ଚିଟ୍ ଫଣ୍ଡ,ବ୍ଲାକ୍ ରୋଜ୍ ସ୍କାମ୍ ଓ ସିବିଆଇ ଠାରୁ ବଞ୍ଚିବା ପାଇଁ ଅଶ୍ୱିନୀଙ୍କୁ ସମର୍ଥନ

ବିଜେପି ପ୍ରମୁଖ ବିରୋଧି ଦଳ ଭୂମିକା ତୁଲାଇବାର ନୈତିକତା ହରାଇଛି

ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନ ପୂର୍ବରୁ ପୂର୍ବତନ ଆଇ.ଏ.ଏସ୍ ଅଧିକାରୀ ଅଶ୍ୱିନୀ ବୈଷ୍ଣବଙ୍କ ପ୍ରାର୍ଥୀତ୍ୱ ବିବାଦ ବିଜେଡି-ବିଜେପି ଭିତରେ ଥିବା ଅସାଧୁ ମେଣ୍ଟକୁ ପଦାରେ ପକାଇ ଦେଇଛି ।

ଅଶ୍ୱିନୀଙ୍କ ନାଁକୁ ବିଜେଡି ନିଜର ପ୍ରାର୍ଥୀ ଭାବରେ ପ୍ରଥମେ ଘୋଷଣା କରିବା ତା’ପରେ ବିଜେପି ମଧ୍ୟ ସମାନ ବ୍ୟକ୍ତିଙ୍କୁ ନିଜର ପ୍ରାର୍ଥୀ ଭାବରେ ଦାବି କରିବା ଘଟଣା ଏହାର କିଛି ସମୟ ପରେ ନବୀନ ବାବୁ ସମସ୍ତଙ୍କୁ ଚକିତ କଲାଭଳି ଗୃହରେ ସଂଖ୍ୟା ନଥିବା ବିଜେପିର ପ୍ରାର୍ଥୀ ଭାବେ ଅଶ୍ୱିନୀ ବୈଷ୍ଣବଙ୍କୁ ସମର୍ଥନ କରିବା ଘୋଷଣା “ସିଟ୍ ଫର ସପୋର୍ଟ” ଡିଲ୍ କୁ ଧରା ପକାଇ ଦେଇଛି ବୋଲି ପ୍ରଦେଶ କଂଗ୍ରେସ ଗଣମାଧ୍ୟମ ବିଭାଗ ମୁଖ୍ୟ ସତ୍ୟ ପ୍ରକାଶ ନାୟକ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।

ଓଡିଶାର ସ୍ୱାର୍ଥ ବିକାଶର ଦ୍ୱାହି ଦେଉଥିବା ବିଜୁ ଜନତା ଦଳ ଅଶ୍ୱିନୀ ବୈଷ୍ଣବଙ୍କର କେଉଁ ପ୍ରତିଭା ଓ ଗୁଣକୁ ଦେଖି ବିରୋଧି ପ୍ରାର୍ଥୀ ହୋଇଥିବା ସତ୍ୱେ ସମର୍ଥନ ଦେବ ବୋଲି ଘୋଷଣା କରିଛି?

ଏହାଦ୍ୱାରା ଅଶ୍ୱିନୀଙ୍କର ଓଡିଶା ଓ ଓଡିଶାବାସୀଙ୍କ ପ୍ରତି କ’ଣ ଅବଦାନ ରହିଛି ଓ ଭବିଷ୍ୟତରେ ସେ ଓଡିଶାର କ’ଣ କଲ୍ୟାଣ କରିବେ ଯେଉଁଥି ପାଇଁ ତାଙ୍କୁ ସମର୍ଥନ ଦେଇ ବିରୋଧି ରାଜନୈତିକ ଦଳ ଭାବରେ ବିଜେପିକୁ ଅନୁକମ୍ପା ଦେଖାଇଛି ବୋଲି ସତ୍ୟ ପ୍ରକାଶ ପ୍ରଶ୍ନ କରିଛନ୍ତି ।

ଆଶ୍ଚର୍ଯ୍ୟର କଥା ନିଜର ସଂଖ୍ୟା ନଥାଇ ଜଣେ ଅବସରପ୍ରାପ୍ତ ଅଧିକାରୀଙ୍କୁ ପ୍ରାର୍ଥୀ କରି ତାଙ୍କ ପାଇଁ ଶାସକ ଦଳଠୁ ସମର୍ଥନ ମାଗିବା ଭାରତୀୟ ଜନତା ପାର୍ଟିର କେଉଁ ଆଦର୍ଶ ଓ ସଂସ୍କାରର ପରିଚୟ ଦେଉଛି ବୋଲି କଂଗ୍ରେସ ପ୍ରଶ୍ନ ଉଠାଇଛି ।

ବିଜେଡି ଠାରୁ ସମର୍ଥନ ନେଇ ବିଜେପି ଗୃହରେ ପ୍ରମୁଖ ବିରୋଧି ଦଳ ଭାବରେ ନୈତିକତା ହରାଇଛି ।

ଖାଲି ସେତିକି ନୁହେଁ ବିରୋଧି ଦଳଙ୍କୁ ଏଭଳି ଅନୁକମ୍ପା ଦେଖାଇ ଶାସକ ଦଳ ମଧ୍ୟ ସଂସଦୀୟ ଗଣତାନ୍ତ୍ରିକ ଓ ରାଜନୈତିକ ମୂଲ୍ୟବୋଧକୁ ନଷ୍ଟ କରିଛନ୍ତି ବୋଲି କହିଛି କଂଗ୍ରେସ ।

