ନୂଆ ଜିଏସଟି ରିଟର୍ଣ୍ଣ ପାଇଁ ଟ୍ରାଞ୍ଜିସନ ପ୍ଲାନ

ଫର୍ମ ଜିଏସଟିଆର-ତିନି ବି ସମ୍ପୂର୍ଣ୍ଣ ଭାବେ ହଟିଯିବ

ଟିକସଦାତାମାନଙ୍କୁ ସୁବିଧା ପ୍ରଦାନ କରିବା ଲାଗି ଜିଏସଟି ପରିଷଦର ୩୧ତମ ବୈଠକରେ ନୂଆ ଜିଏସଟି ରିଟର୍ଣ୍ଣ ବ୍ୟବସ୍ଥା ପ୍ରଚଳନ କରିବା ଲାଗି ନିଷ୍ପତି ନିଆଯାଇଛି । ନୂଆ ରିଟର୍ଣ୍ଣ ବ୍ୟବସ୍ଥାରେ ଟ୍ରାଞ୍ଜିସନକୁ ସରଳ କରିବା ଲାଗି ଏକ ଟ୍ରାଞ୍ଜିସନ ଯୋଜନା ପ୍ରସ୍ତୁତ କରାଯାଇଛି । ସାଙ୍କେତିକ ଟ୍ରାଞ୍ଜିସନ ଯୋଜନାର ବିବରଣୀ ନିମ୍ନରେ ଦିଆଗଲା:-

୧. ବ୍ୟବହାରକାରୀମାନଙ୍କୁ ପ୍ରାରମ୍ଭିକ ସୂଚନା ଓ ଅନୁଭବ ଦେବା ଲାଗି ସାଧାରଣ ପୋର୍ଟାଲରେ ଅଫଲାଇନ ଟୁଲର ଏକ ପ୍ରତିକାତ୍ମକ ଅଫଲାଇନ ଟୁଲ ଶେୟାର କରାଯାଇଛି । ଅନଲାଇନ ପୋର୍ଟାଲ ଭଳି ଅଫଲାଇନ ଟୁଲର ପ୍ରଦର୍ଶନ ଏବଂ ଅନୁଭବ ସମାନ ରହିବ । ଟିକସଦାତାମାନେ ସଚେତନ ହେବା ଆବଶ୍ୟକ ଯେ ନୂଆ ରିଟର୍ଣ୍ଣ ବ୍ୟବସ୍ଥାରେ ୩ଟି ମୁଖ୍ୟ ଉପାଦାନ ରହିଛି- ଗୋଟିଏ ମୁଖ୍ୟ ରିଟର୍ଣ୍ଣ (ଫର୍ମ ଜିଏସଟି ଆରଇଟି-୧) ଏବଂ ଦୁଇଟି ଆନେକ୍ସଚର (ଫର୍ମ ଜିଏସଟି ଆନେକ୍ସ-୧ ଏବଂ ଫର୍ମ ଜିଏସଟି ଆନେକ୍ସ-୨) ।

୨. ଜୁଲାଇ ୨୦୧୯ଠାରୁ, ବ୍ୟବସ୍ଥା ସମ୍ପର୍କରେ ପରିଚିତ ହେବା ଲାଗି ବ୍ୟବହାରକାରୀମାନେ ଫର୍ମ ଜିଏସଟି ଆନେକ୍ସଚର-୧ ଅଫଲାଇନ ଟୁଲକୁ ଉପଯୋଗ କରି ପରୀକ୍ଷାମୂଳକ ଭାବେ ଇନଭଏସ ଅପଲୋଡ କରିବାରେ ସକ୍ଷମ ହେବେ । ଆହୁରି, ପରୀକ୍ଷାମୂଳକ କାର୍ଯ୍ୟକ୍ରମ ଅନ୍ତର୍ଗତ ଫର୍ମ ଜିଏସଟି ଆନେକ୍ସଚର-୨ ଅଫଲାଇନ ଟୁଲର ଉପଯୋଗ କରି ଇନଭଏସର ଅନ୍ତର୍ମୂଖୀ ଯୋଗାଣକୁ ଦେଖିପାରିବେ ତଥା ଡାଉନଲୋଡ କରିପାରିବେ । କମନ ପୋର୍ଟାଲରେ ଅନଲାଇନରେ ଅର୍ନ୍ତମୁଖୀ ଇନଭଏସ ଯୋଗାଣର ବିବରଣୀ ମଧ୍ୟ ଦେଖିବା ପାଇଁ ଉପଲବ୍ଧ ହେବ । ସେମାନେ ମଧ୍ୟ ନିଜର କ୍ରୟ ରେଜିଷ୍ଟର ଅଫଲାଇନ ଟୁଲରେ ହାସଲ କରିବାରେ ସକ୍ଷମ ହୋଇପାରିବେ ଏବଂ ଏହାକୁ ଅଗଷ୍ଟ ୨୦୧୯ଠାରୁ ଡାଉନଲୋଡ ହୋଇଥିବା ଅନ୍ତର୍ମୁଖୀ ଇନଭଏସ ଯୋଗାଣ ସହ ମିଶାଇ ଅମେଳକୁ ଠାବ କରିପାରିବେ ।

