ଇଣ୍ଡିଆନ ଓଭରସିଜ୍ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକଙ୍କ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ପରିଦର୍ଶନ

ବିଭିନ୍ନ କର୍ମଚାରୀ ସଂଗଠନ ପକ୍ଷରୁ ସମ୍ବର୍ଦ୍ଧନା

ଭୁବନେଶ୍ୱର : ଇଣ୍ଡିଆନ ଓଭରସିଜ୍ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ଶ୍ରୀ କର୍ଣ୍ଣମ ସେକର ତାଙ୍କର ଦୁଇଦିନିଆ ଓଡ଼ିଶା ଗ୍ରସ୍ତ କାଳରେ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ ପରିଦର୍ଶନ କରିଥିଲେ । ଶ୍ରୀ ସେକର ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କର ଗଣ୍ଡମୁଣ୍ଡାସ୍ଥିତ ମୁଖ୍ୟ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ସେଠାରେ ତାଙ୍କୁ ବ୍ୟାଙ୍କର ଅଧ୍ୟକ୍ଷ ଶ୍ରୀ ବୃନ୍ଦାବନ ନାୟକ ଓ ବ୍ୟାଙ୍କର ଅନ୍ୟ କର୍ମଚାରୀମାନେ ସ୍ୱାଗତ କରିଥିଲେ ।

ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କର ବିଭିନ୍ନ କର୍ମଚାରୀ ସଂଗଠନ ପକ୍ଷରୁ ଶ୍ରୀ ସେକରଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା ।

ଏହି ଅବସରରେ ଏକ ସାଧାରଣ ସଭାର ଆୟୋଜନ କରାଯାଇଥିଲା । ଏହି ସଭାରେ କର୍ମଚାରୀମାନଙ୍କୁ ଉଦ୍ବୋଧନ ଦେଇ ବ୍ୟାଙ୍କକୁ ଲାଭଦାୟକ କରିବା ଉପରେ ଗୁରୁତ୍ୱ ଆରୋପ କରିଥିଲେ ।

ଶ୍ରୀ ସେକର କହିଥିଲେ ଯେ, ବ୍ୟାଙ୍କକୁ ଲାଭକାରୀ ଓ ସୁଦୃଢ କରିବା ପାଇଁ କର୍ମଚାରୀମାନଙ୍କର ଉତ୍ସର୍ଗୀକୃତ କାର୍ଯ୍ୟ ମନୋବୃତ୍ତି ଦେବା ଆବଶ୍ୟକ ।

ବର୍ତ୍ତମାନ ସମୟରେ ଏନ୍ପିଏ ବା ଅଚଳ ଋଣ ସମୂହ ବ୍ୟାଙ୍କର ପ୍ରଗତି ପଥରେ ପ୍ରଧାନ ପ୍ରତିବନ୍ଧକ ଓ ଏହାକୁ ହ୍ରାସ କରିବା ପାଇଁ ସମସ୍ତ ପ୍ରକାର ଉଦ୍ୟମ ହେବା ଦରକାର ।

କର୍ମଚାରୀମାନଙ୍କ ସହିତ ମତ ବିନିମୟ କାଳରେ ଶ୍ରୀ ସେକର ମନ୍ତବ୍ୟ ଦେଇଥିଲେ ଯେ, ବ୍ୟାଙ୍କର ଭବିଷ୍ୟତ ଅତ୍ୟନ୍ତ ଉଜ୍ଜ୍ୱଳ ଓ ବ୍ୟାଙ୍କର ଉନ୍ନତି ପାଇଁ ଇଣ୍ଡିଆନ ଓଭରସିଜ ବ୍ୟାଙ୍କ ପକ୍ଷରୁ ପ୍ରୟୋଜକ ବ୍ୟାଙ୍କ ହିସାବରେ ସମସ୍ତ ପ୍ରକାର ସହାୟକ ଯୋଗାଇ ଦିଆଯିବ ।

ଏହି ସଭାରେ ବ୍ୟାଙ୍କର ଅଧ୍ୟକ୍ଷ ଶ୍ରୀ ବୃନ୍ଦାବନ ନାୟକ ସଭାପତିତ୍ୱ କରିଥିଲେ ଓ ଅନ୍ୟତମ ଅତିଥି ଭାବେ ଇଣ୍ଡିଆନ ଓଭରସିଜ୍ ବ୍ୟାଙ୍କ, ଭୁବନେଶ୍ୱର କ୍ଷେତ୍ରୀୟ କାର୍ଯ୍ୟାଳୟର ମୁଖ୍ୟ ମହାପ୍ରବନ୍ଧକ ଶ୍ରୀ ଏସ୍.ଏସ୍. ନାରଙ୍ଗ ଉଦ୍ବୋଧନ ଦେଇଥିଲେ ।

