ବାଙ୍ଗାଲୋରରେ ତିନି ଠାକୁର ଗଜାନନ ବେଶରେ ଦର୍ଶନ ଦେଲେ

ଭକ୍ତ ଆଶୀର୍ବାଦ ନେଉଛନ୍ତି

ତିନି ଠାକୁର ମହାପ୍ରଭୁ ଶ୍ରୀ ଜଗନ୍ନାଥ, ସୁଭଦ୍ରା ଏବଂ ବଳଭଦ୍ରଙ୍କ ସ୍ନାନ ପୂର୍ଣ୍ଣିମା  ସବୁ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବାଙ୍ଗାଲୋରର ଆଗ୍ରା ସ୍ଥିତ ଜଗନ୍ନାଥ ମନ୍ଦିର ଠାରେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ଦେବ ସ୍ନାନ ତଥା ଗଜାନନ ବେଶ ଅନୁଷ୍ଟିତ ହୋଇଯାଇଛି । ମହାପ୍ରଭୁ ମଙ୍ଗଳବାର ଠାରୁ କିଛି ଦିନ ଅଣସର ଘରେ ରହିବେ । ଏହାପରେ ଜୁଲାଇ ୪ ତାରିଖ ଦିନ  ରଥଯାତ୍ରା / ଗୁଣ୍ଡିଚା ଯାତ୍ରା  ଆରମ୍ଭ  ହେବ ।   ବାଙ୍ଗାଲୋରରେ ରହୁଥିବା ଲକ୍ଷଲକ୍ଷ ପ୍ରବାସୀ ଓଡିଆ ଆଜି ତିନି ଠାକୁରଙ୍କୁ ସ୍ନାନ ବେଦିରେ ଦର୍ଶନ କରିବା ସହ ଆଶୀର୍ବାଦ ନେଉଥିବା ଦେଖିବାକୁ ମିଳୁଛି । ରଥ ଯାତ୍ରା ଦିନ ଲକ୍ଷ ଲକ୍ଷ ଲୋକ ଜନସମାଗମ ହେବ ହେବ ବୋଲି ଏବେ ଠାରୁ ଅନୁମାନ କରାଯାଉଛି । ରିପୋର୍ଟ: ଆଦେଶ ବସ୍ତିଆ

Categories
RELIGION

RELATED BY

  • ସୂର୍ଯ୍ୟଙ୍କୁ କେଉଁ ମାସରେ କେଉଁ ମନ୍ତ୍ରରେ ପୂଜା

    ବୈଶାଖ: ମନ୍ତ୍ର: ‘ଓଁ ତପନାଥାୟ ନମଃ’ ଫଳ:ସୁଖ ସମୃଦ୍ଧି, ଭାଗ୍ୟୋଦୟ, ମିତ୍ରପ୍ରାପ୍ତି । ଜ୍ୟେଷ୍ଠ: ମନ୍ତ୍ର: ‘ଓଁ ମିତ୍ରାୟ ନମଃ’ ଫଳ: କୁଷ୍ଠମୁକ୍ତି, ଶକ୍ତି ବୃଦ୍ଧି ଆଷାଢ଼: ମନ୍ତ୍ର: ‘ଓଁ ରବୟେ ନମଃ’ ଫଳ: ଦାରିଦ୍ର‌୍ୟ ଦୂର ହୁଏ, ନିରାମୟ...
  • ରଥଯାତ୍ରା ଆରମ୍ଭ

    ଆଜି ଠାରୁ ପୁରୀରେ ରଥଯାତ୍ରା ଆରମ୍ଭ ହୋଇଛି । ଏହା ପ୍ରାୟ ୯ ଦିନ ଧରି ଚାଲିବ । ମହାପ୍ରଭୁ ଜଗନ୍ନାଥ, ସୁଭଦ୍ରା ଏବଂ ବଳଭଦ୍ର ଆଜି ଭିନ୍ନ ଭିନ୍ନ ତିନୋଟି ରଥରେ ବସି ଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରିଛନ୍ତି...
  • ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ରଥଯାତ୍ରା ପ୍ରସ୍ତୁତି ବୈଠକ

    ଭୁବନେଶ୍ୱର: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରାରେ ପୁରୀଠାରେ ସୂଚନା ଓ ଲୋକସଂପର୍କ ବିଭାଗର ଅଂଶଗ୍ରହଣକୁ ଅଧିକ ତାତ୍ପର୍ଯ୍ୟପୂର୍ଣ୍ଣ କରିବାକୁ ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ ପରାମର୍ଶ ଦେଇଛନ୍ତି । ଆଜି ଅପରାହ୍ନରେ ସ୍ଥାନୀୟ ଗୀତଗୋବିନ୍ଦ ସଦନଠାରେ...
  • ମହାପ୍ରଭୁ ଶ୍ରୀଜଗନ୍ନାଥ ହେଉଛନ୍ତି ସର୍ବଧର୍ମ ସମନ୍ୱୟର ଇଶ୍ୱର

    ମହାପ୍ରଭୁ ଶ୍ରୀଜଗନ୍ନାଥ ହେଉଛନ୍ତି ସର୍ବଧର୍ମର ସମନ୍ୱୟର ଇଶ୍ୱର । ବିଭିନ୍ନ ଯୁଗରେ ପ୍ରକଟ ହୋଇଥିବା ଅବତାର ହେଉଛନ୍ତି ସ୍ୱୟଂ ଜଗନ୍ନାଥ । ତ୍ରେତୟାରେ ସେ ହିଁ ପୁରୁଷୋତମ ଶ୍ରୀରାମ ହୋଇ ପ୍ରକଟ ହୋଇ ରାବଣ ଓ ଅନ୍ୟାନ୍ୟ ଅସୁରକୁ ଶାନ୍ତ...
WhatsApp chat