ଜିଲ୍ଲାସ୍ତରରେ ପ୍ରତିଷ୍ଠା ହେବ ଶାଖା ଅଭିଲେଖାଗାର

ଡିଜିଟାଇଜେସନ୍‌ ଉପରେ ଗୁରୁତ୍ୱ

ଭୁବନେଶ୍ୱର: ଅଭିଲେଖାଗାରର ଉନ୍ନତ ରୂପରେଖ ନିମନ୍ତେ ବୈଷୟିକ ତଥା ପ୍ରଯୁକ୍ତି ବିଦ୍ୟାର ଉପଯୋଗ ଅପରିହାର୍ଯ୍ୟ । ଏହା ସହିତ ଅଭିଲେଖାଗାର କର୍ମଚାରୀମାନଙ୍କର ଦକ୍ଷତା ଏବଂ ପାରଦର୍ଶିତାର ଅଭିବୃଦ୍ଧି ନିମନ୍ତେ ଉଦ୍ୟମ ହେବା ବାଞ୍ଛନୀୟ ବୋଲି ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଶ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଉଲ୍ଲେଖ କରିଛନ୍ତି । ସ୍ଥାନୀୟ ରାଜ୍ୟ ଅଭିଲେଖାଗାରରେ ଆନ୍ତର୍ଜତିକ ଅଭିଲେଖ ଦିବସ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଉଦ୍‌ଘାଟକ ତଥା ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ କହିଛନ୍ତି ଯେ ବ୍ଲକ୍‌ସ୍ତରରୁ ଆରମ୍ଭ କରି ଜିଲ୍ଲାସ୍ତର ପର୍ଯ୍ୟନ୍ତ ତ୍ୱରିତ ପ୍ରକ୍ରିୟା ମାଧ୍ୟମରେ ଦଲିଲ ଦସ୍ତାବିଜ୍‌ ସଂଗ୍ରହ ଉପରେ ଗୁରୁତ୍ୱ ଦିଆଯିବା ଆବଶ୍ୟକ । ଚଳିତ ବର୍ଷର ପ୍ରସଙ୍ଗ ‘ଏକବିଂଶ ଶତାବ୍ଦୀରେ ଅଭିଲେଖାଗାରର ରୂପରେଖ’ ଉପରେ ବିଶିଷ୍ଟ ପ୍ରଯୁକ୍ତି ବିଜ୍ଞାନୀ ପ୍ରଫେସର ସଂଘମିତ୍ରା ମହାନ୍ତି ଦୃଶ୍ୟଶ୍ରାବ ଉପସ୍ଥାପନ କରି ଅଭିଲେଖାଗାରର ସାମଗ୍ରିକ ଅଭିବୃଦ୍ଧି ଏବଂ ଜନସାଧାରଣଙ୍କ ସହିତ ଏହାର ସଂପର୍କ ଉପରେ ଆଲୋକପାତ କରିଥିଲେ । ବିଭାଗୀୟ ପ୍ରମୁଖ ଶାସନ
ସଚିବ ଶ୍ରୀ ମନୋରଞ୍ଜନ ପାଣିଗ୍ରାହୀ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଓଡ଼ିଶାରେ ଚଳଚ୍ଚିତ୍ର ଅଭିଲେଖାଗାର ସ୍ଥାପନ ନିମନ୍ତେ ପରାମର୍ଶ ଦେଇଥିଲେ ।
ବିଭାଗର ନିର୍ଦ୍ଦେଶକ ତଥା ଅତିରିକ୍ତ ଶାସନ ସଚିବ ଶ୍ରୀ ବିଜୟ କୁମାର ନାୟକ ଏହି ସଭାରେ ଅଧ୍ୟକ୍ଷତା କରି ସଂସ୍କୃତି ବିଭାଗ ପକ୍ଷରୁ ପ୍ରତି ଜିଲ୍ଲାରେ ଶାଖା ଅଭିଲେଖାଗାର ପ୍ରତିଷ୍ଠା ସାଙ୍ଗକୁ ଜିଲ୍ଲାସ୍ତରରୁ ନଥିପତ୍ର ସଂଗ୍ରହ ନିମନ୍ତେ କାର୍ଯ୍ୟ ଆରମ୍ଭ କରାଯିବ ବୋଲି କହିଥିଲେ । ରାଜ୍ୟ ଅଭିଲେଖାଗାରର ଅଧୀକ୍ଷକ ଶୁଚିସ୍ମିତା ମନ୍ତ୍ରୀ ପ୍ରାରମ୍ଭିକ ସୂଚନା ସହିତ ଏହି ଦିବସ ପାଳନର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଏହି ଅବସରରେ ଅଭିଲେଖାଗାର ପରିସର ମଧ୍ୟରେ ଅତିଥିମାନଙ୍କ ଦ୍ୱାରା ବୃକ୍ଷରୋପଣ କରାଯାଇଥିଲା । ଓଡ଼ିଆ ଚଳଚ୍ଚିତ୍ର ଗ୍ରାମଫୋନ ରେକର୍ଡର ପ୍ରଚ୍ଛଦ ଆଧାରିତ ପ୍ରଦର୍ଶନୀକୁ ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ ଉଦ୍‌ଘାଟନ କରିଥିଲେ । ବିଭାଗର ଯୁଗ୍ମ ନିର୍ଦ୍ଦେଶିକା ଶ୍ରୀମତୀ ସଂଘମିତ୍ରା ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ । ଯୁଗ୍ମ ନିର୍ଦ୍ଦେଶିକା ଶ୍ରୀମତୀ ଲିପ୍‌ସା ଦାସ ମଧ୍ୟ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଚଳିତ ବର୍ଷ ଅଷ୍ଟ୍ରେଲିଆର ଏଡଲେଡ୍‌ରେ ଆନ୍ତର୍ଜାତିକ ଅଭିଲେଖ ମହାସଂଘର ସମ୍ମିଳନୀ ଅୟୋଜନ ଉପଲକ୍ଷେ ଅଭିଲେଖାଗାରର ରୂପରେଖ ଉପରେ ବିଶ୍ୱବ୍ୟାପି ସଚେତନତା ସୃଷ୍ଟି କରାଯାଉଛି । ପ୍ରାମାଣିକ ଦଲିଲ ଦସ୍ତାବିଜ୍‌ଗୁଡ଼ିକର ଡିଜିଟାଇଜେସନ୍‌ ସହିତ ଅଭିଲେଖ ଐତିହ୍ୟ ଉପରେ ସାମାଜିକ ଗଣମାଧ୍ୟମରେ ବିଶେଷ ପ୍ରସାରଣକୁ ଗୁରୁତ୍ୱ ପ୍ରଦାନ କରାଯାଇଛି । ସାମଗ୍ରୀ ସଂଗ୍ରହ ଅଭ୍ୟାସ, ଅଭିଲେଖାଗାର ଗୃହ ସଜ୍ଜା, ଅନ୍ତରୀଣ ଆକର୍ଷଣ, ଗବେଷକମାନଙ୍କୁ ସହାୟତା ପ୍ରଦାନ, ଆଦାନପ୍ରଦାନ ତଥା ହସ୍ତାନ୍ତର ନୀତି ଏବଂ ଇଲେକ୍‌ଟ୍ରୋନିକ୍‌ ସଂରକ୍ଷଣ ଇତ୍ୟାଦି ବିଷୟକୁ ଏପରି ଆଭିମୁଖ୍ୟର ପରିପୂର୍ତ୍ତି ପାଇଁ ଗ୍ରହଣ କରାଯାଇଛି ।

