ସ୍ୱର୍ଗତଃ ମୁଖାର୍ଜୀଙ୍କ ବିଚାରଧାରାକୁ ନେଇ ବିଜେପି ଦେଶବାସୀଙ୍କ ସେବା କରୁଛି : ଧର୍ମେନ୍ଦ୍ର

ବ୍ୟର୍ଥ ଯିବନି ଡ.ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ବଳିଦାନ

ଭୁବନେଶ୍ୱର: ଆଜି ସ୍ୱର୍ଗତଃ ଡ. ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ପୂଣ୍ୟତିଥୀ ।

ଏହି ଅବସରରେ ରାଜ୍ୟ ସଭାପତି ବସନ୍ତ ପଣ୍ଡା, ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀଙ୍କ ସମେତ ବିଜେପି ନେତୃବୃନ୍ଦ ସତସଙ୍ଗ ବିହାରସ୍ଥିତ ଡ. ଶ୍ୟାମ ପ୍ରସାଦ ମୁଖାର୍ଜୀ ପାର୍କରେ ଥିବା ତାଙ୍କ ପ୍ରତିମୂର୍ତୀରେ ମାଲ୍ୟାର୍ପଣ କରି ତାଙ୍କ ସ୍ମୃତି ଚାରଣ କରିବା ସହ ତାଙ୍କ ବଳିଦାନ ବ୍ୟର୍ଥ ଯିବନି ବୋଲି କହିଛନ୍ତି ।

ସ୍ୱର୍ଗତଃ ଡ. ଶ୍ୟାମ ପ୍ରସାଦ ମୁଖାର୍ଜୀ ହେଉଛନ୍ତି ବିଜେପି ବିଚାରଧାରା ଏବଂ ରାଜନୈତିକ ଆନ୍ଦୋଳନର ପ୍ରଣେତା ।

ସ୍ୱର୍ଗତଃ ମୁଖାର୍ଜୀଙ୍କ ନେତୃତ୍ୱରେ ‘ଭାରତୀୟ ଜନସଂଘ’ ପ୍ରତିଷ୍ଠା ହୋଇଥିଲା ଯାହା ପରବର୍ତୀ ଅବସ୍ଥାରେ ‘ଭାରତୀୟ ଜନତା ପାର୍ଟି’ ଭଳି ବଡ ବଟ ବୃକ୍ଷ ଭାବେ ରୂପ ନେଇଛି । ତାଙ୍କ ବିଚାରଧାରାକୁ ନେଇ ଆଜି ବିଜେପି ଦେଶବାସୀଙ୍କ ସେବା କରୁଛି ।

ସ୍ୱର୍ଗତଃ ମୁଖାର୍ଜୀ ଜଣେ ଦୂରଦ୍ରଷ୍ଟା ଥିଲେ । ଦେଶର ବିକାଶ, ଅର୍ଥନୀତିର ବିକାଶ, ସମାଜିକ ନୀତି ଏବଂ ଦେଶର ରାଷ୍ଟ୍ରୀୟ ସୁରକ୍ଷାନୀତି କିଭଳି ହେବ ସେନେଇ ସେ ସର୍ବଦା କାର୍ଯ୍ୟକରୁଥିଲେ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।

ସ୍ୱର୍ଗତଃ ମୁଖାର୍ଜୀଙ୍କ ପୁଣ୍ୟତିଥି ଅବସରରେ ତାଙ୍କୁ ମନପକାଇ ତାଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ କାର୍ଯ୍ୟ କରିବାକୁ ସଂକଳ୍ପ ନେଇଛୁ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ।

ସ୍ୱର୍ଗତଃ ମୁଖାର୍ଜୀଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ବିଜେପି ସରକାର ଆଗେଇ ଚାଲିଛି । ସେ କହୁଥିଲେ ‘ଏକ ଦେଶମେଁ ଦୋ ବିଧାନ, ଦୋ ପ୍ରଧାନ, ୱର ଦୋ ନିଶାନ ନହିଁ ଚଲେଙ୍ଗେ ନହି ଚଲେଙ୍ଗେ ।’ ତାଙ୍କୁ କାଶ୍ମିରୀରେ ହତ୍ୟା କରାଯାଇଛି ବୋଲି ଦେଶବାସୀଙ୍କ ମନରେ ସନ୍ଦେହ ରହିଛି ।

ଦେଶ ପାଇଁ ସହିଦ ହୋଇଥିବା ଡ.ମୁଖାର୍ଜୀ ଏବଂ ବିଜେପିର ମନ୍ତ୍ରଦ୍ରଷ୍ଟା ପଣ୍ଡିତ ଦୀନଦୟାଲ ଉପାଧ୍ୟୟଙ୍କ ନୀତି ଆଦର୍ଶରେ ବିଜେପି ଦଳ କାର୍ଯ୍ୟକରୁଛି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରତାପ ଷଢଙ୍ଗୀ କହିଛନ୍ତି ।

