ବିଚ୍ଛିନ୍ନାଞ୍ଚଳକୁ ଓଡ଼ିଶା ସରକାରଙ୍କ ଉତ୍କଳ ପ୍ରସଙ୍ଗ ଓ ଓଡ଼ିଶା ରିଭ୍ୟୁ ଗଲା

ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ଓ ବିଚ୍ଛିନ୍ନାଞ୍ଚଳ ସହ ସମ୍ପର୍କ ଦୃଢ଼ ନିମନ୍ତେ ପ୍ରୟାସ

ଭୁବନେଶ୍ୱର: ବିଗତ ବର୍ଷମାନଙ୍କ ଭଳି ଚଳିତ ବର୍ଷ ଓଡ଼ିଶା ସରକାରଙ୍କ ଦ୍ୱାରା ପ୍ରସ୍ତୁତ ଉତ୍କଳ ପ୍ରସଙ୍ଗ ଓ ଓଡ଼ିଶା ରିଭ୍ୟୁର ବିତରଣ ନିମନ୍ତେ ସଢ଼େଇକଳା ଓ ଖରସୁଆଁ ବିଚ୍ଛିନ୍ନାଞ୍ଚଳକୁ ପଠାଯାଇଛି ।

ଆଜି ପୂର୍ବାହ୍ନ ୧୦ ଘଟିକା ସମୟରେ ଉତ୍କଳ ପ୍ରସଙ୍ଗ ଓ ଓଡ଼ିଶା ରିଭ୍ୟୁ ନେଇ ଯାଉଥିବା ଏକ ଗାଡ଼ିକୁ ପତାକା ଦେଖାଇ ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶକ ଶ୍ରୀ କୃପାସିନ୍ଧୁ ମିଶ୍ର ଯାତ୍ରାର ଶୁଭାରମ୍ଭ ନିମନ୍ତେ ଶୁଭ ସଂକେତ ଦେଇଥିଲେ ।

ଓଡ଼ିଶା ଭାଷା, ସଂସ୍କୃତି ଓ ବିଚ୍ଛିନ୍ନାଞ୍ଚଳରେ ବସବାସ କରୁଥିବା ଓଡ଼ିଆ ଭାଷାଭାଷି ଲୋକମାନଙ୍କ ମଧ୍ୟରେ ଜଗନ୍ନାଥ ସଂସ୍କୃତି ପ୍ରତି ଶ୍ରଦ୍ଧା ଓ ସମ୍ମାନକୁ ପୁନଃ ଉଜ୍ଜିବୀତ କରିବା ଏବଂ ସରକାରଙ୍କର ବିଚ୍ଛିନ୍ନାଞ୍ଚଳ ଲୋକମାନଙ୍କ ପ୍ରତି ଶ୍ରଦ୍ଧା ଓ ସମ୍ମାନ ଜାରି ରଖିବା ଏହି ଯାତ୍ରାର ମୂଳ ଲକ୍ଷ୍ୟ ।

୧୦ ହଜାର ପୁସ୍ତକ ନେଇ ଯାତ୍ରା କରୁଥିବା ଏହି ଗାଡ଼ିଟି ବିଭିନ୍ନ ଜିଲ୍ଲାରେ ଉତ୍କଳ ପ୍ରସଙ୍ଗ ଓ ଓଡ଼ିଶା ରିଭ୍ୟୁ ବିତରଣ କରି ଆସନ୍ତା କାଲି ସଢ଼େଇକଳା ଓ ଖରସୁଆଁରେ ପହଞ୍ଚିବ ।

ସଢ଼େଇକଳା ଓ ଖରସୁଆଁରେ ବସବାସ କରୁଥିବା ଓଡ଼ିଆ ଭାଷାଭାଷି ଲୋକମାନଙ୍କ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହି ସଂସ୍କୃତିସମ୍ପନ୍ନ ପୁସ୍ତକ ବିତରଣ କରାଯିବାର କାର୍ଯ୍ୟକ୍ରମ ରହିଛି ।

ଏହି ଉତ୍ସବରେ ସୂଚନା ଓ ଲୋକସମ୍ପର୍କ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ନିରଞ୍ଜନ ସେଠୀ ଉତ୍କଳ ପ୍ରସଙ୍ଗ ଓ ଓଡ଼ିଶା ରିଭ୍ୟୁ ସମ୍ପାଦକ ଡ.ଲେନିନ୍‌ ମହାନ୍ତି,ସୂଚନା ଅଧିକାରୀ ପ୍ରଫୁଲ ମଲ୍ଲିକ ଙ୍କ ସମେତ ଏହି ବିଭାଗର କର୍ମଚାରୀ ଉପସ୍ଥିତ ରହି ଯାତ୍ରାର ସଫଳତା କାମନା କରିଥିଲେ

Categories
STATE

RELATED BY

  • ହାରାହାରି ପରମାୟୁ କମାଇ ଦେଉଛି କି?

