ଭାରତକୁ ୫ ଟ୍ରିଲିୟନ ଅର୍ଥ ବ୍ୟବସ୍ଥାରେ ପରିଣତ କରିବା ସରକାରଙ୍କ ଲକ୍ଷ୍ୟ

କେନ୍ଦ୍ର ବଜେଟ୨୦୧୯-୨୦ର ମୁଖ୍ୟାଂଶ

କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଆଜି ତାଙ୍କର ପ୍ରଥମ ବଜେଟ ଅଭିଭାଷଣ ରଖିବା ସହିତ ସଂସଦରେ ୨୦୧୯-୨୦ ବର୍ଷ ଲାଗି ସାଧାରଣ ବଜେଟ ଉପସ୍ଥାପନ କରିଛନ୍ତି । କେନ୍ଦ୍ର ବଜେଟ ୨୦୧୯ର ମୁଖ୍ୟାଂଶ ନିମ୍ନରେ ଦିଆଗଲା-

ଦଶନ୍ଧି ପାଇଁ ଦଶଟି ସଂକଳ୍ପ ବିନ୍ଦୁ :

• ଜନଭାଗୀଦାରୀ ମାଧ୍ୟମରେ ଟିମ ଇଣ୍ଡିଆ ନିର୍ମାଣ : ସର୍ବନିମ୍ନ ସରକାର ସର୍ବାଧିକ ପ୍ରଶାସନ ।
• ପ୍ରଦୂଷଣ ମୁକ୍ତ ଭାରତ ମାଧ୍ୟମରେ ସବୁଜ ଧରିତ୍ରୀ ମାତା ଏବଂ ନୀଳ ଆକାଶ ଲକ୍ଷ୍ୟ ହାସଲ ।
• ଅର୍ଥବ୍ୟବସ୍ଥାର ପ୍ରତ୍ୟେକ କ୍ଷେତ୍ରରେ ଡିଜିଟାଲ ଇଣ୍ଡିଆକୁ ପହଁଚାଇବା ।
• ଗଗନୟାନ, ଚନ୍ଦ୍ରାୟନ ଏବଂ ଅନ୍ୟ ମହାକାଶ ତଥା ଉପଗ୍ରହ କାର୍ଯ୍ୟକ୍ରମର ଉତକ୍ଷେପଣ ।
• ଭୌତିକ ଏବଂ ସାମାଜିକ ଭିତିଭୂମି ନିର୍ମାଣ ।
• ଜଳ, ଜଳ ପରିଚାଳନା, ସ୍ୱଚ୍ଛ ନଦୀ ।
• ନୀଳ ଅର୍ଥବ୍ୟବସ୍ଥା ।
• ଖାଦ୍ୟ ଶସ୍ୟ, ଡାଲି, ତୈଳ ବୀଜ, ଫଳ ଏବଂ ପନିପରିବା କ୍ଷେତ୍ରରେ ଆତ୍ମ ନିର୍ଭରଶୀଳ ହେବା ।
• ଆୟୁଷ୍ମାନ ଭାରତ, ମହିଳା ଓ ଶିଶୁଙ୍କୁ ଉପଯୁକ୍ତ ପୋଷଣ, ନାଗରିକମାନଙ୍କ ନିରାପତା ମାଧ୍ୟମରେ ସୁସ୍ଥ ସମାଜ ଗଠନ ।
• ମେକ ଇନ ଇଣ୍ଡିଆ ଅଧୀନରେ ଏମଏସଏମଇ, ଷ୍ଟାର୍ଟଅପ, ପ୍ରତିରକ୍ଷା ଉତ୍ପାଦନ, ଅଟୋମୋବାଇଲ, ଇଲେକଟ୍ରୋନିକ୍ସ, ଫ୍ୟାପ ଓ ବ୍ୟାଟେରୀ ଏବଂ ଅନ୍ୟ ଚିକିତ୍ସା ସରଞ୍ଜାମ ନିର୍ମାଣ ଉପରେ ଗୁରୁତ୍ୱ ।
୫ ଟ୍ରିଲିୟନ ଡଲାର ଅର୍ଥବ୍ୟବସ୍ଥା ଲକ୍ଷ୍ୟ
• ଆଶା, ବିଶ୍ୱାସ, ଆକାଂକ୍ଷାରେ ପୂରି ଉଠୁ ଜନସାଧାରଣଙ୍କ ହୃଦୟ, ବୋଲି କହିଲେ ଅର୍ଥମନ୍ତ୍ରୀ ।
• ଚଳିତ ବର୍ଷ ଭାରତୀୟ ଅର୍ଥବ୍ୟବସ୍ଥା ହେବ ୩ ଟ୍ରିଲିୟନ ଡଲାର ଅର୍ଥବ୍ୟବସ୍ଥା ।
• ଭାରତକୁ ୫ ଟ୍ରିଲିୟନ ଅର୍ଥବ୍ୟବସ୍ଥାରେ ପରିଣତ କରିବା ସରକାରଙ୍କ ଲକ୍ଷ୍ୟ ।
• ଭାରତୀୟ ଉଦ୍ୟୋଗ ଜଗତ ଭାରତର ନିଯୁକ୍ତି ଓ ରାଜସ୍ୱ ସୃଷ୍ଟିକାରୀ ବୋଲି କହିଲେ ଅର୍ଥମନ୍ତ୍ରୀ ।

• ନିବେଶର ଆବଶ୍ୟକତା :

* ଭିତିଭୂମି ।
* ଡିଜିଟାଲ ଅର୍ଥବ୍ୟବସ୍ଥା ।
* କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗରେ ନିଯୁକ୍ତି ସୃଷ୍ଟି ।

• ନିବେଶର ଉକ୍ରୃଷ୍ଟ ପର୍ଯ୍ୟାୟ ଆରମ୍ଭ କରିବା ଲାଗି ଯୋଜନା ପ୍ରସ୍ତାବ ।
• ବ୍ୟବସାୟିକ ସୁଗମତା ପାଇଁ ମୁଦ୍ରା ଯୋଜନା ଜରିଆରେ ଜନସାଧାରଣଙ୍କ ଜୀବନରେ ପରିବର୍ତନ ।
ଏମଏସଏମଇ ଦିଗରେ ପଦକ୍ଷେପ
• ପ୍ରଧାନମନ୍ତ୍ରୀ କର୍ମ ଯୋଗୀ ମାନଧନ ଯୋଜନା
• ବାର୍ଷିକ ୧.୫ କୋଟି ଟଙ୍କାରୁ କମ ଆୟ ଥିବା ଖୁଚୁରା ବ୍ୟବସାୟୀ ଏବଂ ଛୋଟ ଦୋକାନୀମାନଙ୍କୁ ପେନସନ ସୁବିଧା ।
• ପଞ୍ଜିକରଣକୁ କରାଯିବ ସହଜ, କେବଳ ଆଧାର, ବ୍ୟାଙ୍କ ଆକାଉଂଟ ଓ ଘୋଷଣାନାମାର ଆବଶ୍ୟକତା ।
• ଏମଏସଏମଇଗୁଡ଼ିକ ପାଇଁ ସୁଧ ଛାଡ଼ ଯୋଜନା ଅନ୍ତର୍ଗତ ଜିଏସଟି ପଞ୍ଜିକୃତ ଏମଏସଏମଇଗୁଡ଼ିକ ପାଇଁ ୨୦୧୯-୨୦ ଆର୍ଥିକ ବର୍ଷରେ ୨% ସୁଧ ଛାଡ଼ (ନୂଆ କିମ୍ବା ଇନକ୍ରିମେଂଟାଲ ଋଣ କ୍ଷେତ୍ରରେ) ପାଇଁ ୩୫୦ କୋଟି ଟଙ୍କା ବ୍ୟୟବରାଦ ।
• ସରକାରୀ ଅର୍ଥ ପଇଠରେ ହେଉଥିବା ବିଳମ୍ବ ଦୂର କରିବା ଲାଗି ଏମଏସଏମଇଗୁଡ଼ିକ ପାଇଁ ସ୍ୱତନ୍ତ୍ର ପେମେଂଟ ପ୍ଲାଟଫର୍ମ ସୁବିଧା ।
• ମାର୍ଚ୍ଚ ୨୦୧୯ରେ ଶୁଭାରମ୍ଭ ହୋଇଥିବା ଜାତୀୟ ସାଧାରଣ ଭ୍ରାମ୍ୟମାଣ କାର୍ଡ (ଏନଏସଏମସି) ଜରିଆରେ ପରିବହନ ଲାଗି ଭାରତର ପ୍ରଥମ ସ୍ୱଦେଶୀ ପେମେଂଟ ବ୍ୟବସ୍ଥା
• ରୂପେ କାର୍ଡ ଭାବେ ପ୍ରଚଳିତ ଆନ୍ତଃ କାର୍ଯ୍ୟକ୍ଷମ ପରିବହନ କାର୍ଡ ଯାହା କାର୍ଡଧାରୀଙ୍କୁ ବସଯାତ୍ରା, ଟୋଲ ଟିକସ ପଇଠ, ପାର୍କିଂ ଫି ପଇଠ ଏବଂ ରିଟେଲ ସପିଂ ପାଇଁ ସୁବିଧା ପ୍ରଦାନ କରିବ ।

• ଯୋଗାଯୋଗ ଭିତିଭୂମିର ବିକାଶ:

* ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ।
*ଶିଳ୍ପ କରିଡର, ସମର୍ପିତ ମାଲ କରିଡର ।
* ଭାରତମାଳା ଏବଂ ସାଗରମାଳା ପ୍ରକଳ୍ପ, ଜଳ ମାର୍ଗ ବିକାଶ ଓ ଉଡାନ ଯୋଜନା
• ଭାରତମାଳା ପ୍ରକଳ୍ପର ଦ୍ୱିତୀୟ ପର୍ଯ୍ୟାୟ ଅଧୀନରେ ରାଜ୍ୟ ସଡ଼କ ନେଟୱାର୍କଗୁଡ଼ିକର ବିସ୍ତାର
• ୨୦୧୯-୨୦ ସୁଦ୍ଧା ଜଳମାର୍ଗ ବିକାଶ ପ୍ରକଳ୍ପ ଅନ୍ତର୍ଗତ ଫାରାକ୍କା ଠାରେ ଏକ ଦିଗନିର୍ଣ୍ଣୟକାରୀ ଲକ ତଥା ସାହିବଗଞ୍ଜ ଓ ହାଲଦା ଠାରେ ବହୁମୁଖୀ ମୋଡାଲ ଟର୍ମିନାଲ ଜରିଆରେ ଗଙ୍ଗାରେ ଦିଗ ନିର୍ଣ୍ଣୟ କ୍ଷମତା ବୃଦ୍ଧି ।
• ଗଙ୍ଗା ନଦୀରେ ମାଲ ପରିବହନ ଆସନ୍ତା ୪ ବର୍ଷ ମଧ୍ୟରେ ପାଖାପାଖି ୪ ଗୁଣା ବଢ଼ିଯିବାର ଅନୁମାନ କରାଯାଉଛି । ଯାହାଫଳରେ ମାଲ ଏବଂ ଯାତ୍ରୀଙ୍କ ଗମନାଗମ ଶସ୍ତା ହେବ ଏବଂ ଆମଦାନୀ ଖର୍ଚ୍ଚ ମଧ୍ୟ କମିବ
• ୨୦୧୮-୩୦ ମଧ୍ୟରେ ରେଳବାଇର ମୌଳିକ ଭିତିଭୂମି ଲାଗି ୫୦ ଲକ୍ଷ କୋଟି ଟଙ୍କାର ନିବେଶ ଆବଶ୍ୟକତା ।
• ଦ୍ରୁତଗତିରେ ରେଳ ଧାରଣାର ବିକାଶ ଏବଂ ଏହାକୁ ବିଛାଇବା, ରୋଲିଂ ଷ୍ଟକ ନିର୍ମାଣ ଏବଂ ଯାତ୍ରୀ ମାଲ ଭଡ଼ା ସେବା ଲାଗି ସରକାରୀ ଏବଂ ଘରୋଇ ଭାଗୀଦାରୀର ପ୍ରସ୍ତାବ ।
• ସାରା ଦେଶରେ ମେଟ୍ରୋ ରେଳ ନେଟୱାର୍କ ୬୫୭ କିମି ଲାଇନ କାର୍ଯ୍ୟକ୍ଷମ ।
• ବିମାନ ଚଳାଚଳ କ୍ଷେତ୍ରରେ ଆତ୍ମନିର୍ଭରଶୀଳତା ହାସଲ କରିବା ଲାଗି ରକ୍ଷଣାବେକ୍ଷଣ, ମରାମତି ଏବଂ ସାମୂହିକ ବିକାଶ ଲାଗି ନୀତିଗତ ହସ୍ତକ୍ଷେପ ।
• ଭାରତକୁ ନିଜସ୍ୱ ଉତ୍ସରୁ ବିମାନଗୁଡ଼ିକୁ ଅର୍ଥ ଲଗାଣ ଏବଂ ସେଗୁଡ଼ିକ ଲିଜରେ ଦେବାର କେନ୍ଦ୍ର ହେବା ଲାଗି ଆଇନଗତ ରୋଡମ୍ୟାପ ପ୍ରସ୍ତୁତି ।
• ଏଫଏଏମଇ ଯୋଜନାର ଦ୍ୱିତୀୟ ପର୍ଯ୍ୟାୟ ଲାଗି ତିନି ବର୍ଷ ପାଇଁ ୧୦,୦୦୦ କୋଟି ଟଙ୍କାର ବ୍ୟୟ ମଞ୍ଜୁରି ।
• ବିଦ୍ୟୁତଚାଳିତ ବାହନ କ୍ରୟ ଏବଂ ଚାର୍ଜିଂର ମୌଳିକ ଭିତିଭୂମି ବିକାଶ ନିମନ୍ତେ ବୃହତ ପ୍ରୋତ୍ସାହନ ପ୍ରସ୍ତାବ ।
• ଏଫଏଏମଇ ଯୋଜନା ଅନ୍ତର୍ଗତ କେବଳ ଅତ୍ୟାଧୁନିକ ବ୍ୟାଟେରୀ ଚାଳିତ ଏବଂ ପଞ୍ଜିକୃତ ଇ ବାହନଗୁଡ଼ିକୁ ହିଁ ପ୍ରୋତ୍ସାହନ ।
• ଜାତୀୟ ରାଜପଥ କାର୍ଯ୍ୟକ୍ରମଗୁଡ଼ିକର ପୁନର୍ଗନଠ କରାଯିବ, ଯାହାଦ୍ୱାରା ଏକ ଜାତୀୟ ରାଜପଥ ଗ୍ରୀଡ ସୁନିଶ୍ଚିତ କରାଯାଇପାରିବ ।
• ଏକ ରାଷ୍ଟ୍ର ଏକ ଗ୍ରୀଡ ଅନ୍ତର୍ଗତ ଶସ୍ତା ମୂଲ୍ୟରେ ରାଜ୍ୟଗୁଡ଼ିକୁ ବିଦ୍ୟୁତ ଯୋଗାଣ ।
• ଗ୍ୟାସ ଗ୍ରୀଡ, ଜଳ ଗ୍ରୀଡ, ଅନ୍ତର୍ଦେଶୀୟ ଜଳମାର୍ଗ ଏବଂ ଆଂଚଳିକ ବିମାନ ବନ୍ଦର ଲାଗି ବ୍ଲୁପ୍ରିଂଟ ଉପଳବ୍ଧ କରାଯିବ ।
• କ୍ଷମତାପ୍ରାପ୍ତ ଉଚ୍ଚସ୍ତରୀୟ ସମିତିର ସୁପାରିସକୁ ଲାଗୁ କରାଯିବ ।
* ପୁରୁଣା ଏବଂ ଅକାମି ପ୍ଲାଂଟଗୁଡ଼ିକୁ ବନ୍ଦ କରାଯିବ ।
• ପ୍ରାକୃତିକ ଗ୍ୟାସର ହ୍ରାସ କାରଣରୁ ଗ୍ୟାସ ପ୍ଲାଂଟଗୁଡ଼ିକର କ୍ଷମତା କମ ଉପଯୋଗ କରିବା ସମସ୍ୟା ଦୂର କରାଯିବ ।
• ଉଜ୍ଜ୍ୱଳ ବିତରଣ କମ୍ପାନୀ ଆଶ୍ୱାସନା ଯୋଜନା ଅନ୍ତର୍ଗତ ଶିଳ୍ପ ଏବଂ ଶକ୍ତିର ଅଧିକ ଉପଯୋଗ କରୁଥିବା ଉପଭୋକ୍ତାମାନଙ୍କ ପାଇଁ କ୍ରସ ସବସିଡି ସରଚାର୍ଜ, ମୁକ୍ତ ଉପଲବ୍ଧତା ବିକ୍ରି ଉପରୁ ଆବଶ୍ୟକ ଶୁଳ୍କ ଉଚ୍ଛେଦ କରାଯିବ ।
• ବିଦ୍ୟୁତ କ୍ଷେତ୍ରରେ ଶୁଳ୍କ ଏବଂ ଭିତିଭୂମି ସୁଧାର ସମ୍ପର୍କରେ ଶୀଘ୍ର ଘୋଷଣା କରାଯିବ ।
• ଭଡ଼ା ଘରର ଉନ୍ନତି ପାଇଁ ସୁଧାରମୂଳକ ଉପାୟ କରାଯିବ ।
• ମଡେଲ ଭଡ଼ା ଆଇନକୁ ଅନ୍ତିମ ରୂପ ଦେବା ଲାଗି ରାଜ୍ୟଗୁଡ଼ିକୁ ପଠାଯିବ ।
• ମିଳିତ ବିକାଶ ଏବଂ ରିହାତି ବ୍ୟବସ୍ଥାର ଉପଯୋଗ ସାର୍ବଜନୀନ ମୌଳିକ ଭିତିଭୂମି ଲାଗି କରାଯିବ ଏବଂ କେନ୍ଦ୍ର ସରକାର ତଥା ସିପିଏସଇ ଦ୍ୱାରା ରଖାଯାଇଥିବା ଜମିରେ ଶସ୍ତା ଗୃହ ନିର୍ମାଣ କରାଯିବ ।

• ଭିତିଭୂମି ପାଇଁ ପାଣ୍ଠି ଯୋଗାଣ ନିମନ୍ତେ ପୁଞ୍ଜି ସ୍ରୋତ ବୃଦ୍ଧି ଉପାୟ :

*୨୦୧୯-୨୦ରେ କ୍ରେଡିଟ ଗ୍ୟାରେଂଟି ବୃଦ୍ଧି ନିଗମ ପ୍ରତିଷ୍ଠା କରାଯିବ ।
* ଭିତିଭୂମି କ୍ଷେତ୍ର ଉପରେ ଧ୍ୟାନ କେନ୍ଦ୍ରିତ କରି ବଜାକୁ ଗଭୀର କରିବା ସହିତ ଦୀର୍ଘକାଳୀନ ବଣ୍ଡ ଲାଗି କାର୍ଯ୍ୟ ଯୋଜନା ପ୍ରସ୍ତୁତ କରାଯିବ ।
* ଏଫଆଇଆଇ/ଏଫପିଆଇ ଦ୍ୱାରା କରାଯାଇଥିବା ନିବେଶ (ଆଇଡିଏଫ-ଏନବିଏଫସି ଦ୍ୱାରା ଜାରି ଋଣ ପ୍ରତିଭୂତିରେ)କୁ ନିର୍ଦ୍ଧାରିତ ଲକିଂ ଅବଧି ମଧ୍ୟରେ କୌଣସି ଘରୋଇ ନିବେଶକୁ ପ୍ରସ୍ତାବିତ ହସ୍ତାନ୍ତର/ବିକ୍ରି ।

• ବଣ୍ଡ ବଜାରକୁ ଗଭୀର କରିବାର ଉପାୟ :

