ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୧୮୧୫ ଧାର୍ଯ୍ୟ ହେଲା

ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲା ରାଜ୍ୟ କୃଷକ ମୋର୍ଚ୍ଚା

ଭୁବନେଶ୍ୱର: ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ମୋଦି ସରକାର ଧାନର ସର୍ବନିମ୍ନ ସହାୟକ ମୂଲ୍ୟକୁ ଦେଢ ଗୁଣା କରିଛନ୍ତି ।

ଧାନ ସହ ୧୩ଟି ଫସଲର ସର୍ବନିମ୍ନ ସହାୟକ ବୃଦ୍ଧି କରାଯାଇଛି । ଧାନର ଏମଏସପି ୬୫ ଟଙ୍କା ବୃଦ୍ଧି କରାଯାଇ ସାଧାରଣ ଧାନ କ୍ୱିଂଟାଲ ପିଛା ୧୮୧୫ ଏବଂ ଗ୍ରେଡ ଏ ଧାନ ପାଇଁ କ୍ୱିଂଟାଲ ପିଛା ୧୮୩୫ ଟଙ୍କା ଧାର୍ଯ୍ୟ କରାଯାଇଛି ।

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଗୁରୁତ୍ୱପୂର୍ଣ୍ଣ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି (ସିସିଇଏ) ବୈଠକରେ ନିଷ୍ପତି ହୋଇଛି ।

ଏହି ପରିପ୍ରେକ୍ଷୀରେ ରାଜ୍ୟ କୃଷକ ମୋର୍ଚ୍ଚା ପକ୍ଷରୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କୁ ଧନ୍ୟବାଦ ଜଣାଇବା ସହ କୃତଜ୍ଞତା ଜଣାଇଛନ୍ତି ।

ସେହିପରି ମୁଗ ଡାଲି କ୍ୱିଂଟାଲ ପିଛା ସର୍ବନିମ୍ନ ସହାୟକ ମୂଲ୍ୟ ୭୫, ବାଦାମ କ୍ୱିଂଟାଲ ପିଛା ୨୦୦, ସୋୟାବିନ କ୍ୱିଂଟାଲ ପିଛା ୩୧୧, କପା କ୍ୱିଂଟାଲ ପିଛା ୧୦୫, ମକା କ୍ୱିଂଟାଲ ପିଛା ୬୦ଟଙ୍କା ବୃଦ୍ଧି ହୋଇଛି ।

ମୋଦି ସରକାର ୨୦୨୨ ସୁଦ୍ଧା ଚାଷୀଙ୍କ ଆୟ ଦ୍ୱିଗୁଣିତ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି । ସର୍ବନିମ୍ନ ସହାୟକ ମୂଲ୍ୟରେ ବୃଦ୍ଧି କରିବା ନିଷ୍ପତି ଯୋଗୁଁ ସାରା ଦେଶର ଚାଷୀଙ୍କ ସମେତ ଓଡିଆ ଚାଷୀଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆସିପାରିବ ବୋଲି ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ସୁରଥ ବିଶ୍ୱାଳ କହିଛନ୍ତି ।

Categories
NATIONAL

RELATED BY

  • ଓଡ଼ିଶାର ମୁଖ୍ୟ ଶାସନ ସଚିବଙ୍କୁ କାରଣ ଦର୍ଶାଅ ନୋଟିସ୍

    ଭୁବନେଶ୍ୱର : କେନ୍ଦ୍ରାପଡା ଜିଲ୍ଲାରେ ଏକ୍ସପାରି କୃମି ଔଷଧ ଖାଇ ୩୬ ଜଣ ଶିଶୁ ଅସୁସ୍ଥ ହେବା ଘଟଣାରେ ସ୍ୱାସ୍ଥ୍ୟ ବିଭାଗର ଅହେତୁକ ଅବହେଳା ପ୍ରମାଣିତ ହୋଇଛି । ଡାକ୍ତର ଓ ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କର ଦାୟିତ୍ୱହୀନତାରୁ ଶିଶୁମାନେ ଅସୁସ୍ଥ ହୋଇଥିବା...
  • ଦ୍ୱାଦଶ ସ୍ଥାନରେ ଓଡ଼ିଶା,ଶୀର୍ଷରେ କର୍ଣ୍ଣାଟକ

    ଦିଲ୍ଲୀ : ନୀତି ଆୟୋଗ ଦ୍ୱାରା ୨୦୧୯ ବର୍ଷ ପାଇଁ ଭାରତ ନବୋନ୍ମେଷ ସୂଚକାଙ୍କ ପ୍ରକାଶ ପାଇଛି । ଦେଶର ବୃହତ ରାଜ୍ୟଗୁଡ଼ିକ ମଧ୍ୟରେ କର୍ଣ୍ଣାଟକ ସର୍ବାଧିକ ନବୋନ୍ମେଷୀ ରାଜ୍ୟ ଭାବେ ପ୍ରଥମ ସ୍ଥାନ ହାସଲ କରିଛି । ଏହାପଛକୁ...
  • ହ୍ୱାଟ୍ସଆପ ଓ ଫେସବୁକ ମେସେଞ୍ଜର ମାଧ୍ୟମରେ ୨ ଲକ୍ଷ ଘଣ୍ଟା ପ୍ରଶିକ୍ଷଣ

    କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଶ୍ରୀ ଅର୍ଜୁନ ମୁଣ୍ଡା ‘ଗୋଲ’ (ଗୋଇଙ୍ଗ ଅନଲାଇନ ଆଜ ଲିଡର୍ସ)ର ଦ୍ୱିତୀୟ ପର୍ଯ୍ୟାୟ ଘୋଷଣା କରିଛନ୍ତି । ଏହା ଫେସବୁକର ଏକ କାର୍ଯ୍ୟକ୍ରମ ଯାହାର ଉଦ୍ଦେଶ୍ୟ ହେଉଛି ଦେଶବ୍ୟାପୀ ଜନଜାତିର ମହିଳାମାନଙ୍କୁ ସେମାନଙ୍କ ସମୁଦାୟ...
  • ମୋଟ ପଶୁସମ୍ପଦ ସଂଖ୍ୟା ୫୩୫.୭୮ ନିୟୁତ

    ବିଂଶତମ ପଶୁସମ୍ପଦ ଗଣନା ଫଳାଫଳ ପ୍ରକାଶିତ,୨୦୧୨ ତୁଳନାରେ ପଶୁସମ୍ପଦ ସଂଖ୍ୟାରେ ୪.୬% ବୃଦ୍ଧି  ମୋଟ ପଶୁସମ୍ପଦ ସଂଖ୍ୟା ୫୩୫.୭୮ ନିୟୁତରେ ପହଁଚିଲା ମତ୍ସ୍ୟ, ପଶୁ ପାଳନ ଓ ଦୁଗ୍ଧ ଉତ୍ପାଦନ ମନ୍ତ୍ରଣାଳୟ ଅଧୀନ ପଶୁ ସମ୍ପଦ ଓ ଦୁଗ୍ଧ ଉତ୍ପାଦନ...