ଆଇନରେ ବ୍ୟବସ୍ଥା ନଥିଲେ ଆଧାର ନମ୍ବର ଦେବା ଲାଗି କୌଣସି ବ୍ୟକ୍ତିକୁ ବାଧ୍ୟ କରାଯାଇପାରିବ ନାହିଁ

ଆଧାର ବିଲ, ୨୦୧୯କୁ କ୍ୟାବିନେଟ ମଞ୍ଜୁରି

ସାଧାରଣ ଲୋକଙ୍କ ପାଇଁ ଆଧାରକୁ ଅଧିକ ଅନୁକୂଳ କରିବା ଲାଗି କେନ୍ଦ୍ର ସରକାର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରୟାସ କରିଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଆଜି  ଆଧାର ଏବଂ ଅନ୍ୟାନ୍ୟ ଆଇନ (ସଂଶୋଧନ) ବିଲ, ୨୦୧୯”କୁ ମଞ୍ଜୁର କରିଛନ୍ତି ।

ଏହା ଆଧାର ଏବଂ ଅନ୍ୟାନ୍ୟ ଆଇନ (ସଂଶୋଧନ) ଅଧ୍ୟାଦେଶ, ୨୦୧୯ର ସ୍ଥାନ ନେବ ।

ସଂଶୋଧିତ ପ୍ରସ୍ତାବଗୁଡ଼ିକ ୨ ମାର୍ଚ୍ଚ, ୨୦୧୯ରେ ରାଷ୍ଟ୍ରପତିଙ୍କ ଦ୍ୱାରା ଜାରି କରାଯାଇଥିବା ଅଧ୍ୟାଦେଶ ପ୍ରସ୍ତାବ ଅନୁରୂପ ।

ଆଗାମୀ ସଂସଦ ଅଧିବେଶନରେ ଏହି ବିଲ ଆଗତ କରାଯିବ ।

ଆଧାରକୁ ଜନଉପଯୋଗୀ ଏବଂ ନାଗରିକ କୈନ୍ଦ୍ରିକ କରିବା ପ୍ରୟାସରେ ଏହି ନିଷ୍ପତି ଦୀର୍ଘସ୍ଥାୟୀ ସାବ୍ୟସ୍ତ ହେବ ବୋଲି ଆଶା କରାଯାଉଛି ।

= ଏହି ନିଷ୍ପତି ଦ୍ୱାରା ଜନସାଧାରଣଙ୍କ ସ୍ୱାର୍ଥ ପୂରଣ ଏବଂ ଆଧାର ଦୂରୁପଯୋଗ ରୋକିବା ଲାଗି ୟୁଆଇଡିଏଆଇକୁ ଅଧିକ ସୁଦୃଢ଼ ବ୍ୟବସ୍ଥା ମିଳିପାରିବ ।

= ଏହି ସଂଶୋଧନ ଫଳରେ, କୌଣସି ବ୍ୟକ୍ତିକୁ ଆଧାର ନମ୍ବର ଧାରଣ କରିବାର ପ୍ରମାଣ ଦେବା କିମ୍ବା ଏହି ଉଦ୍ଦେଶ୍ୟ ଲାଗି ପ୍ରାମାଣିକତା ଦେଇ ଗତି କରିବା ଲାଗି ବାଧ୍ୟ କରାଯାଇପାରିବ ନାହିଁ । କେବଳ ସଂସଦରେ ଆସିଥିବା ଆଇନର ବ୍ୟବସ୍ଥା ଅନୁଯାୟୀ ଆଧାର ତଥ୍ୟ ଦିଆଯିବ ।

= ଜନସାଧାରଣଙ୍କୁ ବ୍ୟାଙ୍କ ଆକାଉଂଟ ଖୋଲିବାରେ ସୁବିଧା ପ୍ରଦାନ କରିବା ଲାଗି, ସ୍ୱେଚ୍ଛାକୃତ ଭାବେ ଆଧାର ନମ୍ବର ଉପଯୋଗ କରିବା ଲାଗି ପ୍ରସ୍ତାବିତ ସଂଶୋଧନରେ ବ୍ୟବସ୍ଥା ରହିଛି । ଟେଲିଗ୍ରାଫ ଆଇନ ୧୮୮୫ ଏବଂ ବେଆଇନ ଅର୍ଥ କାରବାର ନିଷେଧ ଆଇନ, ୨୦୦୨ ଅଧୀନରେ ଏହାକୁ କେୱାଇସି ଡକ୍ୟୁମେଂଟ ଭାବେ ଗ୍ରହଣ କରାଯିବ ।

