ରଥଯାତ୍ରା ସମୟରେ ଦୁଷ୍କର୍ମ, ବିଶ୍ୱରେ ଓଡିଶା ଲଜ୍ଜିତ

ପୁରୀରେ ଆଦିବାସୀ ନାବାଳିକା ସହ

ଭୁବନେଶ୍ୱର: ଗତକାଲି ବିଶ୍ୱ ପ୍ରସିଦ୍ଧ ଜଗନ୍ନାଥ ଗୁଣ୍ଡିଚା ମନ୍ଦିରରେ ଥିବା ସମୟରେ ପୁରୀ ବସଷ୍ଟାଣ୍ଡ ଭଳି ଜନଗହଳି ସ୍ଥାନରେ ଜଣେ ଆଦିବାସୀ ନାବାଳିକା ସହ ଦୁଷ୍କର୍ମ ହୋଇଛି । ଯାହା ସମଗ୍ର ବିଶ୍ୱରେ ଓଡିଶାକୁ ଲଜ୍ଜିତ କରିଛି ।

ଦୀର୍ଘ ୨୦ ବର୍ଷ ଶାସନ କାଳରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସରକାର ମହିଳାଙ୍କୁ ସୁରକ୍ଷା ଦେବାରେ ସଂପୂର୍ଣ୍ଣ ଅସମର୍ଥ ବୋଲି ରାଜ୍ୟ କାର୍ଯ୍ୟାଳୟରେ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ସଂପାଦିକା ଡ. ଲେଖାଶ୍ରୀ ସାମନ୍ତ ସିଂହାର କହିଛନ୍ତି ।

ପୁରୀ ରଥଯାତ୍ରାକୁ ସୁପରିଚାଳିତ କରିବା ଏବଂ ଜନସାଧାରଣମାନଙ୍କୁ ସୁରକ୍ଷା ଯୋଗାଇବା ପାଇଁ ରାଜ୍ୟ ସରକାର ୧୫୫ ପ୍ଲାଟୁନ ପୋଲିସ ମୃତୟନ କରିଛନ୍ତି ।

ଏହା ସତ୍ୱେ ବି ଗୁଣ୍ଡିଚା ମନ୍ଦିର ପାଖରେ ଥିବା ପୁରୀ ବସଷ୍ଟାଣ୍ଡ ଭଳି ଏକ ଜନଗହଳି ପୂର୍ଣ୍ଣ ସ୍ଥାନରେ ଏଭଳି ଏକ ଅଭାବନୀୟ ଘଟଣା ଘଟିବା ଅତ୍ୟନ୍ତ ନିନ୍ଦନୀୟ ଘଟଣା ।

ପୁରୀ ସହର ସାରା ପୋଲିସ ଛାଉଣୀ ହୋଇଥିବାବେଳେ ପୁରୀ ବସଷ୍ଟାଣ୍ଡରେ ଏଭଳି ଘଟଣା ଘଟିବା ପୁରୀ ପୋଲିସ ସମେତ ରାଜ୍ୟ ପୋଲିସ ଏବଂ ପ୍ରଶାସନର କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏଥିରୁ ସ୍ପଷ୍ଟ ପ୍ରମାଣ ହେଉଛି କି ମହିଳାଙ୍କ ସୁରକ୍ଷା ଦିଗରେ ରାଜ୍ୟ ସରକାରଙ୍କର କୌଣସି ପ୍ରତିବଦ୍ଧତା ନାହିଁ ।

କେବଳ ମହିଳାଙ୍କୁ ସୁରକ୍ଷା ଏବଂ ସଂରକ୍ଷଣ ଦେବା ନାଁରେ ନବୀନବାବୁ ଲୋକଦେଖାଣିଆ ନାଟକ କରୁଛନ୍ତି ବୋଲି ଶ୍ରୀମତି ସାମନ୍ତସିଂହାର କହିଛନ୍ତି ।