* ଷ୍ଟକ ଏକ୍ସଚେଞ୍ଜକୁ ଲାଟେରାଲ ଭାବେ ଏଏ ମାନ୍ୟତା ପ୍ରାପ୍ତ ବଣ୍ଡର ଅନୁମତି ଦେବା ଲାଗି କ୍ଷମତା ପ୍ରଦାନ କରିବା ।
* କର୍ପୋରେଟ ବଣ୍ଡ ଲାଗି ଟ୍ରେଣ୍ଡିଂ ପ୍ଲାଟଫର୍ମର ଉପଯୋଗ ସୁଲଭତା ସମୀକ୍ଷା କରାଯିବ ।
• ସୋସିଆଲ ଷ୍ଟକ ଏକ୍ସଚେଞ୍ଜ
* ସେବିର ନିୟାମକ ପରିଧିରେ ଇଲେକ୍ଟ୍ରୋନିକ ପାଣ୍ଠି ସଂଗ୍ରହ ପ୍ଲାଟଫର୍ମ
* ସାମାଜିକ ଉଦ୍ୟୋଗ ଏବଂ ସ୍ୱେଚ୍ଛାସେବୀ ସଂଗଠନଗୁଡ଼ିକୁ ତାଲିକାଭୁକ୍ତ କରିବା ।
* ଇକ୍ୟୁଟି, ଋଣ କିମ୍ବା ମ୍ୟୁଚୁଆଲ ଫଣ୍ଡ ଆଦି ୟୁନିଟ ଭଳି ପୁଞ୍ଜି ସଂଗ୍ରହ କରିବା
• ତାଲିକାଭୁକ୍ତ କମ୍ପାନୀରେ ସର୍ବନିମ୍ନ ସରକାରୀ ଅଂଶଧନ ୨୫ ପ୍ରତିଶତରୁ ବୃଦ୍ଧି କରି ୩୫ ପ୍ରତିଶତ କରିବା ଲାଗି ସେବି ବିଚାର କରିବ ।
• ବିଦେଶୀ ପୋର୍ଟଫୋଲିଓ ନିବେଶକଙ୍କ ପାଇଁ ନିଜ ଗ୍ରାହକମାନଙ୍କୁ ଜାଣିବା (କେୱାଇସି) ମାନଦଣ୍ଡକୁ ଅଧିକ ଅନୁକୂଳ କରିବା ।
• ରାଜକୋଷୀୟ ପାଣ୍ଠି ଏବଂ ସରକାରୀ ପ୍ରତିଭୂତିରେ ନିବେଶ ଲାଗି ଖୁଚୁରା ନିବେଶକଙ୍କୁ ଆକୃଷ୍ଟ କରିବା ନିମନ୍ତେ ଷ୍ଟକ ଏକ୍ସଚେଞ୍ଜର ବ୍ୟବହାର କରାଯିବ । ସରକାର ସଂସ୍ଥାଗତ ବିକାଶ ସହିତ ଆରବିଆଇର ପ୍ରୟାସକୁ ସମ୍ପୂର୍ଣ୍ଣ ସମର୍ଥନ କରିବେ ।
• ଭାରତକୁ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ନିବେଶର ଆକର୍ଷଣୀୟ ଲକ୍ଷ୍ୟସ୍ଥଳୀ କରିବାର ଉପାୟ :
* ସମସ୍ତ ଅଂଶୀଦାରମାନଙ୍କ ସହିତ ପରାମର୍ଶ କରି ବିମାନ ଚଳାଚଳ, ମିଡିଆ ଏବଂ ବୀମା କ୍ଷେତ୍ରକୁ ଏଫଡିଆଇ ଲାଗି ଆହୁରି ଅଧିକ ଉନ୍ମୁକ୍ତ କରାଯିବ ।
* ବୀମା ମଧ୍ୟସ୍ଥତାଗୁଡ଼ିକ ପାଇଁ ୧୦୦ ପ୍ରତିିଶତ ଏଫଡିଆଇ
• ସରକାର ଜାତୀୟ ଭିତିଭୂମି ନିବେଶ ପାଣ୍ଠି (ଏନଆଇଆଇଏଫ)ର ଉପଯୋଗ କରି ସମସ୍ତ ତିନୋଟି ଶ୍ରେଣୀର ବୈଶ୍ୱିକ ପ୍ରତିଦ୍ୱନ୍ଦ୍ୱୀ (ପେନସନ, ବୀମା, ସୋଭରେନ ସମ୍ପତି ପାଣ୍ଠି)ର ବାର୍ଷିକ ନିବେଶ ସମ୍ମିଳନୀର ଆୟୋଜନ କରିବେ ।
• ଏଫପିଆଇ ନିବେଶ ଲାଗି ଆଇନଗତ କିମ୍ବା ସାମ୍ବିଧାନିକ ସୀମା ୨୪ ପ୍ରତିଶତରୁ ବୃଦ୍ଧି କରି କ୍ଷେତ୍ରୀୟ ବିଦେଶୀ ନିବେଶ ସୀମା ପର୍ଯ୍ୟନ୍ତ ରଖିବାର ପ୍ରସ୍ତାବ ରହିଛି । ସମ୍ପୃକ୍ତ କର୍ପୋରେଟଗୁଡ଼ିକୁ ସର୍ବନିମ୍ନ ସୀମା ରାଶି ମଧ୍ୟରେ ସୀମିତ କରିବାର ଲାଗି ବିକଳ୍ପ ନିଆଯିବ ।
• ଏଫପିଆଇକୁ ଭିତିଭୂମି ନିବେଶ ଟ୍ରଷ୍ଟ, ରିଅଲ ଇଷ୍ଟେଟ ନିବେଶ ଟ୍ରଷ୍ଟ ଦ୍ୱାରା ଜାରି ସୂଚୀବଦ୍ଧ ଋଣ ପ୍ରତିଭୂତିକୁ ସବସ୍କ୍ରାଇବ କରିବାର ଅନୁମତି ।
• ଏନଆରଆଇ ପୋର୍ଟଫୋଲିଓ ନିବେଶ ଯୋଜନା ମାର୍ଗକୁ ବିଦେଶୀ ପୋର୍ଟଫୋଲିଓ ନିବେଶ ମାର୍ଗରେ ମିଶ୍ରଣର ପ୍ରସ୍ତାବ ।
• ଭିତିଭୂମି ନିବେଶ ଟ୍ରଷ୍ଟ, ରିଅଲ ଇଷ୍ଟେଟ ଟ୍ରଷ୍ଟ ଭଳି ନୂଆ ଆର୍ଥିକ ଉପାଦାନ ଏବଂ ଏଥିସହିତ ଟୋଲ ଅପରେଟ ଟ୍ରାନ୍ସଫର (ଟିଓଟି) ଜରିଆରେ ସଂଗୃହିତ ସଂଚୟୀ ସମ୍ବଳ ୨୪,୦୦୦ କୋଟି ଟଙ୍କାରୁ ଅଧିକ ରହିଛି ।
• ନ୍ୟୁ ସ୍ପେସ ଇଣ୍ଡିଆ ଲିମିଟେଡ (ଏନଏସଆଇଏସ) ଏକ ରାଷ୍ଟ୍ରାୟତ ଉଦ୍ୟୋଗ, ଯାହା ମହାକାଶ ବିଭାଗର ବାଣିଜ୍ୟିକ ଶାଖା ଭାବେ ସାମିଲ ହେବ ।
• ଉତକ୍ଷେପଣ ଯାନ ଉତ୍ପାଦନ, ପ୍ରଯୁକ୍ତିର ହସ୍ତାନ୍ତର ଏବଂ ମହାକାଶ ଉତ୍ପାଦର ବିପଣନ ଭଳି ଉତ୍ପାଦର ବ୍ୟବସାୟୀକରଣ ଭଳି ଇସ୍ରୋ ଦ୍ୱାରା କରାଯାଉଥିବା ଗବେଷଣା ଏବଂ ବିକାଶର ଲାଭକୁ ଉପଯୋଗ କରିବା ।
• ପ୍ରତ୍ୟକ୍ଷ ଟିକସ
• ୪୦୦ କୋଟି ଟଙ୍କା ପର୍ଯ୍ୟନ୍ତ ବାର୍ଷିକ କାରବାର କରୁଥିବା କମ୍ପାନୀଗୁଡ଼ିକ ଲାଗି ପ୍ରଦାନ କରାଯାଉଥିବା ଟିକସ ହାର ୨୫ ପ୍ରତିଶତ କମିଲା ।
• ୨ କୋଟି ଟଙ୍କାରୁ ୫ କୋଟି ଟଙ୍କା କିମ୍ବା ୫ କୋଟି ଟଙ୍କା ଏବଂ ଏହା ଠାରୁ ଅଧିକ ଟିକସଯୋଗ୍ୟ ଆୟ ଥିବା ବ୍ୟକ୍ତିଙ୍କ ଉପରେ ଟିକସ ବୃଦ୍ଧି ।
• ଟିକସ ପଇଠ ଶ୍ରେଣୀରେ ଭାରତର ବ୍ୟବସାୟିକ ସୁଗମତା ମାନ୍ୟତା ୨୦୧୭ରେ ୧୭୨ରୁ ଉପରକୁ ଉଠି ୨୦୧୯ରେ ୧୨୧ ହୋଇଯାଇଛି ।
• ବିଗତ ପାଂଚ ବର୍ଷରେ ପ୍ରତ୍ୟକ୍ଷ ଟିକସ ରାଜସ୍ୱ ୭୮ ପ୍ରତିଶତରୁ ବୃଦ୍ଧି ପାଇ ୧୧.୩୭ ଲକ୍ଷ କୋଟି ଟଙ୍କା ହୋଇଛି ।
• ଟିକସ ସରଳୀକରଣ ଏବଂ ଜୀବନରେ ସୁଗମତା- ପ୍ରଯୁକ୍ତିର ଲାଭ ଉଠାଇ ଅନୁପାଳନକୁ ସହଜ କରିବା ।
• ପ୍ୟାନ ଓ ଆଧାରକୁ ଅଦଳବଦଳ କରି ଉପଯୋଗ
• ଯେଉଁମାନଙ୍କ ନିକଟରେ ପ୍ୟାନ ନାହିଁ ସେମାନେ ଆଧାର ଜରିଆରେ ରିଟର୍ଣ୍ଣ ଦାଖଲ କରିପାରିବେ ।
• ଯେଉଁଠି ପ୍ୟାନର ଆବଶ୍ୟକତା ରହିଛି ସେଠି ଆଧାର ବ୍ୟବହାର କରାଯାଇପାରିବ ।
• ପୂର୍ବରୁ ପୂରଣ ହୋଇଥିବା ଆୟକର ବିବରଣୀ ଦାଖଲ କରିବା
• ରିଟର୍ଣ୍ଣ ଫାଇଲ କରିବା ସମୟରେ ଆୟ ଏବଂ ବିଯୁକ୍ତିକରଣ ସହିତ ପୂର୍ବରୁ ପୂରଣ କରାଯାଇଥିବା ଟିକସ ବିବରଣୀ ଟିକସଦାତାମାନଙ୍କୁ ଉପଲବ୍ଧ କରାଯିବ ।
• ବ୍ୟାଙ୍କ, ଷ୍ଟକ ଏକ୍ସଚେଞ୍ଜ, ମ୍ୟୁଚୁଆଲ ଫଣ୍ଡରୁ ସୂଚନା ସଂଗ୍ରହ କରାଯିବ ।
• ବ୍ୟକ୍ତିଗତ ଉପସ୍ଥିତି ବିନା ଇ-ନିର୍ଦ୍ଧାରଣ (ଆସେସମେଂଟ)
• ବ୍ୟକ୍ତିଗତ ଉପସ୍ଥିତି ବିନା ଇ-ନିର୍ଦ୍ଧାରଣ ବ୍ୟବସ୍ଥା ଲାଗୁ କରାଯିବ ।
• ପ୍ରଥମେ ସେପରି ମାମଲାରେ ଇ-ନିର୍ଦ୍ଧାରଣ କରାଯିବ ଯେଉଁଠି କେତେକ ନିର୍ଦ୍ଦିଷ୍ଟ କାରବାର କିମ୍ବା ବିସଙ୍ଗତିର ପ୍ରାମାଣିକତା ଆବଶ୍ୟକ ।
• ଶସ୍ତା ଆବାସ
• ୪୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମୂଲ୍ୟର ଘର କ୍ରୟ ଉପରେ ୩୧ ମାର୍ଚ୍ଚ ୨୦୨୦ ପର୍ଯ୍ୟନ୍ତ ନିଆଯାଇଥିବା ଋଣ ଉପରେ ପରିଶୋଧ କରାଯାଇଥିବା ସୁଧ ଲାଗି ୧.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅତିରିକ୍ତ ରିହାତି ।
• ୧୫ ବର୍ଷର ଋଣ ଅବଧି ଉପରେ ପାଖାପାଖି ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସାମଗ୍ରୀକ ଲାଭ ।
• ବିଦ୍ୟୁତ ଚାଳିତ ବାହନକୁ ପ୍ରୋତ୍ସାହନ
• ବିଦ୍ୟୁତଚାଳିତ ବାହନ କ୍ରୟ କରିବା ଲାଗି କରାଯାଇଥିବା ଋଣ ଉପରେ ପରିଶୋଧ କରାଯାଇଥିବା ସୁଧ ଉପରେ ୧.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅତିରିକ୍ତ ଆୟକର ଛାଡ଼ ।
• ବିଦ୍ୟୁତ ଚାଳିତ ବାହନର କେତେକ ଯନ୍ତ୍ରାଂଶ ଉପରେ ସୀମାଶୁଳ୍କ ଛାଡ଼
• ଅନ୍ୟ ପ୍ରତ୍ୟକ୍ଷ ଟିକସ ଉପାୟ
• ଟିକସଦାତାଙ୍କ ବାସ୍ତବିକ ସମସ୍ୟା ହ୍ରାସ କରିବା ଲାଗି ଟିକସ ଆଇନର ସରଳୀକରଣ ।
• ଟିକସ ରିଟର୍ଣ୍ଣ ଦାଖଲ ନକଲେ ହେଉଥିବା କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବା ନିମନ୍ତେ ସର୍ବାଧିକ ସମୟସୀମା ।
