ରେଳ ବଜେଟରେ ଓଡିଶାକୁ ଏଥର ମିଳିଛି ରେକର୍ଡ ପରିମାଣର ଅନୁଦାନ

ହରିଦାସପୁର-ପାରାଦ୍ୱୀପ ରେଳଲାଇନର ୮୨ କିମିର ନୂଆ ରେଳପଥ ପାଇଁ ୪୦୦ କୋଟି

ଭୁବନେଶ୍ୱର : କେନ୍ଦ୍ରୀୟ ରେଳ ବଜେଟ ୨୦୧୯-୨୦ ଆର୍ଥୀକ ବର୍ଷ ପାଇଁ ଓଡିଶାକୁ ମିଳିବ ୫୮୦୦ କୋଟିରୁ ଅଧିକ ଅର୍ଥ ।

କେନ୍ଦ୍ରରେ ମୋଦି ସରକାର କ୍ଷମତାକୁ ଆସିବା ପରେ କ୍ରମାଗତ ଭାବେ ରେଳ ବଜେଟରେ ଓଡିଶାକୁ ଅଧିକରୁ ଅଧିକ ଅର୍ଥ ମିଳିଛି ।

ପୂର୍ବରୁ କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ସରକାର ସମୟରେ ରେଳ ବଜେଟରେ ଓଡିଶାକୁ କେବେବି ୧୦୦୦ କୋଟିରୁ ଅଧିକ ଅର୍ଥ ମିଳିନଥିଲା । ହେଲେ ମୋଦି ସରକାରଙ୍କ ଅମଳରେ ଏହା ୫୦୦୦ କୋଟି ପାରି ହୋଇ ୬୦୦୦କୋଟି ଛୁଇଁବାକୁ ଗଲାଣି ।

ଗତ ଆର୍ଥୀକ ବଜେଟରେ ଓଡିଶାକୁ ରେଳ ଅନୁଦାନ ୫୨୦୦ କୋଟି ମିଳିଥିବା ବେଳେ ଏଥର ତାଠାରୁ ଆହୁରି ଅଧିକ ୬୦୦ କୋଟି ମିଳିବାକୁ ଯାଉଛି ବୋଲି କହିଛନ୍ତି ବିଜେପିର ଉପସଭାପତି ସମିର ମହାନ୍ତି ।

ଚଳିତ ରେଳ ବଜେଟରେ ଓଡିଶାକୁ ରେକର୍ଡ ପରିମାଣର ଅର୍ଥ ପ୍ରଦାନ କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଓଡିଶା ବାସୀଙ୍କ ତରଫରୁ ଧନ୍ୟବାଦ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

ଅନୁଗୁଳ-ସୁକିନ୍ଦା ରେଳ ପ୍ରକଳ୍ପରେ ନୂଆ ରେଳ ଲାଇନ ପାଇଁ ୨୫୦ କୋଟି ମିଳିବ ଯାହା ଗତ ବର୍ଷ ୨୦୦ କୋଟି ଥିଲା ।

ସେହିପରି ହରିଦାସପୁର-ପାରାଦ୍ୱୀପ ରେଳଲାଇନର ୮୨ କିମିର ନୂଆ ରେଳପଥ ପାଇଁ ୪୦୦ କୋଟି ମିଳିବ ।

ଗତ ବର୍ଷ ଏହା ୨୦୦ କୋଟି ଥିଲା । ଖୋର୍ଧାରୋଡ ବଲାଙ୍ଗୀର ରେଳପଥ ନିର୍ମାଣ ପାଇଁ ୩୫୦ କୋଟି, ତାଳଚେର ବିମଳାଗଡ ରେଳଲାଇନ ପାଇଁ ୧୫୦କୋଟି ମିଳିବ ।

ଏହାଛଡା ରେଳ ଲାଇନ ଦୋହରିକରଣରେ ମଧ୍ୟ ପର୍ଯ୍ୟାପ୍ତ ପରିମାଣର ଅର୍ଥ ଓଡିଶା ପାଇବ । ସମ୍ବଲପୁର –ତାଳଚେର ରେଳପଥ ଦୋହରିକରଣ ପାଇଁ ୨୪୯ କୋଟି, ସମ୍ବଲପୁର–ଟିଟଲାଗଡ ରେଳପଥ ଦୋହରିକରଣ ପାଇଁ ୧୭୦ କୋଟି ଅନୁଦାନର ବ୍ୟବସ୍ଥା କରାଯାଇଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

