ଏଫ୍‌.ଆଇ.ଏଚ.ସିରିଜ୍‌ ଫାଇନାଲ

ମ୍ୟାନ ଅଫ୍‌ ଦି ମ୍ୟାଚ-ରମନ୍‌ଦୀପ ସିଂହ (ଭାରତ)

ଭୁବନେଶ୍ୱର:ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ୍‌ରେ ଇଣ୍ଟରନ୍ୟାସନାଲ୍‌ ହକି ଫେଡେରେସନ୍‌ (ଏଫ୍‌ଆଇଏଚ୍‌)ର ଅଲିମ୍ପିକ ଯୋଗ୍ୟତା ହାସଲ ନିମନ୍ତେ ହେଉଥିବା ଫାଇନାଲ ସିରିଜର ଆଜି ଅନ୍ତିମ ଦିବସରେ ନିମ୍ନମତେ ଫଳାଫଳ ଘୋଷିତ ହୋଇଛି ।

ଅନ୍ତିମ ଦିବସ: ୧୫ ଜୁନ୍‌, ୨୦୧୯

୧୫ଶ ମ୍ୟାଚ୍‌-ଜାପାନ ବନାମ ଯୁକ୍ତରାଷ୍ଟ୍ର ଆମେରିକା

ଫଳାଫଳ(ଗୋଲ ସ୍ଥିତି): ଜାପାନ-୦୪, ଯୁକ୍ତରାଷ୍ଟ୍ର ଆମେରିକା-୦୨
ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌:ଦାନିଏଲ୍‌ ୱିସିଲିଙ୍କ୍‌ (ଯୁକ୍ତରାଷ୍ଟ୍ର ଆମେରିକା)
ଫାଇନାଲ୍‌
ଭାରତ ବନାମ ଦକ୍ଷିଣ ଆଫି୍ରକା ସାଧାରଣତନ୍ତ୍ର
ଫଳାଫଳ (ଗୋଲ ସ୍ଥିତି)ଭାରତ-୦୫, ଦକ୍ଷିଣ ଆଫି୍ରକା ସାଧାରଣତନ୍ତ୍ର-୦୧
ମ୍ୟାନ ଅଫ୍‌ ଦି ମ୍ୟାଚ-ରମନ୍‌ଦୀପ ସିଂହ (ଭାରତ)

ଜାପାନ ବନାମ ଯୁକ୍ତରାଷ୍ଟ୍ର ଆମେରିକା ମ୍ୟାଚ୍‌ରେ ଉତ୍ତର ପ୍ରଦେଶ କ୍ରୀଡ଼ା ବିଭାଗ ନିର୍ଦ୍ଦେଶକ ଶ୍ରୀ ଆର୍‌.ପି. ସିଂହ ଖେଳାଳୀମାନଙ୍କୁ ସ୍ୱାଗତ କରିଥିବାବେଳେ ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ ମ୍ୟାନ ଅଫ୍‌ ଦି ମ୍ୟାଚ୍‌ଙ୍କୁ ପୁରସ୍କୃତ କରିଥିଲେ । ଫାଇନାଲ ଭାରତ ବନାମ ଦକ୍ଷିଣ ଆଫି୍ରକା ସାଧାରଣତନ୍ତ୍ର ମ୍ୟାଚ୍‌ରେ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଶ୍ରୀ ତୁଷାର କାନ୍ତି ବେହେରା ଖେଳାଳୀମାନଙ୍କୁ ସ୍ୱାଗତ କରିଥିବାବେଳେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଅସୀତ ତି୍ରପାଠୀ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ଙ୍କୁ ପୁରସ୍କୃତ କରିଥିଲେ । ଫାଇନାଲ ମ୍ୟାଚ୍‌ ପରେ ଅନୁଷ୍ଠିତ ଏକ ପ୍ରଭାବଶାଳୀ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ
ଯୋଗଦେଇଥିଲେ । ତାଙ୍କ ସହିତ ମନ୍ତ୍ରୀ ଡ. ଅରୁଣ କୁମାର ସାହୁ, ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାଶ, ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ଅଶୋକ କୁମାର ମୀନା, କ୍ରୀଡ଼ା ଓ ଯୁବସେବା ବିଭାଗ ଶାସନ ସଚିବ ଶ୍ରୀ ବିଶାଳ କୁମାର ଦେବ, ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ ଆର୍‌. ଭିନୀଲ କ୍ରୀଷ୍ଣ ଓ ଅନ୍ୟାନ୍ୟ ପଦାଧିକାରୀମାନେ ଉପସ୍ଥିତ ଥିଲେ ।

Categories
SPORTS
Newsroll

RELATED BY

  • ବିଜୁ ପଟ୍ଟନାୟକ କ୍ରୀଡା ସାହସିକତା ଓ ସମାଜସେବା ପୁରସ୍କାର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

     ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ସ୍ଥାନୀୟ ଜୟଦେବ ଭବନଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ବିଜୁ ପଟ୍ଟନାୟକ କ୍ରୀଡା ସାହସିକତା ଓ ସମାଜସେବା ପୁରସ୍କାର ପ୍ରଦାନ କରିଛନ୍ତି । କ୍ରୀଡା ପାଇଁ ପାରା ବ୍ୟାଡମିଣ୍ଟନରେ ବିଶ୍ୱ ଚମ୍ପିଆନସିପ ହାସଲ କରିଥିବା...
  • ଅଷ୍ଟମ ଦୂରଦର୍ଶୀ କ୍ରୀଡ଼ା ସମ୍ମାନ

    ଭୁବନେଶ୍ଵର : ସମ୍ବାଦଭିତ୍ତିକ ପତ୍ରିକା ଦୂରଦର୍ଶୀ ତରଫରୁ ଭୁବନେଶ୍ଵରସ୍ଥିତ ଇଡ଼କଲ୍ ଅଡିଟୋରିୟମ୍ ଠାରେ ଭାରତର ମହାନ କ୍ରୀଡ଼ାବିତ୍ ତଥା ହକି ଯାଦୁକର ମେଜର ଧ୍ୟାନଚାନ୍ଦଙ୍କ ୧୧୪ତମ ଜୟନ୍ତୀ ଓ ଜାତୀୟ କ୍ରୀଡ଼ା ଦିବସ ପାଳନ ଅବସରରେ ‘ଅଷ୍ଟମ’ ଦୂରଦର୍ଶୀ କ୍ରୀଡ଼ା...
  • ଇତିହାସ ରଚିଲେ,ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଲେ

    ଭୁବନେଶ୍ୱର: ଋଷିଆର କାଜାନ ସହରରେ ୪୫ତମ ବିଶ୍ୱ ଦକ୍ଷତା ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ଓଡ଼ିଶାର ଅଶ୍ୱଥ ନାରାୟଣ ଭାରତ ପାଇଁ ପ୍ରଥମ ଥର ସ୍ୱର୍ଣ୍ଣ ପଦକ ହାସଲ କରି ଇତିହାସ ରଚିଛନ୍ତି । ସି.ଭି. ରମଣ...
  • The World Champion

    The World Champion, Shuttler P.V. Sindhu meeting the Prime Minister, Shri Narendra Modi, in New Delhi on August 27, 2019. The Minister of State for Youth Affairs & Sports...