• ଆୟକର ଆଇନର ଧାରା ୫୦ ସି ଏ ଏବଂ ୫୬ର ଦୁର୍ବ୍ୟବହାର ବିରୋଧୀ ବ୍ୟବସ୍ଥାରେ ଉଚିତ ଶ୍ରେଣୀର ଲୋକମାନଙ୍କୁ ଆଶ୍ୱସ୍ତି ।
• ଷ୍ଟାର୍ଟଅପଗୁଡ଼ିକୁ ଆଶ୍ୱସ୍ତି
• ଷ୍ଟର୍ଟଅପ୍ରେ ନିବେଶ ଲାଗି ଶସ୍ତା ଗୃହର ବିକ୍ରି ଦ୍ୱାରା ଉତ୍ପନ୍ନ ପୁଞ୍ଜିଗତ ଲାଭରେ ରିହାତି ସମୟସୀମା ୨୦୨୧ ପର୍ଯ୍ୟନ୍ତ ବୃଦ୍ଧି ।
• ଏଞ୍ଜେଲ ଟିକସ ମାମଲାର ସମାଧାନ- ଆବଶ୍ୟକ ଘୋଷଣା ଦାଖଲ କରୁଥିବା ଏବଂ ନିଜର ରିଟର୍ଣ୍ଣରେ ସୂଚନା ଉପଲବ୍ଧ କରାଉଥିବା ଷ୍ଟାର୍ଟଅପ୍ ଏବଂ ଏହାର ନିବେଶ ଶେୟାର ପ୍ରିମିୟମର ମୂଲ୍ୟାଙ୍କନ ବିଷୟରେ କୌଣସି ପ୍ରକାରର ଯାଂଚ କରାଯିବ ନାହିଁ ।
• ଷ୍ଟାର୍ଟଅପ୍ସ ଦ୍ୱାରା ସଂଗ୍ରହ କରାଯାଇଥିବା ଅର୍ଥକୁ ଆୟକର ବିଭାଗ ଦ୍ୱାରା କୌଣସି ପ୍ରକାରର ଯାଂଚର ଆବଶ୍ୟକତା ପଡ଼ିବ ନାହିଁ ।
• ନିବେଶକ ଏବଂ ଅର୍ଥରାଶିର ସ୍ରୋତକୁ ଚିହ୍ନଟ କରିବା ଲାଗି ଇ-ପ୍ରାମାଣିକତା ବ୍ୟବସ୍ଥା
• ପଡ଼ିରହିଥିବା ଅଭିଯୋଗ ନିବାରଣ ଲାଗି ସ୍ୱତନ୍ତ୍ର ପ୍ରଶାସନିକ ବ୍ୟବସ୍ଥା ।
• ସୁପରଭାଇଜରୀ ଅଧିକାରୀଙ୍କ ଅନୁମତି ବିନା ଆକଳନ ଅଧିକାରୀ ଏପରି ମାମଲାରେ ଯାଂଚ କରିପାରିବେ ନାହିଁ ।
• ଶ୍ରେଣୀ ୨ର ବୈକଳ୍ପିକ ନିବେଶ ପାଣ୍ଠିକୁ ଜାରି ଶେୟାରର ମୂଲ୍ୟାଙ୍କନ ଯାଂଚ ହେବ ନାହିଁ ।
• କ୍ଷତିକୁ ଆଗକୁ ନେବା ଏବଂ ଆଡଜଷ୍ଟ କରିବାର କେତେକ ସର୍ତରେ ରିହାତି ଦେବା ଲାଗି ପ୍ରସ୍ତାବ
• ଏନବିଏଫସି
• ଜମାରାଶି ଠାରୁ ଆରମ୍ଭ କରି ନିର୍ଦ୍ଦିଷ୍ଟ ଖରାପ ଅଥବା ସନ୍ଦିଗ୍ଧ ଋଣର ସୁଧ ସହିତ ଗୁରୁତ୍ୱପୂର୍ଣ୍ଣ ଜମାରାଶି ଉପରେ ବାର୍ଷିକ ଟିକସ ଲାଗୁ କରାଯିବ, ଯେଉଁଥିରେ ବାସ୍ତବରେ ସୁଧ ଅସୁଲ କରାଯାଇଥିବ ।
• ଅନ୍ତର୍ଜାତୀୟ ଅର୍ଥ ସେବା କେନ୍ଦ୍ର (ଆଇଏଫଏସସି)
• ଆଇଏଫଏସସି ଲାଗି ପ୍ରତ୍ୟକ୍ଷ ଟିକସ ପ୍ରୋତ୍ସାହନର ପ୍ରସ୍ତାବ ଦିଆଯାଇଛି :
• ୧୫ ବର୍ଷ ଅବଧିରେ କୌଣସି ୧୦ ବର୍ଷୀୟ ବ୍ଲକ୍ରେ ୧୦୦ ପ୍ରତିଶତ ଲାଭ ଆଧାରିତ ଛାଡ଼ ।
• କମ୍ପାନୀଗୁଡ଼ିକୁ ବର୍ତମାନର ଏବଂ ମୋଟ ଆୟ ଓ ମ୍ୟୁଚୁଆଲ ଫଣ୍ଡରୁ ପ୍ରାପ୍ତ ଲାଭାଂଶ ବିତରଣ ଟିକସରୁ ଛାଡ଼ ।
• ଶ୍ରେଣୀ-୩ ବୈକଳ୍ପିକ ନିବେଶ ପାଣ୍ଠି ଲାଗି ପୁଞ୍ଜି ହାସଲ ଉପରେ ଛାଡ଼ ।
• ପ୍ରବାସୀଙ୍କ ଠାରୁ ଋଣ ନେବା ଉପରେ ସୁଧ ପଇଠରେ ଛାଡ଼ ।
• ପ୍ରତିଭୂତି କାରବାର ଟିକସ (ଏସଟିଟି)
• ଏସଟିଟି କେବଳ ବିକଳ୍ପର ଉପଯୋଗ କ୍ଷେତ୍ରରେ ସମାଧାନ ଏବଂ ଷ୍ଟ୍ରାଇକ ପ୍ରାଇସ ମଧ୍ୟରେ ତଫାତ ପର୍ଯ୍ୟନ୍ତ ସୀମିତ ରହିବ ।
• ପରୋକ୍ଷ ଟିକସ
• ମେକ ଇନ ଇଣ୍ଡିଆ
• କାଜୁ, ପିଭିସି, ଟାଇଲ, ମୋଟର ବାହନ, ମାର୍ବଲ, ଅପ୍ଟିକାଲ ଫାଇବର, କେବୁଲ, ସିସିଟିଭି କ୍ୟାମେରା ଆଦି ଉପରେ ଭିତିଭୂମି ସୀମା ଶୁଳ୍କ ବୃଦ୍ଧି ।
• ଭାରତରେ ଏବେ ନିର୍ମିତ ହେବାକୁ ଥିବା କେତେକ ବୈଦ୍ୟୁତିକ ସରଞ୍ଜାମ ଉପରେ ସୀମା ଶୁଳ୍କରେ ରିହାତି ପ୍ରତ୍ୟାହାର ।
• ପାମ ଷ୍ଟିରିନ, ବାସ୍ନା ତେଲ ଉପରେ ଅନ୍ତିମ ଉପଭୋଗ ଆଧାରିତ ରିହାତି ପ୍ରତ୍ୟାହୃତ ।
• ବିଭିନ୍ନ ପ୍ରକାର କାଗଜ ଉପରେ ରିହାତି ପ୍ରତ୍ୟାହାର ।
• ଆମଦାନୀ ପୁସ୍ତକ ଉପରେ ୫ ପ୍ରତିଶତ ଭିତିଭୂମି ସୀମାଶୁଳ୍କ ଲାଗୁ ।
• ନିମ୍ନଲିଖିତ କଂଚା ମାଲ ଉପରେ ସୀମା ଶୁଳ୍କ ହ୍ରାସ :
• କୃତ୍ରିମ କିଡନୀ ସରଞ୍ଜାମ, ଡିସପୋଜେବୁଲ ଷ୍ଟେରଲାଇଜଡ ଡାଇଲିସର ଏବଂ ପରମାଣୁ ବିଦ୍ୟୁତ ପ୍ଲାଂଟ ଆଦିର ପାଇଁ ଇନ୍ଧନ ।
• ସ୍ୱତନ୍ତ୍ର ଦୈଦ୍ୟୁତିକ ସାମଗ୍ରୀର ନିର୍ମାଣ ଲାଗି ଆବଶ୍ୟକ ପୁଞ୍ଜିଗତ ସାମଗ୍ରୀ
• ପ୍ରତିରକ୍ଷା
• ଭାରତରେ ନିର୍ମାଣ ହେଉନଥିବା ପ୍ରତିରକ୍ଷା ସରଞ୍ଜାମ ଉପରେ ମୌଳିକ ସୀମା ଶୁଳ୍କରେ ରିହାତି ।
• ପରୋକ୍ଷ ଟିକସର ଅନ୍ୟ ବ୍ୟବସ୍ଥା
• କଂଚା ଏବଂ ଅର୍ଦ୍ଧ-ପରିଷ୍କୃତ ଚମଡ଼ା ଉପରେ ରପ୍ତାନି ଟିକସକୁ ସୁସଂଗତ କରାଯିବ ।
• ପେଟ୍ରୋଲ ଏବଂ ଡିଜେଲ ଉପରେ ଲିଟର ପ୍ରତି ୧ ଟଙ୍କା ହାରରେ ସ୍ୱତନ୍ତ୍ର ଅତିରିକ୍ତ ଉତ୍ପାଦ ଶୁଳ୍କ ଏବଂ ସଡ଼କ ଏବଂ ଭିତିଭୂମି ସେସ ବୃଦ୍ଧି ।
• ସୁନା ଏବଂ ଅନ୍ୟ ବହୁମୂଲ୍ୟ ଧାତୁ ଉପରେ ସୀମା ଶୁଳ୍କ ବୃଦ୍ଧି ।
• କେନ୍ଦ୍ରୀୟ ଉତ୍ପାଦ ଏବଂ ସେବା ଟିକସରେ ଜିଏସଟି ବ୍ୟବସ୍ଥା ଫଳରେ ପୂର୍ବରୁ ବିଳମ୍ବିତ ମାମଲାଗୁଡ଼ିକର ଶୀଘ୍ର ସମାଧାନ ମାଧ୍ୟମରେ ଲିଗାସି ବିବାଦର ସମାଧାନ ଯୋଜନା
• ଗ୍ରାମୀଣ ଭାରତ
• ଉଜ୍ଜ୍ୱଳା ଯୋଜନା ଏବଂ ସୌଭାଗ୍ୟ ଯୋଜନା ଜରିଆରେ ପ୍ରତ୍ୟେକ ଗ୍ରାମୀଣ ପରିବାର ଚଳଣିରେ ସୁଧାର ଆସିଛି ଏବଂ ଏହାଦ୍ୱାରା ଅନେକଙ୍କ ଜୀବନସ୍ତରରେ ବ୍ୟାପକ ସୁଧାର ହୋଇଛି ।
• ସମସ୍ତ ଇଚ୍ଛୁକ ଗ୍ରାମୀଣ ପରିବାର ଲାଗି ୨୦୨୨ ସୁଦ୍ଧା ବିଦ୍ୟୁତ ଏବଂ ସ୍ୱଚ୍ଛ ରୋଷେଇ ଇନ୍ଧନ ସୁବିଧା ।
• ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ଗ୍ରାମୀଣର ଉଦ୍ଦେଶ୍ୟ ୨୦୨୨ ସୁଦ୍ଧା ସମସ୍ତଙ୍କ ପାଇଁ ଆବାସର ଲକ୍ଷ୍ୟ ହାସଲ କରିବା ।
• ଏହାର ଦ୍ୱିତୀୟ ପର୍ଯ୍ୟାୟ (୨୦୧୯-୨୦ ଠାରୁ ୨୦୨୧-୨୨)ରେ ଯୋଗ୍ୟ ହିତାଧିକାରୀଙ୍କୁ ଶୌଚାଳୟ, ବିଦ୍ୟୁତ ଏବଂ ଏଲପିଜି ସଂଯୋଗ ଭଳି ସୁବିଧା ସହିତ ୧.୯୫ କୋଟି ଟଙ୍କାର ଘର ଦିଆଯିବ ।
• ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦା ଯୋଜନା
• ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦା ଯୋଜନା ମାଧ୍ୟମରେ ମତ୍ସ୍ୟ ବିଭାଗ ଦ୍ୱାରା ଏକ ମତ୍ସ୍ୟପାଳ ପରିଚାଳନା ଭିତିଭୂମି ପ୍ରତିଷ୍ଠା କରାଯିବ ।
• ଭିତିଭୂମି, ଆଧୁନିକୀକରଣ, ଚିହ୍ନଟ କରିବାର ଯୋଗ୍ୟତା, ଉତ୍ପାଦନ, ଉତ୍ପାଦକତା, ଫସଲ କାଟିବା ପରେ ପରିଚାଳନା ଏବଂ ଗୁଣବତା ନିୟନ୍ତ୍ରଣ ସହିତ ମୂଲ୍ୟ ଶୃଙ୍ଖଳାରେ ଅତ୍ୟଧିକ ବ୍ୟବଧାନର ସମାଧାନ ।
• ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା
• ବାସୋପଯୋଗୀ ବାସସ୍ଥଳୀକୁ ସଡ଼କ ଯୋଗାଯୋଗ ଦ୍ୱାରା ଯୋଡ଼ିବାର ଗତି ତ୍ୱରାନ୍ୱିତ କରିବା ଲାଗି ଧାର୍ଯ୍ୟ ଲକ୍ଷ୍ୟ ପୂରଣ କରିବାର ଅବଧି ୨୦୨୨ ଠାରୁ କମାଇ ୨୦୧୯ କରି ଦିଆଯାଇଛି । ଫଳରେ ୯୭ପ୍ରତିଶତ ବାସସ୍ଥଳୀକୁ ସମସ୍ତ ଋତୁ ପାଇଁ ଅନୁକୂଳ ସଡ଼କ ଯୋଗାଯୋଗ ଦ୍ୱାରା ଯୋଡ଼ି ଦିଆଯାଇଛି ।
