କଟକ-ଦି ସିଟି ଅଫ୍‌ ମ୍ୟୁଜିୟମ୍ସ ପୁସ୍ତକ ଉନ୍ମୋଚିତ

ମଧ୍ୟପ୍ରଦେଶ ରାଜ୍ୟର ଉଜ୍ଜେୟନୀ ସହର ପରେ ଏହା ଭାରତର ଦ୍ୱିତୀୟ ସର୍ବ ପୁରାତନ ସହର

ଭୁବନେଶ୍ୱର: “ହଜାର ବର୍ଷର ପୁରାତନ ସିଲଭର ସିଟି ଭାବେ ପରିଚିତ କଟକ ସହରର ଐତିହ୍ୟ, ସଂସ୍କୃତି, ପରମ୍ପରା, କଳା, ଭାସ୍କର୍ଯ୍ୟ, ସ୍ୱପ୍ନ, ସଂଗ୍ରାମ, ପ୍ରଗତି ଏବଂ ସମୃଦ୍ଧିକୁ କଟକରେ ଅବସ୍ଥିତ ସଂଗ୍ରହାଳୟଗୁଡ଼ିକୁ ପରିଦର୍ଶନ କଲେ ବିସ୍ତୃତ ଭାବେ ଜାଣିହେବ ।

କଟକ କେବଳ ଏକ ସହର ନୁହେଁ ଏହା ସହିତ ଓଡ଼ିଶାର ଆବେଗ ଏବଂ ସ୍ୱାଭିମାନ ଜଡ଼ିତ । କଟକରେ ଅବସ୍ଥିତ ଐତିହ୍ୟସମ୍ପନ୍ନ ସଂଗ୍ରହାଳୟଗୁଡ଼ିକୁ ସମସ୍ତ ତଥ୍ୟକୁ ସନ୍ନିବେଶିତ କରି ଶ୍ରୀ ରାଜା ପରିଜାଙ୍କ ଲିଖିତ ‘କଟକ-ଦି ସିଟି ଅଫ ମ୍ୟୁଜିୟମ୍ସ’ ଏକ ଉପାଦେୟ ପୁସ୍ତକ ।

ଏହି ପୁସ୍ତକଟି ପର୍ଯ୍ୟଟକ, ବିଦ୍ୱାନ, ଗବେଷକ, ଛାତ୍ରଛାତ୍ରୀ ଏବଂ ସାଧାରଣ ପାଠକଙ୍କ ପାଇଁ ଅତ୍ୟନ୍ତ ଉପଯୋଗୀ ହେବ ବୋଲି ଆଶା କରାଯାଏ ।’’ ଆଜି ପୂର୍ବାହ୍ନରେ ନିଜ ସଚବି।ଳୟ ପ୍ରକୋଷ୍ଠରେ ପୁସ୍ତକଟିକୁ ଉନ୍ମୋଚନ କରି ପଞ୍ଚାୟତିରାଜ ଓ ପାନୀୟଜଳ, ଗୃହ ଓ ନଗର ଉନ୍ନୟନ ତଥା ଆଇନ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନା ଉପରୋକ୍ତ ମତବ୍ୟକ୍ତ କରିଛନ୍ତି । ପୁସ୍ତକ ସମ୍ପର୍କରେ ସହସ୍ର ବର୍ଷ ପୁରୁଣା ସହର କଟକର ଇତିହାସ ଓଡ଼ିଶା ରାଜ୍ୟର ସହସ୍ର ବର୍ଷ ଇତିହାସର ପ୍ରତୀକ ।

ମଧ୍ୟପ୍ରଦେଶ ରାଜ୍ୟର ଉଜ୍ଜେୟନୀ ସହର ପରେ ଏହା ଭାରତର ଦ୍ୱିତୀୟ ସର୍ବ ପୁରାତନ ସହର । କୁହାଯାଏ, ଓଡ଼ିଶାର ଯେ କୌଣସି ପ୍ରମୁଖ ବ୍ୟକ୍ତିର ମୂଳ ଉତ୍ସ ଐତିହ୍ୟ ନଗରୀ କଟକର ମାଟି ସହ ସମ୍ପୃକ୍ତ ।