    ଢେଙ୍କାନାଳ: ଚିକାଗୋ ବିଶ୍ୱବିଦ୍ୟାଳୟର ଏୟାର କ୍ୱାଲିଟି ଲାଇଫ ଇଣ୍ଡେକ୍ସ ବା AQLI ତଥ୍ୟ ଅନୁସାରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସୁସ୍ଥ ବାୟୁ ମାନକ ପାଳନ କରାଯାଇ ପାରିଲେ ଢେଙ୍କାନାଳର ଅଧିବାସୀ ମାନଙ୍କ ହାରାହାରି ପରମାୟୁ ଦୁଇ ବର୍ଷ ନଅ ମାସ...
  • ଗଣଦୁଷ୍କର୍ମ ଏବଂ ହତ୍ୟାକୁ ଲୁଚାଇବା ପାଇଁ ଯାଜପୁର ଏସପି ସାଜିଛନ୍ତି ଅପରାଧୀଙ୍କ ପ୍ରବକ୍ତା

    ଭୁବନେଶ୍ୱର: ଧର୍ମଶାଳା ବ୍ଲକ ହରିଦାସପୁର ପଞ୍ଚାୟତ ନିର୍ବାହୀ ଅଧିକାରୀ ସ୍ମିତାରାଣୀ ବିଶ୍ୱାଳଙ୍କ ହତ୍ୟା ପ୍ରସଙ୍ଗରେ ଯାଜପୁର ଏସପି ଚରଣଜିତ ସିଂହ ମୀନାଙ୍କର ବୟାନ ହେଉଛି ମୁଖ୍ୟ ଅଭିଯୁକ୍ତ ରୂପେଶ ଭଦ୍ର ଓରଫ ନାଣ୍ଡୁକୁ ଖସାଇଦେବା ପାଇଁ ଚାଲିଥିବା ଷଡଯନ୍ତ୍ରର ଏକ...
  • କାହା ଚାପରେ ସ୍ୱର୍ଗତା ମହିଳାଙ୍କର ଚରିତ୍ର ପ୍ରତି ଯେଉଁ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି

    ଭୁବନେଶ୍ୱର: ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ହରିଦାସପୁର ଗ୍ରାମ ପଞ୍ଚାୟତର ଭିଏଲ୍ଡବ୍ଲୁ ୰ ସ୍ମିତାରାଣୀ ବିଶ୍ୱାଳଙ୍କ ରହସ୍ୟମୟ ସନ୍ଦେହଜନକ ମୃତ୍ୟୁ ସଂପ୍ରତି ରାଜ୍ୟରେ ଗଭୀର ଆଲୋଡନ ସୃଷ୍ଟି କରିଛି । ଓଡିଶା ରାଜ୍ୟ ସରକାର ଓ ଯାଜପୁର ଜିଲ୍ଲା ପ୍ରଶାସନ...
  • ଟୁର ଅପରେଟରମାନଙ୍କ ସହ ବ୍ୟବସାୟିକ ଆଲୋଚନା ଆରମ୍ଭ

    ଭୁବନେଶ୍ୱର: ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଆଜି ‘ଓଡ଼ିଶା ଟ୍ରାଭେଲ୍‌ ବଜାର’ ଆନୁକୂଲ୍ୟରେ ଆୟୋଜିତ ଷ୍ଟଲ୍‌ଗୁଡ଼ିକୁ ଉଦ୍‌ଘାଟନ କରିଛନ୍ତି । ଓଡ଼ିଶା ପର୍ଯ୍ୟଟନ ପକ୍ଷରୁ ସ୍ଥାନୀୟ ହୋଟେଲ୍‌ ସ୍ୱସ୍ତି ପ୍ରିମିୟମ୍  ଖୋଲିଥିବା...