ଜଗତସିଂହପୁରରେ ପ୍ରତିଷ୍ଠା ହେବ ପ୍ଲାଷ୍ଟିକ ପାର୍କ

ରାଜ୍ୟ ସରକାର ଏହାର କାର୍ଯକାରିତା ଏବଂ ଡିପିଆର ସ୍ତରରେ ପରିବେଶ ଗତ ଅନୁମତି ସହ ସମସ୍ତ ବୈଧାନିକ ଅନୁମୋଦନ ଦାୟିତ୍ୱରେ ରହିବେ

ଆଜି ଲୋକସଭାରେ ଏକ ପ୍ରଶ୍ନର ଲିଖିତ ଉତର ପ୍ରଦାନ କରି କେନ୍ଦ୍ର ରସାୟନ ଓ ସାର ମନ୍ତ୍ରୀ ଶ୍ରୀ ଡିଭି ସଦାନନ୍ଦ ଗୌଡା ସୂଚନା ପ୍ରଦାନ କରିଛନ୍ତି ଯେ ଦେଶବ୍ୟାପୀ ପ୍ଲାଷ୍ଟିକ ପାର୍କ ପ୍ରତିଷ୍ଠା କରାଯିବାର ଯୋଜନା ରହିଛି ।

ଶ୍ରୀ ଗୌଡା କହିଲେ ଯେ ଏହି ଯୋଜନାର ପ୍ରଥମ ଦଫାରେ ଆସାମର ତିନସୁକିଆ, ମଧ୍ୟ ପ୍ରଦେଶର ରାଇସେନ, ଓଡିଶାର ଜଗତସିଂହପୁର ଓ ତାମିଲନାଡୁର ଥିରୁଭଲ୍ଲୁରଠାରେ ୨୦୧୯-୨୦ ମଧ୍ୟରେ ଏହି ପାର୍କ ପ୍ରତିଷ୍ଠା କରାଯିବା ପାଇଁ ଅନୁମୋଦନ କରାଯାଇଛି ।

ଯୋଜନାର ଦ୍ୱିତୀୟ ଦଫାରେ ଝାଡଖଣ୍ଡ, ମଧ୍ୟପ୍ରଦେଶ, ଉତରପ୍ରଦେଶ, ହରିୟାଣା, ଗୁଜରାଟ, ଛତିଶଗଡ, ପଞ୍ଜାବ, ପଶ୍ଚିମବଙ୍ଗ, ଉତରାଖଣ୍ଡ, ମଣିପୁର, ଜାମ୍ମୁ କାଶ୍ମୀର ଏବଂ ରାଜସ୍ଥାନରେ ଏହି ପାର୍କ ପ୍ରତିଷ୍ଠା ପାଇଁ ପ୍ରସ୍ତାବ ଗ୍ରହଣ କରାଯାଇଥିଲା । ଆବଶ୍ୟକ ଯୋଗ୍ୟତା ଏବଂ ଡିପିଆରଏସ ସମାପ୍ତି ଆଧାରରେ ଝାଡଖଣ୍ଡର ଦେଓଗଡ ଏବଂ ମଧ୍ୟ ପ୍ରଦେଶର ବିଲାଉଆଠାରେ ୨୦୧୮-୧୯ରେ ଦୁଇଟି ପ୍ଲାଷ୍ଟିକ ପାର୍କ ପ୍ରତିଷ୍ଠା ପାଇଁ ଚୂଡାନ୍ତ ମଞ୍ଜୁରି ପ୍ରଦାନ କରାଯାଇଥିଲା ।

ମନ୍ତ୍ରୀ ପୁନଶ୍ଚ କହିଲେ ଯେ ଯୋଜନାର ନିର୍ଦ୍ଦେଶାବଳୀ ଅନୁଯାୟୀ ସଂପୃକ୍ତ ରାଜ୍ୟ ସରକାର ଏହାର କାର୍ଯକାରିତା ଏବଂ ଡିପିଆର ସ୍ତରରେ ପରିବେଶ ଗତ ଅନୁମତି ସହ ସମସ୍ତ ବୈଧାନିକ ଅନୁମୋଦନ ଦାୟିତ୍ୱରେ ରହିବେ ।