• ସବୁଜ ପ୍ରଯୁକ୍ତି, ବର୍ଜ୍ୟ ପ୍ଲାଷ୍ଟିକ ଏବଂ ଥଣ୍ଡା ମିଶ୍ରିତ ପ୍ରଯୁକ୍ତିର ବ୍ୟବହାର କରି ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାର ୩୦,୦୦୦ କିମି ଲମ୍ବ ସଡ଼କର ନିର୍ମାଣ କରାଯାଇଛି ।
• ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାର ତୃତୀୟ ପର୍ଯ୍ୟାୟ ଅନ୍ତର୍ଗତ ୮୦,୨୫୦ କୋଟି ଟଙ୍କାର ଆନୁମାନିକ ବ୍ୟୟରେ ପରିବର୍ତୀ ପାଂଚ ବର୍ଷରେ ୧,୨୫,୦୦୦ କିମି ଦୀର୍ଘ ସଡ଼କର ବିକାଶ କରାଯିବ ।
• ପାରମ୍ପରିକ ଉଦ୍ୟୋଗ ବିକାଶ ଏବଂ ପୁନର୍ଜୀବନ ପାଣ୍ଠି ଯୋଜନା (ଏସଏଫୟୁଆରଟିଆଇ)
• ରୋଜଗାରର ଶସ୍ତା ଅବସର ସୃଷ୍ଟି କରିବା ଲାଗି ପାରମ୍ପରିକ ଉଦ୍ୟୋଗଗୁଡ଼ିକୁ ଆହୁରି ଅଧିକ ଉତ୍ପାଦକ, ଲାଭଦାୟକ ଏବଂ ସକ୍ଷମ କରିବା ଲାଗି କ୍ଲଷ୍ଟର ଆଧାରିତ ବିକାଶକୁ ସହଜ କରିବା ଉଦ୍ଦେଶ୍ୟରେ ସହଭାଗୀ ସୁବିଧା କେନ୍ଦ୍ର (ସିଏଫସି) ପ୍ରତିଷ୍ଠା କରାଯିବ ।
• ୨୦୧୯-୨୦ରେ ବାଉଁଶ, ମହୁ, ଏବଂ ଖଦି ଉପରେ ବିଶେଷ ଗୁରୁତ୍ୱାରୋପ କରାଯାଇ ୧୦୦ଟି ନୂଆ କ୍ଲଷ୍ଟର ପ୍ରତିଷ୍ଠା କରାଯିବ, ଯାହାଦ୍ୱାରା ୫୦ ହଜାର କାରିଗର ଆର୍ଥିକ ମୂଲ୍ୟ ଶୃଙ୍ଖଳାରେ ସାମିଲ ହୋଇପାରିବେ ।
• ନବୋନ୍ମେଷ, ଗ୍ରାମୀଣ ଉଦ୍ୟୋଗ ଏବଂ ଉଦ୍ୟମିତାକୁ ପ୍ରୋତ୍ସାହନ ଯୋଜନା (ଏଏସପିଆଇଆରଆଇ)କୁ ଚୁଡ଼ାନ୍ତ ରୂପ ପ୍ରଦାନ :
• ୨୦୧୯-୨୦ରେ ୮୦ଟି ଜୀବିକା ବ୍ୟବସାୟ ଇନକ୍ୟୁବେଟର (ଏଲବିଆଇ) ଏବଂ ୨୦ଟି ଔଦ୍ୟୋଗିକ ବ୍ୟବସାୟ ଇନକ୍ୟୁବେଟର (ଟିବିଆଇ) ପ୍ରତିଷ୍ଠା କରାଯିବ ।
• କୃଷି-ଗ୍ରାମୀଣ ଉଦ୍ୟୋଗ କ୍ଷେତ୍ରରେ ୭୫,୦୦୦ ଉଦ୍ୟୋଗୀଙ୍କୁ ଦକ୍ଷତା ତାଲିମ ଦିଆଯିବ ।
• ଜମିରେ ହିଁ କୃଷକମାନଙ୍କ ଉତ୍ପାଦର ମୂଲ୍ୟ ବୃଦ୍ଧିକୁ ପ୍ରୋତ୍ସାହନ ଦିଆଯିବ ଏବଂ ଏହି କାର୍ଯ୍ୟକଳାପରେ ନିୟୋଜିତ ଘରୋଇ ଉଦ୍ୟୋଗୀଙ୍କୁ ସହାୟତା ପ୍ରଦାନ କରାଯିବ ।
• ପଶୁଙ୍କ ପାଇଁ ଖାଦ୍ୟ ଉତ୍ପାଦନ, ଦୁଗ୍ଧ କ୍ରୟ, ପ୍ରକ୍ରିୟାକରଣ ଏବଂ ବିପଣନ ଲାଗି ଭିତିଭୂମି ପ୍ରସ୍ତୁତ କରି ସମବାୟ ସଂସ୍ଥା ମାଧ୍ୟମରେ ଦୁଗ୍ଧ ଉତ୍ପାଦନକୁ ପ୍ରୋତ୍ସାହନ ଦିଆଯିବ ।
• କୃଷକମାନଙ୍କ ଉନ୍ନତ ଆର୍ଥିକ ସ୍ଥିତି ସୁନିଶ୍ଚିତ କରିବା ଲାଗି ୧୦ ହଜାର ନୂଆ କୃଷି ଉତ୍ପାଦକ ସଂଗଠନ ଗଠନ କରାଯିବ ।
• ସରକାର ଇ-ନାମ ଜରିଆରେ କୃଷକମାନଙ୍କୁ ଲାଭାନ୍ୱିତ କରିବା ପ୍ରକ୍ରିୟାରେ ରାଜ୍ୟ ସରକାରଙ୍କ ସହିତ ମିଶି କାମ କରିବେ ।
• ଜିରୋ ବଜେଟ ଫାର୍ମିଂରେ ବର୍ତମାନ କେତେକ ରାଜ୍ୟର କୃଷକମାନଙ୍କୁ ପ୍ରଶିକ୍ଷଣ ଦିଆଯାଉଛି ।
• ଭାରତରେ ଜଳ ସୁରକ୍ଷା
• ନୂତନ ଜଳ ଶକ୍ତି ମନ୍ତ୍ରଣାଳୟ ଏକ ସମନ୍ୱିତ ଏବଂ ସାମଗ୍ରୀକ ଭାବେ ଆମ ଜଳ ସମ୍ବଳ ଏବଂ ଜଳ ଯୋଗାଣ ପରିଚାଳନା ପ୍ରତି ଧ୍ୟାନ ଦେବ ।
• ଜଳ ଜୀବନ ମିଶନ ଅନ୍ତର୍ଗତ ୨୦୨୪ ସୁଦ୍ଧା ସମସ୍ତ ଗ୍ରାମୀଣ ପରିବାର ଲାଗି ‘ହର ଘର ଜଳ’ (ପାଇପ ଦ୍ୱାରା ଜଳଯୋଗାଣ)ର ଲକ୍ଷ୍ୟକୁ ପୂରଣ କରାଯିବ ।
• ସ୍ଥାନୀୟ ସ୍ତରରେ ଜଳ ଚାହିଦା ଏବଂ ଯୋଗାଣ ଉପରେ ଆଧାରିତ ପରିଚାଳନା ଉପରେ ଗୁରୁତ୍ୱାରୋପ କରାଯିବ ।
• ଏହାର ଲକ୍ଷ୍ୟ ପର୍ଯ୍ୟନ୍ତ ପହଁଚିବା ଲାଗି କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଯୋଜନାକୁ ଏକ ସଙ୍ଗେ ମିଶ୍ରଣ କରାଯିବ ।
• ଜଳଶକ୍ତି ଅଭିଯାନ ଲାଗି ୨୫୬ ଜିଲ୍ଲାରେ ୧୫୯୨ ବ୍ଲକ ଚିହ୍ନଟ କରାଯାଇଛି ।
• ଏହି ଲକ୍ଷ୍ୟ ପାଇଁ ପାଣ୍ଠି ଯୋଗାଣ ବନୀକରଣ ପାଣ୍ଠି ପରିଚାଳନା ଏବଂ ଯୋଜନା ପ୍ରାଧିକରଣ ପାଣ୍ଠି (କାମ୍ପା)ର ଉପଯୋଗ କରାଯାଇପାରିବ ।
• ସ୍ୱଚ୍ଛ ଭାରତ ଅଭିଯାନ
• ୨୦୧୪ ଅକ୍ଟୋବର ୨ ତାରିଖ ଠାରୁ ୯.୬ କୋଟି ଶୌଚାଳୟ ନିର୍ମାଣ କରାଯାଇଛି ।
• ୫.୬ ଲକ୍ଷରୁ ଅଧିକ ଗ୍ରାମ ଖୋଲା ଶୌଚମୁକ୍ତ (ଓଡିଏଫ) ଘୋଷିତ ହୋଇସାରିଛନ୍ତି ।
• ପ୍ରତ୍ୟେକ ଗ୍ରାମରେ ଦୀର୍ଘସ୍ଥାୟୀ କଠିନ ବର୍ଜ୍ୟବସ୍ତୁ ପରିଚାଳନା ଲାଗି ସ୍ୱଚ୍ଛ ଭାରତ ମିଶନର ସମ୍ପ୍ରସାରଣ କରାଯିବ ।
• ପ୍ରଧାନମନ୍ତ୍ରୀ ଗ୍ରାମୀଣ ଡିଜିଟାଲ ସାକ୍ଷରତା ଅଭିଯାନ
• ଦୁଇ କୋଟିରୁ ଅଧିକ ଗ୍ରାମବାସୀଙ୍କୁ ଡିଜିଟାଲ ସାକ୍ଷର କରାଯାଇଛି ।
• ଗ୍ରାମୀଣ ଏବଂ ସହରାଂଚଳ ମଧ୍ୟରେ ତାରତମ୍ୟକୁ ଦୂର କରିବା ଲାଗି ଭାରତ ନେଟ ଯୋଜନା ଅନ୍ତର୍ଗତ ପ୍ରତ୍ୟେକ ଗ୍ରାମ ପଂଚାୟତର ସ୍ଥାନୀୟ ପ୍ରଶାସନକୁ ଇଂଟରନେଟ ସଂଯୋଗ ଦିଆଯାଉଛି ।
• ପିପିପି ବ୍ୟବସ୍ଥା ଅନ୍ତର୍ଗତ ବୈଶ୍ୱିକ ଦାୟିତ୍ୱ ପାଣ୍ଠିକୁ ଭାରତ ନେଟ ଯୋଜନା କାର୍ଯ୍ୟକାରୀ କରିବା କ୍ଷେତ୍ରରେ ବିନିଯୋଗ କରାଯାଉଛି ।
• ସହରୀ ଭାରତ/ଅର୍ବାନ ଇଣ୍ଡିଆ
• ପ୍ରଧାନମନ୍ତ୍ରୀ ଆବାସ ଯୋଜନା –ସହରାଂଚଳ (ପିଏମଏୱାଇ-ଅର୍ବାନ)
• ପାଖାପାଖି ୮୧ ଲକ୍ଷ ଆବାସ ନିର୍ମାଣ ଲାଗି ୪.୮୩ ଲକ୍ଷ କୋଟି ଟଙ୍କା ନିବେଶ ପ୍ରସ୍ତାବକୁ ମଞ୍ଜୁରି ମିଳିଛି । ଏଥିମଧ୍ୟରୁ ୪୭ ଲକ୍ଷ ଆବାସ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇସାରିଛି ।
• ୨୬ ଲକ୍ଷରୁ ଅଧିକ ଘର ନିର୍ମାଣ ସମ୍ପୂର୍ଣ୍ଣ ହୋଇଛି ଏବଂ ପାଖାପାଖି ୨୪ ଲକ୍ଷ ଘର ହିତାଧିକାରୀଙ୍କୁ ହସ୍ତାନ୍ତର କରାଯାଇସାରିଛି ।
• ନୂତନ ପ୍ରଯୁକ୍ତିର ଉପଯୋଗ କରି ବର୍ତମାନ ସୁଦ୍ଧା ୧୩ ଲକ୍ଷରୁ ଅଧିକ ଗୃହ ନିର୍ମାଣ କରାଯାଇଛି ।
• ୯୫ ପ୍ରତିଶତରୁ ଅଧିକ ସହରକୁ ମଧ୍ୟ ଖୋଲା ଶୌଚମୁକ୍ତ ଘୋଷଣା କରାଯାଇଛି ।
• ପାଖାପାଖି ଏକ କୋଟି ନାଗରିକ ସ୍ୱଚ୍ଛତା ଆପ ଡାଉନଲୋଡ କରିଛନ୍ତି ।
• ୨ ଅକ୍ଟୋବର ୨୦୧୯ ସୁଦ୍ଧା ଭାରତକୁ ଓଡିଏଫ କରିବା ଲାଗି ଗାନ୍ଧୀଜୀଙ୍କ ସ୍ୱଚ୍ଛ ଭାରତ ସଂକଳ୍ପ ହାସଲ ଲକ୍ଷ୍ୟ
• ଏହି ଅବସରରେ ୨ ଅକ୍ଟୋବର ୨୦୧୯ରେ ଗାନ୍ଧୀ ଦର୍ଶନ, ରାଜଘାଟରେ ଜାତୀୟ ସ୍ୱଚ୍ଛତା କେନ୍ଦ୍ରର ଉଦଘାଟନ କରାଯିବ ।
• ଯୁବକମାନଙ୍କୁ ଏବଂ ସମାଜକୁ ସକାରାତ୍ମକ ଗାନ୍ଧୀବାଦୀ ବିଚାରଧାରା ପ୍ରତି ସମ୍ବେଦନଶୀଳ କରିବା ଲାଗି ଜାତୀୟ ବିଜ୍ଞାନ ସଂଗ୍ରହାଳୟ ପରିଷଦ ଦ୍ୱାରା ଗାନ୍ଧୀ ପିଡ଼ିଆର ବିକାଶ କରାଯିବ ।
• ରେଳବାଇକୁ ଦିଲ୍ଲୀ-ମିରଟ ମାର୍ଗରେ ପ୍ରସ୍ତାବିତ ରାପିଡ ରିଜିଓନାଲ ଟ୍ରାନ୍ସଫୋର୍ଟ ସିଷ୍ଟମ (ଆରଆଟିଏସ) ଭଳି ଏସଟିଭି ନିର୍ମାଣ ମାଧ୍ୟମରେ ଉପ ସହରାଂଚଳ ରେଳବାଇ ଭାବେ ଅଧିକ ନିବେଶ ପାଇଁ ପ୍ରୋତ୍ସାହନ ଦିଆଯିବ ।
• ନିମ୍ନ ପଦକ୍ଷେପ ଦ୍ୱାରା ମେଟ୍ରୋ ରେଳକୁ ପ୍ରୋତ୍ସାହନ-
• ଅଧିକରୁ ଅଧିକ ପଦକ୍ଷେପକୁ ପ୍ରୋତ୍ସାହିତ କରିବା ।
• ମଞ୍ଜୁରି ପ୍ରାପ୍ତ କାର୍ଯ୍ୟକୁ ନିଶ୍ଚିତ ଭାବେ ପୂରଣ କରିବା ।
