ରାଜ୍ୟରେ ଷ୍ଟାର୍ଟ ଅପ୍‌ ବକି।ଶ ପ୍ରକୋଷ୍ଠ ପ୍ରତିଷ୍ଠା ହେବ

‘ଷ୍ଟାର୍ଟ ଅପ୍‌ ନିଯୁକ୍ତି ମେଳା’

ଭୁବନେଶ୍ୱର: ଷ୍ଟାର୍ଟ ଅପ୍‌ମାନଙ୍କ ସହିତ ମତବିନିମୟ ସମୟରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ, ଶକ୍ତି, ଶିଳ୍ପ ଓ ଗୃହ ମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟଶଙ୍କର ମିଶ୍ର କହିଲେ ଯେ ଷ୍ଟାର୍ଟ ଅପ୍‌ ଇକୋ ସିଷ୍ଟମ୍‌ର ବିକାଶକୁ ସରକାର ପ୍ରାଥମିକତା ଦେଉଛନ୍ତି ।

ପରବର୍ତ୍ତୀ ପର୍ଯ୍ୟାୟରେ ଷ୍ଟାର୍ଟ ବିକାଶ ପ୍ରକୋଷ୍ଠ ପ୍ରତିଷ୍ଠା କରାଯାଇ ଏହାକୁ ଜିଲ୍ଲାସ୍ତରକୁ ସଂପ୍ରସାରିତ କରାଯିବ । ଏହି ଅବସରରେ ଏମ୍‌ଏସ୍‌ଏମ୍‌ଇ ବିଭାଗର ଅତିରକ୍ତି ମୁଖ୍ୟ ଶାସନ ସଚିବ ଶ୍ରୀ ଲକ୍ଷ୍ମୀନାରାୟଣ ଗୁପ୍ତା ସୂଚନା ଦେଇଥିଲେ ଯେ ଗତ ୨୬ ମାସ ମଧ୍ୟରେ ୪୩୩ଟି ଷ୍ଟାର୍ଟ ଅପ୍‌ ପଞ୍ଜୀକୃତ ହୋଇଛନ୍ତି ।

ସେଥି ମଧ୍ୟରୁ ୧୩୮ଟି ଷ୍ଟାର୍ଟ ଅପ୍‌ ମହିଳାମାନଙ୍କ ପରିଚାଳନାରେ ରହିଛି । ସେ ଆହୁରି କହିଲେ ଯେ ୮୪ଟି ଅନୁଦାନ ସ୍ୱୀକୃତିପ୍ରାପ୍ତ ଷ୍ଟାର୍ଟ ଅପ୍‌ ଓ ଇନ୍‌କୁ୍ୟବେଟରମାନଙ୍କୁ ପ୍ରଦାନ କରାଯାଇଛି । ଏହା ଛଡ଼ା ୧୨ଟି ଇନ୍‌କୁ୍ୟବେଟର ଓ ୧୩ଟି ନୋଡାଲ ଏଜେନ୍ସି ଷ୍ଟାର୍ଟ ଅପ୍‌ ଓଡ଼ିଶା ଦ୍ୱାରା ସ୍ୱୀକୃତିପ୍ରାପ୍ତ ଷ୍ଟାର୍ଟ ଅପ୍‌ମାନଙ୍କୁ ସହାୟତା ଦେବା ପାଇଁ କାର୍ଯ୍ୟ କରୁଛନ୍ତି । ଏଥିରେ ଫୋଏନିକ୍ସ ରୋବୋଟିକ୍ସ (ଆଇଓଟି), ସ୍ୟାକ୍‌ରୋବୋଟିକ୍ସ(ରୋବୋଟିକ୍ସ ଏଜୁକେସନ୍‌), ଏଇଥର ଇନୋଭେସନ୍ସ (ଫୁଡ୍‌ଟେକ୍‌), ଇପ୍‌ସମ୍‌ ଲ୍ୟାବ୍ସ (ଆଇଓଟି), ଉଦୀୟତେ ଟେକ୍‌ନୋଲୋଜିସ୍‌ (ଏଆଇ), ୱାନ୍‌ ୱାଲର୍ଡ ହେଲଥ୍‌ କେୟାର, ମେଡ୍‌ଟେଲ୍‌(ହେଲଥ୍‌କେୟାର) ଓ ନୋଭୋଲୁ୍ୟସନ୍ସ ଫୁଡ୍‌ ଆଣ୍ଡ ବିଭେରେଜେସ୍‌ ସେମାନଙ୍କର ନବପ୍ରବର୍ତ୍ତିତ ଉତ୍ପାଦଗୁଡ଼ିକୁ ମାନ୍ୟବର ମନ୍ତ୍ରୀଙ୍କୁ ଦେଖାଇଥିଲେ ।

ମନ୍ତ୍ରୀ କ୍ୟାପ୍‌ଟେନ୍‌ ମିଶ୍ର ସେମାନଙ୍କର ଉତ୍ପାଦ ଓ ସେବାକୁ ପ୍ରଶଂସା କରିଥିଲେ । ଶିଳ୍ପ ନିର୍ଦ୍ଦେଶକ ଶ୍ରୀ ପ୍ରଣବଜ୍ୟୋତି ନାଥ ଓ ଇଭାଞ୍ଜେଲିଷ୍ଟ ଶ୍ରୀ ପ୍ରଶାନ୍ତ ବିଶ୍ୱାଳ ସୂଚନା ଦେଇଥିଲେ ଯେ ଚଳିତ ବର୍ଷ ଏକ ଜାତୀୟ ସ୍ତରୀୟ ଷ୍ଟାର୍ଟ ଅପ୍‌ କନ୍‌କ୍ଲେଭ୍‌ ତଥା ଗ୍ରାଣ୍ଡ ଚାଲେଞ୍ଜ ଆୟୋଜନ କରିବାର ଯୋଜନା ରହିଛି ।

