ବୟନ ଭବନ ପରିସରରେ ଅତ୍ୟାଧୁନିକ ‘ଡିଜାଇନର କଲେକ୍‌ସନ୍‌’

ବିକ୍ରୟ କେନ୍ଦ୍ର ଉଦ୍‌ଘାଟିତ

ଭୁବନେଶ୍ୱର:ଆଜି ସନ୍ଧ୍ୟାରେ ସ୍ଥାନୀୟ ସଚିବାଳୟ ମାର୍ଗସ୍ଥିତ ବୟନ ଭବନର ପ୍ରଥମ ମହଲାରେ ଏକ ଆଧୁନିକ ‘ଡିଜାଇନର କଲେକ୍‌ସନ୍‌’ ବିକ୍ରୟ କେନ୍ଦ୍ରକୁ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ଶ୍ରୀମତୀ ପଦ୍ମିନୀ ଦିଆନ୍‌ ଉଦ୍‌ଘାଟନ କରିଛନ୍ତି ।

ଏହି ଅବସରରେ ମନ୍ତ୍ରୀ ଶ୍ରୀମତୀ ଦିଆନ୍‌ ଗଣମାଧ୍ୟମକୁ କହିଛନ୍ତି ଯେ ହସ୍ତତନ୍ତରୁ ପ୍ରସ୍ତୁତ ସମ୍ବଲପୁରୀ ବାନ୍ଧ ଶାଢ଼ି, ନଅୂ।ପାଟଣା ଖଣ୍ଡୁଆ ଶାଢ଼ି, ସୋନପୁରୀ ବମ୍‌କେଇ ଶାଢ଼ି, କୋଟ୍‌ପାଡ ଶାଢ଼ି, ଯାଜପୁର ଜିଲ୍ଲା ଗୋପାଳପୁରର ଟସର ବସ୍ତ୍ର ଦେଶବିଦେଶରେ ବିଶେଷ ଭାବେ ଆଦୃତି ଲାଭ କରିଛି । ଏହି ସବୁ କପଡ଼ାରୁ ଡିଜାଇନରମାନଙ୍କ ଦ୍ୱାରା ପ୍ରସ୍ତୁତ ଅତ୍ୟାଧୁନିକ ବସ୍ତ୍ର ଆଜିର ଯୁବପିଢ଼ିଙ୍କୁ ଅତ୍ୟନ୍ତ ଆକୃଷ୍ଟ କରିବ । ଏହିସବୁ ବସ୍ତ୍ର ଓଡ଼ିଶାର କଳା, ସଂସ୍କୃତି ଓ ଆଧୁନିକତାର ସୁନ୍ଦର ସମିଶ୍ରଣ ।

ରାଜ୍ୟର ହସ୍ତତନ୍ତ ଓ ବୟନଶିଳ୍ପ କ୍ଷେତ୍ରରେ ଅଭିବୃଦ୍ଧି ପାଇଁ ଏହା ବିଶେଷ ସହାୟକ ହେବ ବୋଲି ମନ୍ତ୍ରୀ ଆଶା ପ୍ରକଟ କରିଛନ୍ତି ।

ଓଡ଼ିଶାର ବାନ୍ଧକଳା କେବଳ ରାଜ୍ୟରେ ନୁହେଁ ସମଗ୍ର ଭାରତବର୍ଷରେ ସୁଖ୍ୟାତି ଲାଭ କରିଛି । ଭାରତ ବାହାରେ ମଧ୍ୟ ଓଡ଼ିଶା ବାନ୍ଧକଳା ଆଦୃତି ଲାଭ କରିଛି ।

ବର୍ତ୍ତମାନ ବଜାରରେ ଶାଢ଼ି ଅପେକ୍ଷା ପରିଧାନ ବସ୍ତ୍ର (Readymade Garment)ର ଚାହିଦା ବହୁଳ ମାତ୍ରାରେ ବଢ଼ିଚାଲିଛି ।

ପରିଧାନ ବସ୍ତ୍ର ମଧ୍ୟରେ ଯୋଗ୍ୟତା ସଂପନ୍ନ ଡିଜାଇନରମାନଙ୍କ ଦ୍ୱାରା ପ୍ରସ୍ତୁତ ବସ୍ତ୍ରର ଚାହିଦା ବଜାରରେ ଅତୁଳନୀୟ । ଏହି ଚାହିଦାକୁ ଦୃଷ୍ଟିରେ ରଖି ବୟନିକା ସ୍ୱତନ୍ତ୍ର ଭାବେ ଏକ ଡିଜାଇନରସ୍‌ କଲେକ୍‌ସନ୍‌ ସେଲ୍‌ ପ୍ରସ୍ତୁତ କରିଛି ।

ଏହି ଡିଜାଇନର କଲେକ୍‌ସନ୍‌ ସେଲ୍‌ଟି ବୟନ ଭବନର ପ୍ରଥମ ମହଲାରେ ୨ ହଜାର ବର୍ଗ ଫୁଟ ପରିମିତ ଜାଗାରେ ସୁନ୍ଦର ସାଜସଜ୍ଜା ପରିପାଟୀ ସହ ନିର୍ମିତ ହୋଇଛି ।