• ଟ୍ରାଞ୍ଜିଟ କେନ୍ଦ୍ର ପାଶ୍ୱର୍ରେ ବ୍ୟବସାୟିକ ଗତିବିଧି ସୁନିଶ୍ଚିତ କରିବା ଲାଗି ସହାୟକ ଟ୍ରାଞ୍ଜିଟ ଜନିତ ବିକାଶ (ଟିଓଡି)
• ଯୁବକ
• ନିମ୍ନଲିଖିତ ପ୍ରସ୍ତାବଗୁଡ଼ିକ ସହିତ ନୂଆ ଜାତୀୟ ଶିକ୍ଷା ନୀତି ଅଣାଯିବ ।
• ସ୍କୁଲ ଏବଂ ଉଚ୍ଚଶିକ୍ଷା ଉଭୟ କ୍ଷେତ୍ରରେ ପ୍ରମୁଖ ପରିବର୍ତନ ।
• ଉନ୍ନତ ଶାସନ ବ୍ୟବସ୍ଥା ।
• ଗବେଷଣା ଏବଂ ନବୋନ୍ମେଷ ପ୍ରତି ଅଧିକ ଗୁରୁତ୍ୱ ।
• ଜାତୀୟ ଗବେଷଣା ପ୍ରତିଷ୍ଠାନ (ଏନଆରଏଫ) ରେ ପ୍ରସ୍ତାବ ଦିଆଯାଇଛି-
• ଦେଶରେ ଗବେଷଣାକୁ ପାଣ୍ଠି ଯୋଗାଣ, ସମନ୍ୱୟ ଏବଂ ପ୍ରୋତ୍ସାହନ ।
• ବିଭିନ୍ନ ମନ୍ତ୍ରଣାଳୟ ଦ୍ୱାରା ଦିଆଯାଇଥିବା ସ୍ୱାଧୀନ ଗବେଷଣା ଅନୁଦାନର ଉପଯୋଗ ।
• ଦେଶରେ ସାମୂହିକ ଗବେଷଣା ଇକୋସିଷ୍ଟମକୁ ସୁଦୃଢ଼ କରିବା ।
• ଅତିରିକ୍ତ ପାଣ୍ଠି ସହିତ ଏହାକୁ ପର୍ଯ୍ୟାପ୍ତ ରୂପେ ଆଗକୁ ବଢ଼ାଇବା ।
• ୨୦୧୯-୨୦ ଆର୍ଥିକ ବର୍ଷ ଲାଗି ‘ବିଶ୍ୱସ୍ତରୀୟ ସଂସ୍ଥାନ’ ପାଇଁ ୪୦୦ କୋଟି ଟଙ୍କା ଉପଲବ୍ଧ କରାଯାଇଛି, ଯାହା ଗତବର୍ଷର ସଂଶୋଧିତ ବ୍ୟୟବରାଦ ଠାରୁ ତିନି ଗୁଣା ଅଧିକ ।
• ବିଦେଶୀ ଛାତ୍ରଛାତ୍ରୀଙ୍କୁ ଭାରତର ଉଚ୍ଚ ଶିକ୍ଷା ପ୍ରତିଷ୍ଠାନରେ ପଢ଼ିବା ପାଇଁ ଆକୃଷ୍ଟ କରିବା ।
• ଉଚ୍ଚ ଶିକ୍ଷାର ନିୟାମକ ପ୍ରଣାଳୀରେ ବ୍ୟାପକ ସୁଧାର ଆଣିବା
• ଅଧିକ ସ୍ୱାୟତତାକୁ ପ୍ରୋତ୍ସାହିତ କରିବା ।
• ଉନ୍ନତ ଶୈକ୍ଷିକ ଫଳାଫଳ ପ୍ରତି ଦୃଷ୍ଟି ଦେବା ।
• ଭାରତୀୟ ଉଚ୍ଚ ଶିକ୍ଷା ଆୟୋଗ (ଏଚଇସିଏଲ) ପ୍ରତିଷ୍ଠା ଲାଗି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରାଯିବ ।
• ଖେଲୋ ଇଣ୍ଡିଆ ଯୋଜନାର ସମସ୍ତ ଆବଶ୍ୟକ ଆର୍ଥିକ ସହାୟତାକୁ ସମ୍ପ୍ରସାରଣ କରାଯିବ ।
• ଖେଳକୁ ସବୁସ୍ତରରେ ଲୋକପ୍ରିୟ କରିବା ଲାଗି ଖେଲୋ ଇଣ୍ଡିଆ ଅନ୍ତର୍ଗତ ଖେଳାଳୀଙ୍କ ବିକାଶ ନିମନ୍ତେ ଜାତୀୟ କ୍ରୀଡ଼ା ଶିକ୍ଷା ବୋର୍ଡ ପ୍ରତିଷ୍ଠା ।
• ଭାଷା ପ୍ରଶିକ୍ଷଣ, ଏଏଲ, ଏଲଓଟି, ବିଗ ଡାଟା, ଥ୍ରୀଡି ପ୍ରିଂଟିଂ, ଭର୍ଚୁଆଲ ରିଅଲିଟି ଏବଂ ରୋବୋଟିକ୍ସ ସମେତ ବୈଶ୍ୱିକ ମୂଲ୍ୟ ଦକ୍ଷତା ସେଟ ବିଷୟରେ ଯୁବପିଢ଼ିଙ୍କୁ ବିଦେଶରେ ନିଯୁକ୍ତି ଲାଗି ପ୍ରସ୍ତୁତ କରିବା ଲାଗି ଅଧିକ ଧ୍ୟାନ ଦିଆଯିବ ।
• ପଞ୍ଜିକରଣକୁ ମାନକୀକୃତ ଏବଂ ସରଳ କରିବା ତଥା ରିଟର୍ଣ୍ଣ ଫାଇଲ କରିବା ଲାଗି ବିଭିନ୍ନ ଶ୍ରମ ଆଇନକୁ ସରଳ କରିବା ନିମନ୍ତେ ୪ଟି ଶ୍ରମ କୋଡ ସେଟ ପାଇଁ ପ୍ରସ୍ତାବ ଦିଆଯାଇଛି ।
• ଦିଲ୍ଲୀ ଦୂରଦର୍ଶନର ଚ୍ୟାନେଲରେ ଷ୍ଟାର୍ଟଅପ୍ସ ପାଇଁ ଏବଂ ଷ୍ଟାର୍ଟଅପ୍ସ ଦ୍ୱାରା ସ୍ୱତନ୍ତ୍ର ଭାବେ ଏକ ଟେଲିଭିଜନ କାର୍ଯ୍ୟକ୍ରମ ଆରମ୍ଭ କରାଯିବାର ପ୍ରସ୍ତାବ ରହିଛି ।
• ୨୦୨୦-୨୫ ଅବଧି ଲାଗି ଷ୍ଟାର୍ଟ ଅପ ଇଣ୍ଡିଆ ଯୋଜନା ଜାରି ରହିବ । ବ୍ୟାଙ୍କ ଚାହିଦା ଆଧାରିତ ବ୍ୟବସାୟ ଲାଗି ଆର୍ଥିକ ସହାୟତା ଉପଲବ୍ଧ କରାଯିବ ।
• ଜୀବନକୁ ସରଳ କରିବା
• ପାଖାପାଖି ୩୦ ଲକ୍ଷ ଶ୍ରମଜୀବୀ ପ୍ରଧାନମନ୍ତ୍ରୀ ଶ୍ରମ ଯୋଗୀ ମାନ ଧନ ଯୋଜନାରେ ସାମିଲ ହୋଇଛନ୍ତି । ଏହି ଯୋଜନା ଅନ୍ତର୍ଗତ ଅସଂଗଠିତ ଏବଂ ଅନୌପଚାରିକ କ୍ଷେତ୍ର ଲାଗି ଶ୍ରମିକମାନଙ୍କୁ ୬୦ ବର୍ଷର ବୟସ ହେବା ପରେ ପେନସନ ଆକାରରେ ୩ ହଜାର ଟଙ୍କା ମାସିକ ଦେବାର ବ୍ୟବସ୍ଥା ରହିଛି ।
• ଉଜ୍ଜ୍ୱଳା ଯୋଜନା ଅନ୍ତର୍ଗତ ପାଖାପାଖି ୩୫ କୋଟି ଏଲଇଡି ବଲ୍ବ ବଂଟାଯାଇଛି, ଯାହାଦ୍ୱାରା ବାର୍ଷିକ ଭାବେ ୧୮,୩୪୧ କୋଟି ଟଙ୍କା ସଂଚୟ ହୋଇପାରିଛି ।
• ଏଲଇଡି ବଲବ ମିଶନ ପହଁଚର ଉପଯୋଗ କରି ସୋଲାର ଷ୍ଟୋଭ ଏବଂ ବ୍ୟାଟେରୀ ଚାର୍ଜରକୁ ପ୍ରୋତ୍ସାହନ ଦେବା ।
• ରେଳ ଷ୍ଟେସନଗୁଡ଼ିକର ଆଧୁନିକୀକରଣ ଲାଗି ବ୍ୟାପକ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି ।
• ନାରୀ ତୁ ନାରାୟଣୀ/ମହିଳା
• ମହିଳା ନେତୃତ୍ୱ ପଦକ୍ଷେପ ଏବଂ ଆନ୍ଦୋଳନ ଲାଗି ମହିଳା କେନ୍ଦ୍ରିତ ନୀତି ନିର୍ମାଣର ଦୃଷ୍ଟିକୋଣରେ ପରିବର୍ତନ ।
• ଲିଙ୍ଗଭେଦ ଦୂର କରିବା ଲାଗି ସରକାରୀ ଏବଂ ଘରୋଇ ଅଂଶୀଦାରଙ୍କ ସହିତ ଏକ ସମିତିର ପ୍ରସ୍ତାବ ।
• ଏସଏଚଜି
• ସବୁ ଜିଲ୍ଲାରେ ମହିଳା ଏସଏଚଜି କଲ୍ୟାଣ କାର୍ଯ୍ୟକ୍ରମର ସମ୍ପ୍ରସାରଣ କରାଯିବାର ପ୍ରସ୍ତାବ ରହିଛି ।
• ଜନଧନ ବ୍ୟାଙ୍କ ଆକାଉଂଟ ଥିବା ପ୍ରତ୍ୟେକ ପ୍ରାମାଣିକ ମହିଳା ଏସଏଚଜି ସଦସ୍ୟମାନଙ୍କୁ ୫ହଜାର ଟଙ୍କାର ଓଭର ଡ୍ରାଫ୍ଟର ଅନୁମତି ।
• ଭାରତର ସଫ୍ଟ ପାୱାର
• ଭାରତୀୟ ପାସପୋର୍ଟ ରଖୁଥିବା ପ୍ରବାସୀ ଭାରତୀୟଙ୍କ ଲାଗି ଭାରତର ଆଗମନ ଉପରେ ୧୮୦ ଦିନର ପ୍ରତୀକ୍ଷା ଅବଧି ବିନା ଆଧାର କାର୍ଡ ଜାରି କରିବାର ପ୍ରସ୍ତାବ ।
• ପାରମ୍ପରିକ ବ୍ୟବସାୟ ସହ ଜଡ଼ିତ ଭାରତୀୟ କାରୀଗରଙ୍କୁ ବୈଶ୍ୱିକ ବଜାର ସହ ଯୋଡ଼ିବା ଲାଗି ଆବଶ୍ୟକ ପେଟେଂଟ ଏବଂ ଭୌଗଳିକ ସଂକେତକ ଉପଲବ୍ଧ କରିବାର ପ୍ରସ୍ତାବ ।
• ମାର୍ଚ୍ଚ, ୨୦୧୮ରେ ସରକାର ଆଫ୍ରିକାରେ ୧୮ଟି ନୂଆ ଦୂତାବାସ ଖୋଲିବା ପ୍ରସ୍ତାବକୁ ମଞ୍ଜୁର କରିଥିଲେ, ଏଥିମଧ୍ୟରୁ ୫ଟି ଖୋଲାଯାଇସାରିଛି ଏବଂ ଅନ୍ୟ ୪ଟି ଦୂତାବାସ ୨୦୧୯-୨୦ରେ ଖୋଲାଯିବ ।
• ଭାରତ ବିକାଶ ସହଯୋଗ ଯୋଜନା (ଆଇଡିଇଏଏସ)କୁ ନୂଆ ରୂପ ଦେବାର ପ୍ରସ୍ତାବ ।
• ବିଶ୍ୱସ୍ତରୀୟ ପର୍ଯ୍ୟଟନସ୍ଥଳୀର ମଡେଲ ରୂପରେ ଦେଶର ୧୭ଟି ପ୍ରମୁଖ ପର୍ଯ୍ୟଟନ ସ୍ଥଳୀକୁ ବିକଶିତ କରାଯାଉଛି ।
• ଦେଶର ସମୃଦ୍ଧ ଜନଜାତୀୟ ସାଂସ୍କୃତିକ ପରମ୍ପରାର ସଂରକ୍ଷଣ ଲାଗି ବର୍ତମାନର ଡିଜିଟାଲ ତଥ୍ୟ ସଂଗ୍ରହକୁ ଆହୁରି ଅଧିକ ସଶକ୍ତ କରାଯିବ ।
• ବ୍ୟାଙ୍କ ଏବଂ ଆର୍ଥିକ କ୍ଷେତ୍ର
• ଗତ ଏକ ବର୍ଷ ମଧ୍ୟରେ ବାଣିଜ୍ୟିକ ବ୍ୟାଙ୍କଗୁଡ଼ିକରେ ଫସି ରହିଥିବା ଋଣରେ ୧ ଲକ୍ଷ କୋଟି ଟଙ୍କାରୁ ଅଧିକ ହ୍ରାସ ହୋଇଛି । ଗତ ୪ ବର୍ଷ ମଧ୍ୟରେ ୪ ଲକ୍ଷ କୋଟି ଟଙ୍କାରୁ ଅଧିକ ଋଣ ଅସୁଲ କରାଯାଇଛି ।
• ୭ ବର୍ଷ ମଧ୍ୟରେ ବ୍ୟବସ୍ଥା କଭରେଜ ଅନୁପାତ ସର୍ବୋଚ୍ଚ ସ୍ତରରେ ରହିଛି ।
• ଘରୋଇ ଋଣ ବୃଦ୍ଧି ହାର ୧୩.୮ ପ୍ରତିଶତରେ ପହଁଚିଛି ।
• ରାଷ୍ଟ୍ରାୟତ ବ୍ୟାଙ୍କଗୁଡ଼ିକ ଲାଗି କରାଯାଇଥିବା ଉପାୟ :
• ଋଣ କ୍ଷମତା ବୃଦ୍ଧି ଲାଗି ରାଷ୍ଟ୍ରାୟତ ବ୍ୟାଙ୍କକୁ ୭୦ ହଜାର କୋଟି ଟଙ୍କା ଉପଲବ୍ଧ କରାଇବାର ପ୍ରସ୍ତାବ ।