ରାଜ୍ୟ ସରକାରଙ୍କର ଦାୟୀତ୍ୱହୀନତା ଭାବେ ରାଜ୍ୟକୁ ଚଲାଉଥିବାବେଳେ ରାଜ୍ୟରେ ମହିଳା, ଆଦିବାସୀ ଏବଂ ନାବାଳିକାମାନଙ୍କୁ ସୁରକ୍ଷା ଦେବାରେ ସଂପୁର୍ଣ୍ଣ ଭାବେ ବିଫଳ ହୋଇଛନ୍ତି ।

ଗତକାଲି ଘଟଣାରେ ପୋଲିସ ଦୁଷ୍କର୍ମ ନାବାଳିକା ପୀଡିତାକୁ ରାସ୍ତାରେ ଚଲାଇ ଚଲାଇ ନେବା ଅତ୍ୟନ୍ତ ର୍ଦୁଭାଗ୍ୟଜନକ । ଏହି ସମୟରେ ସ୍ଥାନୀୟ ଲୋକ ପୀଡିତାର ଫଟୋ ଏବଂ ଭିଡିଓ ଉଠାଇ ସଂପୃକ୍ତ ନାବାଳିକାର ବ୍ୟକ୍ତିଗତ ଅଧିକାରକୁ କ୍ଷୁର୍ଣ୍ଣ କରିଛନ୍ତି ବୋଲି ଲେଖାଶ୍ରୀ ଅଭିଯୋଗ କରିଛନ୍ତି ।

ଡ. ଲେଖାଶ୍ରୀ କହିଛନ୍ତି ଯେ, ରାଜ୍ୟର ଆଇନ ବ୍ୟବସ୍ଥା ସଂପୂର୍ଣ୍ଣ ଭାବେ ବିର୍ପଯ୍ୟସ୍ତ ହୋଇପଡିଛି । ପୂର୍ବରୁ ଦୁଷ୍କର୍ମରେ ଶିକାର ହୋଇଥିବା ଇତିଶ୍ରୀ, ବେବିନା, ମାଧବୀଲତା, ସସ୍ମିତା ଆଦି ଅନେକ ଦୁର୍ଷ୍କମ ପୀଡିତା ଏଯାବତ ନ୍ୟାୟ ପାଇ ପାରିନାହାଁନ୍ତି ।

ପୋଲିସ ଅପରାଧୀମାନଙ୍କୁ ଧରିବା ବଦଳରେ ସୁରକ୍ଷା ଯୋଗାଇ ଚାଲିଛି । ଅନ୍ୟପଟେ ଶାସକ ଦଳର ବିଧାୟକ ଏବଂ ନେତାଙ୍କ ଛତ୍ରଛାୟା ତଳେ ରହି ଅପରାଧୀମାନେ ଖୁଲମଖୁଲା ଅପରାଧ ଘଟାଇ ଚାଲିଛନ୍ତି ।

ରାଜ୍ୟସରକାର କେବେ ବି ଦୁଷ୍କର୍ମ କରିଥିବା ଅପରାଧୀଙ୍କ ଉପରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେଇନାହାଁନ୍ତି ।

ଗତ ୨୦୧୭ ମସିହାରେ ୨,୨୨୧ ମହିଳା ଦୁଷ୍କର୍ମରେ ଶିକାର ହୋଇଥିବା ସମୟରେ ୨୦୧୮ ମସିହାରେ ୨୫୦୨ଜଣ ଦୁର୍ଷ୍କମରେ ଶିକାର ହୋଇଥିବା ଘଟଣା ବିଧାନସଭାରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ କହିଛନ୍ତି ।

ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ କୃଷକ ମୋର୍ଚ୍ଚାର ସାଧାରଣ ସଂପାଦକ ଶ୍ରୀ ସୁରଥ ବିଶ୍ୱାଳ ଏବଂ ଶ୍ରୀମତୀ ଅନିତା ଶୁଭଦର୍ଶନୀ ପ୍ରମୁଖ ଉପସ୍ଥିତ ଥିଲେ ।