ଏହି ଯୋଜନା ଫଳରେ ଅଭିନବ ପ୍ରକ୍ରିୟା ମାଧ୍ୟମରେ ବର୍ଯ୍ୟ ପରିଚାଳନା ଏବଂ ପୁନଃଚକ୍ରଣ ଆଦି କରାଯାଇ ପରିବେଶର ସ୍ଥାୟୀ ସୁରକ୍ଷା କରାଯାଇ ପାରିବ । ବର୍ଯ୍ୟ ପରିଚାଳନା ପାଇଁ ଉତ୍ପାଦନ ୟୁନିଟଗୁଡ଼ିକୁ ସହାୟତା ପ୍ରଦାନ ଲାଗି ଭିତିଭୂମି ପ୍ରତିଷ୍ଠା, ଯାନ୍ତ୍ରିକ ଉପକରଣ, ଅଣ-ଧ୍ୱଂସକାରକ ପଦାର୍ଥ ପରୀକ୍ଷଣ, ଉଷ୍ମାୟନ, ଗୋଦାମ ନିର୍ମାଣ, ପ୍ଲାଷ୍ଟିକ ଚକ୍ରୀକରଣ, ଡିଜାଇନ ପ୍ରସ୍ତୁତି, ଗବେଷଣା ଏବଂ ବିକାଶ ଲାଗି ଏହି ଯୋଜନାରେ ବ୍ୟବସ୍ଥା ରହିଥିବା ଶ୍ରୀ ଗୌଡା ପ୍ରକାଶ କରିଥିଲେ ।

Categories
BUSINESS

RELATED BY

  • ଗ୍ରାମାଞ୍ଚଳରେ ଅଧିକ ସ୍ଥାୟୀ ବ୍ୟାଙ୍କ୍‌ ଶାଖା ଖୋଲିବା ଉପରେ ଗୁରୁତ୍ୱ

    ଭୁବନେଶ୍ୱର: ରାଜ୍ୟର ଦୂରଦୂରାନ୍ତ ଏବଂ ପଛୁଆ ଅଞ୍ଚଳଗୁଡ଼ିକରେ ବ୍ୟାଙ୍କ ସେବାକୁ ଜନସାଧାରଣଙ୍କ ପାଖରେ ପହଞ୍ଚାଇବା ତଥା ରାଜ୍ୟର ଆର୍ଥିକ ଅଭିବୃଦ୍ଧି କ୍ଷେତ୍ରରେ ବ୍ୟାଙ୍କଗୁଡ଼ିକ ଗଠନମୂଳକ ଭୂମିକା ନିର୍ବାହ କରି ଆସିଛନ୍ତି । ଏହି ପ୍ରସଙ୍ଗରେ ଆଜି ଅନୁଷ୍ଠିତ ୧୫୫ତମ ବ୍ୟାଙ୍କର୍ସ...
  • Chief Minister Neveen Patnaik Releases Vision Report

    Chief Minister Shri Neveen Patnaik today released a Vision Report- “Economic Possibilities for Odisha Towards a One Trillion Dollar Economy”, jointly prepared by JSW Group and PWC India at...
  • ଓଡ଼ିଶା ସ୍ୱଳ୍ପ ସଞ୍ଚୟ ପ୍ରୋତ୍ସାହନ ଯୋଜନା “ଏପି’’ ସିରିଜର ଉଠାଣ

    ଭୁବନେଶ୍ୱର: ଓଡ଼ିଶା ସରକାରଙ୍କର ଅର୍ଥ ବିଭାଗର ଆନୁକୂଲ୍ୟରେ ଓଡ଼ିଶା ସ୍ୱଳ୍ପ ସଞ୍ଚୟ ପ୍ରୋତ୍ସାହନ ଯୋଜନାର ୪୧ ତମ ଉଠାଣ (ଏପି ସିରିଜ) ଜୟଦେବ ଭବନଠାରେ ଅନୁଷ୍ଠିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ଜିଲ୍ଲା ମୁଖ୍ୟ ବିଚାରପତି ଶ୍ରୀଯୁକ୍ତ ରମେଶ...
  • ଭାରତକୁ ୫ ଟ୍ରିଲିୟନ ଅର୍ଥ ବ୍ୟବସ୍ଥାରେ ପରିଣତ କରିବା ସରକାରଙ୍କ ଲକ୍ଷ୍ୟ

    କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଆଜି ତାଙ୍କର ପ୍ରଥମ ବଜେଟ ଅଭିଭାଷଣ ରଖିବା ସହିତ ସଂସଦରେ ୨୦୧୯-୨୦ ବର୍ଷ ଲାଗି ସାଧାରଣ ବଜେଟ ଉପସ୍ଥାପନ କରିଛନ୍ତି । କେନ୍ଦ୍ର ବଜେଟ ୨୦୧୯ର ମୁଖ୍ୟାଂଶ...
WhatsApp chat