ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପବିତ୍ର ଭୂମିରେ ନିସ୍ୱାର୍ଥପର ଭାବେ କାର୍ଯ୍ୟ କରିବି

ଅଶ୍ୱିନୀ ବୈଷ୍ଣବ

ଭୁବନେଶ୍ୱର : ଆଜି ବିଧାନସଭାରେ ରାଜ୍ୟସଭା ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ବିଜେପି ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବ । ରାଜ୍ୟ ବିଜେପି କାର୍ଯ୍ୟାଳୟରୁ ଶ୍ରୀ ବୈଷ୍ଣବ, ବିଜେପି ବିଧାୟକଗଣ ଏବଂ ନେତୃବୃନ୍ଦଙ୍କ ସହ ବିଧାନସଭାର ସ୍ୱତନ୍ତ୍ର ପ୍ରକୋଷ୍ଠରେ ପହଞ୍ଚି ରିଟର୍ଣ୍ଣିଂ ଅଫିସରଙ୍କ ପାଖରେ ନିଜ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।

ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଏହି ପବିତ୍ର ଭୂମିରେ ନିସ୍ୱାର୍ଥପର ଭାବେ କାର୍ଯ୍ୟ କରିବି ବୋଲି ନାମାଙ୍କନ ପତ୍ର ଦାଖଲ ପରେ ଶ୍ରୀ ବୈଷ୍ଣବ କହିଛନ୍ତି ।

ଏଥିସହ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ୱରାଷ୍ଟ୍ର ମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଅମିତ ଶାହାଙ୍କୁ ଧନ୍ୟବାଦ ଦେବା ସହ ଓଡିଶାର ସ୍ୱାର୍ଥ ଏବଂ ବିକାଶ ପାଇଁ କାର୍ଯ୍ୟ କରିବେ ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି ।

ଶ୍ରୀ ବୈଷ୍ଣବଙ୍କ ନାମାଙ୍କନ ପତ୍ର ଦାଖଲ ସମୟରେ ବିଧାୟକ ଜୟନାରାୟଣ ମିଶ୍ର, ପ୍ରଦୀପ୍ତ କୁମାର ନାଏକ, ମହୋନ ମାଝୀ, ବିଷ୍ଣୁ ସେଠୀଙ୍କ ସମେତ ସମସ୍ତ ନବନିର୍ବାଚିତ ବିଧାୟକଗଣ, ରାଜ୍ୟ ଉପସଭାପତି ସମୀର ମହାନ୍ତି ଓ ପୀତାମ୍ବର ଆଚାର୍ଯ୍ୟ, ରାଜ୍ୟ ବିଜେପି ସାଧାରଣ ସଂପାଦକ ଭୃଗୁ ବକ୍ସି ।ତ୍ର, ସଂପାଦକ କାଳନ୍ଦୀ ସାମଲ, ଯତୀନ ମହାନ୍ତି, ଡ. ଲେଖାଶ୍ରୀ ସାମନ୍ତସିଂହାର, ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ପ୍ରଭାତୀ ପରିଡା, ଯୁବମୋର୍ଚ୍ଚା ରାଷ୍ଟ୍ରୀୟ ଉପସଭାପତି ଠାକୁର ରଂଜିତ ଦାସ, ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଟଙ୍କଧର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ । 

Categories
POLITICS

RELATED BY

  • ଦଳୀୟ ଅନୁଶାସନ ଭଙ୍ଗ ଏବଂ ବିଶୃଙ୍ଖଳିତ କାର୍ଯ୍ୟ

    ଭୁବନେଶ୍ୱର : ଦଳୀୟ ଅନୁଶାସନ ଭଙ୍ଗ, ବିଶୃଙ୍ଖଳିତ କାର୍ଯ୍ୟ ଏବଂ ପାର୍ଟିର ସାଙ୍ଗଠନିକ କାର୍ଯ୍ୟକଳାପରେ ବାଧା ସୃଷ୍ଟି କରିଥିବା ଆଦି ଦଳ ବିରୋଧୀ କାର୍ଯ୍ୟ ପାଇଁ ରାଜ୍ୟସଭାପତି ଶ୍ରୀ ବସନ୍ତ ପଣ୍ଡାଙ୍କ ଅନୁମୋଦନକ୍ରମେ କଟକ ନଗର ଜିଲ୍ଲା ଯୁବମୋର୍ଚ୍ଚା ସଭାପତି...
  • ସମସ୍ତ ସାଂସଦମାନଙ୍କୁ ଚିଠି ଲେଖିଲେ

    ଭୁବନେଶ୍ୱର : ବିଜୁ ଜନତା ଦଳର ସଭାପତି  ନବୀନ ପଟ୍ଟନାୟକ ଦଳର ଲୋକସଭା ଓ ରାଜ୍ୟସଭା ସାଂସଦମାନେ ରାଜ୍ୟବାସୀଙ୍କ ବିଭିନ୍ନ ସ୍ୱାର୍ଥ ସମ୍ବଳିତ ଗୁରୁତ୍ୱପୂର୍ଣ୍ଣ ପ୍ରସଂଗଗୁଡିକୁ ସଂସଦରେ ସଠିକ୍‍ ଭାବରେ ଉପସ୍ଥାପନ କରି ରାଜ୍ୟବାସୀଙ୍କ ଶ୍ରଦ୍ଧାଭାଜନ ହେବା ପାଇଁ ଆଶା...
  • ବିଜେପି ସାଂସଦ ଡ. ସୁବ୍ରମଣ୍ୟ ସ୍ୱାମୀଙ୍କ ଗିରଫ ଦାବୀରେ ଏତଲା ଦାୟର

    ଭୁବନେଶ୍ୱର :ଓଡ଼ିଶା ପ୍ରଦେଶ କଂଗ୍ରେସ ଅନୁସୂଚୀତ ବିଭାଗ ପକ୍ଷରୁ ବିଜେପି ସାଂସଦ ଡ. ସୁବ୍ରମଣ୍ୟ ସ୍ୱାମୀ ଗତ ୫.୭.୨୦୧୯ ରିଖରେ ଅଖିଳ ଭାରତ କଂଗ୍ରେସ ସଭାପତି ଶ୍ରୀଯୁକ୍ତ ରାହୁଲ ଗାନ୍ଧୀଙ୍କୁ ଆପେକ୍ଷ କରି ଯେଉଁ ଟିପ୍ପଣୀ ପ୍ରଦାନ କରିଛନ୍ତି ତାହାର...
  • ରେଳ ବଜେଟରେ ଓଡିଶାକୁ ଏଥର ମିଳିଛି ରେକର୍ଡ ପରିମାଣର ଅନୁଦାନ

    ଭୁବନେଶ୍ୱର : କେନ୍ଦ୍ରୀୟ ରେଳ ବଜେଟ ୨୦୧୯-୨୦ ଆର୍ଥୀକ ବର୍ଷ ପାଇଁ ଓଡିଶାକୁ ମିଳିବ ୫୮୦୦ କୋଟିରୁ ଅଧିକ ଅର୍ଥ । କେନ୍ଦ୍ରରେ ମୋଦି ସରକାର କ୍ଷମତାକୁ ଆସିବା ପରେ କ୍ରମାଗତ ଭାବେ ରେଳ ବଜେଟରେ ଓଡିଶାକୁ ଅଧିକରୁ ଅଧିକ...
WhatsApp chat