କେଉଁଝର ଜିଲ୍ଲାରେ ୧୧ ହଜାର ଷ୍ଟି୍ଟ୍‌ ଲାଇଟ୍‌ ସ୍ଥାପନ କରିବ। ପାଇଁ ଯୋଜନା ରହିଛି

ଓରେଡା’ କାର୍ଯ୍ୟକ୍ରମ ସମୀକ୍ଷା ବୈଠକ

ଭୁବନେଶ୍ୱର: ‘ଫନୀ’ ପ୍ରଭାବିତ ଅଞ୍ଚଳଗୁଡ଼ିକରେ କ୍ରିୟାଶୀଳ ହେବା ସହିତ ଅନ୍ୟାନ୍ୟ କାର୍ଯ୍ୟକ୍ରମଗୁଡ଼ିକୁ ବ୍ୟାପକ କରିବା ନିମନ୍ତେ ‘ଓରେଡା’ (ଓଡ଼ିଶା ଅକ୍ଷୟ ଶକ୍ତି ବିକାଶ ସଂସ୍ଥା)କୁ ବିଜ୍ଞାନ ଓ ବୈଷୟିକ, ସାଧାରଣ ଉଦ୍ୟୋଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ପରାମର୍ଶ ଦେଇଛନ୍ତି ।

ଆଜି ଅପରାହ୍ନ ରେ ‘ଓରେଡା’ କାର୍ଯ୍ୟକ୍ରମ ବାବଦରେ ଅନୁଷ୍ଠିତ ଏକ ସମୀକ୍ଷା ବୈଠକରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ପଣ୍ଡା ସଂସ୍ଥା ତା’ର ଭବିଷ୍ୟତ କାର୍ଯ୍ୟ ନିର୍ଘଣ୍ଟଗୁଡ଼ିକୁ ସଫଳତାର ସହିତ ସଂପାଦନକରିବ ବୋଲି ଆଶା ପ୍ରକଟ କରିଛନ୍ତି । ସମୀକ୍ଷା ବୈଠକରେ ବିଜ୍ଞାନ ଓ ବୈଷୟିକ ବିଭାଗର ଶାସନ ସଚିବ ଭାସ୍କର ଶର୍ମା ଓ ଓରେଡାର ମୁଖ୍ୟ କାର୍ଯ୍ୟନିର୍ବାହୀ ରୂପା ମିଶ୍ର ଉପସ୍ଥିତ ଥିଲେ ।

ସଂସ୍ଥାର ବିଭିନ୍ନ କାର୍ଯ୍ୟକ୍ରମ ଉପରେ ମୁଖ୍ୟ କାର୍ଯ୍ୟନିର୍ବାହୀ ମନ୍ତ୍ରୀଙ୍କ ନିକଟରେ ଏକ ଦୃଶ୍ୟଶ୍ରାବ୍ୟ ବିବରଣୀ ଉପସ୍ଥାପନ କରିଥିଲେ ।

ଆଗାମୀ ଦିନରେ ଓରେଡା ‘ସୌଭାଗ୍ୟ’ ଯୋଜନାରେ ୧୪ ହଜାର ଗ୍ରାମାଞ୍ଚଳ ପରିବାରକୁ ବିଦ୍ୟୁତ ସଂଯୋଗ ଦେବା ସହିତ ୧୮୨୦ଟି ସୌରଚାଳିତ ପାନୀୟଜଳ ବ୍ୟବସ୍ଥା, ୧୭୫ଟି ଜଳସେଚନ ପମ୍ପ ବ୍ୟବସ୍ଥା, ୨୯ଟି କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ଓ ୪୦ଟି ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ସୌରଶକ୍ତି ପ୍ରକଳ୍ପ, ସହରାଞ୍ଚଳରେ ଥିବା ଅନୁସୂଚିତ ଜାତି ଓ ଜନଜାତି ଛାତ୍ରାବାସଗୁଡ଼ିକରେ ୧୬୦ କିଲୋୱାଟ୍‌ କ୍ଷମତା ସମ୍ବଳିତ ଓ ସେମାନଙ୍କ ପାଇଁ ଉଦ୍ଦିଷ୍ଟ ଅନ୍ୟ ଛାତ୍ରାବାସଗୁଡ଼ିକରେ ୩୫୦ କିଲୋୱାଟ୍‌ କ୍ଷମତା ବିଶିଷ୍ଟ ଛାତ ଉପର ସୌରଚାଳିତ ପିଭି ଶକ୍ତି ପ୍ରକଳ୍ପ ସ୍ଥାପନ, କେଉଁଝର ଜିଲ୍ଲାରେ ୧୧ ହଜାର ଷ୍ଟି୍ଟ୍‌ ଲାଇଟ୍‌ ସମେତ ଜିଲ୍ଲାର ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକରେ ୩୨୦୦ରୁ ଅଧିକ ଉନ୍ନତ ଚୁଲା ସ୍ଥାପନ କରିବ ବୋଲି ଯୋଜନା ରହିଛି ।