ଏଥିରେ ଓଡ଼ିଶାର ଡିଜାଇନର୍‌ ଶ୍ରୀ ମାନସ ରଞ୍ଜନ ଦାଶ, ନିଫ୍‌ଟ ଡିଜାଇନର, ଶ୍ରୀ ବିନୟ କୁମାର ମୁଣ୍ଡା, ନିଫଫ ଡିଜାଇନର, ଆକାଂକ୍ଷା ସରକାର, ସ୍ୱୀକୃତି ପ୍ରଧାନ (ରସ୍‌ଟିକ୍‌ ହୁ୍ୟ) ନିଫ୍‌ଟ ଡିଜାଇନର ଏବଂ ଏମ୍‌. ଏସ୍‌ ଡିଲାଇଟ୍‌ ସପର୍ସ ପ୍ରାଇଭେଟ୍‌ ଲିଃର ୫ ଜଣ ଖ୍ୟାତିସଂପନ୍ନ ଡିଜାଇନରମାନଙ୍କ ନିଜସ୍ୱ ଶୈଳୀରେ ପ୍ରସ୍ତୁତ ସାର୍ଟ,
ଜ୍ୟାକେଟ୍‌, କୋର୍ଟ, ପଞ୍ଜାବୀ, କୁର୍ତ୍ତୀ, ଲେହେଙ୍ଗା, ଫକ୍ର , ଚୁଡ଼ିଦାର ଆଦି ପରିଧାନ ବସ୍ତ୍ର ବିକ୍ରି ପାଇଁ ଉପଲବ୍ଧ କରାଯାଇଛି ।

ଏହି ୫ ଜଣ ଡିଜାଇନରଙ୍କ ବ୍ୟତୀତ ଓଡ଼ିଶାର ୨ ଜଣ ଜାତୀୟ ପୁରସ୍କାରପ୍ରାପ୍ତ ବୁଣାକାର ସୋନପୁରର ଶ୍ରୀ ପ୍ରହ୍ଲାଦ ମେହେର ଓ ବରଗଡ଼ର ଶ୍ରୀମତୀ ସସ୍ମିତା ମେହେରଙ୍କ ସ୍ୱତନ୍ତ୍ର ବସ୍ତ୍ର ଏଥିରେ ବିକ୍ରି ପାଇଁ ପ୍ରଦର୍ଶିତ କରାଯାଇଛି ।

ପରବର୍ତ୍ତୀ ସମୟରେ ଏଥିରେ ଭାଗନେବା ପାଇଁ ଓଡ଼ିଶାର ଖ୍ୟାତି ସଂପନ୍ନ ବୁଣାକାରମାନଙ୍କୁ ମଧ୍ୟ ସାମିଲ କରାଯିବ ।

ଖବରକାଗଜ ମାଧ୍ୟମରେ ବିଜ୍ଞାପନ ଦ୍ୱାରା ଉପରୋକ୍ତ ଡିଜାଇନରମାନଙ୍କୁ ବଛାଯାଇ ବୟନିକାର ଡିଜାଇନର କଲେକ୍‌ସନ୍‌ରେ ଭାଗନେବା ପାଇଁ ସ୍ଥିର କରାଯାଇଛି ।

ବୟନିକା ଡିଜାଇନରମାନଙ୍କୁ ବିନାମୂଲ୍ୟରେ ସୋରୁମ୍‌ ପାଇଁ ଜାଗା ଯୋଗାଇ ଦେଇଛି । ଡିଜାଇନରଙ୍କ ଦ୍ୱାରା ପ୍ରସ୍ତୁତ ବସ୍ତ୍ର ବୟନିକା ବ୍ରାଣ୍ଡରେ ଏବଂ ବୟନିକା ଦ୍ୱାରା ସ୍ଥିରୀକୃତ ମୂଲ୍ୟରେ ବିକ୍ରି କରାଯିବ ।

ଏହା ଦ୍ୱାରା ଓଡ଼ିଶାର ଡିଜାଇନରମାନେ ଉପକୃତ ହେବା ସହ ବୟନିକା ପରିଧାନ ବସ୍ତ୍ର ବଜାରରେ ନିଜର ବିକ୍ରିକୁ ପରିବର୍ଦ୍ଧିତ କରିପାରିବ ଯାହାକି ଓଡ଼ିଶା ବୁଣାକାରମାନଙ୍କ ଦ୍ୱାରା ପ୍ରସ୍ତୁତ ବସ୍ତ୍ରକୁ ଲୋକପ୍ରିୟ କରିବାରେ ସହାୟକ ହେବ ।