ଷ୍ଟାର୍ଟ ଅପ୍‌ମାନଙ୍କର ଅନୁରୋଧ କ୍ରମେ ଏକ ‘ଷ୍ଟାର୍ଟ ଅପ୍‌ ନିଯୁକ୍ତି ମେଳା’ ଆୟୋଜନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ଏହି ମେଳା ମାଧ୍ୟମରେ ଷ୍ଟାର୍ଟ ଅପ୍‌ମାନେ ବିଭିନ୍ନ ବୈଷୟିକ ଅନୁଷ୍ଠାନର ପ୍ରତିଭାମାନଙ୍କୁ ଚୟନ କରି ନିଯୁକ୍ତି ପ୍ରଦାନ କରିପାରିବେ ।

ଷ୍ଟାର୍ଟ ଅପ୍‌ମାନଙ୍କ ଦ୍ୱାରା ବିକଶିତ ଜରୁରୀ ଯୋଗାଯୋଗ ବ୍ୟବସ୍ଥା ଓ ସହରାଞ୍ଚଳ ବନ୍ୟା ତଦାରଖ ବ୍ୟବସ୍ଥାକୁ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ନିକଟରେ ପ୍ରଦର୍ଶନ କରିବା ପାଇଁ ମଧ୍ୟ ନିଷ୍ପତ୍ତି ନିଆଯାଇଥିଲା ।

Categories
KNOWLEDGE

RELATED BY

  • ଭୁବନେଶ୍ୱରର ସୀତାଂଶୁ ମୋହନ ପରିଡ଼ାଙ୍କ ବାର୍ତା ବିଷୟରେ ଉଲ୍ଲେଖ କଲେ ପ୍ରଧାନମନ୍ତ୍ରୀ

    ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ଏକ ଦୀର୍ଘ ମଧ୍ୟାନ୍ତର ପରେ ପୁଣି ଥରେ, ଆପଣମାନଙ୍କ ଗହଣରେ, ଜନଙ୍କ କଥା, ଜନ-ଜନଙ୍କ କଥା, ଜନ-ମନର କଥାର ପର୍ଯ୍ୟାୟ ଆରମ୍ଭ କରୁଛୁ । ନିର୍ବାଚନର ଧାଁ-ଦଉଡ଼ରେ ବ୍ୟସ୍ତତା ତ ବହୁତ ଥିଲା,...
  • ଆଇଟିଆଇରେ ଜୀବିକା ଦକ୍ଷତା ବିକାଶ ପ୍ରଶିକ୍ଷଣ

    ଭୁବନେଶ୍ୱର: ଆଇଟିଆଇରେ ଜୀବିକା ଦକ୍ଷତା ବିକାଶ ପ୍ରଶିକ୍ଷଣ ପ୍ରଦାନ ନେଇ ଇଡ଼୍‌କୋ ବୋର୍ଡ ରୁମ୍‌ଠାରେ ଏକ ଚୁକ୍ତିନାମା ସ୍ୱାକ୍ଷରିତ କରାଯାଇଛି । ଟାଟା କମ୍ୟୁନିଟି ଇନିସିଏଟିଭ୍‌ ଟ୍ରଷ୍ଟ (ଟିସିଆଇଟି) ଏବଂ କଳିଙ୍ଗ ମାଇନିଙ୍ଗ୍‌ କର୍ପୋରେସନ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ (କେଏନ୍‌ସିପିଏଲ୍‌) ମଧ୍ୟରେ...
  • ଆଇନରେ ବ୍ୟବସ୍ଥା ନଥିଲେ ଆଧାର ନମ୍ବର ଦେବା ଲାଗି କୌଣସି ବ୍ୟକ୍ତିକୁ ବାଧ୍ୟ କରାଯାଇପାରିବ ନାହିଁ

    ସାଧାରଣ ଲୋକଙ୍କ ପାଇଁ ଆଧାରକୁ ଅଧିକ ଅନୁକୂଳ କରିବା ଲାଗି କେନ୍ଦ୍ର ସରକାର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରୟାସ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଆଜି  ଆଧାର ଏବଂ ଅନ୍ୟାନ୍ୟ ଆଇନ (ସଂଶୋଧନ) ବିଲ,...
  • ସିଭିଲ୍‍ ସର୍ଭିସ୍‍ ରେ ସର୍ବଭାରତୀୟ ସ୍ତରରେ ଦ୍ୱିତୀୟ ଓ ୨୩ତମ ସ୍ଥାନ ଅଧିକାର କରିଥିବା ଟପ୍ପର ମାର୍ଗ ଦର୍ଶନ ଦେଲେ

    ସିଭିଲ୍‍ ସର୍ଭିସ୍‍ ଆଶାୟୀଙ୍କ ପାଇଁ ବାଜିରାଓ ଆଇଏଏସ୍‍ ଏକାଡେମୀ ତରଫରୁ ଏକ ବୃହତ ପ୍ରେରଣାଦାୟୀ କାର୍ଯ୍ୟକ୍ରମ ଭୁବନେଶ୍ୱରର ଜୟଦେବ ବିହାର ସ୍ଥିତ ହୋଟେଲ ପାଲ୍‍ହାଇଟ୍ସ ଠାରେ ରବିବାର ଦିନ ଆୟୋଜିତ ହୋଇଯାଇଛି । ଏଥିରେ ୨୦୧୮ ମସିହାର ସର୍ବଭାରତୀୟ ସ୍ତରରେ...
WhatsApp chat