୨୧ରୁ ୨୧ ଲୋକସଭା ଆସନ ଜିତିବା ନେଇ ଦମ୍ଭୋକ୍ତି ଦେଖାଉଥିବା ବ୍ୟକ୍ତିଙ୍କୁ ଏଥର ଜବାବ ମିଳିଛି

ଓଡିଶାର ଗରିବ ଲୋକଙ୍କ ପ୍ରତି ଥିବା ନରେନ୍ଦ୍ର ମୋଦିଙ୍କ ଦାୟିତ୍ୱକୁ ଏଠାକାର ବିରୋଧୀ ଦଳ ପୂରଣ କରିବ

ଭୁବନେଶ୍ୱର: ରାଜନୈତିକ କାର୍ଯ୍ୟକର୍ତା ଯେତେବେଳେ ସମ୍ପୂର୍ଣ୍ଣ ବ୍ୟବସ୍ଥାକୁ ନିଜ ବିଚାରଧାରା ଅନୁଯାୟୀ ଅକ୍ତିଆର ନକରିପାରେ, ସେ ପର୍ଯ୍ୟନ୍ତ ସଂଘର୍ଷ ଜାରି ରଖିବା ଦରକାର ।

୧୨୦ + ମିଶନ ସେହି ପର୍ଯ୍ୟନ୍ତ ଅଛି, ଯେ ପର୍ଯ୍ୟନ୍ତ ଏହି ଲକ୍ଷ୍ୟ ଭାରତୀୟ ଜନତା ପାର୍ଟିର ପୂରଣ ହୋଇନାହିଁ ଏବଂ ବିଜେପି ଏହି ଦାୟିତ୍ୱରୁ ମୁକ୍ତି ହୋଇପାରିବ ନାହିଁ ବୋଲି ଭୁବନେଶ୍ୱର ଠାରେ ଆୟୋଜିତ ବିଜେପିର ସମ୍ବର୍ଦ୍ଧନା ସଭାରେ ସମ୍ବର୍ଦ୍ଧିତ ହେବା ଅବସରରେ କହିଛନ୍ତି କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ୨୦୧୪ରେ ଦେଶରେ ମୋଦିଙ୍କ ନାଁରେ ବଡ ଆସ୍ଥା ତିଆରି ହୋଇପାରିନଥିଲେ ମଧ୍ୟ ଓଡିଶାରେ ବିଜେପି ଆପେକ୍ଷିତ ଫଳ ହାସଲ କରିପାରିନଥିଲା । ମାତ୍ର ମହାପ୍ରଭୁଙ୍କ ଆଶୀର୍ବାଦ କାରଣରୁ ଆଜିି ବିଜେପି ରାଜ୍ୟ ବିଧାନସଭାରେ ବିରୋଧୀ ଦଳ ଭାବେ ଉଭା ହୋଇପାରିଛି ।

ଓଡିଶାରେ ପ୍ରଥମ ଥର ପାଇଁ ପାଖାପାଖି ୧ କୋଟି ଲୋକ ନରେନ୍ଦ୍ର ମୋଦିଙ୍କ ଉପରେ ଭରସା କରି ବିଜେପିର ୮ ଜଣଙ୍କୁ ସାଂସଦ ଭାବେ ଦିଲ୍ଲୀ ପଠାଇଛନ୍ତି ।

୨୧ରୁ ୨୧ ଲୋକସଭା ଆସନ ଜିତିବା ନେଇ ଦମ୍ଭୋକ୍ତି ଦେଖାଉଥିବା ଲୋକମାନଙ୍କୁ ଓଡିଆ ଲୋକମାନେ ଏଥର ଜବାବ ଦେଇଛନ୍ତି ବୋଲି ସେ କହିଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ନରେନ୍ଦ୍ର ମୋଦିଙ୍କ ସରକାରର ଦ୍ୱିତୀୟ ଶପଥ ପାଠ ଉତ୍ସବରେ ମୋଦିଙ୍କ ପରେ ଗରିବ ଘରର ଓଡିଆ ପୁଅ ପ୍ରତାପ ଷଡଙ୍ଗୀଙ୍କ ସମୟରେ ସବୁଠୁ ଅଧିକ ତାଳି ବାଜିଥିଲା । ତେବେ ଏହା କେବଳ ଶ୍ରୀ ଷଡଙ୍ଗୀଙ୍କ ସମ୍ମାନର କଥା ନୁହେଁ । ପ୍ରତାପ ନନାଙ୍କ ମାଧ୍ୟମରେ ନରେନ୍ଦ୍ର ମୋଦି ସାଢେ ୪ କୋଟି ଓଡିଆ ଲୋକଙ୍କ ସମ୍ମାନ କଲେ ବୋଲି ସେ କହିଛନ୍ତି ।

ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ ଓଡିଶାରେ ବାତ୍ୟା ପୂର୍ବରୁ ୩୪୧ କୋଟି ଟଙ୍କା ଏବଂ ବାତ୍ୟାର ଦାବି ପୂବରୁ ୧ ହଜାର କୋଟି ଟଙ୍କା ସହ ଓଡିଶାର ପୁନନିର୍ମାଣ ପାଇଁ ଯାହା ଆବଶ୍ୟକତା ପଡିବ ମୋଦିଙ୍କ କେନ୍ଦ୍ର ସରକାର ଆଗଭର ରହିବ, ଏହା କେବଳ ବକ୍ତବ୍ୟ ନଥିଲା । ଏହାକୁ କ୍ରିୟାନ୍ୱୟନ କରିବା କାମକୁ ସାକାର କରାଯାଇଥିଲା । ସେଭଳି ନେତାର ନାମ ହେଲା ନରେନ୍ଦ୍ର ମୋଦି ।

ସେହିଭଳି ଯେ ପର୍ଯ୍ୟନ୍ତ ପୂର୍ବ ଭାରତ ବିକଶିତ ହୋଇନାହିଁ ସେ ପର୍ଯ୍ୟନ୍ତ ସାରା ଭାରତ ବିକଶିତ ହୋଇପାରିବନି ବୋଲି ସ୍ଲୋଗାନ କେବଳ ଭାଷଣବାଜୀରେ ସୀମିତ ରହିନଥିଲା । ଏଥିପାଇଁ ଅନେକ କାର୍ଯ୍ୟକ୍ରମ ଓ ଯୋଜନା କରାଯାଇଥିଲା । ଏହି ପୂର୍ବ ଭାରତର ବିକାଶର କେନ୍ଦ୍ରବିନ୍ଦୁ ମଧ୍ୟରେ ସବୁଠାରୁ ଓଡିଶା ଆଗରେ ଥିଲା ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଓଡିଶାର ଗରିବ ଲୋକଙ୍କ ପ୍ରତି ଥିବା ନରେନ୍ଦ୍ର ମୋଦିଙ୍କ ଦାୟିତ୍ୱକୁ ଏଠାକାର ବିରୋଧୀ ଦଳ ପୂରଣ କରିବ ।

ସେହିପରି ଓଡିଆ ଲୋକଙ୍କ ହିତ ସମ୍ପର୍କରେ ୮ ସାସଂଦ ଓ ରାଜ୍ୟସଭା ସାଂସଦ ସଂସଦରେ ସତର୍କ ଦୃଷ୍ଟି ରଖିବେ ।

ଆଜି ଭାରତର ଗରିବ ଲୋକଙ୍କ ଆଶୀର୍ବାଦ କାରଣରୁ ବିଜେପି ୩୦୩କୁ ଛୁଇଁପାରିଛି । ୨୦୧୪ରେ ନରେନ୍ଦ୍ର ମୋଦିଙ୍କ ପ୍ରତି ଥିବା ଜନଆସ୍ଥା ବିଶ୍ୱସ୍ଥାପିତ ହୋଇପାରିଛି ।

ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା, ଶୌଚାଳୟ ନିର୍ମାଣ, ୪ କୋଟି ଲୋକଙ୍କ ଘରେ ବିଦ୍ୟୁତ ପହଁଚାଇବାର ଦାୟିତ୍ୱ ନରେନ୍ଦ୍ର ମୋଦି ନେଇଥିବାର ସ୍ପଷ୍ଟ ପ୍ରତିଫଳିତ ଚଳିତ ନିର୍ବାଚନ ଫଳାଫଳରେ ଦେଖାଯାଇଛି ।

ମାଲକାନଗିରି, ମୟୂରଭଞ୍ଜ ଭଳି ଆଦିବାସୀ, ଦଳିତ ଓ ପଛୁଆ ବର୍ଗର ଲୋକମାନେ ନରେନ୍ଦ୍ର ମୋଦିଙ୍କୁ ଭରସା କରି ବିଜେପିକୁ ଭୋଟ ଦେଇଛନ୍ତି ।