ଏହି ଅବସରରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ସଚିବ ଶ୍ରୀମତୀ ଶୁଭା ଶର୍ମା, ବୟନିକାର ସଭାପତି ଶ୍ରୀ ଶେଷ ମେହେର, ବିଭାଗୀୟ ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ଶ୍ରୀକାନ୍ତ ପୃଷ୍ଟି, ଅତିରିକ୍ତ ଶାସନ ସଚିବ ଶ୍ରୀ ବୃନ୍ଦାବନ ବେହେରା, ଯୁଗ୍ମ ଶାସନ ସଚିବ ଅଞ୍ଜନା ପଣ୍ଡା, ବୟନିକାର ପରିଚାଳନା ନିର୍ଦ୍ଦେଶକ ବିକାଶ ଚନ୍ଦ୍ର ମହାପାତ୍ର, ସାଧାରଣ ପରିଚାଳକ ମିଲି ସାମନ୍ତରାୟ, ବୟନିକାର ସଂପାଦକ ଶ୍ରୀ ଦେବରାଜ ସାହୁଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

Categories
BUSINESS

RELATED BY

  • ବାର୍ଷିକ ମୃତ୍ତିକା ହସ୍ତଶିଳ୍ପ ପ୍ରଦର୍ଶନୀ ଉଦ୍‌ଘାଟିତ

    ଭୁବନେଶ୍ୱର : ଆଜି ସନ୍ଧ୍ୟାରେ ୟୁନିଟ୍‌ ୩ ସ୍ଥିତ ଇଡ୍‌କୋ ପ୍ରଦର୍ଶନୀ ପଡ଼ିଆଠାରେ ହସ୍ତ ଓ କୁଟୀର ଶିଳ୍ପ ନିର୍ଦ୍ଦେଶାଳୟ, ଓଡ଼ିଶା ଆନୁକୂଲ୍ୟରେ ବାର୍ଷିକ ‘ମୃତ୍ତିକା’ ହସ୍ତଶିଳ୍ପ(ଟେରାକୋଟା) ପ୍ରଦର୍ଶନୀ ଉଦ୍‌ଘାଟିତ ହୋଇଯାଇଛି । ଏହି ପ୍ରଦର୍ଶନୀକୁ ବିକାଶ ଆୟୁକ୍ତ ତଥା...
  • ୧୯ ତାରିଖରୁ ଜାତୀୟ ସ୍ତରୀୟ ଖଦି ଓ ଗ୍ରାମୋଦ୍ୟୋଗ ପ୍ରଦର୍ଶନୀ

    ଭୁବନେଶ୍ୱର : ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀଙ୍କର ଏକ ବର୍ଷ ବ୍ୟାପି ଅନୁଷ୍ଠିତ ହେଉଥିବା ୧୫୦ ତମ ଜୟନ୍ତୀ ପାଳନ ଅବସରେ ଓଡ଼ିଶା ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡ ଏକ ଜାତୀୟ ସ୍ତରୀୟ ଖଦି ଓ ଗ୍ରାମୋଦ୍ୟୋଗ ପ୍ରଦର୍ଶନୀ ଏବଂ ବିକ୍ରୟ...
  • ୨୦୩୦ ସୁଦ୍ଧା ଅକ୍ଷୟ ଉର୍ଜା କ୍ଷମତାକୁ ୪୫୦ ଜିଗା ୱାଟ୍ ବୃଦ୍ଧି କରାଯିବ

    ନୂଆଦିଲ୍ଲୀ/ଭୁବନେଶ୍ୱର: ସଂପ୍ରତି ଦ୍ୱିପାକ୍ଷିକ ବ୍ୟବସାୟିକ ସମ୍ପର୍କ ଗଢିବାରେ ଉର୍ଜା ଏକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ହୋଇଥିବା ବେଳେ ବିଶ୍ୱ ଉର୍ଜା ଦୃଶ୍ୟପଟ୍ଟରେ ଭାରତ ଏକ ମହତ୍ୱପୂର୍ଣ୍ଣ ଋଣନୈତିକ ଭୂମିକାରେ ଉଭା ହେଉଛି ବୋଲି ମଙ୍ଗଳବାର ନୂଆଦିଲ୍ଲୀ ଠାରେ ଆୟୋଜିତ ଇଣ୍ଡିଆନ୍ ଏନର୍ଜି...
  • ସାରା ଦେଶ ପାଇଁ ଏକକ ଇଲେକଟ୍ରୋନିକ ଟୋଲ ଆଦାୟ ବ୍ୟବସ୍ଥା

    କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ଏବଂ ଲଘୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଶ୍ରୀ ନିତିନ ଗଡ଼କରୀ ନୂଆଦିଲ୍ଲୀଠାରେ ‘ଏକ ରାଷ୍ଟ୍ର ଏକ ଟ୍ୟାଗ-ଫାଷ୍ଟ ଟ୍ୟାଗ’ ଉପରେ ଏକ ସମ୍ମିଳନୀର ଉଦଘାଟନ କରିଛନ୍ତି । ସାରା ଦେଶରେ...