୩. ଜୁଲାଇରୁ ସେପ୍ଟେମ୍ବର ୨୦୧୯ ମଧ୍ୟରେ (ତିନି ମାସ ପାଇଁ) ନୂଆ ରିଟର୍ଣ୍ଣ ବ୍ୟବସ୍ଥା (କେବଳ ଆନେକ୍ସ-୧ ଏବଂ ଆନେକ୍ସ-୨) ନୂଆ ବ୍ୟବସ୍ଥା ସହ ପରିଚିତ ହେବା ଲାଗି ପରୀକ୍ଷାମୂଳକ ଭାବେ ଟିକସଦାତାଙ୍କ ପାଇଁ ଉପଲବ୍ଧ ହେବ । ତେବେ ଏହି ପରୀକ୍ଷାମୂଳକ ଉପଯୋଗିତା ଟିକସଦାତାଙ୍କ ଟିକସ ଦେୟତା ଏବଂ ଇନପୁଟ ଟ୍ୟାକ୍ସ କ୍ରେଡିଟ ଉପରେ କୌଣସି ପ୍ରଭାବ ପକାଇବ ନାହିଁ ।

ଏହି ସମୟ ମଧ୍ୟରେ, ଫର୍ମ ଜିଏସଟିଆର-୧ ଏବଂ ଫର୍ମ ଜିଏସଟିଆର-୩ବି କୁ ପୂରଣ କରି ଟିକସଦାତାମାନେ ସେମାନଙ୍କ ଅନୁପାଳନକୁ ସମ୍ପୂର୍ଣ୍ଣ କରିପାରିବେ; ଯଥା – ଟିକସଦାତାମାନେ ଫର୍ମ ଜିଏସଟିଆର-୧ରେ ସେମାନଙ୍କ ବାହ୍ୟ ଯୋଗାଣ ବିବରଣୀ ମାସିକ/ତ୍ରୈମାସିକ ଭିତିରେ ଏବଂ ମାସିକ ଭିତିରେ ଫର୍ମ ଜିଏସଟିଆର-୩ ବିରେ ରିଟର୍ଣ୍ଣ ଦାଖଲ କରିବା ଜାରି ରଖିପାରିବେ । ଏସବୁ ରିଟର୍ଣ୍ଣ ଫାଇଲ ନକଲେ ଜିଏସଟି ଆଇନ ଅନୁଯାୟୀ ଦଣ୍ଡବିଧାନ କରାଯିବ ।

୪. ଅକ୍ଟୋବର, ୨୦୧୯ ପରଠାରୁ, ଫର୍ମ ଜିଏସଟି ଆନେକ୍ସ-୧ ବାଧ୍ୟତାମୂଳକ ହୋଇଯିବ ଏବଂ ଫର୍ମ ଜିଏସଟିଆର-୧ ସ୍ଥାନରେ ଫର୍ମ ଜିଏସଟି ଆନେକ୍ସ-୧ ପ୍ରଚଳିତ ହେବ