ଓଡିଶାରେ ବିଜୁ ଜନତା ଦଳ ସରକାର ଗଢିଥିବାରୁ ବିଜେଡି ତଥା ଦଳର ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସ୍ୱାଗତ ଜଣାଇବା ସହ ଶ୍ରୀ ପ୍ରଧାନ କହିଛନ୍ତି ଯେ ଓଡିଶାର ବିକାଶ ପାଇଁ କେନ୍ଦ୍ର ସରକାରଙ୍କ ସମସ୍ତ ପ୍ରକାର ସହଯୋଗ ରହିବ ।

କେନ୍ଦ୍ର ହେଉ କିମ୍ବା ରାଜ୍ୟ ଓଡିଆ ଲୋକଙ୍କ କଲ୍ୟାଣ ସମସ୍ତଙ୍କ ଅଗ୍ରଭାଗରେ ରହିବା ଦରକାର ଏବଂ ଏହା ସମସ୍ତଙ୍କ ଦାୟିତ୍ୱରେ ରହିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

Categories
POLITICS

RELATED BY

  • ୨ଲକ୍ଷରୁ ଅଧିକ ମିଥ୍ୟା ଏତଲା ଦିଆଯାଇଥିଲା

    ଭୁବନେଶ୍ୱର : ଆଜିଠୁ ଠିକ୍ ୪୪ ବର୍ଷ ପୂର୍ବେ ମଧ୍ୟ ରାତ୍ରି ସମୟରେ ସମ୍ବିଧାନକୁ ହତ୍ୟା କରିବା ସହ ଗଣତନ୍ତ୍ରର କଣ୍ଠରୁଦ୍ଧ କରି କଂଗ୍ରେସ ଦଳ ଆମ ଦେଶରେ ଜରୁରୀ କାଳୀନ ପରିସ୍ଥିତି ଘୋଷଣା କରିଥିଲା । ଦେଶର ନିର୍ଦ୍ଧିଷ୍ଟ...
  • ବିଧାୟକ ବୋମକେଶ ରାୟଙ୍କୁ ତୁରନ୍ତ ଗିରଫ କରାଯାଉ

    ଭୁବନେଶ୍ୱର : ଗତ ଏପ୍ରିଲ ମାସ ୨୮ ତାରିଖ ଦିନ ଭଦ୍ରକ ଜିଲ୍ଲାର ଚାନ୍ଦବାଲି ନିର୍ବାଚନୀ ମଣ୍ଡଳୀରେ ଭୋଟ ହାତେଇବା ପାଇଁ ଶାସକ ବିଜେଡିର ନେତା ଓ ବିଧାୟକ ପ୍ରାର୍ଥୀ ବିଷାକ୍ତ ମଦ ତିହିଡି ବ୍ଲକରେ ବାଣ୍ଟିଥିଲେ । ଏହାକୁ...
  • ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପବିତ୍ର ଭୂମିରେ ନିସ୍ୱାର୍ଥପର ଭାବେ କାର୍ଯ୍ୟ କରିବି

    ଭୁବନେଶ୍ୱର : ଆଜି ବିଧାନସଭାରେ ରାଜ୍ୟସଭା ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ବିଜେପି ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବ । ରାଜ୍ୟ ବିଜେପି କାର୍ଯ୍ୟାଳୟରୁ ଶ୍ରୀ ବୈଷ୍ଣବ, ବିଜେପି ବିଧାୟକଗଣ ଏବଂ ନେତୃବୃନ୍ଦଙ୍କ ସହ ବିଧାନସଭାର ସ୍ୱତନ୍ତ୍ର ପ୍ରକୋଷ୍ଠରେ...
  • ୮୯୮୦୮୦୮୦୮୦ ନମ୍ବରରେ ମିସ୍ କଲ୍ ଦେଇ ସଦସ୍ୟତା ଗ୍ରହଣ କରିପାରିବେ

    ଭୁବନେଶ୍ୱର : ଭାରତୀୟ ଜନତା ପାର୍ଟିର ସଦସ୍ୟତା ଅଭିଯାନକୁ ସଠିକ୍ ଭାବରେ କ୍ରିୟାନ୍ୱିତ କରିବା ପାଇଁ ରାଜ୍ୟ କାର୍ଯ୍ୟାଳୟରେ ରାଜ୍ୟ ସଭାପତି ତଥା ସାଂସଦ ବସନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ସଦସ୍ୟତା...
WhatsApp chat