ସଂଶୋଧନରେ ରହିଥିବା ପ୍ରମୁଖ ବିଶେଷତ୍ୱ ନିମ୍ନରେ ଦିଆଗଲା-

• ପ୍ରାମାଣୀକରଣ କିମ୍ବା ଅଫଲାଇନ ଯାଂଚ ନିମନ୍ତେ ଆଧାର ନମ୍ବର ଦେବା ଲାଗି ଆଧାରନମ୍ବରଧାରୀଙ୍କୁ ଇଚ୍ଛାଧୀନ ଅଧିକାର ପ୍ରଦାନ

• ଜଣେ ବ୍ୟକ୍ତିଙ୍କ ବାସ୍ତବ ଆଧାର ନମ୍ବର ଲୁଚାଇବା ପାଇଁ ୧୨ ସଂଖ୍ୟା ବିଶିଷ୍ଟ ଆଧାର ନମ୍ବର ଏବଂ ବିକଳ୍ପ ଭର୍ଚୁଆଲ ପରିଚୟ ଉପଯୋଗ କରିବାର ବ୍ୟବସ୍ଥା

• ୧୮ ବର୍ଷରେ ଉପନୀତ ହେବା ପରେ ଆଧାର ନମ୍ବର ବାତିଲ କରିବା ଲାଗି ଆଧାର ନମ୍ବରଧାରୀ ଶିଶୁଙ୍କ ପାଇଁ ବିକଳ୍ପ ବ୍ୟବସ୍ଥା

• କର୍ତୃପକ୍ଷଙ୍କ ଦ୍ୱାରା ବିଶେଷ ଭାବେ ଦିଆଯାଇଥିବା ଗୋପନୀୟତା ଏବଂ ସୁରକ୍ଷା ମାନକକୁ ପାଳନ କରୁଥିବା କ୍ଷେତ୍ରରେ ସଂସ୍ଥାଗୁଡ଼ିକ କେବଳ ଆଧାରର ପ୍ରାମାଣୀକରଣ କରିପାରିବେ । ତେବେ ଏହି ପ୍ରମାଣୀକରଣ ସଂସଦର କୌଣସି ଆଇନ ଏବଂ କିମ୍ବା କେନ୍ଦ୍ର ସରକାରଙ୍କ ଦ୍ୱାରା ରାଜ୍ୟର ସ୍ୱାର୍ଥ ପାଇଁ ଅନୁମୋଦନ ଆଧାରରେ ହେବା ଆବଶ୍ୟକ

• ଟେଲିଗ୍ରାଫ ଆଇନ ୧୮୮୫ ଏବଂ ବେଆଇନ ଅର୍ଥ କାରବାର ନିଷେଧ ଆଇନ, ୨୦୦୨ ଅଧୀନରେ ଏହାକୁ କେୱାଇସି ଡକ୍ୟୁମେଂଟ ଭାବେ ଉପଯୋଗ କରିବା ଲାଗି ଇଚ୍ଛାଧୀନ ଭାବେ ଆଧାରର ପ୍ରାମାଣିକରଣ କରାଯାଇପାରିବ

• ଘରୋଇ ସଂସ୍ଥା ଦ୍ୱାରା ଆଧାରର ଉପଯୋଗ ସଂକ୍ରାନ୍ତ ଆଧାର ଆଇନର ଧାରା ୫୭ ଉଚ୍ଛେଦ

• ଭାରତୀୟ ବିଶିଷ୍ଟ ପରିଚୟ ପତ୍ର ପ୍ରାଧିକରଣ ପାଣ୍ଠି ପ୍ରତିଷ୍ଠା ଲାଗି ବ୍ୟବସ୍ଥା

• ଆଧାର ବ୍ୟବସ୍ଥାରେ ଆଧାର ଆଇନ ଏବଂ ବ୍ୟବସ୍ଥାର ଉଲ୍ଲଙ୍ଘନ କ୍ଷେତ୍ରରେ ଦଣ୍ଡବିଧାନ, ବିଚାର ଏବଂ ଆବେଦନର ବ୍ୟବସ୍ଥା ।

