୮ଟି ସଂସ୍ଥା ପକ୍ଷରୁ ୯.୨୪ କୋଟି ଟଙ୍କା

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ

ଭୁବନେଶ୍ୱର : ଫନି ବାତ୍ୟା ଦୁର୍ଗତଙ୍କ ସହାୟତା ଓ ପୁନରୁଦ୍ଧାର ପାଇଁ ଆଜି ଅନେକ ସଂସ୍ଥା ଓ ବ୍ୟକ୍ତି ବିଶେଷଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ ଦିଆଯାଇଛି । କୋଟକ୍ ମହିନ୍ଦ୍ର ବ୍ୟାଙ୍କ ପକ୍ଷରୁ ୫ କୋଟି ଟଙ୍କା ଦାନ କରାଯାଇଥିବା ବେଳେ ସେଣ୍ଟ୍ରାଲ ବ୍ୟାଙ୍କ ପକ୍ଷରୁ ୩ କୋଟି ଟଙ୍କା ପ୍ରଦାନ କରାଯାଇଛି । ସେହିପରିNIT Rourkela Alumni Association ପକ୍ଷରୁ ୭୧ ଲକ୍ଷ ଟଙ୍କା ଓ ଗୋପାଳପୁର ବନ୍ଦର ପକ୍ଷରୁ ୫୧ ଲକ୍ଷ ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପ୍ରଦାନ କରାଯାଇଛି । ଶ୍ରୀରାମଚନ୍ଦ୍ର ଭଂଜ ମେଡିକାଲ କଲେଜର ୧୯୭୫-୮୦ ପୁରାତନ ଛାତ୍ର ସଂଘ ପକ୍ଷରୁ ୧,୨୫.୦୦୦, Alhuti Stanger Laboratories Abudhabi ପକ୍ଷରୁ ୫୦ ହଜାର ଟଙ୍କା, ଉତ୍କଳ ବଙ୍ଗ ସଂଗ୍ରାମ ମଞ୍ଚ ପକ୍ଷରୁ ୧୦ ହଜାର ଏବଂ ଓଡିଶା ପ୍ରଗତି ସଂଘ କୋଲକତା ପକ୍ଷରୁ ୧୦ ହଜାର ଟଙ୍କା ପ୍ରଦାନ କରାଯାଇଛି । ଏହିପରି ସମୁଦାୟ ୮ଟି ସଂସ୍ଥା ପକ୍ଷରୁ ୯ କୋଟି ୨୩ ଲକ୍ଷ ୯୫ ହଜାର ଟଙ୍କା ପ୍ରଦାନ କରାଯାଇଛି ।  ଓଡିଶାବାସୀଙ୍କ ବିପଦ ସମୟରେ ସେମାନଙ୍କୁ ସହାୟତା କରିବା ପାଇଁ ଏହି ସଂସ୍ଥାମାନେ ସହୃଦୟତାର ସହ ଆଗେଇ ଆସିଥିବାରୁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Categories
BUSINESS

RELATED BY

  • ବାର୍ଷିକ ମୃତ୍ତିକା ହସ୍ତଶିଳ୍ପ ପ୍ରଦର୍ଶନୀ ଉଦ୍‌ଘାଟିତ

    ଭୁବନେଶ୍ୱର : ଆଜି ସନ୍ଧ୍ୟାରେ ୟୁନିଟ୍‌ ୩ ସ୍ଥିତ ଇଡ୍‌କୋ ପ୍ରଦର୍ଶନୀ ପଡ଼ିଆଠାରେ ହସ୍ତ ଓ କୁଟୀର ଶିଳ୍ପ ନିର୍ଦ୍ଦେଶାଳୟ, ଓଡ଼ିଶା ଆନୁକୂଲ୍ୟରେ ବାର୍ଷିକ ‘ମୃତ୍ତିକା’ ହସ୍ତଶିଳ୍ପ(ଟେରାକୋଟା) ପ୍ରଦର୍ଶନୀ ଉଦ୍‌ଘାଟିତ ହୋଇଯାଇଛି । ଏହି ପ୍ରଦର୍ଶନୀକୁ ବିକାଶ ଆୟୁକ୍ତ ତଥା...
  • ୧୯ ତାରିଖରୁ ଜାତୀୟ ସ୍ତରୀୟ ଖଦି ଓ ଗ୍ରାମୋଦ୍ୟୋଗ ପ୍ରଦର୍ଶନୀ

    ଭୁବନେଶ୍ୱର : ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀଙ୍କର ଏକ ବର୍ଷ ବ୍ୟାପି ଅନୁଷ୍ଠିତ ହେଉଥିବା ୧୫୦ ତମ ଜୟନ୍ତୀ ପାଳନ ଅବସରେ ଓଡ଼ିଶା ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡ ଏକ ଜାତୀୟ ସ୍ତରୀୟ ଖଦି ଓ ଗ୍ରାମୋଦ୍ୟୋଗ ପ୍ରଦର୍ଶନୀ ଏବଂ ବିକ୍ରୟ...
  • ୨୦୩୦ ସୁଦ୍ଧା ଅକ୍ଷୟ ଉର୍ଜା କ୍ଷମତାକୁ ୪୫୦ ଜିଗା ୱାଟ୍ ବୃଦ୍ଧି କରାଯିବ

    ନୂଆଦିଲ୍ଲୀ/ଭୁବନେଶ୍ୱର: ସଂପ୍ରତି ଦ୍ୱିପାକ୍ଷିକ ବ୍ୟବସାୟିକ ସମ୍ପର୍କ ଗଢିବାରେ ଉର୍ଜା ଏକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ହୋଇଥିବା ବେଳେ ବିଶ୍ୱ ଉର୍ଜା ଦୃଶ୍ୟପଟ୍ଟରେ ଭାରତ ଏକ ମହତ୍ୱପୂର୍ଣ୍ଣ ଋଣନୈତିକ ଭୂମିକାରେ ଉଭା ହେଉଛି ବୋଲି ମଙ୍ଗଳବାର ନୂଆଦିଲ୍ଲୀ ଠାରେ ଆୟୋଜିତ ଇଣ୍ଡିଆନ୍ ଏନର୍ଜି...
  • ସାରା ଦେଶ ପାଇଁ ଏକକ ଇଲେକଟ୍ରୋନିକ ଟୋଲ ଆଦାୟ ବ୍ୟବସ୍ଥା

    କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ଏବଂ ଲଘୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଶ୍ରୀ ନିତିନ ଗଡ଼କରୀ ନୂଆଦିଲ୍ଲୀଠାରେ ‘ଏକ ରାଷ୍ଟ୍ର ଏକ ଟ୍ୟାଗ-ଫାଷ୍ଟ ଟ୍ୟାଗ’ ଉପରେ ଏକ ସମ୍ମିଳନୀର ଉଦଘାଟନ କରିଛନ୍ତି । ସାରା ଦେଶରେ...