ବିଜେପି ସାଂସଦ ଡ. ସୁବ୍ରମଣ୍ୟ ସ୍ୱାମୀଙ୍କ ଗିରଫ ଦାବୀରେ ଏତଲା ଦାୟର

କୁଶପୁତଳିକା ଦାହ

ଭୁବନେଶ୍ୱର :ଓଡ଼ିଶା ପ୍ରଦେଶ କଂଗ୍ରେସ ଅନୁସୂଚୀତ ବିଭାଗ ପକ୍ଷରୁ ବିଜେପି ସାଂସଦ ଡ. ସୁବ୍ରମଣ୍ୟ ସ୍ୱାମୀ ଗତ ୫.୭.୨୦୧୯ ରିଖରେ ଅଖିଳ ଭାରତ କଂଗ୍ରେସ ସଭାପତି ଶ୍ରୀଯୁକ୍ତ ରାହୁଲ ଗାନ୍ଧୀଙ୍କୁ ଆପେକ୍ଷ କରି ଯେଉଁ ଟିପ୍ପଣୀ ପ୍ରଦାନ କରିଛନ୍ତି ତାହାର ପ୍ରତିବାଦ ଓ ତାଙ୍କର ଗିରଫ ଦାବୀ କରି ଓଡ଼ିଶା ପ୍ରଦେଶ କଂଗ୍ରେସ ଅନୁସୂଚିତ ଜାତି ବିଭାଗ ସହଅଧ୍ୟକ୍ଷ କ୍ୟାପିଟାଲ ଥାନାରେ ଏତଲା ଦାୟର କରିଛନ୍ତି ।

ଶ୍ରୀଯୁକ୍ତ ସ୍ୱାମୀ ଜଣେ ଆଇନଜୀବି ଓ ସଚେତନ ନାଗରିକ ହିସାବରେ ଏଭଳି ଆପେକ୍ଷ କରି ଜଣେ ଜାତୀୟ ସ୍ତରର ନେତାଙ୍କୁ ବଦନାମ କରିବାପାଇଁ ଯେଉଁ ଅଭିନବ ପ୍ରୟାସ ଜାରି ରଖିଛନ୍ତି ଏହା ବିଜେପିର ହିନ ରାଜନୀତି ଛଡ଼ା ଆଉ କିଛି ନୁହେଁ ।

ଏହାର ପ୍ରତିବାଦରେ ସ୍ଥାନୀୟ ମାଷ୍ଟର କ୍ୟାଣ୍ଟିନ ଛକରେ ଶ୍ରୀଯୁକ୍ତ ସ୍ୱାମୀଙ୍କ କୁଶପୁତଳିକା ଦାହ କରାଯାଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ।

ଏହି ବିକ୍ଷୋଭରେ ବରିଷ୍ଠ କଂଗ୍ରେସ ନେତା ତଥା ବିଧାୟକ ଶ୍ରୀଯୁକ୍ତ ସୁରେଶ କୁମାର ରାଉତରାୟ, ପ୍ରଦେଶ କଂଗ୍ରେସ ଅନୁସୂଚୀତ ଜାତି ବିଭାଗର ରାଜ୍ୟ କର୍ମକର୍ତା ଓ ଜିଲ୍ଲା ଅଧ୍ୟକ୍ଷ ଶ୍ରୀମତୀ ଜାନକୀ ମଲ୍ଲିକ, ସର୍ବେଶ୍ୱର ସେଠୀ, ଦେବେନ୍ଦ୍ର ଦାସ, ମୁନି ଥାପା, ରସାନନ୍ଦ ନାୟକ, ବାପି ନାୟକ, ଜ୍ୟୋତିଷ ସାହୁ, ଚିନ୍ମୟ ସୁନ୍ଦର ଦାସ, ତରୁଣକାନ୍ତ ମିଶ୍ର, ଲିଙ୍ଗରାଜ ସାହୁ, ଶୈଳେନ୍ଦ୍ର ମଜୁମଦାର, ନରେଶ ମହାନ୍ତି, ରଜନୀ ମହାନ୍ତି, ଦୀପକ ମହାପାତ୍ର, ରାଜକିଶୋର ବାରିକ, ଜୟକୃଷ୍ଣ ସୁବୁଦ୍ଧି, ଆତ୍ମାରାମ ପତି, ନିହାର ରଞ୍ଜନ ବଳ, ବୈଲୋଚନ ସାହୁ, ଦୀଲିପ ସ୍ୱାଇଁ, ନିହାର ରଞ୍ଜନ ମହାପାତ୍ର, ପବିତ୍ର ରଞ୍ଜନ ସେନାପତି, ତାରାକାନ୍ତ ବାରିକ, ନରେଶ ପାତ୍ର, କୁଳମଣି ସାହୁ ପ୍ରମୁଖ ଏହି ବିକ୍ଷୋଭରେ ଅଂଶଗ୍ରହଣ କରିଥିଲେ ।