। ବୃହତ ଟିକସଦାତା (ଯେଉଁ ଟିକସଦାତାମାନଙ୍କ ବାର୍ଷିକ କାରବାର ବିଗତ ଆର୍ଥିକ ବର୍ଷରେ ୫କୋଟିରୁ ଅଧିକ) ମାନେ ସେମାନଙ୍କ ମାସିକ ଫର୍ମ ଜିଏସଟି ଆନେକ୍ସ-୧ ଅକ୍ଟୋବର, ୨୦୧୯ ଠାରୁ ଅପଲୋଡ୍ କରିପାରିବେ । ତେବେ, କ୍ଷୁଦ୍ର ଟିକସଦାତା(ଯେଉଁମାନଙ୍କ ବାର୍ଷିକ କାରବାର ବିଗତ ଆର୍ଥିକ ବର୍ଷରେ ହାରାହାରି ୫ କୋଟି ଟଙ୍କା ପର୍ଯ୍ୟନ୍ତ)ମାନଙ୍କ ଦ୍ୱାରା ଅପଲୋଡ କରାଯିବାକୁ ଥିବା ପ୍ରଥମ ବାଧ୍ୟତାମୂଳକ ତ୍ରୈମାସିକ ଫର୍ମ ଜିଏସଟି ଆନେକ୍ସ-୧ ଅକ୍ଟୋବରରୁ ଡିସେମ୍ବର ୨୦୧୯ ତ୍ରୈମାସ ପାଇଁ ଜାନୁଆରୀ ୨୦୨୦ରେ ଉପଯୋଗୀ ହେବ ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଇନଭଏସ ଇତ୍ୟାଦି, ଫର୍ମ ଜିଏସଟି ଆନେକ୍ସ-୧ରେ ବୃହତ ଏବଂ କ୍ଷୁଦ୍ର ଟିକସଦାତାମାନଙ୍କ ଦ୍ୱାରା ଅକ୍ଟୋବର, ୨୦୧୯ ପରଠାରୁ ନିରନ୍ତର ଭାବେ ଅପଲୋଡ କରାଯାଇପାରିବ ।

ଫର୍ମ ଜିଏସଟି ଆନେକ୍ସ-୨ ଏହି ଅବଧି ମଧ୍ୟରେ ସମାନ୍ତରାଳ ଭାବେ ଦେଖି ହେବ କିନ୍ତୁ ଏହି ଫର୍ମ ଜିଏସଟି ଆନେକ୍ସ-୨ରେ କୌଣସି କାର୍ଯ୍ୟ କରିହେବ ନାହିଁ ।

ଅକ୍ଟୋବର ଏବଂ ନଭେମ୍ବର ୨୦୧୯ ପାଇଁ, ବୃହତ ଟିକସଦାତାମାନେ ମାସିକ ଭିତିରେ ଫର୍ମ ଜିଏସଟିଆର-୩ବି ଦାଖଲ ଜାରି ରଖିପାରିବେ । ସେମାନେ ୨୦ ଜାନୁଆରୀ ୨୦୨୦ ସୁଦ୍ଧା ଡିସେମ୍ବର, ୨୦୧୯ ପାଇଁ ସେମାନଙ୍କ ପ୍ରଥମ ଫର୍ମ ଜିଏସଟି ଆରଇଟି-୦୧ ଦାଖଲ କରିବେ ।

୧. ଅକ୍ଟୋବର ୨୦୧୯ ପରଠାରୁ କ୍ଷୁଦ୍ର ଟିକସଦାତାମାନେ ଫର୍ମ ଜିଏସଟିଆର-୩ବି ଦାଖଲ କରିବା ବନ୍ଦ କରିବେ ଏବଂ ଫର୍ମ ଜିଏସଟି ପିଏମଟି-୦୮ ଦାଖଲ କରିବା ଆରମ୍ଭ କରିପାରିବେ ।

ଜାନୁଆରୀ ୨୦, ୨୦୨୦ଠାରୁ ଅକ୍ଟୋବରରୁ ଡିସେମ୍ବର ୨୦୧୯ ତ୍ରୈମାସ ପାଇଁ ସେମାନେ ସେମାନଙ୍କ ପ୍ରଥମ ଫର୍ମ ଜିଏସଟି ଆରଇଟି-୦୧ ଦାଖଲ କରିବେ ।

୨. ଜାନୁଆରୀ, ୨୦୨୦ ପରଠାରୁ ସମସ୍ତ ଟିକସଦାତା ଫର୍ମ ଜିଏସଟି ଆରଇଟି-୦୧ ଫାଇଲ କରିବେ ଏବଂ ଫର୍ମ ଜିଏସଟିଆର-ତିନି ବି ସମ୍ପୂର୍ଣ୍ଣ ଭାବେ ହଟିଯିବ ।