କେବଳ ସେତିକି ନୁହଁ ଉଭୟ ବିଜେଡି-ବିଜେପି ନିର୍ବାଚନ ସମୟରେ ରାଜ୍ୟବାସୀଙ୍କ ସମ୍ମୁଖରେ ନାଟକ କରୁଥିଲେ, ତାହା ଅଶ୍ୱିନୀ ବୈଷ୍ପବଙ୍କ ପ୍ରାର୍ଥୀତ୍ୱରୁ ଧରାପଡିଛି ।

ନିଜ ଦଳର ବହୁ ଯୋଗ୍ୟ ପ୍ରାର୍ଥୀଙ୍କୁ ବାଦ୍ ଦେଇ ବିଜେପିର ପ୍ରାର୍ଥୀକୁ ସମର୍ଥନ ଦେବା ପଛରେ ନବୀନ ବାବୁ ବିଜେପି ସହିତ ଡିଲ୍ କରିଛନ୍ତି । ଚିଟ୍ଫଣ୍ଡ ସ୍କାମ୍, ବ୍ଲାକ୍ ରୋଜ୍  ସ୍କାମ୍ ସିବିଆଇ ଠାରୁ ବଞ୍ଚିବା ପାଇଁ ବିଜେପି ପାଖରେ ନବୀନ ବାବୁ ଆତ୍ମସମର୍ପଣ କରିଛନ୍ତି ବୋଲି ଶ୍ରୀ ନାୟକ କହିଛନ୍ତି ।

Categories
POLITICS

RELATED BY

  • ଦଳୀୟ ଅନୁଶାସନ ଭଙ୍ଗ ଏବଂ ବିଶୃଙ୍ଖଳିତ କାର୍ଯ୍ୟ

    ଭୁବନେଶ୍ୱର : ଦଳୀୟ ଅନୁଶାସନ ଭଙ୍ଗ, ବିଶୃଙ୍ଖଳିତ କାର୍ଯ୍ୟ ଏବଂ ପାର୍ଟିର ସାଙ୍ଗଠନିକ କାର୍ଯ୍ୟକଳାପରେ ବାଧା ସୃଷ୍ଟି କରିଥିବା ଆଦି ଦଳ ବିରୋଧୀ କାର୍ଯ୍ୟ ପାଇଁ ରାଜ୍ୟସଭାପତି ଶ୍ରୀ ବସନ୍ତ ପଣ୍ଡାଙ୍କ ଅନୁମୋଦନକ୍ରମେ କଟକ ନଗର ଜିଲ୍ଲା ଯୁବମୋର୍ଚ୍ଚା ସଭାପତି...
  • ସମସ୍ତ ସାଂସଦମାନଙ୍କୁ ଚିଠି ଲେଖିଲେ

    ଭୁବନେଶ୍ୱର : ବିଜୁ ଜନତା ଦଳର ସଭାପତି  ନବୀନ ପଟ୍ଟନାୟକ ଦଳର ଲୋକସଭା ଓ ରାଜ୍ୟସଭା ସାଂସଦମାନେ ରାଜ୍ୟବାସୀଙ୍କ ବିଭିନ୍ନ ସ୍ୱାର୍ଥ ସମ୍ବଳିତ ଗୁରୁତ୍ୱପୂର୍ଣ୍ଣ ପ୍ରସଂଗଗୁଡିକୁ ସଂସଦରେ ସଠିକ୍‍ ଭାବରେ ଉପସ୍ଥାପନ କରି ରାଜ୍ୟବାସୀଙ୍କ ଶ୍ରଦ୍ଧାଭାଜନ ହେବା ପାଇଁ ଆଶା...
  • ବିଜେପି ସାଂସଦ ଡ. ସୁବ୍ରମଣ୍ୟ ସ୍ୱାମୀଙ୍କ ଗିରଫ ଦାବୀରେ ଏତଲା ଦାୟର

    ଭୁବନେଶ୍ୱର :ଓଡ଼ିଶା ପ୍ରଦେଶ କଂଗ୍ରେସ ଅନୁସୂଚୀତ ବିଭାଗ ପକ୍ଷରୁ ବିଜେପି ସାଂସଦ ଡ. ସୁବ୍ରମଣ୍ୟ ସ୍ୱାମୀ ଗତ ୫.୭.୨୦୧୯ ରିଖରେ ଅଖିଳ ଭାରତ କଂଗ୍ରେସ ସଭାପତି ଶ୍ରୀଯୁକ୍ତ ରାହୁଲ ଗାନ୍ଧୀଙ୍କୁ ଆପେକ୍ଷ କରି ଯେଉଁ ଟିପ୍ପଣୀ ପ୍ରଦାନ କରିଛନ୍ତି ତାହାର...
  • ରେଳ ବଜେଟରେ ଓଡିଶାକୁ ଏଥର ମିଳିଛି ରେକର୍ଡ ପରିମାଣର ଅନୁଦାନ

    ଭୁବନେଶ୍ୱର : କେନ୍ଦ୍ରୀୟ ରେଳ ବଜେଟ ୨୦୧୯-୨୦ ଆର୍ଥୀକ ବର୍ଷ ପାଇଁ ଓଡିଶାକୁ ମିଳିବ ୫୮୦୦ କୋଟିରୁ ଅଧିକ ଅର୍ଥ । କେନ୍ଦ୍ରରେ ମୋଦି ସରକାର କ୍ଷମତାକୁ ଆସିବା ପରେ କ୍ରମାଗତ ଭାବେ ରେଳ ବଜେଟରେ ଓଡିଶାକୁ ଅଧିକରୁ ଅଧିକ...
WhatsApp chat