Categories
KNOWLEDGE

RELATED BY

  • ଜେ.ଏନ୍.ୟୁ ବିଶ୍ୱବିଦ୍ୟାଳୟରୁ ପି.ଏଚ୍.ଡ଼ି ପାଇଲେ ଓଡ଼ିଆ ଝିଅ

    ନୂଆଦିଲ୍ଲୀ, (ଓ.ଏନ୍‍.ବ୍ୟୁରୋ) : ଓଡ଼ିଆ ଝିଅ ସୌମ୍ୟା ଶର୍ମିଷ୍ଠା ମଲ୍ଲିକ ଇତିମଧ୍ୟରେ ବିଶ୍ୱ ବିଖ୍ୟାତ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ, ନୂଆଦିଲ୍ଲୀରୁ ସମାଜ ବିଜ୍ଞାନରେ ଡ଼କ୍ଟର ଅଫ ପିଲୋସଫି ଡ଼ିଗ୍ରୀ ହାସଲ କରିଛନ୍ତି । ପି.ଏଚ୍.ଡ଼ି ରେ ତାଙ୍କର ସନ୍ଦର୍ଭଟି ହେଉଛି...
  • ଟଙ୍କାକୁ ଯେମିତି ସମସ୍ତେ ଭଲ ପାଅ,ସେହିପରି ଗାନ୍ଧୀଙ୍କ ବାଣୀ ଓ ଉପଦେଶକୁ ପାଳନ କର

    ମହାତ୍ମା ଗାନ୍ଧୀ ଆମର ଶକ୍ତି । ଗାନ୍ଧୀ ବିନା ଆମ ଦୈନନ୍ଦିନ ଜୀବନରେ ବଞ୍ଚିବା, ଚଳିବା କଷ୍ଟକର କହିଲେ ଅତ୍ୟୁକ୍ତି ହେବ ନାହିଁ । ଗାନ୍ଧୀ ଏହି ପରି ଜଣେ ମହାପୁରୁଷ ଭାରତ ବର୍ଷର ପ୍ରତ୍ୟେକ ବ୍ୟକ୍ତିଙ୍କ ପାଖରେ ଚିତ୍ର...
  • ଆରକେଏସ ଭଦୌରିଆ ପରବର୍ତୀ ବାୟୁ ସେନା ମୁଖ୍ୟ ହେବେ

    ଭାରତ ସରକାର ପରବର୍ତୀ ବାୟୁ ସେନା ମୁଖ୍ୟ ଭାବେ ବର୍ତମାନର ବାୟୁସେନା ଉପ ମୁଖ୍ୟ ଏୟାର ମାର୍ଶାଲ ଆରକେଏସ ଭଦୌରିଆ, ପିଭିଏସଏମ, ଏଭିଏସଏମ, ଭିଏମ, ଏଡିସିଙ୍କୁ ନିଯୁକ୍ତି ଦେଇଛନ୍ତି । ତାଙ୍କୁ ବର୍ତମାନର ବାୟୁ ସେନା ମୁଖ୍ୟ ଚିଫ ଏୟାର...
  • ବିଶ୍ୱ ନିର୍ବାଚନ ସଂସ୍ଥାନ ସଂଘର ଅଧ୍ୟକ୍ଷ ଦାୟିତ୍ୱ ନେଲେ ସୁନୀଲ ଆରୋରା

    ମୁଖ୍ୟ ନିର୍ବାଚନ ଆୟୁକ୍ତ  ସୁନୀଲ ଆରୋରା ଆଜି ବିଶ୍ୱ ନିର୍ବାଚନ ସଂସ୍ଥାନ ସଂଘ (ଏଡବ୍ଲୁଇବି)ର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ସେ ୨୦୧୯ରୁ ୨୦୨୧ ପର୍ଯ୍ୟନ୍ତ ଏହି ଦାୟିତ୍ୱରେ ରହିବେ । ଏଥି ସହିତ ରୋମାନିଆ ନିକଟରୁ...