ଏହି ଅବସରରେ ରାଜ୍ୟ ସଭାପତି ତଥା ସାଂସଦ ବସନ୍ତ ପଣ୍ଡା, ରାଷ୍ଟ୍ରୀୟ ସାଧାରଣ ସଂପାଦକ ତଥା ରାଜ୍ୟ ବିଜେପି ପ୍ରଭାରୀ ଅରୁଣ ସିଂହ, ବାଲେଶ୍ୱର ବିଧାୟକ ମଦନ ମୋହନ ଦତ୍ତ, ବ୍ରହ୍ମଗିରୀ ବିଧାୟକ ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର, ରାଜ୍ୟ ସଂପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର, ରାଜ୍ୟ ଗଣମାଧ୍ୟମ ବିଭାଗ ମୁଖ୍ୟ ଓ ରାଜ୍ୟ ମୁଖପାତ୍ର ଶ୍ରୀ ଗୋଲକ ମହାପାତ୍ର, କୃଷକ ମୋର୍ଚ୍ଚା ସାଧାରଣ ସଂପାଦକ ସୁରଥ ବିଶ୍ୱାଳଙ୍କ ସମେତ ବିଜେପି ନେତୃବୃନ୍ଦ ପ୍ରମୁଖ ଉପସ୍ଥିତ ଥିଲେ । 

Categories
LIFE
Newsroll

RELATED BY

  • ‘ସମୃଦ୍ଧ ଜୀବନ’

    ବର୍ତମାନର ଧାଁ ଦଉଡ଼ ପୂର୍ଣ୍ଣ ଜୀବନର ଜଟିଳତା ଯୋଗୁଁ ଆମ ମନ ଉଦବେଗ୍ ଓ ଦୁଶ୍ଚିନ୍ତାରେ ଭରି ରହୁଛି । ଏହା ଆମ ମାନସିକ ଶାନ୍ତି ଓ ସୁଖରେ ବ୍ୟାଘାତ ସାଜୁଛି । ଆମେ କ’ଣ ଅଟୁ ଓ କ’ଣ...
  • ହାସ୍ୟ ଅଭିନେତା ଗୁଡୁଙ୍କ ଜନ୍ମଦିନ ପାଳିତ

    ଓଡ଼ିଆ ଫିଲ୍ମର ହାସ୍ୟ ଅଭିନେତା ଗୁଡୁଙ୍କ ଜନ୍ମ ଦିନ ଆଜି ଝାରପଡ଼ା ଜେଲ ପାଖରେ ଥିବା ମଧୁରମୟୀ ଶିକ୍ଷା କେନ୍ଦ୍ରରେ ପାଳିତ ହୋଇଛି । ଶ୍ରୀମାନ ଗୁଡୁ ଛୋଟଛୋଟ ପିଲାମାନଙ୍କୁ ମିଷ୍ଟାନ ବଣ୍ଟନ ସହିତ ଉପହାର ପ୍ରଦାନ କରିଥିଲେ ।...
  • ନନ୍ଦିନୀ ଦେବୀଙ୍କ ନାମରେ ସଂଗ୍ରହାଳୟ ସ୍ଥାପନ ପାଇଁ ଦାବି

    ଭୁବନେଶ୍ୱର:  ଏକ ବଳିଷ୍ଠ ନାରୀ ନେତୃତ୍ୱ ଓ ନାରୀ ଜାଗରଣର ମହାନାୟିକା ତଥା ଲୌହ ମାନବୀ ଦେଶ ମାତୃକା ଓ ରାଜ୍ୟ ପାଇଁ ଉତ୍ସର୍ଗୀକୃତ ସଂଗ୍ରାମ କରିଥିବା ବିଶିଷ୍ଟ ସାହିତ୍ୟ ସାଧିକା, ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଓଡିଶାର ପ୍ରଥମ ମହିଳା...
  • ପ୍ରଥମ କିସ୍ତିରେ ଆସାମ ସରକାର ଦେବେ ୫୦ ଲକ୍ଷ ଟଙ୍କା

    ଭୁବନେଶ୍ୱର: ପ୍ରସିଦ୍ଧ ଅହମୀୟା ସାହିତ୍ୟିକ ଲକ୍ଷ୍ମୀନାଥ ବେଜବରୁଆଙ୍କ ସମ୍ବଲପୁରସ୍ଥ ବାସଗୃହ ଓ ସାଧନାଗୃହର ପୁନରୁଦ୍ଧାର ପାଇଁ ଆସାମରେ କାର୍ଯ୍ୟରତ ବେଜବରୁଆ ସ୍ମୃତି-କମିଟିର ତିନି ଜଣ ସଦସ୍ୟ ଆଜି ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ଜ୍ୟୋତିପ୍ରକାଶ...