ସୂଚନା ଓ ଲୋକସଂପର୍କ ବିଭାଗ ନିର୍ଦ୍ଦେଶକ ଦାୟିତ୍ୱ ନେଲେ

କୃପାସିନ୍ଧୁ ମିଶ୍ର

ଭୁବନେଶ୍ୱର: କାର୍ଯ୍ୟକ୍ଷେତ୍ରରେ ଶୃଙ୍ଖଳା ଓ ଅନୁରାଗ ବଳରେ ଅଧିକାରୀମାନେ ବିଶେଷ ଦକ୍ଷ ଓ ପ୍ରତିବଦ୍ଧ ହୋଇପାରିବେ । ସେଥିପାଇଁ କର୍ମ ସଂସ୍କୃତି, ସମୟାନୁବର୍ତ୍ତିତା ଓ ଦାୟିତ୍ୱବୋଧ ଉପରେ ଗୁରୁତ୍ୱ ଦେଇ ବିଭାଗର ପ୍ରତିଷ୍ଠା ସୁଦୃଢ଼ କରିବା ନିମନ୍ତେ ସୂଚନା ଓ ଲୋକସଂପର୍କ ବିଭାଗର ନୂତନ ନିର୍ଦ୍ଦେଶକ ଶ୍ରୀ କୃପାସିନ୍ଧୁ ମିଶ୍ର ପରାମର୍ଶ ଦେଇଛନ୍ତି ।

ଆଜି ପୂର୍ବାହ୍ନରେ ଦାୟିତ୍ୱ ଗ୍ରହଣ ସମୟରେ ଶ୍ରୀ ମିଶ୍ରଙ୍କୁ ବିଭାଗୀୟ ବରିଷ୍ଠ ପଦାଧିକାରୀ ତଥା କର୍ମଚାରୀମାନେ ଲୋକସଂପର୍କ ଭବନଠାରେ ସ୍ୱାଗତ ଜଣାଇଥିଲେ ।

ଅପରାହ୍ନରେ ଅଧିକାରୀ ତଥା କର୍ମଚାରୀମାନଙ୍କର ଏକ ବୈଠକରେ ଅଧ୍ୟକ୍ଷତା କରି ନୂତନ ନିର୍ଦ୍ଦେଶକ ଶ୍ରୀ ମିଶ୍ର ସୂଚନା ଓ ଲୋକସଂପର୍କ ବିଭାଗର କାର୍ଯ୍ୟକ୍ରମ ସୁଦୂରପ୍ରସାରୀ ବୋଲି କହିବା ସହିତ ଅଧିକାରୀମାନେ ସ୍ୱଚ୍ଛତା, ଦକ୍ଷତା ଓ ସାଧୁତା ବଜାୟ ରଖି ଉତ୍ତମ ପ୍ରଶାସନର ସୁଫଳକୁ ଜନସାଧାରଣଙ୍କ ପାଖରେ ପହଞ୍ଚାଇବେ ବୋଲି ଆଶାପ୍ରକଟ କରିଥିଲେ ।

ଅନ୍ୟପକ୍ଷରେ, ଅଧିକାରୀମାନେ ବୈଷୟିକ ପ୍ରଯୁକ୍ତି ବିଦ୍ୟାର ଉପଯୋଗ, ସମନ୍ୱିତ ଆଦାନପ୍ରଦାନ ଓ ଅଭିଜ୍ଞତାର ଉପଲବ୍ଧି ଆଧାରରେ ଅଧିକ କ୍ରିୟାଶୀଳ ଓ ତତ୍ପର ହେବା ନିମନ୍ତେ ନିର୍ଦ୍ଦେଶକ ଶ୍ରୀ ମିଶ୍ର ପରାମର୍ଶ ଦେଇଛନ୍ତି ।

ଲୋକ ସଂପର୍କ ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ନିରଞ୍ଜନ ସେଠୀ ନୂତନ ନିର୍ଦ୍ଦେଶକଙ୍କୁ ସ୍ୱାଗତ ଜଣାଇବା ସହିତ ବିଭାଗର କାର୍ଯ୍ୟକ୍ରମ ଉପରେ ସୂଚନା ଦେଇଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଯୁଗ୍ମ ଶାସନ ସଚିବ ଶ୍ରୀ ଶୁଭେନ୍ଦ୍ର କୁମାର ନାୟକ ଓ ବରିଷ୍ଠ ସୂଚନା ଅଧିକାରୀ ଶ୍ରୀ ସୂର୍ଯ୍ୟରଞ୍ଜନ ମହାନ୍ତି ମଧ୍ୟ ବକ୍ତବ୍ୟ ରଖିଥିଲେ ।

