ବିଧାୟକ ବ୍ୟୋମକେଶ ରାୟଙ୍କୁ ତୁରନ୍ତ ଗିରଫ କରାଯାଉ

ମଦ ମୃତ୍ୟୁରେ ପ୍ରାଣ ହରାଇଥିବା ୧୨ ପରିବାରକୁ କେବେ ମିଳିବ ନ୍ୟୟ ?

ଭୁବନେଶ୍ୱର : ଗତ ଏପ୍ରିଲ ମାସ ୨୮ ତାରିଖ ଦିନ ଭଦ୍ରକ ଜିଲ୍ଲାର ଚାନ୍ଦବାଲି ନିର୍ବାଚନୀ ମଣ୍ଡଳୀରେ ଭୋଟ ହାତେଇବା ପାଇଁ ଶାସକ ବିଜେଡିର ନେତା ଓ ବିଧାୟକ ପ୍ରାର୍ଥୀ ବିଷାକ୍ତ ମଦ ତିହିଡି ବ୍ଲକରେ ବାଣ୍ଟିଥିଲେ । ଏହାକୁ ପିଇ ୧୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୮୦ରୁ ଉଦ୍ଧ୍ୱର୍ଲୋକ ଅସୁସ୍ଥ ହୋଇଥିଲେ ।

ଘଟଣାକୁ ୨ ମାସ ବିତିଥିଲେ ମଧ୍ୟ ଏଯାବତ ପୋଲିସ କେବଳ ଜଣକୁ ଗିରଫ କରି ଚୁପ ବସିଛି । ଏହି ଘଟଣାର ମୁଖ୍ୟ ଦୋଷୀ ଚାନ୍ଦବାଲି ବିଜେଡି ବିଧାୟକ ବ୍ୟୋମକେଶ ରାୟ ଓ ତାଙ୍କ ସହଯୋଗୀ ଯିଏ ଜଣେ ଚୋର ମଦ ମାଫିଆ ତାଙ୍କୁ ପୋଲିସ ଗିରଫ ନକରି ତାଙ୍କୁ ସୁରକ୍ଷା ଯୋଗାଉଛି ।

ଅନ୍ୟ ପକ୍ଷରେ ରାଜ୍ୟ ସରକାର ପ୍ରତି ମୃତକ ପରିବାରକୁ ୫୦ ହଜାର ଟଙ୍କା ଘୋଷଣା କରି ମଧ୍ୟ ସମସ୍ତଙ୍କୁ ପ୍ରଦାନ କରିନାହାଁନ୍ତି । ତୁରନ୍ତ ବିଜେଡି ବିଧାୟକ ବ୍ୟୋମକେଶ ରାୟଙ୍କୁ ଗିରଫ କରିବା ସହ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବା ଆଦି ଦାବି ନେଇ ପୂର୍ବତନ ମନ୍ତ୍ରୀ ତଥା ବିଜେପି ନେତା ଶ୍ରୀ ମନମୋହନ ସାମଲଙ୍କ ନେତୃତ୍ୱରେ ବିଜେପିର ଏକ ପ୍ରତିନିଧୀ ଦଳ ମାନବ ଅଧିକାର କମିଶନଙ୍କୁ ଭେଟି ଏ ଘଟଣାରେ ହସ୍ତକ୍ଷେପ ଲୋଡିଛି ।

ସାଧାରଣ ନିର୍ବାଚନରେ ଭୋଟ ହାତେଇବା ପାଇଁ ଶାସକ ବିଜେଡି ଚାନ୍ଦବାଲିରେ ଲୋକଙ୍କୁ ବିଷାକ୍ତ ମଦ ଏବଂ ଟଙ୍କା ବାଣ୍ଟିଥିଲ। ।

ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ ଏବଂ ତାଙ୍କ ସହଯୋଗି ଅଜୟ କୁମାର ନାୟକଙ୍କ ସମେତ ଅନେକ ବିଜେଡି କର୍ମୀମାନେ ମଦମୃତ୍ୟୁରେ ଜୀବନ ହାରିଥିବା ଲୋକଙ୍କୁ ବିଷାକ୍ତ ମଦ ବାଣ୍ଟିବା କଥା ଗଣମାଧ୍ୟମକୁ ସ୍ଥାନୀୟ ବାସିନ୍ଦା ଜଣାଇଥିଲେ ।

ନିର୍ବାଚନ ପୂର୍ବଦିନ ଶାସକ ବିଜେଡି ବିଧାୟକ ଏବଂ କିଛି କର୍ମୀ ମଦ ସହ ଟଙ୍କା ବାଣ୍ଟିଥିଲେ । ୪୮ ଘଣ୍ଟା ପୂର୍ବରୁ ନିର୍ବାଚନ କଟକଣା ଲାଗିବା ସତ୍ୱେ ସ୍ଥାନୀୟ ପ୍ରଶାସନ ଏ ଦିଗରେ କୌଣସି ପଦକ୍ଷେପ ନେଇନଥିଲା ।