ସଭା ଶେଷରେ ବ୍ୟାଙ୍କର ମହାପ୍ରବନ୍ଧକ ଶ୍ରୀ ଜଗନ୍ନାଥ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସଭାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟର କର୍ମଚାରୀ, ବିଭିନ୍ନ ଶାଖାର ପରିଚାଳକ କ୍ଷେତ୍ରୀୟ କାର୍ଯ୍ୟାଳୟର ଅଧିକାରୀ ତଥା କର୍ମଚାରୀ ସଂଗଠନର ନେତୃବୃନ୍ଦ ଯୋଗ ଦେଇଥିଲେ । ପରେଶ ପଟ୍ଟନାୟକ

Categories
BUSINESS

RELATED BY

  • ବାର୍ଷିକ ମୃତ୍ତିକା ହସ୍ତଶିଳ୍ପ ପ୍ରଦର୍ଶନୀ ଉଦ୍‌ଘାଟିତ

    ଭୁବନେଶ୍ୱର : ଆଜି ସନ୍ଧ୍ୟାରେ ୟୁନିଟ୍‌ ୩ ସ୍ଥିତ ଇଡ୍‌କୋ ପ୍ରଦର୍ଶନୀ ପଡ଼ିଆଠାରେ ହସ୍ତ ଓ କୁଟୀର ଶିଳ୍ପ ନିର୍ଦ୍ଦେଶାଳୟ, ଓଡ଼ିଶା ଆନୁକୂଲ୍ୟରେ ବାର୍ଷିକ ‘ମୃତ୍ତିକା’ ହସ୍ତଶିଳ୍ପ(ଟେରାକୋଟା) ପ୍ରଦର୍ଶନୀ ଉଦ୍‌ଘାଟିତ ହୋଇଯାଇଛି । ଏହି ପ୍ରଦର୍ଶନୀକୁ ବିକାଶ ଆୟୁକ୍ତ ତଥା...
  • ୧୯ ତାରିଖରୁ ଜାତୀୟ ସ୍ତରୀୟ ଖଦି ଓ ଗ୍ରାମୋଦ୍ୟୋଗ ପ୍ରଦର୍ଶନୀ

    ଭୁବନେଶ୍ୱର : ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀଙ୍କର ଏକ ବର୍ଷ ବ୍ୟାପି ଅନୁଷ୍ଠିତ ହେଉଥିବା ୧୫୦ ତମ ଜୟନ୍ତୀ ପାଳନ ଅବସରେ ଓଡ଼ିଶା ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡ ଏକ ଜାତୀୟ ସ୍ତରୀୟ ଖଦି ଓ ଗ୍ରାମୋଦ୍ୟୋଗ ପ୍ରଦର୍ଶନୀ ଏବଂ ବିକ୍ରୟ...
  • ୨୦୩୦ ସୁଦ୍ଧା ଅକ୍ଷୟ ଉର୍ଜା କ୍ଷମତାକୁ ୪୫୦ ଜିଗା ୱାଟ୍ ବୃଦ୍ଧି କରାଯିବ

    ନୂଆଦିଲ୍ଲୀ/ଭୁବନେଶ୍ୱର: ସଂପ୍ରତି ଦ୍ୱିପାକ୍ଷିକ ବ୍ୟବସାୟିକ ସମ୍ପର୍କ ଗଢିବାରେ ଉର୍ଜା ଏକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ହୋଇଥିବା ବେଳେ ବିଶ୍ୱ ଉର୍ଜା ଦୃଶ୍ୟପଟ୍ଟରେ ଭାରତ ଏକ ମହତ୍ୱପୂର୍ଣ୍ଣ ଋଣନୈତିକ ଭୂମିକାରେ ଉଭା ହେଉଛି ବୋଲି ମଙ୍ଗଳବାର ନୂଆଦିଲ୍ଲୀ ଠାରେ ଆୟୋଜିତ ଇଣ୍ଡିଆନ୍ ଏନର୍ଜି...
  • ସାରା ଦେଶ ପାଇଁ ଏକକ ଇଲେକଟ୍ରୋନିକ ଟୋଲ ଆଦାୟ ବ୍ୟବସ୍ଥା

    କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ଏବଂ ଲଘୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଶ୍ରୀ ନିତିନ ଗଡ଼କରୀ ନୂଆଦିଲ୍ଲୀଠାରେ ‘ଏକ ରାଷ୍ଟ୍ର ଏକ ଟ୍ୟାଗ-ଫାଷ୍ଟ ଟ୍ୟାଗ’ ଉପରେ ଏକ ସମ୍ମିଳନୀର ଉଦଘାଟନ କରିଛନ୍ତି । ସାରା ଦେଶରେ...