ଶାନ୍ତି, ସୌହାର୍ଦ୍ଦ୍ୟ ଏବଂ ପ୍ରଗତି ପାଇଁ ଯୋଗ ଆମର ଲକ୍ଷ୍ୟ ହେବା ଆବଶ୍ୟକ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

ଆଜି ରାଞ୍ଚି ଠାରେ ଅନ୍ତର୍ଜାତୀୟ ଯୋଗ ଦିବସ ଉପଲକ୍ଷେ ଏକ ବିଶାଳ ଯୋଗ ପ୍ରଦର୍ଶନୀର ନେତୃତ୍ୱ ନେଇଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ।

ଯୋଗ ଅଧିବେଶନ ଆରମ୍ଭ ହେବାର କିଛି ସମୟ ପୂର୍ବରୁ ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣ ଆରମ୍ଭ କରି କହିଥିଲେ ଯେ “ଶାନ୍ତି, ସୌହାର୍ଦ୍ଦ୍ୟ ଏବଂ ପ୍ରଗତି ପାଇଁ ଯୋଗ ଆମର ଲକ୍ଷ୍ୟ ହେବା ଆବଶ୍ୟକ” ।

ଏହି ଅବସରରେ ସମସ୍ତଙ୍କୁ ସେ ଅଭିନନ୍ଦନ ଜଣାଇଥିଲେ । ସେ ଯୋଗର ବାର୍ତା ପ୍ରସାରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିବା ଗଣମାଧ୍ୟମ ପ୍ରତିନିଧି ଏବଂ ସାମାଜିକ ଗଣମାଧ୍ୟମ ସହଯୋଗୀଙ୍କୁ ପ୍ରଶଂସା କରିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ବର୍ତମାନ ଆଧୁନିକ ଯୋଗର ବାର୍ତାକୁ ସେ ସହରରୁ ଗାଁକୁ ଏବଂ ଗରିବ ଓ ଆଦିବାସୀଙ୍କ ଘରକୁ ନେଇଯିବା ଲାଗି ଚାହୁଁଛନ୍ତି ।

ଯୋଗ ଗରିବ ଏବଂ ଆଦିବାସୀଙ୍କ ଜୀବନର ଅଂଶ ବିଶେଷ ହେବା ଆବଶ୍ୟକ, କାରଣ ସେମାନଙ୍କୁ ଅସୁସ୍ଥତା ଯୋଗୁ ଆର୍ଥିକ ବ୍ୟୟ ସହିବାକୁ ପଡ଼ୁଛି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜି, ପରିବର୍ତିତ ସମୟରେ, ସୁସ୍ଥ ଓ ଆରୋଗ୍ୟ ରହିବା ଆମର ଲକ୍ଷ୍ୟ ହେବା ଆବଶ୍ୟକ ।

ଯୋଗ ଆମକୁ ଏହି ଶକ୍ତି ଦେଇଥାଏ ବୋଲି ସେ କହିଥିଲେ । ସେ କହିଥିଲେ, ଏହା ହେଉଛି ଯୋଗ ଏବଂ ପ୍ରାଚୀନ ଭାରତୀୟ ଦର୍ଶନର ବିଚାର ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯୋଗ ବୟସ, ବର୍ଣ୍ଣ, ଜାତି, ସମ୍ପ୍ରଦାୟ, ପନ୍ଥା, ବିଚାର, ଧନୀ ଓ ଗରିବ, ଦେଶ ଏବଂ ସୀମାର ବାଧକ ଠାରୁ ଊଦ୍ଧ୍ୱର୍ରେ ।

ଯୋଗ ସମସ୍ତଙ୍କ ପାଇଁ ବୋଲି ସେ କହିଥିଲେ । ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ ଯେ ଆଜି, ଡ୍ରଇଂ ରୁମରୁ ବୋର୍ଡ ରୁମ ପର୍ଯ୍ୟନ୍ତ, ପାର୍କରୁ କ୍ରୀଡ଼ା କମ୍ପେ୍ଲକ୍ସ ପର୍ଯ୍ୟନ୍ତ ଏବଂ ରାସ୍ତାକଡ଼ରୁ ଆରୋଗ୍ୟ କେନ୍ଦ୍ର ପର୍ଯ୍ୟନ୍ତ ଯୋଗ ଲୋକମାନଙ୍କ କଳ୍ପନାଶକ୍ତିକୁ ପ୍ରଭାବିତ କରିଛି ।