ରାଜନୈତିକ ଉଦ୍ଦେଶ୍ୟ ରଖି ଏଥିରେ ସଂପୃକ୍ତ ଥିବା ଶାସକ ବିଜେଡି ଦଳର ନେତା ଏବଂ କର୍ମକର୍ତାମାନଙ୍କ ବିରୋଧରେ ଜିଲ୍ଲା ପ୍ରଶାସନ ଏବଂ ପୋଲିସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ଏହି ବିଷାକ୍ତ ମଦ କିଛି ମଦ ମାଫିଆଙ୍କ ଦ୍ୱାରା ତିଆରି ହୋଇ ବଣ୍ଟାଯାଇଥିଲା ବୋଲି ଶ୍ରୀ ସାମଲ ଅଭିଯୋଗ କରିଛନ୍ତି ।

ଶାସକ ଦଳର ଚାପରେ ପୋଲିସ ଓ ଗୃହ ବିଭାଗ ବିଜେଡି ବିଧାୟକ, ବିଜେଡି କର୍ମୀ ଏବଂ ମଦ ମାଫିଆଙ୍କୁ ଘଣ୍ଟ ଘୋଡାଇ ଚାଲିଛି । ଏ ଘଟଣାରେ ସଂପୃକ୍ତ ଥିବା ବିଧାୟକ, ଏବଂ ମଦ ମାଫିଆଙ୍କୁ ଗିରଫ କରିବା ପାଇଁ ମାନବ ଅଧିକାର କମିଶନଙ୍କ ଆଗରେ ଏହି ପ୍ରତିନିଧୀ ଦଳ ଦାବି କରିଛନ୍ତି ।

ଦୋଷୀମାନଙ୍କ ବିରୁଦ୍ଧରେ ଦୃଢ କାର୍ଯାନୁଷ୍ଠାନ ଗ୍ରହଣ କରିବା ପାଇଁ ପୂର୍ବରୁ ବିଜେପିର ଏକ ପ୍ରତିନିଧୀ ଦଳ ମୁଖ୍ୟ ଶାସନ ସଚିବ, ଅତିରିକ୍ତ ଶାସନ ସଚିବ ତଥା ଗୃହ ସଚିବ, ଅବକାରୀ କମିଶନର, ଅବକାରୀ ବିଭାଗର କମିଶନର ତଥା ସଚିବ, ଭଦ୍ରକ ଜିଲ୍ଲାପାଳ, ଭଦ୍ରକ ଏସପି, ପୋଲିସ ଡିଜି ଏବଂ ଆଇଜିଙ୍କ ପାଖରେ ଅଭିଯୋଗ କରିଥିଲା ।

ମାତ୍ର ରାଜ୍ୟ ସରକାର କାହିଁକି ମଦ ମାଫିଆଙ୍କ ଉପରେ ଏତେ ନରମ ମନୋଭାବ ପୋଷଣ କରୁଛନ୍ତିି, ତାହା ବୁଝିହେଉନାହିଁ ।

ମଦ ମୃତ୍ୟୁର ଶିକାର ହୋଇଥିବା ପରିବାରଙ୍କୁ କେବେ ନ୍ୟୟ ମିଳିବ ବୋଲି ଶ୍ରୀ ସାମଲ କହିଛନ୍ତି ।

ସେହିପରି କେନ୍ଦୁଝରର ଚମ୍ପୁଆରେ ଏସାର ଷ୍ଟିଲ ଇଣ୍ଡିଆ ଲିମିଟେଡରେ ଜମି ଜାଗା ହରାଇଥିବା ଲୋକମାନଙ୍କ ପ୍ରତି ସମ୍ପୃକ୍ତ କମ୍ପାନି ଦିର୍ଘ ଦିନ ଧରି ବୈମାତୃକ ମନୋଭାବ ପୋଷଣ କରିଆସୁଛି । ସେହି କାରଖାନା ଆର୍ ଆଣ୍ଡ ଆର୍ ପଲିସି ଅନୁସାରେ ୨୦୦୬ ମସିହାରେ ପ୍ରତିଷ୍ଠା ହୋଇଥିଲା । ସେହି ଆକ୍ଟ ଅନୁଯାୟୀ ଯେଉଁମାନେ ଜମି, ଜାଗା ହରାଇବେ ସେମାନଙ୍କୁ ସ୍ଥାୟୀ ନିଯୁକ୍ତି ଯୋଗାଇବା, ଥଇଥାନ କରାଇବା ପାଇଁ ସରକାର ଏବଂ ବେସକାରୀ ଶିଳ୍ପ ସଂସ୍ଥାମାନେ ବାଧ୍ୟ । କିନ୍ତୁ ଦୀର୍ଘ ବର୍ଷ ବିତିଯାଇଥିଲେ ମଧ୍ୟ ଏଯାବତ୍ ସେମାନଙ୍କୁ ଏସାର ଷ୍ଟିଲ୍ ଇଣ୍ଡିଆ ଲିମିଟେଡ୍ ପକ୍ଷ୍ୟରୁ କୌଣସି ସହାୟତା ପ୍ରଦାନ ନକରି ଏଠାକାର ସ୍ଥାୟୀ ବାସୀନ୍ଦାଙ୍କ ଉପରେ ବୈମାତୃକ ମନୋଭାବ ପ୍ରଦର୍ଶନ କରିଆସୁଛି ।

