୟଚାଷ, ଉଦ୍ୟାନ କୃଷି ତଥା ଛୋଟ ବ୍ୟବସାୟରେ ଓଡିଆ ଯୁବକମାନେ ଲାଭ ପାଇବେ ବୋଲି ଆଶା

ସମୀକ୍ଷା ବୈଠକରେ ଦୁଇ କେନ୍ଦ୍ରମନ୍ତ୍ରୀଙ୍କ ସମେତ ପୁରୀ ଓ ବ୍ରହ୍ମଗିରିର ନବନିର୍ବାଚିତ ବିଧାୟକ ଜୟନ୍ତ ଷଡଙ୍ଗୀ ଓ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ଉପସ୍ଥିତ ଥିଲେ

ପୁରୀ:ଭାରତ ପୃଥିବୀର ଦ୍ୱିତୀୟ ଇସ୍ପାତ ଉତ୍ପାଦନକାରୀ ଦେଶ ହୋଇଥିବା ବେଳେ ଓଡିଶା ଦେଶର ଇସ୍ପାତ ଶିଳ୍ପର ପେଣ୍ଠସ୍ଥଳୀ । ବିଶ୍ୱର ଇସ୍ପାତ ଶିଳ୍ପ କ୍ଷେତ୍ରରେ ଓଡିଶା ପ୍ରମୁଖ ଭୂମିକା ନେଇପାରିବ । ଏଥିପାଇଁ ନିଷ୍ଠାର ସହିତ କାମ କରିବା ସହ ଓଡିଶା ବିଶେଷ ଭାବରେ ରାଜ୍ୟର ଯୁବପିଢୀଙ୍କୁ ଏହି ସମ୍ଭାବନାର ସୁଯୋଗ ପହଁଚାଇବା, ଇସ୍ପାତ କ୍ଷେତ୍ରର ଆନ୍ସିଲାରୀ ଇଣ୍ଡଷ୍ଟ୍ରିର ବଡ ହବ୍ ଭାବେ ଓଡିଶାକୁ ଗଢି ତୋଳିବା ପାଇଁ କେନ୍ଦ୍ର ସରକାରଙ୍କ ତରଫରୁ ରାଜ୍ୟ ସରକାର ସହ ମିଶି ଉଦ୍ୟମ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି ପେଟ୍ରୋଲିୟମ ସହ ନୂଆ କରି ଦେଶର ଇସ୍ପାତ ମନ୍ତ୍ରୀ ହୋଇଥିବା ଧର୍ମେନ୍ଦ୍ର ପ୍ରଧାନ । ସେହିପରି ଫୋନି ପ୍ରଭାବିତ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ଗୁଡିକର ପୁନରୁଦ୍ଧାର କରାଯିବା ସହ ପୁରୀରେ ନଡିଆ କତା ଶିଳ୍ପକୁ ଗୁରୁତ୍ୱ ଦିଆଯିବ ବୋଲି କହିଛନ୍ତି ମୋଦିଙ୍କ ମନ୍ତ୍ରୀ ମଣ୍ଡଳରେ ପ୍ରଥମ ଥର କରି ସ୍ଥାନ ପାଇଥିବା ଏମଏସଏମଇ, ପ୍ରାଣୀସମ୍ପଦ, ଦୁଗ୍ଧ ଓ ମତ୍ସ୍ୟଚାଷ ରାଷ୍ଟ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ।

Categories
STATE

RELATED BY

  • ସୂଚନା ଓ ଲୋକସଂପର୍କ ବିଭାଗ ନିର୍ଦ୍ଦେଶକ ଦାୟିତ୍ୱ ନେଲେ

    ଭୁବନେଶ୍ୱର: କାର୍ଯ୍ୟକ୍ଷେତ୍ରରେ ଶୃଙ୍ଖଳା ଓ ଅନୁରାଗ ବଳରେ ଅଧିକାରୀମାନେ ବିଶେଷ ଦକ୍ଷ ଓ ପ୍ରତିବଦ୍ଧ ହୋଇପାରିବେ । ସେଥିପାଇଁ କର୍ମ ସଂସ୍କୃତି, ସମୟାନୁବର୍ତ୍ତିତା ଓ ଦାୟିତ୍ୱବୋଧ ଉପରେ ଗୁରୁତ୍ୱ ଦେଇ ବିଭାଗର ପ୍ରତିଷ୍ଠା ସୁଦୃଢ଼ କରିବା ନିମନ୍ତେ ସୂଚନା ଓ...
  • ବିଧାନସଭା ଅଧିବେଶନ ଆରମ୍ଭ

    ମଙ୍ଗଳବାର ଠାରୁ ବିଧାନସଭା ଅଧିବେଶନ ଆରମ୍ଭ ହୋଇଛି । ନବ ଗଠିତ ବିଧାନସଭାର ପ୍ରଥମ ଅଧିବେଶନର ପ୍ରଥମ ଦିନରେ ରାଜ୍ୟପାଳ ପ୍ରଫେସର୍ ଡ.ଗଣେଶୀ ଲାଲ୍ ଅଭିଭାଷଣ ପ୍ରଦାନ କରିଥିଲେ । ସେ ୫“ଟି” ଉପରେ ଗୁରୁତ୍ୱ ଆରୋପ କରିଛନ୍ତି ଯଥା-(ଟିମ୍‌...
  • ୯୬୬ ପ୍ରାଥମିକ ବିଦ୍ୟାଳୟକୁ ବନ୍ଦକରି ଦେବାର ସରକାରୀ ନିଷ୍ପତ୍ତିକୁ ନିନ୍ଦା

    ଭୁବନେଶ୍ୱର: କମ୍ ପିଲାର ଆଳରେ ଓଡ଼ିଶାର ୯୬୬ଟି ପ୍ରାଥମିକ ବିଦ୍ୟାଳୟକୁ ବନ୍ଦକରି ଦେବାର ନିଷ୍ପତ୍ତି ସରକାର ନେଇଛନ୍ତି ଓ ଏହି ସ୍କୁଲ ଗୁଡ଼ିକ ଗ୍ରୀଷ୍ମ ଅବକାଶ ପରେ ଆଉ ଖୋଲିନାହିଁ । ଏହା ପୂର୍ବରୁ ଗତ ବର୍ଷ ଓ ତା’...
  • ଜୁଲାଇ ୧ରୁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଖୋଲିବ

    ଗ୍ରୀଷ୍ମ ପ୍ରବାହରେ ଜନସାଧାରଣଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ସମେତ ବିଭିନ୍ନ ଜିଲ୍ଲା ସ୍ତରରେ ଜିଲ୍ଲାପାଳ ମାନଙ୍କ ଅଭିଯୋଗ ପ୍ରକୋଷ୍ଠ ବନ୍ଦ ରହିଥିଲା । ବର୍ତ୍ତମାନ ଗ୍ରୀଷ୍ମପ୍ରବାହ ଜନିତ ପରିସ୍ଥିତି ଦୂର ହୋଇ ଯାଇଥିବାରୁ ଜୁଲାଇ ୧...
WhatsApp chat