ଅକ୍ଟୋବରରୁ ଡିସେମ୍ବର ୨୦୧୯ ମଧ୍ୟରେ ରିଫଣ୍ଡ ଆବେଦନର ଦାଖଲ ଏବଂ ପ୍ରକ୍ରିୟାକରଣ ପାଇଁ ଭିନ୍ନ ନିର୍ଦ୍ଦେଶାବଳୀ ଜାରି କରାଯିବ ।

Categories
BUSINESS

RELATED BY

  • ୧୩ ହଜାର କୋଟି ଟଙ୍କା ପୁଞ୍ଜି ନବେଶ କରି ୨୬୫୦ କିମିର ଗ୍ୟାସ୍ ଗ୍ରୀଡ୍ ନେଟୱାର୍କ ପ୍ରସ୍ତୁତ କରାଯିବ

    ଭୁବନେଶ୍ୱର:ଝାଡଖଣ୍ଡରେ ଆଜି ଏକ ଐତିହାସିକ ଦିନ କାରଣ ରାଜ୍ୟରେ ପରିବେଶ ସହଯୋଗୀ ପିଏନଜି ଏବଂ ସିଏନଜି ଗ୍ୟାସ୍ ପାଇବାର ଥିବା ଲୋକଙ୍କ ସ୍ୱପ୍ନ ପୂରଣ ହୋଇଛି ବୋଲି ଝାଡଖଣ୍ଡର ରାଞ୍ଚି ଠାରେ ଶୁକ୍ରବାର ପିଏମ୍ ଉର୍ଜା ଗଙ୍ଗା ପ୍ରକଳ୍ପ ଅଧୀନରେ...
  • ଇସ୍ପାତ ଉତ୍ପାଦନ ବୃଦ୍ଧି ପାଇଁ ନୂଆ ରୋଡମ୍ୟାପ୍

    ନୂଆଦିଲ୍ଲୀ: ଇସ୍ପାତର ଦ୍ରୁତ ଚାହିଦା ପରିପ୍ରକ୍ଷୀରେ ବୁଧବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଇସ୍ପାତ୍ ମନ୍ତ୍ରାଳୟର ବରିଷ୍ଠ ଅଧିକାରୀ, ଯୁଗ୍ମ ପ୍ଲାଂଟ୍ କମିଟି ଏବଂ ସିଆର୍ଆଇଏସ୍ଆଇଏଲ୍ର ପ୍ରମୁଖ ଅଧିକାରୀ...
  • ଓଡ଼ିଶାରେ ଜିଓ ଗ୍ରାହକ ସଂଖ୍ୟା ୧ କୋଟି ଟପିଲା

    ଭୁବନେଶ୍ୱର: ଏକ ଉଲ୍ଲେଖନୀୟ ସଫଳତା ପୂର୍ବକ ଦେଶର ଦ୍ରୁତ ଅଭିବୃଦ୍ଧିଶୀଳ ଓ ଏବେ ଦେଶର ସର୍ବବୃହତ ମୋବାଇଲ ସେବା ପ୍ରଦାନକାରୀ ହୋଇଥିବା ରିଲାଏନ୍ସ ଜିଓର ଓଡ଼ିଶା ଟେଲିକମ ସର୍କଲରେ ଗ୍ରାହକ ସଂଖ୍ୟା ୧୦ ନିୟୁତରୁ (୧ କୋଟି) ଅଧିକ ହୋଇଥିବା...
  • ଅଚାନକ ଖଦି ବୋର୍ଡ ପରିଦର୍ଶନ

    ଭୁବନେଶ୍ୱର: ଶକ୍ତି, ଶିଳ୍ପ, ଏମ୍‌ଏସ୍‌ଏମ୍‌ଇ, ଗୃହ ମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟ ଶଙ୍କର ମିଶ୍ର ଆଜି  ଓଡ଼ିଶା ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡ କାର୍ଯ୍ୟାଳୟକୁ ଅପ୍ରତ୍ୟାଶିତ ପରିଦର୍ଶନ କରିଥିଲେ । ପରିଦର୍ଶନ ସମୟରେ ଖଦି ବୋର୍ଡର ସଚିବ ଶ୍ରୀ ସରୋଜ କୁମାର...