ସିଭିଲ୍‍ ସର୍ଭିସ୍‍ ରେ ସର୍ବଭାରତୀୟ ସ୍ତରରେ ଦ୍ୱିତୀୟ ଓ ୨୩ତମ ସ୍ଥାନ ଅଧିକାର କରିଥିବା ଟପ୍ପର ମାର୍ଗ ଦର୍ଶନ ଦେଲେ

ଓଡ଼ିଶାର ସିଭିଲ୍‍ ସର୍ଭିସ ଆଶାୟୀଙ୍କ ଉତ୍ସାହ ବୃଦ୍ଧି ସହିତ ସେମାନଙ୍କର ଲକ୍ଷ୍ୟ ପୂରଣ କରିବାରେ ଇନ୍ଧନ ଯୋଗାଇବ

ସିଭିଲ୍‍ ସର୍ଭିସ୍‍ ଆଶାୟୀଙ୍କ ପାଇଁ ବାଜିରାଓ ଆଇଏଏସ୍‍ ଏକାଡେମୀ ତରଫରୁ ଏକ ବୃହତ ପ୍ରେରଣାଦାୟୀ କାର୍ଯ୍ୟକ୍ରମ ଭୁବନେଶ୍ୱରର ଜୟଦେବ ବିହାର ସ୍ଥିତ ହୋଟେଲ ପାଲ୍‍ହାଇଟ୍ସ ଠାରେ ରବିବାର ଦିନ ଆୟୋଜିତ ହୋଇଯାଇଛି ।

ଏଥିରେ ୨୦୧୮ ମସିହାର ସର୍ବଭାରତୀୟ ସ୍ତରରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ଅକ୍ଷତ ଜୈନ ଓ ୨୩ତମ ସ୍ଥାନ ଅଧିକାର କରିଥିବା ଶ୍ରୀ ରିଷବ ଜୀ ଆଶାୟୀ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହ ପ୍ରଦାନ କରିବା ନିମନ୍ତେ ଯୋଗ ଦେଇ ସେମାନଙ୍କର ସଫଳତାର ରହସ୍ୟ ଏବଂ ସିଭିଲ୍‍ ସର୍ଭିସ୍‍  ରେ ସଫଳ ହେବା ପାଇଁ ଉପଯୁକ୍ତ ଉପାୟ ବିଷୟରେ ମାର୍ଗ ଦର୍ଶନ କରିଥିଲେ ।  ସେମାନଙ୍କର ପ୍ରେରଣା  ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କର ମନୋବଳକୁ ଅନେକ ମାତ୍ରାରେ ବୃଦ୍ଧି କରିଛି ।

ଓଡ଼ିଶାର ସିଭିଲ୍‍ ସର୍ଭିସ ଆଶାୟୀଙ୍କ ଉତ୍ସାହ ବୃଦ୍ଧି ସହିତ ସେମାନଙ୍କର ଲକ୍ଷ୍ୟ ପୂରଣ କରିବାରେ ଇନ୍ଧନ ଯୋଗାଇବା ପାଇଁ ଆମେ ଏହି ଦୁଇଜଣ ଆଇଏସ୍‍ ଟପ୍ପରଙ୍କୁ ଓଡ଼ିଶାକୁ ଡାକିଥିଲୁ ବୋଲି ଏକାଡେମୀର ନିର୍ଦ୍ଦେଶକ ଶ୍ରୀ ଦିଲୀପ୍‍ କୁମାରମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶୁଭ୍ରାଂଶୁ ଶେଖର ଓଝା ସୂଚନା ଦେଇଥିଲେ ।

ବାଜିରାଓ ଆଇଏଏସ୍‍ ଏକାଡେମୀ ଭୁବନେଶ୍ୱରରେ ଦୁଇଟି ଶାଖା ଯଥା ଜୟଦେବ ବିହାର ଓ ପଟିଆ ଠାରେ ଆଇଏଏସ୍‍ ଏବଂ ଓଏଏସ୍‍ ପାଇଁ କୋଚିଂ ଦେଉଅଛି ।

ଏହି ଅନୁଷ୍ଠାନ ସାରା ଭାରତରେ ସିଭିଲ୍‍ ସର୍ଭିସ୍‍ ଆଶାୟୀଙ୍କ ପାଇଁ ଏକ ସୁନାମଧନ୍ୟ ଅନୁଷ୍ଠାନ ଅଟେ ।

Categories
KNOWLEDGE

RELATED BY

  • ଅଗଷ୍ଟ 29 ରେ ଆରମ୍ଭ ହେବ ‘ଫିଟ ଇଣ୍ଡିଆ ଅଭିଯାନ : ପ୍ରଧାନମନ୍ତ୍ରୀ

    ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ଆମ ଦେଶ ଆଜିକାଲି ଗୋଟିଏ ପଟେ ବର୍ଷାର ଆନନ୍ଦ ଉପଭୋଗ କରୁଛି, ତ ଅନ୍ୟପଟେ ଭାରତର କୋଣ ଅନୁକୋଣରେ କୌଣସି ନା କୌଣସି ପ୍ରକାର ଉତ୍ସବ, ମେଳା ଆଦି ଚାଲିଛି ଯାହା ପ୍ରାୟ...
  • ସେପ୍ଟେମ୍ବର ୭ ତାରିଖ ରାତି ୧ଟା ୫୫ ମିନିଟରେ ଚନ୍ଦ୍ରଯାନ-୨ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ

    ଭାରତର ଦ୍ୱିତୀୟ ଚନ୍ଦ୍ର ଅଭିଯାନ, ଚନ୍ଦ୍ରଯାନ-୨ ଚନ୍ଦ୍ରମାର ନିର୍ଦ୍ଧାରିତ କକ୍ଷରେ ସ୍ଥାପିତ ହୋଇଛି । ଆଜି ପୂର୍ବାହ୍ଣ ୯ଟା.୨ମିନିଟ ସମୟରେ ଏହା ଚନ୍ଦ୍ର କକ୍ଷରେ ପ୍ରବେଶ କରିଥିଲା । ଏ ସମ୍ପର୍କରେ ବେଙ୍ଗାଲୁରୁରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଡ....
  • ଫୁଲବାଣୀ ଏସ୍.ପି ପ୍ରତୀକ ସିଂହ ପୋଲିସ୍‌ ମେଡାଲ ଗ୍ରହଣ କଲେ

    ଫୁଲବାଣୀ ଜିଳ୍ଲା (କନ୍ଧମାଳ) ଏସ୍.ପି ପ୍ରତୀକ ସିଂହ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଠାରୁ “ପୋଲିସ ବୀରତ୍ଵ ମେଡାଲ” ଗ୍ରହଣ କରିଛନ୍ତି । ଏଥି ସହିତ ଅନେକ ପୋଲିସ ଅଧିକାରୀଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ପଦକ ପ୍ରଦାନ କରିଛନ୍ତି । ପଦକ...
  • ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ଭାରତ ରତ୍ନ ସମ୍ମାନ ପ୍ରଦାନ କଲେ ରାଷ୍ଟ୍ରପତି

    ଆଜି ରାଷ୍ଟ୍ରପତି ଭବନ ପରିସରରେ ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦ ଭାରତ ରତ୍ନ ପୁରସ୍କାର ପ୍ରଦାନ କରିଛନ୍ତି । ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ଅଳଙ୍କରଣ ସମାରୋହରେ ଏହି ପୁରସ୍କାର ପ୍ରଦାନ କରାଯାଇଥିବା ବେଳେ ମରୋଣୋତର ଭାବେ ଶ୍ରୀ ନାନାଜୀ...