Categories
STATE

RELATED BY

  • ସୂଚନା ଓ ଲୋକସଂପର୍କ ବିଭାଗ ନିର୍ଦ୍ଦେଶକ ଦାୟିତ୍ୱ ନେଲେ

    ଭୁବନେଶ୍ୱର: କାର୍ଯ୍ୟକ୍ଷେତ୍ରରେ ଶୃଙ୍ଖଳା ଓ ଅନୁରାଗ ବଳରେ ଅଧିକାରୀମାନେ ବିଶେଷ ଦକ୍ଷ ଓ ପ୍ରତିବଦ୍ଧ ହୋଇପାରିବେ । ସେଥିପାଇଁ କର୍ମ ସଂସ୍କୃତି, ସମୟାନୁବର୍ତ୍ତିତା ଓ ଦାୟିତ୍ୱବୋଧ ଉପରେ ଗୁରୁତ୍ୱ ଦେଇ ବିଭାଗର ପ୍ରତିଷ୍ଠା ସୁଦୃଢ଼ କରିବା ନିମନ୍ତେ ସୂଚନା ଓ...
  • ବିଧାନସଭା ଅଧିବେଶନ ଆରମ୍ଭ

    ମଙ୍ଗଳବାର ଠାରୁ ବିଧାନସଭା ଅଧିବେଶନ ଆରମ୍ଭ ହୋଇଛି । ନବ ଗଠିତ ବିଧାନସଭାର ପ୍ରଥମ ଅଧିବେଶନର ପ୍ରଥମ ଦିନରେ ରାଜ୍ୟପାଳ ପ୍ରଫେସର୍ ଡ.ଗଣେଶୀ ଲାଲ୍ ଅଭିଭାଷଣ ପ୍ରଦାନ କରିଥିଲେ । ସେ ୫“ଟି” ଉପରେ ଗୁରୁତ୍ୱ ଆରୋପ କରିଛନ୍ତି ଯଥା-(ଟିମ୍‌...
  • ୯୬୬ ପ୍ରାଥମିକ ବିଦ୍ୟାଳୟକୁ ବନ୍ଦକରି ଦେବାର ସରକାରୀ ନିଷ୍ପତ୍ତିକୁ ନିନ୍ଦା

    ଭୁବନେଶ୍ୱର: କମ୍ ପିଲାର ଆଳରେ ଓଡ଼ିଶାର ୯୬୬ଟି ପ୍ରାଥମିକ ବିଦ୍ୟାଳୟକୁ ବନ୍ଦକରି ଦେବାର ନିଷ୍ପତ୍ତି ସରକାର ନେଇଛନ୍ତି ଓ ଏହି ସ୍କୁଲ ଗୁଡ଼ିକ ଗ୍ରୀଷ୍ମ ଅବକାଶ ପରେ ଆଉ ଖୋଲିନାହିଁ । ଏହା ପୂର୍ବରୁ ଗତ ବର୍ଷ ଓ ତା’...
  • ଜୁଲାଇ ୧ରୁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଖୋଲିବ

    ଗ୍ରୀଷ୍ମ ପ୍ରବାହରେ ଜନସାଧାରଣଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ସମେତ ବିଭିନ୍ନ ଜିଲ୍ଲା ସ୍ତରରେ ଜିଲ୍ଲାପାଳ ମାନଙ୍କ ଅଭିଯୋଗ ପ୍ରକୋଷ୍ଠ ବନ୍ଦ ରହିଥିଲା । ବର୍ତ୍ତମାନ ଗ୍ରୀଷ୍ମପ୍ରବାହ ଜନିତ ପରିସ୍ଥିତି ଦୂର ହୋଇ ଯାଇଥିବାରୁ ଜୁଲାଇ ୧...
WhatsApp chat