• ଅନଲାଇନ ବ୍ୟକ୍ତିଗତ ଋଣ, ଘର ପର୍ଯ୍ୟନ୍ତ ବ୍ୟାଙ୍କ ସୁବିଧା ପହଁଚାଇବା ତଥା ଏକ ରାଷ୍ଟ୍ରାୟତ ବ୍ୟାଙ୍କର ଗ୍ରାହକଙ୍କ ଦ୍ୱାରା ସମସ୍ତ ରାଷ୍ଟ୍ରାୟତ ବ୍ୟାଙ୍କର ବ୍ୟାଙ୍କିଙ୍ଗ ସେବାର ଲାଭ ହାସଲ କରିବା ଲାଗି ବ୍ୟାଙ୍କଗୁଡ଼ିକ ଦ୍ୱାରା ପ୍ରଯୁକ୍ତି ଉପଯୋଗକୁ ପ୍ରୋତ୍ସାହନ ଦିଆଯିବ ।
• ଆକାଂଉଟଧାରୀଙ୍କୁ ଅନ୍ୟ କାହା ଦ୍ୱାରା ତାଙ୍କ ଆକାଉଂଟରେ ଜମା କରାଯାଇଥିବା ଅର୍ଥରାଶି ଉପରେ ନିୟନ୍ତ୍ରଣ ଲାଗି ସଶକ୍ତ କରିବାର ଉପାୟ କରାଯିବ ।
• ରାଷ୍ଟ୍ରାୟତ ବ୍ୟାଙ୍କଗୁଡ଼ିକର ପରିଚାଳନାକୁ ସଶକ୍ତ କରିବା ଲାଗି ସୁଧାର ।
• ଅଣବ୍ୟାଙ୍କିଙ୍କ ଆର୍ଥିକ କମ୍ପାନୀ
• ଅର୍ଥ ବିଧେୟକରେ ଅଣ-ବ୍ୟାଙ୍କିଙ୍ଗ କମ୍ପାନୀ ଉପରେ ରିଜର୍ଭ ବ୍ୟାଙ୍କର ନିୟାମକ ଅଧିକାରକୁ ସଶକ୍ତ କରିବାର ପ୍ରସ୍ତାବ ।
• ଏନବିଏଫସିକୁ ପବ୍ଲିକ ଇସ୍ୟୁ ଜରିଆରେ ଅର୍ଥ ସଂଗ୍ରହ କରିବା ଲାଗି ଡିଆରଆର ସୃଷ୍ଟି କରିବାର ଆବଶ୍ୟକତାକୁ ସମାପ୍ତ କରି ଦିଆଯିବ ।
• ସମସ୍ତ ଅଣ-ବ୍ୟାଙ୍କିଙ୍ଗ କମ୍ପାନୀକୁ ଟିଆରଇଡିଏସ ପ୍ଲାଟଫର୍ମରେ ସିଧା ଭାଗ ନେବା ଲାଗି ଅନୁମତି ଦିଆଯିବ ।
• ଆବାସ ସଂକ୍ରାନ୍ତ ସମସ୍ତ ଆର୍ଥିକ କ୍ଷେତ୍ରରେ ନିୟାମକ ଅଧିକାର, ଏନଏଚବି ଠାରୁ ଅଣାଯାଇ ଆରବିଆଇକୁ ଦେବାର ପ୍ରସ୍ତାବ ରହିଛି ।
• ପରବର୍ତୀ ୫ ବର୍ଷରେ ଭିତିଭୂମି କ୍ଷେତ୍ରରେ ୧୦୦ ଲକ୍ଷ କୋଟି ଟଙ୍କାର ନିବେଶ ଲାଗି ଯୋଜନା ରହିଛି ।
• ଏନପିଏସ ଟ୍ରଷ୍ଟକୁ ପେନସନ ଫଣ୍ଡ ନିୟାମକ ଏବଂ ବିକାଶ ପ୍ରାଧିକରଣ (ପିଏଫଆରଡିଏ) ଦ୍ୱାରା ପୃଥକ ରଖିବାର ପ୍ରୟାସ କରାଯିବ ।
• ନେଟ ଓନଡ ଫଣ୍ଡର ଆବଶ୍ୟକତାକୁ ୫ହଜାର କୋଟିରୁ କମାଇ ୧ହଜାର କୋଟି ରଖିବାର ପ୍ରସ୍ତାବ ରହିଛି ।
• ଦେଶରେ ଅନ୍ତର୍ଜାତୀୟ ବୀମା କାରବାରକୁ ସୁବିଧା ପ୍ରଦାନ କରିବାର ପ୍ରସ୍ତାବ
• ଅନ୍ତର୍ଜାତୀୟ ଆର୍ଥିକ ସେବା କେନ୍ଦ୍ରରେ ବିଦେଶୀ ବୀମା ସେବା ପ୍ରଦାନକାରୀଙ୍କ ଶାଖା ଖୋଲିବାର ବ୍ୟବସ୍ଥା ।
• ଅଣ-ଆର୍ଥିକ ରାଷ୍ଟ୍ରାୟତ ପ୍ରତିଷ୍ଠାନ
• ସରକାର ୨୦୧୯-୨୦ ଆର୍ଥିକ ବର୍ଷ ଲାଗି ପୁଞ୍ଜି ପ୍ରତ୍ୟାହାର ଜରିଆରେ ୧,୦୫,୦୦୦ କୋଟି ଟଙ୍କା ସଂଗ୍ରହ କରିବାକୁ ଲକ୍ଷ୍ୟ ରଖାଯାଇଛି ।
• ସରକାର ଏଆର ଇଣ୍ଡିଆରେ ପୁଞ୍ଜି ପ୍ରତ୍ୟାହାର ରଣନୀତି ପୁଣିଥରେ ଆରମ୍ଭ କରିବେ ଏବଂ ଘରୋଇ କ୍ଷେତ୍ରଗୁଡ଼ିକର ରଣନୈତିକ ଭାଗୀଦାରୀ ଲାଗି ଆହୁରି ଅଧିକ ସିପିଇସିଗୁଡ଼ିକୁ ସୁଯୋଗ ଦେବେ ।
• ସରକାର ପିଏସୟୁରେ ନିଜର ଅଂଶଧନ ୫୧ ପ୍ରତିଶତରେ ବଜାୟ ରଖିବାର ନୀତିରେ ଆବଶ୍ୟକତା କ୍ଷେତ୍ରରେ ସଂଶୋଧନ କରିବା ଲାଗି ବିଚାର କରିପାରନ୍ତି ।
• ସରକାରଙ୍କ ଦ୍ୱାରା ୫୧ ପ୍ରତିଶତ ଭାଗୀଦାରୀ କମ କରିବା ମାମଲାରେ ସରକାରଙ୍କ ନିୟନ୍ତ୍ରଣ ଥିବା ସଂସ୍ଥାର ଭାଗୀଦାରୀକୁ ସାମିଲ କରାଯିବ ।
• ନିବେଶ ଲାଗି ଅତିରିକ୍ତ ବ୍ୟବସ୍ଥା
• ସରକାରୀ ସିପିଏସଇରେ ନିଜ ଭାଗୀଦାରୀକୁ ପୁଣିଥରେ ଠିକ କରିବାର ପ୍ରସ୍ତୁତି ।
• ବ୍ୟାଙ୍କ ନିଜ ଶେୟାରର ଅଧିକ ବିକ୍ରି ଜରିଆରେ ବଜାରରେ ନିଜ ପ୍ରଭାବ ବୃଦ୍ଧି କରିବା ଲାଗି ପ୍ରୟାସ କରୁଛନ୍ତି ।
• ସରକାର, ଇକ୍ୟୁଟି ଲିଙ୍କଡ ସେଭିଂ ସ୍କିମ (ଇଏଏସଏସ) ଆଧାରରେ ଇଟିଏଫରେ ନିବେଶର ଏକ ବିକଳ୍ପ ପ୍ରଦାନ କରିବେ ।
• ସମସ୍ତ ତାଲିକାଭୁକ୍ତ ରାଷ୍ଟ୍ରାୟତ ଉଦ୍ୟୋଗରେ ଜନସାଧାରଣଙ୍କ ୨୫% ଭାଗୀଦାରୀର ମାନଦଣ୍ଡର ଅନୁପାଳନକୁ ସରକାର ସୁନିଶ୍ଚିତ କରିବେ । ସମସ୍ତ ପିଏସୟୁ କମ୍ପାନୀରେ ବିଦେଶୀ ଭାଗୀଦାରୀକୁ ଉଦୀୟମାନ ବଜାର ସୂଚକାଙ୍କ ଅନୁରୂପ ସର୍ବାଧିକ ମଞ୍ଜୁରିପ୍ରାପ୍ତ ସୀମା ପର୍ଯ୍ୟନ୍ତ ବୃଦ୍ଧି କରାଯିବ ।
• ବିଦେଶୀ ବଜାରରେ ବିଦେଶୀ ମୁଦ୍ରାରେ ନିଜ ମୋଟ ଋଣ କାର୍ଯ୍ୟକ୍ରମରେ ଏକ ଭାଗକୁ ସରକାର ବଢ଼ାଇବା ଆରମ୍ଭ କରିବେ । ଏହାଦ୍ୱାରା ଘରୋଇ ବଜାରରେ ସରକାରୀ ପ୍ରତିଭୂତିର ଚାହିଦା ଉପରେ ଅନୁକୂଳ ପ୍ରଭାବ ପଡ଼ିବ ।
• ଲୋକମାନଙ୍କ ବ୍ୟବହାର ପାଇଁ ୧, ୨, ୫, ୧୦ ଓ ୨୦ ଟଙ୍କିଆ କଏନର ହେବ ପ୍ରଚଳନ ।
• ଡିଜିଟାଲ ପଇଠ
• ବ୍ୟାଙ୍କ ଖାତାରୁ ଗୋଟିଏ ବର୍ଷରେ ଗୋଟିଏ କୋଟିରୁ ଅଧିକ ନଗଦ ଉଠାଣ ଉପରେ ୨ ପ୍ରତିଶତ ଟିଡିଏସ ଲାଗୁ ପ୍ରସ୍ତାବ ରହିଛି ।
• ୫୦ କୋଟିରୁ ଅଧିକ ଟଙ୍କାର ବାର୍ଷିକ କାରବାର ଥିବା ବ୍ୟବସାୟିକ ପ୍ରତିଷ୍ଠାନ ନିଜ ଗ୍ରାହକମାନଙ୍କୁ କମ ଖର୍ଚ୍ଚରେ ଡିଜିଟାଲ ପଇଠର ସୁବିଧା ପ୍ରଦାନ କରିବେ ଏବଂ ଏହା ବିନା ଶୁଳ୍କରେ ଉପଲବ୍ଧ ହେବ । ଏଥିପାଇଁ ବ୍ୟବସାୟୀ କିମ୍ବା ଗ୍ରାହକଙ୍କ ଉପରେ କୌଣସି ଅତିରିକ୍ତ ଖର୍ଚ୍ଚ ଲାଗୁ ହେବ ନାହିଁ ।
• ଉଦୀୟମାନ ଏବଂ ଉନ୍ନତ ପ୍ରଯୁକ୍ତି କ୍ଷେତ୍ରରେ ବୃହତ ନିବେଶ :
• ସେମି କଣ୍ଡକ୍ଟର, ସୌର ଶକ୍ତି ବ୍ୟାଟେରୀ, ଲିଥିୟମ ଷ୍ଟୋରେଜ ବ୍ୟାଟେରୀ, କମ୍ପ୍ୟୁଟର ସର୍ଭର ଏବଂ ଲାପଟପ ଆଦି ଭଳି ଉଦୀୟମାନ ଏବଂ ଉନ୍ନତ ପ୍ରଯୁକ୍ତି କ୍ଷେତ୍ରରେ ବୃହତ ବିଶ୍ୱସ୍ତରୀୟ କମ୍ପାନୀଗୁଡ଼ିକୁ ପ୍ଲାଂଟ ପ୍ରତିଷ୍ଠା ଲାଗି ଆକୃଷ୍ଟ କରାଯିବ ।
• ଏପରି କମ୍ପାନୀଗୁଡ଼ିକୁ ଆୟକର ରିହାତି ଏବଂ ଅନ୍ୟ ପରୋକ୍ଷ ଟିକସର ଲାଭ ପ୍ରଦାନ କରାଯିବ ।
• ୨୦୧୪-୧୯ ରେ ଉପଲବ୍ଧୀ :
• ଗତ ପାଂଚ ବର୍ଷରେ ଭାରତୀୟ ଅର୍ଥବ୍ୟବସ୍ଥାରେ ଏକ ଟ୍ରିଲିୟନ ଡଲାର ଅର୍ଥରାଶି ଯୋଡ଼ି ହୋଇଛି ।
• ଭାରତ ବିଶ୍ୱର ଷଷ୍ଠ ସର୍ବବୃହତ ଅର୍ଥବ୍ୟବସ୍ଥା ହୋଇସାରିଛି । ପାଂଚ ବର୍ଷ ପୂର୍ବରୁ ଦେଶ ଏକାଦଶ ସ୍ଥାନରେ ଥିଲା ।
• କ୍ରୟ ଶକ୍ତିର ସମାନତା ଦୃଷ୍ଟିରୁ ଭାରତ ତୃତୀୟ ସବୁଠୁ ବଡ଼ ଅର୍ଥବ୍ୟବସ୍ଥା
• ୨୦୧୪-୧୯ରେ ରାଜକୋଷୀୟ ଅନୁଶାସନକୁ ସୁଦୃଢ଼ କରାଯାଇଛି ଏବଂ କେନ୍ଦ୍ର-ରାଜ୍ୟ ସମ୍ପର୍କକୁ ଗତିଶୀଳ କରାଯାଇଛି ।
• ପରୋକ୍ଷ ଟିକସ, ଦେବାଳିଆ ମାମଲା ଏବଂ ରିଅଲ ଇଷ୍ଟେଟ କ୍ଷେତ୍ରରେ ଢାଂଚାଗତ ସୁଧାର କରାଯିବ ।
• ୨୦୦୯-୧୪ ତୁଳନାରେ ୨୦୧୪-୧୯ ମଧ୍ୟରେ ଖାଦ୍ୟ ସୁରକ୍ଷା ଉପରେ ପ୍ରତିବର୍ଷ ଦୁଇଗୁଣା ଖର୍ଚ୍ଚ କରାଯାଇଛି ।
• ୨୦୧୪ ତୁଳନାରେ ୨୦୧୭-୧୮ରେ ତିନିଗୁଣାରୁ ଅଧିକ ପେଟେଂଟ ଜାରି କରାଯାଇଛି ।
• ନୀତି ଆୟୋଗଙ୍କ ଯୋଜନା ଏବଂ ସମର୍ଥନ ଫଳରେ ନୂତନ ଭାରତର ନିର୍ମାଣ ପ୍ରକ୍ରିୟା ଜାରି ରହିଛି ।
• ଭବିଷ୍ୟତର ଲକ୍ଷ୍ୟ :
• ପ୍ରକ୍ରିୟାକୁ ସରଳ କରିବା
• ପ୍ରଦର୍ଶନକୁ ପ୍ରୋତ୍ସାହନ
• ନାଲି ଫିତା ଶାସନକୁ କମାଇବା ।
• ପ୍ରଯୁକ୍ତିର ଉନ୍ନତ ଉପଯୋଗ କରିବା ।
• ଆରମ୍ଭ କରାଯାଇଥିବା କାର୍ଯ୍ୟକ୍ରମ ଓ ସେବାକୁ ତ୍ୱରାନ୍ୱିତ କରିବା ।