ଅନୁଗୋଳ, ଝାରସୁଗୁଡ଼ା ଓ କେଉଁଝର ଜିଲ୍ଲାରେ ଓରେଡା ଜିଲ୍ଲା ଖଣିଜ ପାଣ୍ଠି ଅଧୀନରେ ଅକ୍ଷୟ ଶକ୍ତି ପ୍ରକଳ୍ପମାନ ପ୍ରତିଷ୍ଠା କରିବ । ଶିଳ୍ପୀ ଓ କାରିଗରମାନଙ୍କୁ ଓରେଡା ପକ୍ଷରୁ ୭୬ ହଜାରରୁ ଉର୍ଦ୍ଧ୍ଵ ସୌର ଲଣ୍ଠନ ଯୋଗାଇ ଦିଆଯାଇଥିବାବେଳେ ସୂର୍ଯ୍ୟ ମିତ୍ର ଦକ୍ଷତା ବିକାଶ କାର୍ଯ୍ୟକ୍ରମରେ ୫୪୦ ଜଣ ବିଦ୍ୟାର୍ଥୀଙ୍କୁ ତାଲିମ ପ୍ରଦାନ କରାଯାଇଛି ଏବଂ ୨୨୦ରୁ ଅଧିକ ଛାତ୍ର ବିଭିନ୍ନ ପ୍ରତିଷ୍ଠାନଗୁଡ଼ିକରେ ଅବସ୍ଥାପିତ ହୋଇଛନ୍ତି ।

ଓରେଡା ପକ୍ଷରୁ ଅକ୍ଷୟ ଶକ୍ତି ପ୍ରକଳ୍ପ ସଂପର୍କିତ ସମସ୍ୟା ସମାଧାନ ନିମନ୍ତେ ଏକ ଗ୍ରାହକ ସୁବିଧା କେନ୍ଦ୍ର କାର୍ଯ୍ୟ କରୁଛି । ସେହିପରି ଖଣ୍ଡଗିରିସ୍ଥିତ ବିଜୁ ପଟ୍ଟନାୟକ ଏନର୍ଜି ପାର୍କର ଉନ୍ନତିକରଣ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମର ରୂପାୟନ ପାଇଁ ନାଗପୁରର ଜାତୀୟ ପରିବେଶ ଯାନ୍ତ୍ରିକ ଗବେଷଣା ପ୍ରତିଷ୍ଠାନ(ନ୍ୟାସନାଲ୍‌ ଏନ୍‌ଭିରନ୍‌ମେଣ୍ଟାଲ୍‌ ଇଂଜିନିୟରିଂ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍) ସହିତ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି ବୋଲି ସମୀକ୍ଷା ବୈଠକରୁ ଜଣାପଡ଼ିଛି ।

ଓରେଡାର ଆର୍ଥିକ ଅଗ୍ରଗତି ୨୦୧୩-୧୪ ବର୍ଷରେ ୩୪.୬୫ କୋଟି ଟଙ୍କାରୁ ୨୦୧୮-୧୯ରେ ୨୪୪.୬୧ କୋଟିରେ ପହଞ୍ଚିଥିବା ଏହି ସଂସ୍ଥାର କ୍ରମବର୍ଦ୍ଧମାନ ସଫଳତାକୁ ପ୍ରତିପାଦିତ କରୁଛି ବୋଲି କହିବା ସହିତ ମନ୍ତ୍ରୀ ଶ୍ରୀ ପଣ୍ଡା ସଂସ୍ଥା ଅନ୍‌-ଗ୍ରୀଡ଼୍‌ ଓ ଅଫ୍‌-ଗ୍ରୀଡ଼୍‌ ଅକ୍ଷୟ ଶକ୍ତି ପ୍ରକଳ୍ପ, ବାୟୋଗ୍ୟାସ ପ୍ଲାଣ୍ଟ, ସ୍ଥାୟୀ ଉନ୍ନତ ଚୁଲା, ଉନ୍ନତ କ୍ଷୁଦ୍ର ଚୁଲା, ସୌର ଲଣ୍ଠନ, ପିଭି ଶକ୍ତି ପ୍ରକଳ୍ପ ସ୍ଥାପନ ଉପରେ ଅଗ୍ରାଧିକାର ଦେବା ସହିତ ଅନ୍ୟାନ୍ୟ ସଂସ୍ଥାଗୁଡ଼ିକୁ ଅକ୍ଷୟ ଶକ୍ତି ବାବଦରେ ପରାମର୍ଶ ଯୋଗାଇଦେବା ଉପରେ ଗୁରୁତ୍ୱ ଦେଇଥିଲେ ।

