ଆମେରିକା ଉର୍ଜା ସଚିବଙ୍କ ସହ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀଙ୍କ ଆଲୋଚନା

ଆମେରିକା ସହ ଉର୍ଜା କ୍ଷେତ୍ରରେ ମିଳିତ ପ୍ରୟାସ ମାଧ୍ୟମରେ ଶକ୍ତିସୁରକ୍ଷାକୁ ସୁଦୃଢ କରିବ ଭାରତ - ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର: ଆମେରିକାର ଶକ୍ତି ସଚିବ ରିକ୍ ପରେିଙ୍କ ସହ ଟୋଲିଫୋନ ଯୋଗେ କଥା ହୋଇଛନ୍ତି ଭାରତର ତୈଳ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଦୁଇ ଦେଶର ଉର୍ଜା କ୍ଷେତ୍ରର ମନ୍ତ୍ରୀ ଦ୍ୱୟ ଏକ ମିଳିତ ପ୍ରୟାସ ମାଧ୍ୟମରେ ଶକ୍ତି ସୁରକ୍ଷାକୁ ସମୃଦ୍ଧ କରିବା ତଥା ଭାରତକୁ ଏକ ଗ୍ୟାସ ଆଧାରିତ ଅର୍ଥନୀତିରେ ପରିଣତ କରିବା ପାଇଁ ଆଲୋଚନା କରିଛନ୍ତି ।

ଏହସହ ଭାରତ ଆମେରିକା ମଧ୍ୟରେ ଉର୍ଜା କ୍ଷେତ୍ରର ନୂଆ ଉଦ୍ଭାବନକୁ ପରସ୍ପର ସହିତ ଯୋଡି ଦୁଇ ଦେଶ ମଧ୍ୟରେ ରଣନୈତିକ ସହଯୋଗ ବୃଦ୍ଧି ପାଇଁ ଆଲୋଚନା କରିଛନ୍ତି । ଉଭୟ ଦେଶ ମଧ୍ୟରେ ସହଯୋଗ ପାଇଁ ଗତବର୍ଷ ଏପ୍ରିଲ ମାସରେ ଆରମ୍ଭ ହୋଇଥିବା ଉଦ୍ୟମ ଉପରେ ମଧ୍ୟ ଆଲୋଚନା କରିଥିଲେ ।

ଏହି ଦୁଇ ମନ୍ତ୍ରୀ ଗଠନ କରାଯାଇଥିବା ୪ଟି ଓାର୍କିଂ ଗ୍ରୁପ ଯଥା ତୈଳ ଓ ଗ୍ୟାସ କ୍ଷେତ୍ରରେ ରଣନୈତିକ ସହଯୋଗ ଶକ୍ତି ଓ ଉର୍ଜା କ୍ଷେତ୍ରର କାର୍ଯ୍ୟଦକ୍ଷତା, ଅକ୍ଷୟ ଶକ୍ତି ଓ ନିରନ୍ତର ବିକାଶ ଉପରେ ମଧ୍ୟ ଆଲୋଚନା କରିଥିଲେ । ତୁରନ୍ତ ଭାରତ ଆମେରିକା ଉର୍ଜା କ୍ଷେତ୍ରରେ ମିଳିତ ପ୍ରୟାସ ପାଇଁ ତୁରନ୍ତ ଯୁଗ୍ମ ବୈଠକ ପାଇଁ ସହମତ ହୋଇଥିଲେ ।
ଅଶୋଧିତ ତୈଳ ମୂଲ୍ୟର ଦ୍ରୁତ ପରିବର୍ତନ ଉପରେ ମଧ୍ୟ ଦୁଇ ମନ୍ତ୍ରୀ ଆଲୋଚନା କରିଥିଲେ । ଶ୍ରୀଯୁକ୍ତ ପ୍ରଧାନ ମୂଲ୍ୟ ଦ୍ରୁତ ପରିବର୍ତନରେ ଭାରତୀୟ ଗ୍ରାହକଙ୍କ ଉପରେ ପଡୁଥିବା ପ୍ରଭାବ ଉପରେ ଆମେରିକାର ଉର୍ଜା ମନ୍ତ୍ରୀଙ୍କୁ ଅବଗତ କରାଇବା ସହ ବିଶ୍ୱ ତୈଳ ମୂଲ୍ୟକୁ ସ୍ଥିର ରଖିବାରେ ଆମେରିକାର ଭୂମିକା ନେଇ ଆଲୋଚନା କରିଥିଲେ ।
ତୈଳ ଓ ଗ୍ୟାସ କ୍ଷେତ୍ରରେ ଆମେରିକା ଭାରତ ପାଇଁ ଏକ ଯୋଗାଣକାରୀ ଦେଶ ହେବା ସମ୍ବନ୍ଧରେ ଦୁଇ ମନ୍ତ୍ରୀ ଆଲୋଚନା କରିଥିଲେ ।