ମହାନଦୀ ଏବଂ କାଠଯୋଡ଼ିର ତ୍ରିକୋଣ ଭୂମିରେ ଅବସ୍ଥିତ କଟକ, ୯୮୯ ଖ୍ରୀଷ୍ଟାବ୍ଦରେ କେଶରୀ ବଂଶର ରାଜା ନୃପକେଶରୀଙ୍କ ଦ୍ୱାରା ପ୍ରତିଷ୍ଠିତ ହୋଇଥିଲା । ସେବେଠାରୁ ୯ ଶତାବ୍ଦୀ ଧରି କଟକ ସହର ହିନ୍ଦୁରାଜା, ଆଫଗାନ୍‌, ମୋଗଲ, ମରାଠା ଏବଂ ଇଂରେଜମାନଙ୍କର ରାଜଧାନୀ ଭାବେ ପ୍ରାଧାନ୍ୟ ବିସ୍ତାର କରିଆସିଛି ।

୧୯୩୬ ମସିହାରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଠାରୁ ୧୯୪୭ ମସିହା ପର୍ଯ୍ୟନ୍ତ କଟକ ଓଡ଼ିଶାର ରାଜଧାନୀ ଭାବେ ପରିଗଣିତ ହେଉଥିଲା ।

ଏହା ପରବର୍ତ୍ତୀ ଓଡ଼ିଶାର ରାଜଧାନୀ ମନ୍ଦିର ମାଳିନୀ ଭୁବନେଶ୍ୱର ସହରକୁ ୧୯୪୮ ମସିହାରେ ସ୍ଥାନାନ୍ତରିତ ହୋଇଥିଲା ।

ସ୍ୱାଧୀନତାର ୭୨ ବର୍ଷ ବିତିଗଲା ପରେ ମଧ୍ୟ ଗୋଟେ ପଟେ ଯେଉଁଠି ଭୁବନେଶ୍ୱର ଏକ ବିଶ୍ୱସ୍ତରୀୟ ସହରରେ ପରିଣତ ହୋଇଛି, ଅପର ପକ୍ଷରେ କଟକ ସହରର ସେହିଭଳି ଭାବରେ ପ୍ରଗତି ହୋଇପାରିନାହିଁ । ଏହା ସତ୍ତ୍ଵେ କଟକ ନିଜର ସ୍ୱତନ୍ତ୍ର ଅସ୍ତିତ୍ୱ ବଜାୟ ରଖିପାରିଛି ଏବଂ ଏବେ ମଧ୍ୟ ଓଡ଼ିଶା ରାଜ୍ୟର ସାଂସ୍କୃତିକ ଏବଂ ରାଜନୈତିକ ପ୍ରାଣକେନ୍ଦ୍ର ଭାବେ ସ୍ୱତନ୍ତ୍ର ଗାରିମା ବହନ କରୁଛି ।

ଅର୍ଥ ଏବଂ କ୍ଷମତାର କେନ୍ଦ୍ରବିନ୍ଦୁ ଭୁବନେଶ୍ୱର କେବେବି ନଥିଲା, ବରଂ ଆଧୁନିକ ଓଡ଼ିଶାର ରାଜଧାନୀ ଐତିହାସିକ କଟକ ନଗରୀରୁ ହିଁ ଅର୍ଥ ଏବଂ କ୍ଷମତାର ନାଭି କେନ୍ଦ୍ରର
ଉତ୍ପତ୍ତି । ସହସ୍ର ବର୍ଷ ପୁରୁଣା ସହର କଟକ ଏମିତି ଏକ ଅନନ୍ୟ ସହର ଯାହା ମଧ୍ୟରେ ବିଭିନ୍ନ ବର୍ଗର ନଅ ଗୋଟି ସଂଗ୍ରହାଳୟ ରହିଛି । ଏହି ସଂଗ୍ରହାଳୟଗୁଡ଼ିକ ହେଲା ଓଡ଼ିଶା ମାରିଟାଇମ୍‌ ସଂଗ୍ରହାଳୟ, ଓଡ଼ିଶା ହାଇକୋର୍ଟ ସଂଗ୍ରହାଳୟ, ଓଡ଼ିଶା ପ୍ରିଟିଙ୍ଗ୍ସଂ ଗ୍ରହାଳୟ, ମଧୁସୂଦନ ସଂଗ୍ରହାଳୟ, ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟ, ସ୍ୱରାଜ ସଂଗ୍ରହାଳୟ, ଆନନ୍ଦ ଭବନ ସଂଗ୍ରହାଳୟ ଏବଂ ପ୍ରଶିକ୍ଷଣ କେନ୍ଦ୍ର ଏବଂ ଦକ୍ଷତା ସଂଗ୍ରହାଳୟ ।

