ଟ୍ରିପଲ ତଲାକକୁ ନିଷେଧ କରି ମୁସଲିମ୍ ମହିଳାଙ୍କ ଅଧିକାର ସୁରକ୍ଷା ପ୍ରୟାସ

ଆଗାମୀ ସଂସଦ ଅଧିବେଶନରେ ଉପସ୍ଥାପିତ ହେବ ବିଲ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ଏନଡିଏ ସରକାରଙ୍କ ମୂଳ ଲକ୍ଷ୍ୟ ହେଉଛି “ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ’ । ଏହି ନୀତି ତଥା ଜନସାଧାରଣଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବାକୁ ଯାଇ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ମୁସଲିମ ମହିଳା (ବିବାହ ଅଧିକାର ସୁରକ୍ଷା) ବିଲ, ୨୦୧୯କୁ ଅନୁମୋଦନ କରିଛନ୍ତି । ଏହି ବିଲ ପୂର୍ବରୁ ଆଗତ ମୁସଲିମ ମହିଳା (ବିବାହ ଅଧିକାର ସୁରକ୍ଷା) ଦ୍ୱିତୀୟ ଅଧ୍ୟାଦେଶ, ୨୦୧୯ (୨୦୧୯ର ଆଦେଶନାମା ୪)ର ସ୍ଥାନ ନେବ ।

ପ୍ରଭାବ :

ଏହି ବିଲ ମୁସଲିମ ମହିଳାଙ୍କ ପାଇଁ ଲିଙ୍ଗଗତ ସମାନତା ଏବଂ ଲିଙ୍ଗଗତ ନ୍ୟାୟ ସୁନିଶ୍ଚିତ କରିବ । ଏହି ବିଲ ମଧ୍ୟ ବିବାହିତ ମୁସଲିମ ମହିଳାଙ୍କ ଅଧିକାରକୁ ସୁରକ୍ଷା ଦେବାରେ ସହାୟକ ହେବା ସହିତ ସେମାନଙ୍କ ପତିଙ୍କ ଦ୍ୱାରା “ତଲାକ ଇ ବିଦ୍ଦାତ’ ଜରିଆରେ ଦିଆଯାଉଥିବା ଛାଡ଼ପତ୍ରକୁ ନିଷିଦ୍ଧ କରିବ ।

ପରିଣାମ :

ଏହି ବିଲରେ ଟ୍ରିପଲ ତଲାକର ପ୍ରଚଳନକୁ ଅବୈଧ ଏବଂ ବେଆଇନ ଘୋଷଣା କରିବାର ବ୍ୟବସ୍ଥା ରହିଛି । ଏହାର ଉଲ୍ଲଙ୍ଘନ ହେଲେ ତିନି ବର୍ଷର ଦଣ୍ଡବିଧାନ ଏବଂ ଜରିମାନାର ବ୍ୟବସ୍ଥା ରହିଛି । ଏହାଛଡ଼ା ବିବାହିତ ମୁସଲିମ ମହିଳା ଏବଂ ତାଙ୍କ ଉପରେ ନିର୍ଭରଶୀଳ ପିଲାଙ୍କୁ ଆର୍ଥିକ ଭରଣପୋଷଣ ଦେବାର ବ୍ୟବସ୍ଥା ମଧ୍ୟ ଏହି ବିଲ୍  ରେ ରହିଛି ।

ଅପରାଧ କ୍ଷେତ୍ରରେ ପୋଲିସ ହସ୍ତକ୍ଷେପର ବ୍ୟବସ୍ଥା ମଧ୍ୟ ଏହି ପ୍ରସ୍ତାବିତ ବିଲ୍ ରେ ରହିଛି । ଅପରାଧ ଘଟିବା କ୍ଷେତ୍ରରେ ପୀଡ଼ିତା ମୁସଲିମ ମହିଳା କିମ୍ବା ତାଙ୍କ ସହ ରକ୍ତ ସମ୍ପର୍କ ଅଥବା ବୈବାହିକ ସମ୍ପର୍କ ଥିବା କୌଣସି ବ୍ୟକ୍ତି ଏ ସମ୍ପର୍କରେ ଦାୟିତ୍ୱରେ ଥିବା ପୋଲିସ ଅଧିକାରୀଙ୍କୁ ସୂଚିତ କଲେ ପୋଲିସ ନିଜ ଆଡ଼ୁ ମାମଲା ରୁଜୁ କରିପାରିବ ।

