୨୬ ଜଣିଆ ଭାରତୀୟ ଦଳରେ ୭ ଓଡ଼ିଆ ଖେଳାଳୀ

ମାନିଲାରେ ଏସୀୟ ମହିଳା ରଗ୍‌ବି ଚମ୍ପିଅନ୍‌ସିପ୍‌

ଭୁବନେଶ୍ୱର: ଚଳିତ ମାସ ୧୭ରୁ ୨୩ ତାରିଖ ପର୍ଯ୍ୟନ୍ତ ଫିଲିପାଇନ୍ସର ମାନିଲାଠାରେ ଅନୁଷ୍ଠିତ ହେବାକୁ ଯାଉଥିବା ଏସୀୟ ମହିଳା ରଗ୍‌ବି ଚମ୍ପିଅନ୍‌ସିପ୍‌ ନିମନ୍ତେ ୨୬ ଜଣିଆ ଭାରତୀୟ ମହିଳା ରଗ୍‌ବି ଦଳ ପ୍ରତିନିଧିତ୍ୱ କରିବେ । ଦଳରେ ଓଡ଼ିଶାରୁ ୭ ଜଣ ସ୍ଥାନ ପାଇଛନ୍ତି । ମୁମ୍ବାଇ ଓ ଲୁଧିଆନାରେ ଦୁଇଟି ଡିଭିଜନ୍‌ରେ ଅନୁଷ୍ଠିତ ଟୁର୍ଣ୍ଣାମେଣ୍ଟରେ ମନୋନୟନ କ୍ରମେ ଚଳିତ ମାସ ୨ରୁ ୧୬ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରଠାରେ ଅନୁଷ୍ଠିତ ଏକ ଜାତୀୟ ତାଲିମ ଶିବିର ଅନୁଷ୍ଠିତ ହୋଇ ଏହି ୨୬
ଜଣିଆ ଦଳକୁ ଚୟନ କରାଯାଇଛି । ରଗ୍‌ବି ଇଣ୍ଡିଆ ସମେତ ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ତଥା କିଟ୍‌ ସହଯୋଗ କ୍ରମେ ଏହି ଶିବିର ଅନୁଷ୍ଠିତ ହୋଇଥିଲା । ୨୦୨୧ରେ ନୁ୍ୟଜିଲାଣ୍ଡରେ ହେବାକୁ ଥିବା ମହିଳା ରଗବି ୱାର୍ଲଡ୍‌ କପ୍‌ରେ ମାନିଲା ଚମ୍ପିଅନ୍‌ସିପ୍‌ ଏକ କ୍ୱାଲିଫାୟର ହେବ ।

କ୍ରୀଡ଼ା ସଚିବଙ୍କ ଶୁଭକାମନା

ମାନିଲା ଚମ୍ପିଅନ୍‌ସିପ୍‌ରେ ପ୍ରତିନିଧିତ୍ୱ କରିବାକୁ ଯାଉଥିବା ଖେଳାଳୀମାନଙ୍କୁ ଅଭିନନ୍ଦନ ଜଣାଇ କ୍ରୀଡ଼ା ଓ ଯୁବସେବା ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ବିଶାଳ କୁମାର ଦେବ ସେମାନଙ୍କ ସଫଳତା କାମନା କରିଛନ୍ତି । ଏହି ଦଳରେ ଓଡ଼ିଶାର ୭ ଜଣ ଖେଳାଳୀ ହୁପି ମାଝୀ, ଲକ୍ଷ୍ମୀପ୍ରିୟା ସାହୁ, ମୀନାରାଣୀ ହେମ୍ବ୍ରମ୍‌, ଶୁଭଲକ୍ଷ୍ମୀ ବାରିକ, ସୁମିତ୍ରା ବାରିକ, ପାର୍ବତୀ କିସ୍‌କୁ ଓ ରଜନୀ ଶବର ମନୋନୀତ ହୋଇଥିବାରୁ ଶ୍ରୀ ଦେବ ଏହା ରାଜ୍ୟ ପାଇଁ ଗୌରବ ବୋଲି ପ୍ରକାଶ କରିବା ସହିତ ରଗ୍‌ବି ନିମନ୍ତେ ଭିତ୍ତିଭୂମି, ତାଲିମ ଓ ମାର୍ଗଦର୍ଶନ ଇତ୍ୟାଦି ଉପରେ ଗୁରୁତ୍ୱ ଦେବାକୁ ରାଜ୍ୟ ସରକାର ପ୍ରୟାସ ଜାରି ରଖିଛନ୍ତି ବୋଲି କହିଥିଲେ । ମାନିଲାରେ ଭାରତୀୟ ଦଳ କୃତିତ୍ୱ ହାସଲ କରିବା ସହିତ ଓଡ଼ିଶାର ଖେଳାଳୀମାନେ ଆମ ପାଇଁ ଗୌରବ ଆଣିବେ ବୋଲି ଶ୍ରୀ ଦେବ ଆଶା ପ୍ରକଟ କରିଛନ୍ତି । ଦଳର ଚିଫ୍‌ କୋଚ ଲୁଡ଼ୁଇଚି ଭାନ୍‌ ଦେବେନ୍ତର (ଦକ୍ଷିଣ ଆଫି୍ରକା) କହିଲେ ଯେ ଭାରତୀୟ ଦଳର ପ୍ରସ୍ତୁତି ଉପଯୁକ୍ତ ତାଲିମ ଓ ଦକ୍ଷତା ତଥା ପ୍ରତିଶ୍ରୁତି ଉପରେ ପର୍ଯ୍ୟବସିତ ଏବଂ ମାନିଲା ଟୁର୍ଣ୍ଣମେଣ୍ଟରେ ମହିଳା ଖେଳାଳୀମାନଙ୍କ
କୃତିତ୍ୱ ପ୍ରତିଫଳିତ ହେବ । ମହରାଷ୍ଟ୍ରର ଭବିଜ୍‌ ଭାରୁଚାଙ୍କ ଅଧିନାୟକତ୍ୱରେ ମାନିଲା ଯାଇଥିବା ଭାରତୀୟ ଦଳରେ ଅନ୍ୟ ଖେଳାଳୀମାନେ ହେଲେ ନେହା ପରଦେଶୀ (ମହାରାଷ୍ଟ୍ର) ହିମାନୀ ଦତ୍ତ, ଶୀତଲ ଶର୍ମା, ନମିତା ଭୋଜ୍‌, ପ୍ରିୟା, ନେହା, ପି୍ରୟା ବଂଶଲ, ଜ୍ୟୋତି ଚୌଧୁରୀ, ଗୋହର ଆରା, ଶିଖା ଯାଦବ ଓ ସୁଲତାନା (ଦିଲ୍ଲୀ), ରାମ୍‌ନିକ୍‌ କୌର(ପଞ୍ଜାବ), ଲଛମୀ ଓରାଓଁ, ଆଶା ଓରାଓଁ, ଛନ୍ଦା ଓରାଓଁ, ସଂଗୀତା ବେରା (ପଶ୍ଚିମ ବଙ୍ଗ), ସ୍ୱିଟୀ କୁମାରୀ, ଶେ୍ୱତା ସାହି (ବିହାର) । ନାସ୍‌ ବୋଥା(ଦକ୍ଷିଣ ଆଫି୍ରକା) ଭାରତୀୟ ଦଳର କୋଚ, ଜେନୀ ବ୍ରୁକ୍ସ୍‌ (ସାଉଥ୍‌ ଆଫି୍ରକା) ସ୍ୱାସ୍ଥ୍ୟ ଓ ଦକ୍ଷତା ଦାୟିତ୍ୱରେ ରହିବେ । ସେହପରି ମହାରାଷ୍ଟ୍ରର ରେହେମୁଦିନ୍‌ ଶେଖ୍‌ ଦଳର ମ୍ୟାନେଜର ଭାବେ ରହିଥିବାବେଳେ ସବ୍ରେଜ୍‌ ମୁକଦମ୍‌(ମହାରାଷ୍ଟ୍ର) ଖେଳାଳୀମାନଙ୍କ ସ୍ୱାସ୍ଥ୍ୟ ଦାୟିତ୍ୱରେ ରହିବେ ।

