ଓମ ବିର୍ଲାଙ୍କ ନିର୍ବାଚନକୁ ପ୍ରଧାନମନ୍ତ୍ରୀଙ୍କ ସ୍ୱାଗତ

ଲୋକସଭାର

ସଦନର ଉଚ୍ଚତମ ପରମ୍ପରା ଅନୁଯାୟୀ ସର୍ବସମ୍ମତି କ୍ରମେ ସପ୍ତଦଶ ଲୋକସଭାକୁ ବାଚସ୍ପତି ଭାବେ ଶ୍ରୀ ଓମ ବିର୍ଲାଙ୍କ ନିର୍ବାଚନକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସ୍ୱାଗତ କରିଛନ୍ତି ।

ଲୋକସଭାରେ ତାଙ୍କ ସମ୍ବୋଧନରେ ଶ୍ରୀ ଓମ ବିର୍ଲାଙ୍କୁ ଅଭିନନ୍ଦନ ଜଣାଇ ପ୍ରଧାନମନ୍ତ୍ରୀ ପ୍ରକାଶ କରିଥିଲେ ଯେ ଏପରି ଜଣେ ବିଶିଷ୍ଟ ବ୍ୟକ୍ତିତ୍ୱଙ୍କୁ ସଦନର ବାଚସ୍ପତି ଭାବେ ପାଇବା ସମସ୍ତ ସଦସ୍ୟମାନଙ୍କ ପାଇଁ ଗର୍ବର ବିଷୟ ।

ସେ କହିଲେ ଯେ ଶ୍ରୀ ଓମ ବିଲା ଅନେକ ବର୍ଷ ଧରି ସାର୍ବଜନୀନ ଜୀବନରେ କାମ କରିଆସୁଛନ୍ତି ।

ଜଣେ ଛାତ୍ର ନେତା ଭାବେ କାର୍ଯ୍ୟ ଆରମ୍ଭ କରି ସେ କ୍ରମାଗତ ଭାବେ ସମାଜ ସେବା କରିଆସୁଛନ୍ତି ।

ରାଜସ୍ଥାନର କୋଟାର ରୂପାନ୍ତରଣ ଏବଂ ସର୍ବାଙ୍ଗୀନ ବିକାଶରେ ଓମ ବିର୍ଲାଙ୍କ ଭୂମିକାକୁ ସେ ପ୍ରଶଂସା କରିଥିଲେ ।

ନୂତନ ଭାବେ ନିର୍ବାଚିତ ବାଚସ୍ପତିଙ୍କ ସହ ତାଙ୍କ ଦୀର୍ଘଦିନର ସମ୍ବନ୍ଧକୁ ପ୍ରଧାନମନ୍ତ୍ରୀ ସ୍ମରଣ କରିଥିଲେ ।

ଭୂମିକମ୍ପ ପରେ କଚ୍ଛରେ ଏବଂ ବନ୍ୟା ପରେ କେଦାରନାଥରେ ପୁନର୍ଗଠନ ପଦକ୍ଷେପ ନେଇ ଶ୍ରୀ ଓମ ବିର୍ଲାଙ୍କ ଯୋଗଦାନ ଏବଂ ସେବା ପ୍ରତି ତାଙ୍କ ଉତ୍ସର୍ଗୀକୃତ ମନୋଭାବକୁ ସେ ଗୁରୁତ୍ୱ ପ୍ରଦାନ କରିଥିଲେ ।

ଜଣେ କରୁଣାବାନ ନେତାଙ୍କୁ ସପ୍ତଦଶ ଲୋକସଭା ବାଚସ୍ପତି ଭାବେ ପାଇଥିବାର ସେ କହିଥିଲେ ।

ସଦନର କାର୍ଯ୍ୟକୁ ସଫଳତାର ସହ ସମ୍ପାଦନ କରିବାରେ ସମସ୍ତ ସଦସ୍ୟମାନଙ୍କଠାରୁ ସେ ପୂର୍ଣ୍ଣ ସହଯୋଗ ପାଇବେ ବୋଲି ପ୍ରଧାନମନ୍ତ୍ରୀ ବାଚସ୍ପତିଙ୍କୁ ଆଶ୍ୱାସନା ପ୍ରଦାନ କରିଥିଲେ ।

Categories
NATIONAL

RELATED BY

  • ଓଡ଼ିଶାକୁ ‘ଏଗ୍ରିକଲଚରାଲ୍‌ ଲିଡରସିପ୍‌ ଆୱାର୍ଡ’

    ଭୁବନେଶ୍ୱର: ମତ୍ସ୍ୟ ସଂପଦର ବିକାଶ କ୍ଷେତ୍ରରେ ମହତ୍ତ୍ୱପୂର୍ଣ୍ଣ ଅବଦାନ ଯୋଗୁଁ ଓଡ଼ିଶା ୨୦୧୯ ବର୍ଷ ନିମନ୍ତେ ସର୍ବୋତ୍ତମ ରାଜ୍ୟ ଭାବରେ ପୁରସ୍କୃତ ହୋଇଛି । ଏଗ୍ରିକଲଚର ଟୁଡ଼େ ଗ୍ରୁପ୍‌ ପକ୍ଷରୁ ଏଗ୍ରିକଲଚର ଲିଡରସିପ୍‌ ଆୱାର୍ଡ ପ୍ରଦାନ କାର୍ଯ୍ୟକ୍ରମରେ ମତ୍ସ୍ୟ ଉତ୍ପାଦନ...
  • ଜାତୀୟ ଶିକ୍ଷା ନୀତି -୨୦୧୯କୁ ତର୍ଜମା

    ଭୁବନେଶ୍ୱର: କେନ୍ଦ୍ର ସରକାର ‘ଜାତୀୟ ଶିକ୍ଷାନୀତି ୨୦୧୯ ପ୍ରଣୟନ’ କରୁଥିବା ଦୃଷ୍ଟିରୁ ଓଡ଼ିଶା ପରିପ୍ରେକ୍ଷୀରେ ଯାହା ସର୍ବୋତ୍ତମ ହେବ ସେପରି ପ୍ରସ୍ତାବ ଦିଆଯିବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ମତବ୍ୟକ୍ତ କରିଛନ୍ତି । ଚିଠା ଜାତୀୟ...
  • RAIL BUDGET-2019 FOR ODISHA

    1. The Budget grants for 2019-20 for Railways in Odisha are almost the same as given in the Interim Budget. 2. Detailed figures are being calculated, but like last...
  • ରାଜ୍ୟରେ ୫ଟି ନୂଆ ରେଳପଥ ପାଇଁ ସର୍ଭେ

    ନୂଆଦିଲ୍ଲୀ/ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ପୂର୍ବ ବର୍ଷ ଭଳି ଓଡିଶା ପାଇଁ ଚଳିତ ରେଳ ବଜେଟ୍ ରେକର୍ଡ ଅର୍ଥ ୫ ହଜାର ୯୯୩ କୋଟି ବ୍ୟୟବରାଦ କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରେଳମନ୍ତ୍ରୀ ପିୟୂଷ ଗୋଏଲଙ୍କୁ ଧନ୍ୟବାଦ...
WhatsApp chat