ଉପନିର୍ଦ୍ଦେଶକ ଶ୍ରୀ ବିପିନ ବିହାରୀ ବାରିକି ଧନ୍ୟବାଦ ଅର୍ପଣ କରିଥିଲେ । ଉପନିର୍ଦ୍ଦେଶକ ଶ୍ରୀ ବରଦା ପ୍ରସନ୍ନ ଦାସ ମଧ୍ୟ ମଞ୍ଚାସୀନ ଥିଲେ । ଏହି ବୈଠକରେ ଉପଶାସନ ସଚିବ ଦୁର୍ଗା ପ୍ରସାଦ ମହାରଣା, ଉପଶାସନ ସଚିବ ଦୁର୍ଯ୍ୟୋଧନ ବେହେରାଙ୍କ ସମେତ ଅନ୍ୟାନ୍ୟ ପଦାଧିକାରୀ, ସୂଚନା ଅଧିକାରୀ ତଥା ବିଭିନ୍ନ ପ୍ରଭାଗର ମୁଖ୍ୟମାନେ ଉପସ୍ଥିତ ଥିଲେ ।

Categories
STATE

RELATED BY

  • ରସଗୋଲା ଦିବସ ପାଳିତ

    ଭୁବନେଶ୍ୱର:ସଂସ୍କୃତି ଓ ପରମ୍ପରାକୁ ସଦାସର୍ବଦା ବଜାୟ ରଖି ଆସିବା ସହ ଏହାକୁ ସବୁବେଳେ ପ୍ରାଥମିକତା ଦେଇଆସୁଥିବା ରାଜ୍ୟର ଅଗ୍ରଣୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ନୀଳାଦ୍ରିବିହାର ଯୁବ ଓ ସାଂସ୍କୃତିକ ସଂଘ ତରଫରୁ ପବିତ୍ର ନୀଳାଦ୍ରିବିଜେ ଅବସରରେ ରସଗୋଲା ଦିବସ...
  • ମନ୍ତ୍ରୀ ପରିଷଦ ବୈଠକରେ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀମାନଙ୍କୁ କଣ କହିଲେ ଜାଣନ୍ତୁ

    ଆପଣଙ୍କ ବିଭାଗ କାମ ବିଷୟରେ Monthly Report ମୁଁ ପାଇଛି । ଠିକ୍ ସମୟରେ ରିପୋର୍ଟ ଦେଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ । ମୁଁ ଆଜି ଆପଣମାନଙ୍କୁ ପାଞ୍ଚୋଟି ବିଷୟରେ କହିବାକୁ ଚାହେଁ ।  ଆପଣମାନେ extensive tour କରନ୍ତୁ ।...
  • ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀଙ୍କ ଢ଼େଙ୍କାନାଳ ସରକାରୀ ପଲିଟେକ୍‌ନିକ୍‌ ପରିଦର୍ଶନ

    ଭୁବନେଶ୍ୱର:ରାଜ୍ୟ ଦକ୍ଷତା ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଇଂ.ପ୍ରେମାନନ୍ଦ ନାୟକ ବୁଧବାର ଅପରାହ୍ନରେ ଢ଼େଙ୍କାନାଳ ସରକାରୀ ପଲିଟେକ୍‌ନିକ୍‌ ପରିଦର୍ଶନରେ ଯାଇଥିଲେ । ଏହି ଅବସରରେ ବିଭିନ୍ନ ଟ୍ରେଡ଼୍‌ରେ ଥିବା କର୍ମଶାଳା ଓ ୱାର୍କସପ୍‌, ସ୍ମାର୍ଟ କ୍ଲାସରୁମ୍‌ ଓ ଟୁଲ୍‌ରୁମ୍‌ ବୁଲି...
  • ପ୍ରକୃତି ମିତ୍ର ଓ ପ୍ରକୃତି ବନ୍ଧୁ ପୁରସ୍କାର ପ୍ରୋତ୍ସାହନ ରାଶିକୁ ବୃଦ୍ଧି କରିବା ପାଇଁ ଗୁରୁତ୍ୱାରୋପ

    ଭୁବନେଶ୍ୱର: ପରିବେଶ କେବଳ ଏକ ରାଜ୍ୟ ପ୍ରସଙ୍ଗ ନୁହେଁ ବରଂ ଏକ ଅନ୍ତର୍ଜାତୀୟ ପ୍ରସଙ୍ଗ । ମାନବ ସଭ୍ୟତାର ଏବଂ ସମ୍ପୂର୍ଣ୍ଣ ଜୀବଜଗତର ଏହା ସ୍ଥିତିର ପ୍ରସଙ୍ଗ । ଜଙ୍ଗଲ ହେଉଛି ପରିବେଶର ଏକ ପ୍ରମୁଖ ଅଙ୍ଗ । ପରୋକ୍ଷଭାବେ...
WhatsApp chat