କଂପାନୀ ପକ୍ଷରୁ କୌଣସି ଲୋକଙ୍କୁ ଥଇଥାନ କରାଯାଇ ନାହିଁ । ଏପରିକି ବୈତରଣୀ ନଦୀକୁ ଏହି ଶିଳ୍ପ ସଂସ୍ଥା ପକ୍ଷରୁ ଅତିମାତ୍ରାରେ ପ୍ରଦୁଷଣ କରାଯାଉଛି । ଏହି ଘଟଣାରେ ସମ୍ପୃକ୍ତ କମ୍ପାନି ବିରୋଧରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଏହି ପ୍ରତିନିଧି ଦଳ ଦାବି କରିଛି ।

ଏହି ପ୍ରତିନିଧୀ ଦଳରେ ଉପସଭାପତି ସମୀର ମହାନ୍ତି, ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଟଙ୍କଧର ତ୍ରିପାଠୀ, କୃଷକ ମୋର୍ଚ୍ଚା ସାଧାରଣ ସଂପାଦକ ସୁରଥ ବିଶ୍ୱାଳ, ଆଇନଜୀବୀ ଜୟନ୍ତ ଜେନା ଓ ସତ୍ୟ ପ୍ରକାଶ ନାୟକ, କେନ୍ଦୁଝର ଜିଲ୍ଲା ସଭାପତି ରାଧାକାନ୍ତ ମହନ୍ତ ପ୍ରମୁଖ ସାମିଲ ଥିଲେ ।

Categories
POLITICS

RELATED BY

  • ସ୍ମିତାରାଣୀଙ୍କ ହତ୍ୟା ପୂର୍ବରୁ ହୋଇଛି ଗଣଦୁଷ୍କର୍ମ, ସିବିଆଇ ତଦନ୍ତ ହେଲେ ସତ ବାହାରିବ

    ଭୁବନେଶ୍ୱର: ରାଜ୍ୟରେ ମହିଳାମାନେ ଅସହାୟ ଏବଂ ଅସୁରକ୍ଷିତ ହୋଇପଡିଛନ୍ତି । ଶାସକ ଦଳର ନେତା, କର୍ମୀ ଏବଂ ସେମାନଙ୍କ ସଂର୍ପକୀୟମାନେ ମହିଳାମାନଙ୍କ ସହ ଅକଥନୀୟ ଅତ୍ୟାଚାର କରିଚାଲିଛନ୍ତି । ପ୍ରତିଦିନ ଗୋଟିଏ ପରେ ଗୋଟିଏ ପରେ ଗଣଦୁର୍ଷ୍କମ, ହତ୍ୟା ଆଦି...
  • କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପଦଯାତ୍ରା

    ଭୁବନେଶ୍ୱର : ଗତ ଅକ୍ଟୋବର ୨ ତାରିଖ ୧୫୦ତମ ଗାନ୍ଧୀ ଜୟନ୍ତୀରୁ ଭାରତୀୟ ଜନତା ପାର୍ଟୀ ତରଫରୁ ଦେଶ ବ୍ୟାପୀ ଗାନ୍ଧୀ ସଂକଳ୍ପ ଯାତ୍ରା ଆରମ୍ଭ ହୋଇଛି । ରାଜ୍ୟରେ ଏହି ପଦଯାତ୍ରାକୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ କଟକ...
  • ବିଜେପିରେ ସାମିଲ ହେଲେ ବିଜେଡିର କୃଷ୍ଣପ୍ରସାଦ ବ୍ଲକ ଅଧ୍ୟକ୍ଷା

    ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଅମିତ ଶାହାଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ କେନ୍ଦ୍ର ପେଟ୍ରୋଲିୟମ ଓ ପାକୃତିକ ଗ୍ୟାସ, ଇସ୍ପାତ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ପୁରୀ ଜିଲ୍ଲା...
  • ୧୮ରେ ବିଜେପୁର ପ୍ରଚାର ପାଇଁ ଯିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

    ଭୁବନେଶ୍ୱର : ଆସନ୍ତା ୧୮ ତାରିଖ ଦିନ ବିଜେପୁର ଉପନିର୍ବାଚନ ପ୍ରଚାର ପାଇଁ ଓଡିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ, ଷ୍ଟିଲ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ପ୍ରଧାନ ସକାଳ ୧୦ଟାରେ ବିଜେପୁର ଏନଏସି...