ଅର୍ଥମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ପ୍ରାକ୍‌-ବଜେଟ୍‌ ପରାମର୍ଶ ବୈଠକ

ଏକ ଜନକଲ୍ୟାଣକାରୀ ବଜେଟ୍‌ ପ୍ରସ୍ତୁତ କରାଯିବ

ଭୁବନେଶ୍ୱର: ଆଜି ଅର୍ଥ ମନ୍ତ୍ରୀ ଶ୍ରୀ ନିରଞ୍ଜନ ପୂଜାରୀଙ୍କ ଅଧ୍ୟକ୍ଷତାରେ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ବଜେଟ୍‌ ପ୍ରସ୍ତୁତି ପୂର୍ବରୁ ଏକ ପରାମର୍ଶ ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଏହି ବୈଠକରେ ଚଳିତ ଆର୍ଥିକ ବର୍ଷ ପାଇଁ ଏକ ଲୋକାଭିମୁଖୀ ଓ ପ୍ରଗତିଶୀଳ ବଜେଟ୍‌ ପ୍ରସ୍ତୁତି ପାଇଁ ପୂର୍ବତନ ଅର୍ଥମନ୍ତ୍ରୀ, ପୂର୍ବତନ ଅର୍ଥ ସଚିବ, ବିଶିଷ୍ଟ ଅର୍ଥନୀତିଜ୍ଞ, ଅର୍ଥନୈତିକ ଅନୁଷ୍ଠାନ, ରଜିର୍ଭ ବ୍ୟାଙ୍କ ଓ ନାବାର୍ଡ, କୃଷି, ଶିଳ୍ପ ଓ ବାଣିଜ୍ୟ, ଶ୍ରମିକ ସଂଗଠନର ପ୍ରତିନିଧିମାନେ ମିଳିତ ହୋଇ ମତବିନିମୟ କରିବା ସହିତ ନିଜ ନିଜର ପରାମର୍ଶ ଓ ପ୍ରସ୍ତାବ ରଖିଥିଲେ ।

ବଜେଟ୍‌ର ରୂପରେଖ ପ୍ରସ୍ତୁତି ପୂର୍ବରୁ ସମାଜର ସମସ୍ତ ବର୍ଗର ପ୍ରତିନିଧିମାନଙ୍କଠାରୁ ଚଳିତ ଜୁନ ୪ରୁ ୧୫ ତାରିଖ ପର୍ଯ୍ୟନ୍ତ ଇମେଲ୍‌, ହ୍ୱାଟସ୍‌ଆପ୍‌ ଏବଂ ଏସ୍‌ଏମ୍‌ଏସ୍‌ ମାଧ୍ୟମରେ ମତାମତ ସଂଗ୍ରହ କରାଯାଇଥିଲା ।

ଜନସାଧାରଣ, ନାଗରିକ ସମାଜ ଓ ଅନ୍ୟାନ୍ୟ ସମ୍ବନ୍ଧ ପକ୍ଷମାନଙ୍କଠାରୁ ମିଳିଥିବା ମତାମତ ସଂଗୃହୀତ ହୋଇଛି ।

ବଜେଟ୍‌ ପ୍ରସ୍ତୁତି ସମୟରେ ଉପରୋକ୍ତ ସମସ୍ତ ପ୍ରସଙ୍ଗକୁ ଦୃଷ୍ଟିରେ ରଖି ଏକ ଜନକଲ୍ୟାଣକାରୀ ବଜେଟ୍‌ ପ୍ରସ୍ତୁତ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି ।

ବୈଠକରେ ପୂର୍ବତନ ଅର୍ଥମନ୍ତ୍ରୀ ଶ୍ରୀ ଯୁଗଳ କିଶୋର ପଟ୍ଟନାୟକ, ଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ, ଶ୍ରୀ ପଞ୍ଚାନନ କାନୁନଗୋ, ପୂର୍ବତନ ପ୍ରଶାସକ ଶ୍ରୀ ଅର୍ଦ୍ଧେନ୍ଦୁ ଶେଖର ଷଡ଼ଙ୍ଗୀ, ଶ୍ରୀ ରବିନାରାୟଣ ସେନାପତି, ଶ୍ରୀ କେ.ସି ବଡ଼ୁ, ବିଶିଷ୍ଟ ଶ୍ରମିକ ନେତା ଶ୍ରୀ ସୌରୀବନ୍ଧୁ କର, ଅର୍ଥନୀତିଜ୍ଞ ନଟବର ଖୁଣ୍ଟିଆ, ପ୍ରଫେସର ଏସ୍‌. ଏସ୍‌ ରଥ, ଏନ୍‌ସିଡିଏସ୍‌ର ଶ୍ରୀଜିତ ମିଶ୍ର, ୟୁନିସେଫ୍‌ର ଶ୍ରୀ ସୌମେନ୍‌ ରାୟ, ସିୱାଇଏସ୍‌ଡିର ଶ୍ରୀ ବସନ୍ତ କୁମାର ନାୟକ, ୟୁସିସିଆଇର କିଶୋର ମହାନ୍ତି, ରିଜର୍ଭ ବ୍ୟାଙ୍କର ଡିଜିଏମ୍‌ ଶ୍ରୀ ଡି. ପାତ୍ର, ନାବାର୍ଡ଼ର ସିଜିଏମ୍‌ ଶ୍ରୀ ଏ. ଚନ୍ଦ୍ରଶେଖର, ଅର୍ଥନୀତି ସାମ୍ବାଦିକ ଦିଲ୍ଲୀପ ବିଶୋଇ, କୃଷକ ସଂଗଠକ ଶ୍ରୀ ସୀମାଞ୍ଚଳ ନାହାକ, ଶ୍ରୀ କେଶବ ଚନ୍ଦ୍ର ପାତ୍ର, ବ୍ୟବସାୟୀ
ମହାସଂଘର ଶ୍ରୀ ସୁଧାକର ପଣ୍ଡା ଓ ଶ୍ରୀ ଶକ୍ତିଶଙ୍କର ମିଶ୍ର ପ୍ରମୁଖ ସ୍ୱକୀୟ ମତାମତ ପ୍ରଦାନ କରିଥିଲେ ।

ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ଅଶୋକ କୁମାର ମୀନା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ବୈଠକରେ ଅର୍ଥ ବିଭାଗର ବରିଷ୍ଠ ପଦାଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ ।

Categories
BUSINESS

RELATED BY

  • ଗ୍ରାମାଞ୍ଚଳରେ ଅଧିକ ସ୍ଥାୟୀ ବ୍ୟାଙ୍କ୍‌ ଶାଖା ଖୋଲିବା ଉପରେ ଗୁରୁତ୍ୱ

    ଭୁବନେଶ୍ୱର: ରାଜ୍ୟର ଦୂରଦୂରାନ୍ତ ଏବଂ ପଛୁଆ ଅଞ୍ଚଳଗୁଡ଼ିକରେ ବ୍ୟାଙ୍କ ସେବାକୁ ଜନସାଧାରଣଙ୍କ ପାଖରେ ପହଞ୍ଚାଇବା ତଥା ରାଜ୍ୟର ଆର୍ଥିକ ଅଭିବୃଦ୍ଧି କ୍ଷେତ୍ରରେ ବ୍ୟାଙ୍କଗୁଡ଼ିକ ଗଠନମୂଳକ ଭୂମିକା ନିର୍ବାହ କରି ଆସିଛନ୍ତି । ଏହି ପ୍ରସଙ୍ଗରେ ଆଜି ଅନୁଷ୍ଠିତ ୧୫୫ତମ ବ୍ୟାଙ୍କର୍ସ...
  • Chief Minister Neveen Patnaik Releases Vision Report

    Chief Minister Shri Neveen Patnaik today released a Vision Report- “Economic Possibilities for Odisha Towards a One Trillion Dollar Economy”, jointly prepared by JSW Group and PWC India at...
  • ଓଡ଼ିଶା ସ୍ୱଳ୍ପ ସଞ୍ଚୟ ପ୍ରୋତ୍ସାହନ ଯୋଜନା “ଏପି’’ ସିରିଜର ଉଠାଣ

    ଭୁବନେଶ୍ୱର: ଓଡ଼ିଶା ସରକାରଙ୍କର ଅର୍ଥ ବିଭାଗର ଆନୁକୂଲ୍ୟରେ ଓଡ଼ିଶା ସ୍ୱଳ୍ପ ସଞ୍ଚୟ ପ୍ରୋତ୍ସାହନ ଯୋଜନାର ୪୧ ତମ ଉଠାଣ (ଏପି ସିରିଜ) ଜୟଦେବ ଭବନଠାରେ ଅନୁଷ୍ଠିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ଜିଲ୍ଲା ମୁଖ୍ୟ ବିଚାରପତି ଶ୍ରୀଯୁକ୍ତ ରମେଶ...
  • ଭାରତକୁ ୫ ଟ୍ରିଲିୟନ ଅର୍ଥ ବ୍ୟବସ୍ଥାରେ ପରିଣତ କରିବା ସରକାରଙ୍କ ଲକ୍ଷ୍ୟ

    କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଆଜି ତାଙ୍କର ପ୍ରଥମ ବଜେଟ ଅଭିଭାଷଣ ରଖିବା ସହିତ ସଂସଦରେ ୨୦୧୯-୨୦ ବର୍ଷ ଲାଗି ସାଧାରଣ ବଜେଟ ଉପସ୍ଥାପନ କରିଛନ୍ତି । କେନ୍ଦ୍ର ବଜେଟ ୨୦୧୯ର ମୁଖ୍ୟାଂଶ...
WhatsApp chat