ଭୁବନେଶ୍ୱରର ସମ୍ବିତ ବେହେରା ସର୍ବଭାରତୀୟ ଟପ୍ପର

ଅନୁସୂଚିତ ଜାତି ବର୍ଗରେ

ଆଜି ଜେଇଇ ଆଡଭାନ୍ସ ପ୍ରବେଶିକା ପରୀକ୍ଷା ଫଳ ପ୍ରକାଶ ପାଇଛି ।

ସର୍ବଭାରତୀୟସ୍ତରରେ ଚଳିତ ବର୍ଷ ଜେଇଇ ଆଡଭାନ୍ସର ପ୍ରଥମ ଏବଂ ଦ୍ୱିତୀୟ ପେପରରେ ମୋଟ ୧୬୧୩୧୯ ଜଣ ପ୍ରାର୍ଥୀ ପରୀକ୍ଷା ଦେଇଥିବା ବେଳେ ଏମାନଙ୍କ ମଧ୍ୟରୁ ୩୮୭୦୫ ଜଣ କୃତକାର୍ଯ୍ୟ ହୋଇଛନ୍ତି ।

କୃତକାର୍ଯ୍ୟ ହୋଇଥିବା ପିଲାମାନଙ୍କ ମଧ୍ୟରେ ୫୩୫୬ ଜଣ ଛାତ୍ରୀ ରହିଛନ୍ତି ।

ସେହିପରି କୃତକାର୍ଯ୍ୟ ହୋଇଥିବା ଛାତ୍ରଙ୍କ ସଂଖ୍ୟା ୫୩୫୬ ରହିଛି ।

ସାଧାରଣ ବର୍ଗରେ ୧୫୫୬୬, ସାଧାରଣ ଆର୍ଥିକ ଦୁର୍ବଳ ବର୍ଗରେ ୩୬୩୬, ଓବିସି ବର୍ଗରେ ୭୬୫୧ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଥିବା ବେଳେ ଏସସି ବର୍ଗରେ ୮୭୫୮ ଏବଂ ଏସଟି ବର୍ଗରେ ୩୦୯୪ ଜଣ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି ।

ଅନୁସୂଚିତ ଜାତି (ଏସସି) ବର୍ଗରେ ଭୁବନେଶ୍ୱରର ସମ୍ବିତ ବେହେରା ସର୍ବଭାରତୀୟ ସ୍ତରରେ ଶୀର୍ଷ ସ୍ଥାନ ହାସଲ କରିଛନ୍ତି ।

ମହାରାଷ୍ଟ୍ର ବଲାରପୁରର କାର୍ତିକେୟ ଚନ୍ଦ୍ରେଶ ଗୁପ୍ତା ସାମଗ୍ରୀକ ଭାବେ ଶୀର୍ଷ ର‌୍ୟାଙ୍କ ହାସଲ କରିଛନ୍ତି । ସେ ମୋଟ ୩୭୨ ମାର୍କରୁ ୩୪୬ ମାର୍କ ପାଇଛନ୍ତି ।

ଅନ୍ୟପକ୍ଷରେ ଗୁଜରାଟ ଅହମ୍ମଦାବାଦର ଶବନମ ସହାୟ ଛାତ୍ରୀଙ୍କ ମଧ୍ୟରେ ଶୀର୍ଷ ର‌୍ୟାଙ୍କ ପାଇଛନ୍ତି । ସେ ସାମଗ୍ରୀକ ଭାବେ ଦଶମ ର‌୍ୟାଙ୍କ ସହିତ ମୋଟ ୩୭୨ ମାର୍କ ମଧ୍ୟରୁ ୩୦୮ ମାର୍କ ପାଇଛନ୍ତି ।

ସର୍ବଭାରତୀୟସ୍ତରରେ ଛାତ୍ରଙ୍କ ମଧ୍ୟରେ କାର୍ତିକେୟଙ୍କ ପରେ ଶୀର୍ଷ ୪ଟି ର‌୍ୟାଙ୍କରେ ଥିବା ଛାତ୍ରମାନେ ହେଲେ ଆହ୍ଲାବାଦର ହିମାଂଶୁ ଗୌରବ ସିଂ, ନୂଆଦିଲ୍ଲୀର ଅର୍ଚ୍ଚିତ ବୁବନା, ତେଲଙ୍ଗାନା ମାଧପୁରର ଗିଲେଲା କାର୍ତିକେୟ, ବାଟ୍ଟେପଟି କାର୍ତିକେୟ ।

Newsroll
EDITOR
OFFICE