Categories
POLITICS
Newsroll

RELATED BY

  • ମନ୍ତ୍ରୀଙ୍କୁ ଅଭିଯୋଗ କଲେ ଓଡ଼ିଶାରେ ନିରୀହ, ଦଳିତ ଲୋକଙ୍କ ଉପରେ ଅତ୍ୟାଚାର କରାଯାଉଛି

    ଭୁବନେଶ୍ୱର: ଯାଜପୁର ଜିଲ୍ଲା ବରି ବ୍ଲକର ଔପଡା ଗାଁର ଜଣେ ଅନୁସୁଚିତ ଜାତିର ଗରିବ ହୋମଗାର୍ଡ ରଂଜନ ମଲ୍ଲିକଙ୍କୁ ବରି ବିଧାୟିକା ସୁନନ୍ଦା ଦାସଙ୍କ ସ୍ୱାମୀ ଦେବେନ୍ଦ୍ର ଦାସ ଓ ଜିଲ୍ଲା ପରିଷଦ ସଭ୍ୟ ଅଶୋକ ସାମଲ ଏବଂ ସେହି...
  • ସଚିବାଳୟର ୩ୟ ମହଲା ସହ ରାମକୋ ସିମେଣ୍ଟ ଅଧିକାରୀଙ୍କ କ’ଣ ସଂପର୍କ ରହିଛି ?

    ଭୁବନେଶ୍ୱର: ସ୍ମିତାରାଣୀର ଗଣଦୁର୍ଷ୍କମ ଏବଂ ହତ୍ୟା ସ୍ଥଳୀରେ ରଙ୍ଗଶାଳା ସାଜିଥିବା ଗେଷ୍ଟ ହାଉସରେ ମୁଖ୍ୟ ଅଭିଯୁକ୍ତ ବିଜେଡି ସରପଞ୍ଚଙ୍କ ସ୍ୱାମୀ ରୂପେଶ ଭଦ୍ର ଓରଫ ନାଣ୍ଡୁ ବ୍ୟତୀତ ୨ ଜଣ ବିଜେଡି ସମିତି ସଭ୍ୟ, ଜଣେ ବିଜେଡି ଜିଲ୍ଲା ପରିଷଦ...
  • ସ୍ମିତାରାଣୀଙ୍କ ହତ୍ୟା ପୂର୍ବରୁ ହୋଇଛି ଗଣଦୁଷ୍କର୍ମ, ସିବିଆଇ ତଦନ୍ତ ହେଲେ ସତ ବାହାରିବ

    ଭୁବନେଶ୍ୱର: ରାଜ୍ୟରେ ମହିଳାମାନେ ଅସହାୟ ଏବଂ ଅସୁରକ୍ଷିତ ହୋଇପଡିଛନ୍ତି । ଶାସକ ଦଳର ନେତା, କର୍ମୀ ଏବଂ ସେମାନଙ୍କ ସଂର୍ପକୀୟମାନେ ମହିଳାମାନଙ୍କ ସହ ଅକଥନୀୟ ଅତ୍ୟାଚାର କରିଚାଲିଛନ୍ତି । ପ୍ରତିଦିନ ଗୋଟିଏ ପରେ ଗୋଟିଏ ପରେ ଗଣଦୁର୍ଷ୍କମ, ହତ୍ୟା ଆଦି...
  • କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପଦଯାତ୍ରା

    ଭୁବନେଶ୍ୱର : ଗତ ଅକ୍ଟୋବର ୨ ତାରିଖ ୧୫୦ତମ ଗାନ୍ଧୀ ଜୟନ୍ତୀରୁ ଭାରତୀୟ ଜନତା ପାର୍ଟୀ ତରଫରୁ ଦେଶ ବ୍ୟାପୀ ଗାନ୍ଧୀ ସଂକଳ୍ପ ଯାତ୍ରା ଆରମ୍ଭ ହୋଇଛି । ରାଜ୍ୟରେ ଏହି ପଦଯାତ୍ରାକୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ କଟକ...