ପ୍ରତ୍ୟେକ ସଂଗ୍ରହାଳୟ ନିଜ ନିଜ କ୍ଷେତ୍ରରେ ସ୍ୱତନ୍ତ୍ର ଏବଂ ସମଗ୍ର ଭାରତ ବର୍ଷରେ ଅଦ୍ୱିତୀୟ । ବିଡ଼ମ୍ବନାର ବିଷୟ, ସଚେତନତା ଅଭାବରୁ ଅନେକ ଲୋକ ଏହି ସଂଗ୍ରହାଳୟଗୁଡ଼ିକର ବିଶେଷତ୍ୱ ବିଷୟରେ ଅବଗତ ନୁହନ୍ତି ।

ଐତିହ୍ୟକୁ ସଂରକ୍ଷିତ କରି ରଖିବା ଆମ କର୍ତ୍ତବ୍ୟ । ତାହା ଆମେ ସଂଗ୍ରହାଳୟ, ନାନାପ୍ରକାଶନ ଏବଂ ଡିଜିଟାଲ ଯୁଗରେ ଅଡ଼ିଓ ଭିଜୁଆଲ୍‌ ଦ୍ୱାରା ସଂରକ୍ଷିତ କରିଥାଉ । “କଟକ ଦି ସିଟି ଅଫ୍‌ ମ୍ୟୁଜିୟମ୍ସ’’, କଟକର ବିଭିନ୍ନ ସଂଗ୍ରହାଳୟଗୁଡ଼ିକର ଐତିହ୍ୟ ସମ୍ବଳିତ ତଥ୍ୟ ଏବଂ ସୁଦୃଶ୍ୟ ଫଟୋଚିତ୍ରରେ ପରିପୂର୍ଣ୍ଣ ।

ଏକ ଭିନ୍ନ ସ୍ୱାଦର ପୁସ୍ତକ । ପୁସ୍ତକର ରଚୟିତା ଶ୍ରୀ ରାଜା ପରିଜା ଓଡ଼ିଶା ସରକାରଙ୍କ ଜଣେ ବରିଷ୍ଠ ପ୍ରଶାସନିକ ଅଧିକାରୀ ଏବଂ ରାଜ୍ୟରେ ଜଣେ ପ୍ରମୁଖ ଫଟୋଗ୍ରାଫର ଭାବେ ସୁପରିଚିତ । ତାଙ୍କ ଦ୍ୱାରା ଉଠାଯାଇଥିବା ଫଟୋଗୁଡ଼ିକ ଗୋଟିଏ କଫି ଟେବୁଲ୍‌ ବୁକ୍‌ର ପରିପାଟୀକୁ ଅଧିକ ଆକର୍ଷଣୀୟ ଏବଂ ରୁଚିପୂର୍ଣ୍ଣ କରିପାରିଛି ।

ଉକ୍ତ ପୁସ୍ତକଟି ଐତିହାସିକ କଟକ ସହରର ଇତିହାସ ସହିତ ୧୮୧୪ ମସିହାରୁ ସମଗ୍ର ଭାରତବର୍ଷର ସଂଗ୍ରହାଳୟ ଆନ୍ଦୋଳନର ଗୌରବଜ୍ଜ୍ୱଳ ଯାତ୍ରା ଏବଂ ୧୯୦୪ ମସିହାରୁ ଏଯାବତ୍‌ ଓଡ଼ିଶାର ସଂଗ୍ରହାଳୟ ଐତିହ୍ୟପୂର୍ଣ୍ଣ ଯାତ୍ରାକୁ ସ୍ଥାନିତ କରିଛି ।

“କଟକ – ଦି ସିଟି ଅଫ୍‌ ମୁ୍ୟଜିୟମ୍ସ୍‌’’, ଶ୍ରୀ ପରିଜାଙ୍କର କଟକର ଐତିହ୍ୟ ଏବଂ ସଂସ୍କୃତି ଉପରେ ଆଧାରିତ ତୃତୀୟ ପୁସ୍ତକ । ପୂର୍ବରୁ ‘ଦି ସିଲଭର ସ୍ପେଲଣ୍ଡର ଅଫ ମିଳେନିୟମ୍‌ ସିଟି’ ଏବଂ ନେତାଜୀ ୱାଜ୍‌ ବର୍ଣ୍ଣ ହିଅର’ ଭଳି ଦୁଇଟି ଚମତ୍କାର ପୁସ୍ତକ ଲେଖକଙ୍କ ଦ୍ୱାରା ପ୍ରକାଶିତ ହୋଇସାରିଛି ।