Categories
BUSINESS

RELATED BY

  • ଗ୍ରାମାଞ୍ଚଳରେ ଅଧିକ ସ୍ଥାୟୀ ବ୍ୟାଙ୍କ୍‌ ଶାଖା ଖୋଲିବା ଉପରେ ଗୁରୁତ୍ୱ

    ଭୁବନେଶ୍ୱର: ରାଜ୍ୟର ଦୂରଦୂରାନ୍ତ ଏବଂ ପଛୁଆ ଅଞ୍ଚଳଗୁଡ଼ିକରେ ବ୍ୟାଙ୍କ ସେବାକୁ ଜନସାଧାରଣଙ୍କ ପାଖରେ ପହଞ୍ଚାଇବା ତଥା ରାଜ୍ୟର ଆର୍ଥିକ ଅଭିବୃଦ୍ଧି କ୍ଷେତ୍ରରେ ବ୍ୟାଙ୍କଗୁଡ଼ିକ ଗଠନମୂଳକ ଭୂମିକା ନିର୍ବାହ କରି ଆସିଛନ୍ତି । ଏହି ପ୍ରସଙ୍ଗରେ ଆଜି ଅନୁଷ୍ଠିତ ୧୫୫ତମ ବ୍ୟାଙ୍କର୍ସ...
  • Chief Minister Neveen Patnaik Releases Vision Report

    Chief Minister Shri Neveen Patnaik today released a Vision Report- “Economic Possibilities for Odisha Towards a One Trillion Dollar Economy”, jointly prepared by JSW Group and PWC India at...
  • ଓଡ଼ିଶା ସ୍ୱଳ୍ପ ସଞ୍ଚୟ ପ୍ରୋତ୍ସାହନ ଯୋଜନା “ଏପି’’ ସିରିଜର ଉଠାଣ

    ଭୁବନେଶ୍ୱର: ଓଡ଼ିଶା ସରକାରଙ୍କର ଅର୍ଥ ବିଭାଗର ଆନୁକୂଲ୍ୟରେ ଓଡ଼ିଶା ସ୍ୱଳ୍ପ ସଞ୍ଚୟ ପ୍ରୋତ୍ସାହନ ଯୋଜନାର ୪୧ ତମ ଉଠାଣ (ଏପି ସିରିଜ) ଜୟଦେବ ଭବନଠାରେ ଅନୁଷ୍ଠିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ଜିଲ୍ଲା ମୁଖ୍ୟ ବିଚାରପତି ଶ୍ରୀଯୁକ୍ତ ରମେଶ...
  • ବିଗତ ୫ ବର୍ଷରେ ଉତ୍ତମ ପ୍ରଦର୍ଶନ କରିଛି ଭାରତୀୟ ଅର୍ଥ ବ୍ୟବସ୍ଥା

    କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣଙ୍କ ଦ୍ୱାରା ଆଜି ସଂସଦରେ ଉପସ୍ଥାପିତ ଅର୍ଥନୈତିକ ସମୀକ୍ଷା ରିପୋର୍ଟରେ ଆର୍ଥିକ ବିକାଶ ଲାଗି ଉନ୍ନତ ସମ୍ଭାବନାର ପୂର୍ବାନୁମାନ କରାଯାଇଛି । ସମୀକ୍ଷାରେ କୁହାଯାଇଛି ଯେ ୨୦୨୪-୨୫ ସୁଦ୍ଧା...
WhatsApp chat