ସମୀକ୍ଷା ବୈଠକରେ ଓରେଡାର ନିର୍ଦ୍ଦେଶକ(ପ୍ରଶାସନ) ବିଷ୍ଣୁପ୍ରିୟା ସାହୁ ଓ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ରଶ୍ମିରଞ୍ଜନ ସାହୁଙ୍କ ସମେତ ଅନ୍ୟ ପଦାଧିକାରୀମାନେ ଉପସ୍ଥିତ ଥିଲେ ।

Categories
STATE

RELATED BY

  • ହାରାହାରି ପରମାୟୁ କମାଇ ଦେଉଛି କି?

    ଢେଙ୍କାନାଳ: ଚିକାଗୋ ବିଶ୍ୱବିଦ୍ୟାଳୟର ଏୟାର କ୍ୱାଲିଟି ଲାଇଫ ଇଣ୍ଡେକ୍ସ ବା AQLI ତଥ୍ୟ ଅନୁସାରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସୁସ୍ଥ ବାୟୁ ମାନକ ପାଳନ କରାଯାଇ ପାରିଲେ ଢେଙ୍କାନାଳର ଅଧିବାସୀ ମାନଙ୍କ ହାରାହାରି ପରମାୟୁ ଦୁଇ ବର୍ଷ ନଅ ମାସ...
  • ଗଣଦୁଷ୍କର୍ମ ଏବଂ ହତ୍ୟାକୁ ଲୁଚାଇବା ପାଇଁ ଯାଜପୁର ଏସପି ସାଜିଛନ୍ତି ଅପରାଧୀଙ୍କ ପ୍ରବକ୍ତା

    ଭୁବନେଶ୍ୱର: ଧର୍ମଶାଳା ବ୍ଲକ ହରିଦାସପୁର ପଞ୍ଚାୟତ ନିର୍ବାହୀ ଅଧିକାରୀ ସ୍ମିତାରାଣୀ ବିଶ୍ୱାଳଙ୍କ ହତ୍ୟା ପ୍ରସଙ୍ଗରେ ଯାଜପୁର ଏସପି ଚରଣଜିତ ସିଂହ ମୀନାଙ୍କର ବୟାନ ହେଉଛି ମୁଖ୍ୟ ଅଭିଯୁକ୍ତ ରୂପେଶ ଭଦ୍ର ଓରଫ ନାଣ୍ଡୁକୁ ଖସାଇଦେବା ପାଇଁ ଚାଲିଥିବା ଷଡଯନ୍ତ୍ରର ଏକ...
  • କାହା ଚାପରେ ସ୍ୱର୍ଗତା ମହିଳାଙ୍କର ଚରିତ୍ର ପ୍ରତି ଯେଉଁ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି

    ଭୁବନେଶ୍ୱର: ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ହରିଦାସପୁର ଗ୍ରାମ ପଞ୍ଚାୟତର ଭିଏଲ୍ଡବ୍ଲୁ ୰ ସ୍ମିତାରାଣୀ ବିଶ୍ୱାଳଙ୍କ ରହସ୍ୟମୟ ସନ୍ଦେହଜନକ ମୃତ୍ୟୁ ସଂପ୍ରତି ରାଜ୍ୟରେ ଗଭୀର ଆଲୋଡନ ସୃଷ୍ଟି କରିଛି । ଓଡିଶା ରାଜ୍ୟ ସରକାର ଓ ଯାଜପୁର ଜିଲ୍ଲା ପ୍ରଶାସନ...
  • ଟୁର ଅପରେଟରମାନଙ୍କ ସହ ବ୍ୟବସାୟିକ ଆଲୋଚନା ଆରମ୍ଭ

    ଭୁବନେଶ୍ୱର: ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଆଜି ‘ଓଡ଼ିଶା ଟ୍ରାଭେଲ୍‌ ବଜାର’ ଆନୁକୂଲ୍ୟରେ ଆୟୋଜିତ ଷ୍ଟଲ୍‌ଗୁଡ଼ିକୁ ଉଦ୍‌ଘାଟନ କରିଛନ୍ତି । ଓଡ଼ିଶା ପର୍ଯ୍ୟଟନ ପକ୍ଷରୁ ସ୍ଥାନୀୟ ହୋଟେଲ୍‌ ସ୍ୱସ୍ତି ପ୍ରିମିୟମ୍  ଖୋଲିଥିବା...