Categories
POLITICS

RELATED BY

  • ଦଳୀୟ ଅନୁଶାସନ ଭଙ୍ଗ ଏବଂ ବିଶୃଙ୍ଖଳିତ କାର୍ଯ୍ୟ

    ଭୁବନେଶ୍ୱର : ଦଳୀୟ ଅନୁଶାସନ ଭଙ୍ଗ, ବିଶୃଙ୍ଖଳିତ କାର୍ଯ୍ୟ ଏବଂ ପାର୍ଟିର ସାଙ୍ଗଠନିକ କାର୍ଯ୍ୟକଳାପରେ ବାଧା ସୃଷ୍ଟି କରିଥିବା ଆଦି ଦଳ ବିରୋଧୀ କାର୍ଯ୍ୟ ପାଇଁ ରାଜ୍ୟସଭାପତି ଶ୍ରୀ ବସନ୍ତ ପଣ୍ଡାଙ୍କ ଅନୁମୋଦନକ୍ରମେ କଟକ ନଗର ଜିଲ୍ଲା ଯୁବମୋର୍ଚ୍ଚା ସଭାପତି...
  • ସମସ୍ତ ସାଂସଦମାନଙ୍କୁ ଚିଠି ଲେଖିଲେ

    ଭୁବନେଶ୍ୱର : ବିଜୁ ଜନତା ଦଳର ସଭାପତି  ନବୀନ ପଟ୍ଟନାୟକ ଦଳର ଲୋକସଭା ଓ ରାଜ୍ୟସଭା ସାଂସଦମାନେ ରାଜ୍ୟବାସୀଙ୍କ ବିଭିନ୍ନ ସ୍ୱାର୍ଥ ସମ୍ବଳିତ ଗୁରୁତ୍ୱପୂର୍ଣ୍ଣ ପ୍ରସଂଗଗୁଡିକୁ ସଂସଦରେ ସଠିକ୍‍ ଭାବରେ ଉପସ୍ଥାପନ କରି ରାଜ୍ୟବାସୀଙ୍କ ଶ୍ରଦ୍ଧାଭାଜନ ହେବା ପାଇଁ ଆଶା...
  • ବିଜେପି ସାଂସଦ ଡ. ସୁବ୍ରମଣ୍ୟ ସ୍ୱାମୀଙ୍କ ଗିରଫ ଦାବୀରେ ଏତଲା ଦାୟର

    ଭୁବନେଶ୍ୱର :ଓଡ଼ିଶା ପ୍ରଦେଶ କଂଗ୍ରେସ ଅନୁସୂଚୀତ ବିଭାଗ ପକ୍ଷରୁ ବିଜେପି ସାଂସଦ ଡ. ସୁବ୍ରମଣ୍ୟ ସ୍ୱାମୀ ଗତ ୫.୭.୨୦୧୯ ରିଖରେ ଅଖିଳ ଭାରତ କଂଗ୍ରେସ ସଭାପତି ଶ୍ରୀଯୁକ୍ତ ରାହୁଲ ଗାନ୍ଧୀଙ୍କୁ ଆପେକ୍ଷ କରି ଯେଉଁ ଟିପ୍ପଣୀ ପ୍ରଦାନ କରିଛନ୍ତି ତାହାର...
  • ରେଳ ବଜେଟରେ ଓଡିଶାକୁ ଏଥର ମିଳିଛି ରେକର୍ଡ ପରିମାଣର ଅନୁଦାନ

    ଭୁବନେଶ୍ୱର : କେନ୍ଦ୍ରୀୟ ରେଳ ବଜେଟ ୨୦୧୯-୨୦ ଆର୍ଥୀକ ବର୍ଷ ପାଇଁ ଓଡିଶାକୁ ମିଳିବ ୫୮୦୦ କୋଟିରୁ ଅଧିକ ଅର୍ଥ । କେନ୍ଦ୍ରରେ ମୋଦି ସରକାର କ୍ଷମତାକୁ ଆସିବା ପରେ କ୍ରମାଗତ ଭାବେ ରେଳ ବଜେଟରେ ଓଡିଶାକୁ ଅଧିକରୁ ଅଧିକ...
WhatsApp chat