ନନ୍ଦିନୀ ଦେବୀଙ୍କ ପ୍ରଶାସନିକ ଦକ୍ଷତା ଓ ନେତୃତ୍ୱ ନୂଆପିଢି ପାଇଁ ପ୍ରେରଣା

ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ନନ୍ଦିନୀ ଦେବୀଙ୍କ ପ୍ରଶାସନିକ ଦକ୍ଷତା ଓ ନେତୃତ୍ୱ ନୂଆପିଢି ପାଇଁ ପ୍ରେରଣା ବୋଲି ଓଡିଶାର ପ୍ରଥମ ତଥା ଏକମାତ୍ର ମହିଳା ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କ ୮୮ତମ ଜୟନ୍ତୀ ଅବସରରେ ଭୁବନେଶ୍ୱର ସ୍ଥିତ ଥିବା ପ୍ରତିମୂର୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଦେବା ପରେ କହିଛନ୍ତି କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଓଡିଶାର ଗୌରବ ପୂର୍ବତନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଦେବୀ ଓଡିଶା ରାଜନୀତି ଇତିହାସରେ ତଥା ଭାରତୀୟ ରାଜନୀତିରେ ଓଡିଶାର ନାଁ ବଢେଇଥିବା ଜଣେ ବ୍ୟକ୍ତିତ୍ୱ ।

ଆଜି ତାଙ୍କ ଜୟନ୍ତୀରେ ସମସ୍ତେ ତାଙ୍କୁ ମନେପକାଇବାର ଆବଶ୍ୟକତା ଅଛି । ଶ୍ରୀ ପ୍ରଧାନ କହିଛନ୍ତି ଲମ୍ବା ସମୟର ପ୍ରତିନିଧି ଭାବେ ରାଜ୍ୟ ଓ ଦେଶକୁ ନେତୃତ୍ୱ କରୁଥିବାର ବ୍ୟକ୍ତିତ୍ୱ ଥିଲେ ଶ୍ରୀମତୀ ଶତପଥୀ ।

ଆଜିର ଦିନରେ ମଧ୍ୟ ତାଙ୍କ ଅଞ୍ଚଳରେ ବୁଲିଲେ କିମ୍ବା ରାଜ୍ୟର ବିଶେଷ କିଛି ଘଟଣାକୁ ମନେପକାଇଲେ ନନ୍ଦିନୀ ଦେବୀଙ୍କର ପ୍ରଶାସନିକ ଦକ୍ଷତାକୁ ମନେପକାଇବା ପାଇଁ ସମସ୍ତେ ବାଧ୍ୟ ହୁଅନ୍ତି ।

ଶ୍ରୀମତି ନନ୍ଦିନୀ ଦେବୀଙ୍କ ଆଦର୍ଶ ସମସ୍ତଙ୍କୁ ଲମ୍ବା ସମୟ ପାଇଁ ସାମାଜିକ କାମରେ ପ୍ରେରଣା ଦେଉ,ଏହା ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ କାମନା କରିବା ସହ ଶ୍ରୀ ପ୍ରଧାନ କହିଛନ୍ତି ଯେ ନୂଆ ରାଜନୀତି ଓ ସାମାଜିକ ଜୀବନରେ କାମ କରୁଥିବା ନୂଆପିଢୀର ଲୋକମାନଙ୍କ ପାଇଁ ନନ୍ଦିନୀ ଦେବୀଙ୍କ ଆଦର୍ଶ ପ୍ରେରଣା ହୋଇରହିବ ।

Categories
STATE

RELATED BY

  • ସୂଚନା ଓ ଲୋକସଂପର୍କ ବିଭାଗ ନିର୍ଦ୍ଦେଶକ ଦାୟିତ୍ୱ ନେଲେ

    ଭୁବନେଶ୍ୱର: କାର୍ଯ୍ୟକ୍ଷେତ୍ରରେ ଶୃଙ୍ଖଳା ଓ ଅନୁରାଗ ବଳରେ ଅଧିକାରୀମାନେ ବିଶେଷ ଦକ୍ଷ ଓ ପ୍ରତିବଦ୍ଧ ହୋଇପାରିବେ । ସେଥିପାଇଁ କର୍ମ ସଂସ୍କୃତି, ସମୟାନୁବର୍ତ୍ତିତା ଓ ଦାୟିତ୍ୱବୋଧ ଉପରେ ଗୁରୁତ୍ୱ ଦେଇ ବିଭାଗର ପ୍ରତିଷ୍ଠା ସୁଦୃଢ଼ କରିବା ନିମନ୍ତେ ସୂଚନା ଓ...
  • ବିଧାନସଭା ଅଧିବେଶନ ଆରମ୍ଭ

    ମଙ୍ଗଳବାର ଠାରୁ ବିଧାନସଭା ଅଧିବେଶନ ଆରମ୍ଭ ହୋଇଛି । ନବ ଗଠିତ ବିଧାନସଭାର ପ୍ରଥମ ଅଧିବେଶନର ପ୍ରଥମ ଦିନରେ ରାଜ୍ୟପାଳ ପ୍ରଫେସର୍ ଡ.ଗଣେଶୀ ଲାଲ୍ ଅଭିଭାଷଣ ପ୍ରଦାନ କରିଥିଲେ । ସେ ୫“ଟି” ଉପରେ ଗୁରୁତ୍ୱ ଆରୋପ କରିଛନ୍ତି ଯଥା-(ଟିମ୍‌...
  • ୯୬୬ ପ୍ରାଥମିକ ବିଦ୍ୟାଳୟକୁ ବନ୍ଦକରି ଦେବାର ସରକାରୀ ନିଷ୍ପତ୍ତିକୁ ନିନ୍ଦା

    ଭୁବନେଶ୍ୱର: କମ୍ ପିଲାର ଆଳରେ ଓଡ଼ିଶାର ୯୬୬ଟି ପ୍ରାଥମିକ ବିଦ୍ୟାଳୟକୁ ବନ୍ଦକରି ଦେବାର ନିଷ୍ପତ୍ତି ସରକାର ନେଇଛନ୍ତି ଓ ଏହି ସ୍କୁଲ ଗୁଡ଼ିକ ଗ୍ରୀଷ୍ମ ଅବକାଶ ପରେ ଆଉ ଖୋଲିନାହିଁ । ଏହା ପୂର୍ବରୁ ଗତ ବର୍ଷ ଓ ତା’...
  • ଜୁଲାଇ ୧ରୁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଖୋଲିବ

    ଗ୍ରୀଷ୍ମ ପ୍ରବାହରେ ଜନସାଧାରଣଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ସମେତ ବିଭିନ୍ନ ଜିଲ୍ଲା ସ୍ତରରେ ଜିଲ୍ଲାପାଳ ମାନଙ୍କ ଅଭିଯୋଗ ପ୍ରକୋଷ୍ଠ ବନ୍ଦ ରହିଥିଲା । ବର୍ତ୍ତମାନ ଗ୍ରୀଷ୍ମପ୍ରବାହ ଜନିତ ପରିସ୍ଥିତି ଦୂର ହୋଇ ଯାଇଥିବାରୁ ଜୁଲାଇ ୧...
WhatsApp chat