ଓଡ଼ିଶା ସ୍ୱଳ୍ପ ସଞ୍ଚୟ ପ୍ରୋତ୍ସାହନ ଯୋଜନା “ଏପି’’ ସିରିଜର ଉଠାଣ

୭୪ ଲକ୍ଷ ମୂଲ୍ୟର ପୁରସ୍କାର ରାଶି ପ୍ରୋତ୍ସାହନ

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କର ଅର୍ଥ ବିଭାଗର ଆନୁକୂଲ୍ୟରେ ଓଡ଼ିଶା ସ୍ୱଳ୍ପ ସଞ୍ଚୟ ପ୍ରୋତ୍ସାହନ ଯୋଜନାର ୪୧ ତମ ଉଠାଣ (ଏପି ସିରିଜ) ଜୟଦେବ ଭବନଠାରେ ଅନୁଷ୍ଠିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ଜିଲ୍ଲା ମୁଖ୍ୟ ବିଚାରପତି ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ଚିନ୍ନାରା, ଅର୍ଥ ବିଭାଗର ଅବସରପ୍ରାପ୍ତ ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀଯୁକ୍ତ ଚଣ୍ଡୀକା ପ୍ରସାଦ ମହାନ୍ତି ଓ ରସାୟନ ବିଜ୍ଞାନର ଅବସରପ୍ରାପ୍ତ ପ୍ରାଧ୍ୟାପିକା ତଥା କବିୟତ୍ରୀ ଡ଼. ଶ୍ରୀମତୀ ବିଦ୍ୟୁତପ୍ରଭା ଗନ୍ତାୟତ ପ୍ରମୁଖ, ବିଚାରପତି ଭାବେ ଯୋଗଦାନ କରିଥିଲେ । ଏହି ଯୋଜନାରେ ୨୪୨୮ ଜଣ ଭାଗ୍ୟଶାଳୀ ବିଜେତାଙ୍କୁ ୭ଟି ବର୍ଗରେ ସର୍ବାଧିକ ୫ ଲକ୍ଷ ଏବଂ ସର୍ବନିମ୍ନ ୨୦୦୦ ଟଙ୍କା ହିସାବରେ ସମୁଦାୟ
୭୪ ଲକ୍ଷ ମୂଲ୍ୟର ପୁରସ୍କାର ରାଶି ପ୍ରୋତ୍ସାହନ ସ୍ୱରୂପ ପ୍ରଦାନ କରାଯିବାର ବ୍ୟବସ୍ଥା ଅଛି । ଉକ୍ତ କାର୍ଯ୍ୟକ୍ରମରେ ଆର୍ଥିକ ଅନ୍ତର୍ଭୂତିକରଣ ନିର୍ଦ୍ଦେଶକ ତଥା ଅର୍ଥ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀଯୁକ୍ତ ପ୍ରଦୀପ କୁମାର ବିଶ୍ୱାଳ ମୁଖ୍ୟ ଅତିଥି ଭାବେ ଯୋଗାଦେଇ ଜନସାଧାରଣଙ୍କୁ ଚିଟଫଣ୍ଡ ସଂସ୍ଥାମାନଙ୍କଠାରୁ ଦୂରେଇ ରହି, କେବଳ ଡ଼ାକଘର କିମ୍ବା ବ୍ୟାଙ୍କମାନଙ୍କରେ, ପ୍ରଚଳିତ ସ୍ୱଳ୍ପ ସଞ୍ଚୟ ଯୋଜନାରେ ନିଜର କଷ୍ଟୋପାର୍ଜିତ ଅର୍ଥକୁ ନିବେଶ କରିବା ପାଇଁ ଅନୁରୋଧ କରିଥିଲେ । ସ୍ୱଳ୍ପ ସଞ୍ଚୟ ନିର୍ଦ୍ଦେଶକ ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ରାଉତ ସ୍ୱାଗତ ଭାଷଣ ଦେବା ସଂଗେ ସଂଗେ ପ୍ରଚଳିତ ସ୍ୱଳ୍ପ ସଞ୍ଚୟ ଯୋଜନାଗୁଡ଼କ ବେଶ ସରଳ, ସୁନିଶ୍ଚିତ ଏବଂ ସୁରକ୍ଷିତ ହୋଇଥିବାରୁ ଏହା ଲୋକପି୍ରୟ
ହୋଇପାରିଛି ବୋଲି ସୂଚନା ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମ ପରିଶେଷରେ ସ୍ୱଳ୍ପ ସଞ୍ଚୟ ବିଭାଗର ଉପନିର୍ଦ୍ଦେଶକ ତଥା ଉପଶାସନ ସଚିବ ଶ୍ରୀଯୁକ୍ତ ସାଧବ ଚନ୍ଦ୍ର ସାହୁ ଧନ୍ୟବାଦ  ଦେଇଥିଲେ । ଏହି ଅବସରରେ ଅର୍ଥ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ନନ୍ଦ, ଯୁଗ୍ମ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ରାଉତ, ଅର୍ଥ ବିଭାଗରେ କାର୍ଯ୍ୟରତ ଜାତୀୟ ସୂଚନା କେନ୍ଦ୍ରର ନିର୍ଦ୍ଦେଶିକା ଶ୍ରୀମତୀ ମିନତୀ ସାହୁ ଏବଂ ସ୍ୱଳ୍ପ ସଞ୍ଚୟ ସହ ନିର୍ଦ୍ଦୋକ ତଥା ଅନୁଶାସନ ସଚିବ ଶ୍ରୀ ଦୀନବନ୍ଧୁ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଅର୍ଥ ବିଭାଗରେ କାର୍ଯ୍ୟରତ ଜିଲ୍ଲା ସ୍ୱଳ୍ପ ସଞ୍ଚୟ ଅଧିକାରୀ ଶ୍ରୀ ରଞ୍ଜନ କୁମାର ଦାଶ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