Categories
SPORTS

RELATED BY

  • England have won the Cricket World Cup for the first time

    England have won the Cricket World Cup for the first time after a thrilling victory over New Zealand at Lord’s in a match that had to be settled by a...
  • କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀଙ୍କ ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମ୍‌ ପରିଦର୍ଶନ

    ଭୁବନେଶ୍ୱର: ଆସନ୍ତା ଜୁଲାଇ ୧୭ରୁ ୨୨ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ୨୧ତମ କମନ୍‌ୱେଲ୍‌ଥ ଟେବୁଲ ଟେନିସ ଚମ୍ପିଅନ୍‌ସିପ୍‌ ଲାଗି ସୂଚନା ଓ ପ୍ରଯୁକ୍ତି ବିଦ୍ୟା, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା କଟକସ୍ଥିତ ଜବାହରଲାଲ...
  • ଏଫ୍‌.ଆଇ.ଏଚ.ସିରିଜ୍‌ ଫାଇନାଲ

    ଭୁବନେଶ୍ୱର:ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ୍‌ରେ ଇଣ୍ଟରନ୍ୟାସନାଲ୍‌ ହକି ଫେଡେରେସନ୍‌ (ଏଫ୍‌ଆଇଏଚ୍‌)ର ଅଲିମ୍ପିକ ଯୋଗ୍ୟତା ହାସଲ ନିମନ୍ତେ ହେଉଥିବା ଫାଇନାଲ ସିରିଜର ଆଜି ଅନ୍ତିମ ଦିବସରେ ନିମ୍ନମତେ ଫଳାଫଳ ଘୋଷିତ ହୋଇଛି । ଅନ୍ତିମ ଦିବସ: ୧୫ ଜୁନ୍‌, ୨୦୧୯ ୧୫ଶ ମ୍ୟାଚ୍‌-ଜାପାନ...
  • ହକି – ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ : ମନ୍‌ପ୍ରୀତ୍‌ ସିଂହ,ଭାରତ

    ଭୁବନେଶ୍ୱର: ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ୍‌ରେ ଇଣ୍ଟରନାସନାଲ୍‌ ହକି ଫେଡେରେସନ୍‌(ଏଫ୍‌ଆଇଏଚ୍‌)ର ଅଲିମ୍ପିକ୍‌ ଯୋଗ୍ୟତା ହାସଲ ନିମନ୍ତେ ହେଉଥିବା ଫାଇନାଲ ସିରିଜର ଆଜି ଦ୍ୱିତୀୟ ଦିନରେ ନିମ୍ନମତେ ଫଳାଫଳ ଘୋଷିତ ହୋଇଛି । ଦ୍ୱିତୀୟ ଦିବସ: ୦୭ ଜୁନ୍‌, ୨୦୧୯ ଚତୁର୍ଥ ମ୍ୟାଚ୍‌:...
WhatsApp chat