Categories
POLITICS

RELATED BY

  • ଦଳୀୟ ଅନୁଶାସନ ଭଙ୍ଗ ଏବଂ ବିଶୃଙ୍ଖଳିତ କାର୍ଯ୍ୟ

    ଭୁବନେଶ୍ୱର : ଦଳୀୟ ଅନୁଶାସନ ଭଙ୍ଗ, ବିଶୃଙ୍ଖଳିତ କାର୍ଯ୍ୟ ଏବଂ ପାର୍ଟିର ସାଙ୍ଗଠନିକ କାର୍ଯ୍ୟକଳାପରେ ବାଧା ସୃଷ୍ଟି କରିଥିବା ଆଦି ଦଳ ବିରୋଧୀ କାର୍ଯ୍ୟ ପାଇଁ ରାଜ୍ୟସଭାପତି ଶ୍ରୀ ବସନ୍ତ ପଣ୍ଡାଙ୍କ ଅନୁମୋଦନକ୍ରମେ କଟକ ନଗର ଜିଲ୍ଲା ଯୁବମୋର୍ଚ୍ଚା ସଭାପତି...
  • ସମସ୍ତ ସାଂସଦମାନଙ୍କୁ ଚିଠି ଲେଖିଲେ

    ଭୁବନେଶ୍ୱର : ବିଜୁ ଜନତା ଦଳର ସଭାପତି  ନବୀନ ପଟ୍ଟନାୟକ ଦଳର ଲୋକସଭା ଓ ରାଜ୍ୟସଭା ସାଂସଦମାନେ ରାଜ୍ୟବାସୀଙ୍କ ବିଭିନ୍ନ ସ୍ୱାର୍ଥ ସମ୍ବଳିତ ଗୁରୁତ୍ୱପୂର୍ଣ୍ଣ ପ୍ରସଂଗଗୁଡିକୁ ସଂସଦରେ ସଠିକ୍‍ ଭାବରେ ଉପସ୍ଥାପନ କରି ରାଜ୍ୟବାସୀଙ୍କ ଶ୍ରଦ୍ଧାଭାଜନ ହେବା ପାଇଁ ଆଶା...
  • ବିଜେପି ସାଂସଦ ଡ. ସୁବ୍ରମଣ୍ୟ ସ୍ୱାମୀଙ୍କ ଗିରଫ ଦାବୀରେ ଏତଲା ଦାୟର

    ଭୁବନେଶ୍ୱର :ଓଡ଼ିଶା ପ୍ରଦେଶ କଂଗ୍ରେସ ଅନୁସୂଚୀତ ବିଭାଗ ପକ୍ଷରୁ ବିଜେପି ସାଂସଦ ଡ. ସୁବ୍ରମଣ୍ୟ ସ୍ୱାମୀ ଗତ ୫.୭.୨୦୧୯ ରିଖରେ ଅଖିଳ ଭାରତ କଂଗ୍ରେସ ସଭାପତି ଶ୍ରୀଯୁକ୍ତ ରାହୁଲ ଗାନ୍ଧୀଙ୍କୁ ଆପେକ୍ଷ କରି ଯେଉଁ ଟିପ୍ପଣୀ ପ୍ରଦାନ କରିଛନ୍ତି ତାହାର...
  • ପାଟକୁରା ନିର୍ବାଚନରେ ଜୟନ୍ତ ବାବୁଙ୍କୁ ବିଜୟୀ କରିବା ପାଇଁ ଉଦ୍ୟମ

    ଭୁବନେଶ୍ୱର : ଆଗାମୀ ପାଟକୁରା ବିଧାନସଭା ନିର୍ବାଚନରେ କଂଗ୍ରେସ ଦଳ ପକ୍ଷରୁ ରଣକୌଶଳ ପାଇଁ ଆଜି ଭୁବନେଶ୍ୱର କଂଗ୍ରେସ ଭବନ ପରିସରରେ ଏକ ପ୍ରସ୍ତୁତି ବୈଠକ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି...
WhatsApp chat