Categories
BUSINESS

RELATED BY

  • ଗ୍ରାମାଞ୍ଚଳରେ ଅଧିକ ସ୍ଥାୟୀ ବ୍ୟାଙ୍କ୍‌ ଶାଖା ଖୋଲିବା ଉପରେ ଗୁରୁତ୍ୱ

    ଭୁବନେଶ୍ୱର: ରାଜ୍ୟର ଦୂରଦୂରାନ୍ତ ଏବଂ ପଛୁଆ ଅଞ୍ଚଳଗୁଡ଼ିକରେ ବ୍ୟାଙ୍କ ସେବାକୁ ଜନସାଧାରଣଙ୍କ ପାଖରେ ପହଞ୍ଚାଇବା ତଥା ରାଜ୍ୟର ଆର୍ଥିକ ଅଭିବୃଦ୍ଧି କ୍ଷେତ୍ରରେ ବ୍ୟାଙ୍କଗୁଡ଼ିକ ଗଠନମୂଳକ ଭୂମିକା ନିର୍ବାହ କରି ଆସିଛନ୍ତି । ଏହି ପ୍ରସଙ୍ଗରେ ଆଜି ଅନୁଷ୍ଠିତ ୧୫୫ତମ ବ୍ୟାଙ୍କର୍ସ...
  • Chief Minister Neveen Patnaik Releases Vision Report

    Chief Minister Shri Neveen Patnaik today released a Vision Report- “Economic Possibilities for Odisha Towards a One Trillion Dollar Economy”, jointly prepared by JSW Group and PWC India at...
  • ଭାରତକୁ ୫ ଟ୍ରିଲିୟନ ଅର୍ଥ ବ୍ୟବସ୍ଥାରେ ପରିଣତ କରିବା ସରକାରଙ୍କ ଲକ୍ଷ୍ୟ

    କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଆଜି ତାଙ୍କର ପ୍ରଥମ ବଜେଟ ଅଭିଭାଷଣ ରଖିବା ସହିତ ସଂସଦରେ ୨୦୧୯-୨୦ ବର୍ଷ ଲାଗି ସାଧାରଣ ବଜେଟ ଉପସ୍ଥାପନ କରିଛନ୍ତି । କେନ୍ଦ୍ର ବଜେଟ ୨୦୧୯ର ମୁଖ୍ୟାଂଶ...
  • ବିଗତ ୫ ବର୍ଷରେ ଉତ୍ତମ ପ୍ରଦର୍ଶନ କରିଛି ଭାରତୀୟ ଅର୍ଥ ବ୍ୟବସ୍ଥା

    କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣଙ୍କ ଦ୍ୱାରା ଆଜି ସଂସଦରେ ଉପସ୍ଥାପିତ ଅର୍ଥନୈତିକ ସମୀକ୍ଷା ରିପୋର୍ଟରେ ଆର୍ଥିକ ବିକାଶ ଲାଗି ଉନ୍ନତ ସମ୍ଭାବନାର ପୂର୍ବାନୁମାନ କରାଯାଇଛି । ସମୀକ୍ଷାରେ କୁହାଯାଇଛି ଯେ ୨୦୨୪-୨୫ ସୁଦ୍ଧା...
WhatsApp chat