ଉର୍ଜା କ୍ଷେତ୍ରରେ ଦୁଇ ଦେଶ ମିଳିତ ଭାବେ କାମ କରିବା ପାଇଁ ଉଭୟ ସହମତି ପ୍ରକାଶ କରିଥିଲେ ।

Categories
INTERNATIONAL

RELATED BY

  • ଭୂଟାନରେ ରୂପେ କାର୍ଡର ଶୁଭାରମ୍ଭ

    ଭୂଟାନ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ସବୁ କାର୍ଯ୍ୟ ଓ ଘୋଷଣା କଲେ ।  ଦକ୍ଷିଣ ଏସିଆ ଉପଗ୍ରହ ଆର୍ଥ ଷ୍ଟେସନ ଉଦଘାଟିତ ।  ଭୂଟାନରେ ରୂପେ କାର୍ଡର ଶୁଭାରମ୍ଭ ।  ମାସିକ ଏଲପିଜି ଯୋଗାଣ ୭୦୦ରୁ...
  • ମସ୍କୋରେ ଖୋଲିବ ଇସ୍ରୋ ବୈଷୟିକ ସହାୟକ ୟୁନିଟ 

    ରୁଷର ମସ୍କୋଠାରେ ଇସ୍ରୋ ବୈଷୟିକ ସହାୟକ ୟୁନିଟ (ଆଇଟିଏଲୟୁ) ଖୋଲିବା ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛନ୍ତି । ଆର୍ଥିକ ବ୍ୟବସ୍ଥା : – ରୁଷର ମସ୍କୋରେ ଖୋଲାଯିବାକୁ ଥିବା ଆଇଟିଏଲୟୁରେ...
  • କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ସାଉଦି ଆରବର ଶକ୍ତି ମନ୍ତ୍ରୀଙ୍କ ମଧ୍ୟରେ ସାକ୍ଷାତ ଆଲୋଚନା

    ନୂଆଦିଲ୍ଲୀ: କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ଦିନ ସାଉଦି ଆରବର ଶକ୍ତି ମନ୍ତ୍ରୀ ଖାଲିଦ ଅଲଫଲିଙ୍କ ସହ ସାକ୍ଷାତ କରିଛନ୍ତି । ଏହି ସାକ୍ଷାତ ଆଲୋଚନା ସମୟରେ ଉଭୟ ଦେଶ ମଧ୍ୟରେ ବିଶେଷ...
  • ବିଶ୍ୱ ନବସୃଜନ ସୂଚକାଙ୍କ-୨୦୧୯ରେ ଭାରତକୁ ୫୨ତମ ସ୍ଥାନ

    ଆଜି ନୂଆଦିଲ୍ଲୀଠାରେ କେନ୍ଦ୍ର ବାଣିଜ୍ୟ ଓ ଉଦ୍ୟୋଗ ଏବଂ ରେଳ ମନ୍ତ୍ରୀ ପୀୟୂଷ ଗୋଏଲ, ବିଶ୍ୱ ନବସୃଜନ ସୂଚକାଙ୍କ (ଜିଆଇଆଇ-ଗ୍ଲୋବାଲ ଇନୋଭେସନ ଇଣ୍ଡେକ୍ସ)କୁ ଉନ୍ମୋଚନ କରିଛନ୍ତି । ଏହି ସୂଚକାଙ୍କରେ ଭାରତ ଗତବର୍ଷ ୫୭ତମ ସ୍ଥାନରେ ଥିବା ବେଳେ ଏଥର...