ଐତିହାସିକ କଟକ ନଗରୀର ସମୃଦ୍ଧ ସଂସ୍କୃତିର ପ୍ରଚାର ପ୍ରସାର ସହ କଟକକୁ ଓଡ଼ିଶାର ଅନ୍ୟତମ ପ୍ରମୁଖ ପର୍ଯ୍ୟଟନସ୍ଥଳୀର ବିଶେଷତା ପ୍ରଦାନ ନିମନ୍ତେ ଶ୍ରୀ ପରିଜାଙ୍କ ଏହା ଏକ ଅଭିନନ୍ଦନୀୟ ପ୍ରୟାସ । ଆଜିର ଏହି ଉନ୍ମୋଚନ ଅବସରରେ ପୁସ୍ତକର ଲେଖକ ଶ୍ରୀ ରାଜା ପରଜି।ଙ୍କ ସମେତ ବହୁ ବରିଷ୍ଠ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ ।

Categories
STORY & POEM

RELATED BY

  • ଓଡ଼ିଶାର ବୀରେନ୍ଦ୍ର କୁମାର ସାମନ୍ତରାୟ ପାଇବେ ବାଲ ସାହିତ୍ୟ ପୁରସ୍କାର

    ୨୦୧୯ ବର୍ଷ ପାଇଁକେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ସାହିତ୍ୟ ଏକାଡେମୀ ବାଲ ପୁରସ୍କାର ନିମନ୍ତେ ୨୨ ଜଣ ଏବଂ ଯୁବ ପୁରସ୍କାର ଲାଗି ୨୩ ଜଣ ଲେଖକଙ୍କ ନାମ ଘୋଷଣା କରାଯାଇଛି । ଓଡ଼ିଆ ଶିଶୁ ସାହିତ୍ୟ କ୍ଷେତ୍ରକୁ ସାମଗ୍ରୀକ...
  • କବି ଅନନ୍ତ ପଟ୍ଟନାୟକ ଥିଲେ ଓଡ଼ିଆ ପ୍ରଗତି ସାହିତ୍ୟର ପ୍ରମୁଖ କର୍ଣ୍ଣଧାର

    ଭୁବନେଶ୍ୱର: ବିପ୍ଳବୀ କବି ଅନନ୍ତ ପଟ୍ଟନାୟକଙ୍କ ସାମ୍ୟବାଦୀ ଚେତନା ଭାରତ ବର୍ଷର ସ୍ୱାଧୀନତା ଓ ଭାରତରେ ସମାଜ-ଅର୍ଥନୈତିକ ସାମ୍ୟ ପ୍ରତିଷ୍ଠାର ଆହ୍ୱାନ ମଧ୍ୟରେ ସୀମିତ ନରହି ସମଗ୍ର ମଣିଷ ସମାଜ ଲାଗି ତାଙ୍କର ବିଶ୍ୱଦୃଷ୍ଟି ହିଁ ପ୍ରତିପାଦିତ ହୋଇଥିଲା । କବି...
  • ଶେଷହୀନ ସନ୍ତରଣ

    ପେନ୍‌ ଇନ୍‌ ବୁକ୍ସ ପ୍ରକାଶିତ କବି ରକ୍ଷକ ନାୟକଙ୍କ କବିତା ସଂକଳନ ‘ଶେଷହୀନ ସନ୍ତରଣ’ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଦ୍ୱାରା ରାଜଭବନରେ ଉନ୍ମୋଚିତ । ଫୋଟ-ଡାହଣରୁ ପ୍ରଥମ ରକ୍ଷକ ନାୟକ...
  • ‘ମଧୁଲିତା’ର

    ‘ମଧୁଲିତା’ ସାରସ୍ୱତ ଗଳ୍ପ ସମ୍ମାନରେ ସମ୍ମାନିତ ହେଉଛନ୍ତି ଗାଳ୍ପିକା ଅବନ୍ତି ବେହେରା । ଭୁବନେଶ୍ୱର : ମନନଶୀଳ ପାରିବାରିକ ପତ୍ରିକା ‘ମଧୁଲିତା’ର ଦ୍ୱାଦଶ ବାର୍ଷିକ ଉତ୍ସବ ଜୟଦେବ ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ପୂର୍ବତଟ ରେଳପଥର ବରିଷ୍ଠ ଜନସମ୍ପର୍କ ଅଧିକାରୀ...
WhatsApp chat