ଶ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଯେ ଯୋଗ ଉଭୟ ପ୍ରାଚୀନ ଏବଂ ଆଧୁନିକ । ଏହା ସ୍ଥିର ଏବଂ ପରିବର୍ତନଶୀଳ ବୋଲି ସେ ଉଲ୍ଲେଖ କରିଥିଲେ ।

ଶହ ଶହ ବର୍ଷ ଧରି ଯୋଗ ସମାନ ରହିଛି । ସୁସ୍ଥ ଶରୀର, ସ୍ଥିର ମସ୍ତିଷ୍କ, ଏକତାର ଭାବନା ଏହା ଭିତରେ ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ଯୋଗ ହେଉଛି ଜ୍ଞାନ, କର୍ମ ଏବଂ ଭକ୍ତିର ଆଦର୍ଶ ସମାହାର ବୋଲି ସେ କହିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ବିଶ୍ୱ ଯୋଗକୁ ଗ୍ରହଣ କରିଥିବାରୁ ଆମକୁ ଏହି ବିଷୟରେ ଗବେଷଣା ପ୍ରତି ଗୁରୁତ୍ୱ ଦେବାକୁ ପଡ଼ିବ । ଚିକିତ୍ସା ବିଜ୍ଞାନ, ଫିଜିଓଥେରାପି ଏବଂ କୃତ୍ରିମ ବୌଦ୍ଧିକତା ଭଳି ବିଷୟ ସହ ଯୋଗ ଯୋଡ଼ିହେବା ଆବଶ୍ୟକ ।

Categories
HEALTH

RELATED BY

  • ମହାନିମ୍ବ

    ମହାନିମ୍ବ ଏକ ବିରାଟକାୟ ବୃକ୍ଷ ଅଟେ । ଏହାର ପତ୍ର ନିମ୍ବ ପତ୍ର ପରି କିନ୍ତୁ ନିମ୍ବ ପତ୍ର ଠାରୁ ଅଧିକ ଚଉଡ଼ା ଅଟେ । ଏହି ଗଛ ୨୦-୬୦ ଫୁଟ ପର୍ଯ୍ୟନ୍ତ ଉଚ୍ଚ ହୋଇଥାଏ । ଗୋଲେଇରେ ୬-୮...
  • ଭୂଇଁ କଦମ୍ବ

    ଭୂଇଁ କଦମ୍ବ ଗଛ ଧାନ କ୍ଷେତ୍ରରେ ଓ ବଣଜଙ୍ଗଲରେ ଦେଖିବାକୁ ମିଳେ । ଏହାର ଉଚ୍ଚତା ୧-୩ ଫୁଟ ପର୍ଯ୍ୟନ୍ତ ହୋଇଥାଏ । ଏହି ଗଛରେ ଶୀତଦିନରେ ଫୁଲ ଓ ପରେ ଫଳ ଆସିଥାଏ । ଫୁଲର ରଙ୍ଗ ବାଇଗେଣି...
  • ସାମାଜିକ ଓ ଅର୍ଥନୈତିକ ସୁରକ୍ଷା ଉପରେ ଗୁରୁତ୍ୱ

    ଭୁବନେଶ୍ୱର:ରାଜ୍ୟରେ ଥିବା କୁଷ୍ଠରୋଗୀ ତଥା କୁଷ୍ଠରୋଗମୁକ୍ତ ଲୋକମାନଙ୍କ ସାମାଜିକ ଓ ଅର୍ଥନୈତିକ ଥଇଥାନ ଉଦ୍ଦେଶ୍ୟରେ ଗଠିତ ରାଜ୍ୟସ୍ତରୀୟ ବୈଷୟିକ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଅଛି । ଏହି ବୈଠକରେ ସାମାଜିକ ସୁରକ୍ଷା ତଥା ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ...
  • ବିନା ଅସ୍ତ୍ରୋପଚାରରେ ଓଜନ ହ୍ରାସ ଚିକିତ୍ସା

    ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ କେୟାର ହସ୍ପିଟାଲ ତରଫରୁ ଶନିବାର ଦିନ ଡ. ମୋହିତ ଭଣ୍ଡାରୀଙ୍କ ନେତୃତ୍ୱରେ ବିନା ଅସ୍ତ୍ରୋପଚାର ଚିକିତ୍ସା ମାଧ୍ୟମରେ ଓଜନ ହ୍ରାସ ପ୍ରକ୍ରିୟା କାର୍ଯ୍ୟକ୍ରମ (ଇଏସଜି)ର ଶୁଭାରମ୍ଭ ଘୋଷଣା କରାଯାଇଛି । ଡ଼ଃ ଭଣ୍ଡାରୀ ଯିଏ କି ୧୧୦୦୦ରୁ...
WhatsApp chat