ଟ୍ରିପଲ ତଲାକରେ ପୀଡ଼ିତ ମୁସଲିମ ମହିଳା ମାଜିଷ୍ଟ୍ରେଟଙ୍କ ଅନୁମତି ନେଇ ମାମଲାକୁ ବିଚାରଯୋଗ୍ୟ ଭାବେ ଗ୍ରହଣ କରିପାରିବେ ବୋଲି ବିଲରେ ବ୍ୟବସ୍ଥା ରହିଛି ।

ଏହାଛଡ଼ା ଟ୍ରିପଲ ତଲାକ ପାଇଥିବା ବିବାହିତା ମୁସଲିମ ମହିଳାଙ୍କ ସମ୍ମୁଖରେ ଅଭିଯୁକ୍ତର ଜାମିନ ଆବେଦନ ବିଚାରପତି ଶୁଣାଣି କରିବାର ବ୍ୟବସ୍ଥା ମଧ୍ୟ ବିଲରେ ରହିଛି ।

ମୁସଲିମ ମହିଳା (ବିବାହ ଅଧିକାର ସୁରକ୍ଷା) ବିଲ, ୨୦୧୯ ପୂର୍ବରୁ ଆଗତ ମୁସଲିମ ମହିଳା (ବିବାହ ଅଧିକାର ସୁରକ୍ଷା) ଦ୍ୱିତୀୟ ଅଧ୍ୟାଦେଶ ଧାରାରେ ପ୍ରସ୍ତୁତ କରାଯାଇଛି ।

Categories
LIFE

RELATED BY

  • Late Utkalmani Pandit Gopabandhu Das

    Chief Minister Shri Naveen Patnaik tribute to the statue of Late Utkalmani Pandit Gopabandhu Das on occasion of  91st Shradhotsav at OLA Premises on 2-7-2019....
  • ସ୍ୱର୍ଗତଃ ମୁଖାର୍ଜୀଙ୍କ ବିଚାରଧାରାକୁ ନେଇ ବିଜେପି ଦେଶବାସୀଙ୍କ ସେବା କରୁଛି : ଧର୍ମେନ୍ଦ୍ର

    ଭୁବନେଶ୍ୱର: ଆଜି ସ୍ୱର୍ଗତଃ ଡ. ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ପୂଣ୍ୟତିଥୀ । ଏହି ଅବସରରେ ରାଜ୍ୟ ସଭାପତି ବସନ୍ତ ପଣ୍ଡା, ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀଙ୍କ ସମେତ ବିଜେପି ନେତୃବୃନ୍ଦ ସତସଙ୍ଗ ବିହାରସ୍ଥିତ ଡ. ଶ୍ୟାମ...
  • ପଣ୍ଡିତ ଜବାହରଲାଲ ନେହେରୁଙ୍କ ଶ୍ରାଦ୍ଧ ଦିବସ ପାଳିତ

    ଭୁବନେଶ୍ୱର: ଆଜି ଓଡିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ସ୍ୱାଧିନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଭାରତରତ୍ନ ପଣ୍ଡିତ ଜବାହରଲାଲ ନେହେରୁଙ୍କର ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ସକାଳେ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକଙ୍କ...
  • ଅଭୟାରଣ୍ୟକୁ ଫେରିଲେ ହରିଣ

    କୁହାଯାଏ ଯେ ପ୍ରାକୃତିକ ଦୁର୍ବିପାକର ସୂଚନା ଜୀବଜନ୍ତୁମାନେ ଆଗୁଆ ପାଇଥାନ୍ତି । ଯାହାକି ବାଲୁଖଣ୍ଡ ଅଭୟାରଣ୍ୟର ହରିଣମାନଙ୍କ କ୍ଷେତ୍ରରେ ପ୍ରମାଣିତ ହୋଇଛି । ସେଠାରେ ପ୍ରାକୃତିକ ପରିବେଶ ମଧ୍ୟରେ ପ୍ରାୟ ୪ ହଜାରରୁ ଅଧିକ ହରିଣ ଥିଲେ । ଯେଉଁଥିପାଇଁ...
WhatsApp chat