ମନ୍ତ୍ରୀ ପରିଷଦ ବୈଠକରେ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀମାନଙ୍କୁ କଣ କହିଲେ ଜାଣନ୍ତୁ

Monthly Report ମୁଁ ପାଇଛି

ଆପଣଙ୍କ ବିଭାଗ କାମ ବିଷୟରେ Monthly Report ମୁଁ ପାଇଛି । ଠିକ୍ ସମୟରେ ରିପୋର୍ଟ ଦେଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ ।

ମୁଁ ଆଜି ଆପଣମାନଙ୍କୁ ପାଞ୍ଚୋଟି ବିଷୟରେ କହିବାକୁ ଚାହେଁ ।

 ଆପଣମାନେ extensive tour କରନ୍ତୁ । ଏହାଦ୍ୱାରା ଆପଣ ଆପଣଙ୍କ ବିଭାଗର କାମ ବିଷୟରେ ତୃଣମୂଳ ସ୍ତରରୁ ଜାଣିପାରିବେ ।

 ଆପଣଙ୍କ ବିଭାଗର ବିଭିନ୍ନ ଅଫିସ ଏବଂ ଅନୁଷ୍ଠାନ ଗୁଡିକ ଅଚାନକ ପରିଦର୍ଶନ କରନ୍ତୁ । ଏହାଦ୍ୱାରା ସରକାରୀ ସେବା ପ୍ରଦାନ ତ୍ୱରାନ୍ୱିତ ହେବ ।

ଗସ୍ତ ସମୟରେ ଲୋକଙ୍କୁ ଭେଟନ୍ତୁ । ଲୋକଙ୍କ ସମସ୍ୟା ବୁଝନ୍ତୁ । ସରକାରୀ ସେବା ବିଷୟରେ ହିତାଧିକାରୀଙ୍କ ଠାରୁ Direct Feedback ନିଅନ୍ତୁ ।

5T (Transparency, Technology, Teamwork, Transdformation and Time)  ପରିବର୍ତ୍ତନ ପାଇଁ ଖୁବ ଗୁରୁତ୍ୱପୂର୍ଣ୍ଣ । ଏଥିପାଇଁ ଆପଣଙ୍କୁ ବ୍ୟକ୍ତିଗତ ଭାବରେ ଦୃଷ୍ଟି ଦେବାକୁ ହେବ ।

 ସ୍ୱଚ୍ଛତା ଏବଂ ଦକ୍ଷତା ପାଇଁ computarisation ଜରୁରୀ । ତେଣୁ ଆପଣଙ୍କ ବିଭାଗର ଶତପ୍ରତିଶତ କାମ ଯେପରି OSWAS ଜରିଆରେ ହେବ, ସେଥିପ୍ରତି ଆପଣ ସ୍ୱତନ୍ତ୍ର ଧ୍ୟାନ ଦିଅନ୍ତୁ ।

Categories
STATE

RELATED BY

  • ରସଗୋଲା ଦିବସ ପାଳିତ

    ଭୁବନେଶ୍ୱର:ସଂସ୍କୃତି ଓ ପରମ୍ପରାକୁ ସଦାସର୍ବଦା ବଜାୟ ରଖି ଆସିବା ସହ ଏହାକୁ ସବୁବେଳେ ପ୍ରାଥମିକତା ଦେଇଆସୁଥିବା ରାଜ୍ୟର ଅଗ୍ରଣୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ନୀଳାଦ୍ରିବିହାର ଯୁବ ଓ ସାଂସ୍କୃତିକ ସଂଘ ତରଫରୁ ପବିତ୍ର ନୀଳାଦ୍ରିବିଜେ ଅବସରରେ ରସଗୋଲା ଦିବସ...
  • ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀଙ୍କ ଢ଼େଙ୍କାନାଳ ସରକାରୀ ପଲିଟେକ୍‌ନିକ୍‌ ପରିଦର୍ଶନ

    ଭୁବନେଶ୍ୱର:ରାଜ୍ୟ ଦକ୍ଷତା ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଇଂ.ପ୍ରେମାନନ୍ଦ ନାୟକ ବୁଧବାର ଅପରାହ୍ନରେ ଢ଼େଙ୍କାନାଳ ସରକାରୀ ପଲିଟେକ୍‌ନିକ୍‌ ପରିଦର୍ଶନରେ ଯାଇଥିଲେ । ଏହି ଅବସରରେ ବିଭିନ୍ନ ଟ୍ରେଡ଼୍‌ରେ ଥିବା କର୍ମଶାଳା ଓ ୱାର୍କସପ୍‌, ସ୍ମାର୍ଟ କ୍ଲାସରୁମ୍‌ ଓ ଟୁଲ୍‌ରୁମ୍‌ ବୁଲି...
  • ପ୍ରକୃତି ମିତ୍ର ଓ ପ୍ରକୃତି ବନ୍ଧୁ ପୁରସ୍କାର ପ୍ରୋତ୍ସାହନ ରାଶିକୁ ବୃଦ୍ଧି କରିବା ପାଇଁ ଗୁରୁତ୍ୱାରୋପ

    ଭୁବନେଶ୍ୱର: ପରିବେଶ କେବଳ ଏକ ରାଜ୍ୟ ପ୍ରସଙ୍ଗ ନୁହେଁ ବରଂ ଏକ ଅନ୍ତର୍ଜାତୀୟ ପ୍ରସଙ୍ଗ । ମାନବ ସଭ୍ୟତାର ଏବଂ ସମ୍ପୂର୍ଣ୍ଣ ଜୀବଜଗତର ଏହା ସ୍ଥିତିର ପ୍ରସଙ୍ଗ । ଜଙ୍ଗଲ ହେଉଛି ପରିବେଶର ଏକ ପ୍ରମୁଖ ଅଙ୍ଗ । ପରୋକ୍ଷଭାବେ...
  • ରାଜ୍ୟର ୧୦ଟି କୃଷି ପାଣିପାଗ ଅଞ୍ଚଳ ପାଇଁ ଆପଦକାଳୀନ ଯୋଜନା ପ୍ରସ୍ତୁତ

    ଭୁବନେଶ୍ୱର: ବନ୍ୟା, ବାତ୍ୟା, ମରୁଡ଼ି, ବିଳମ୍ବ ମୌସୁମୀ ବର୍ଷା ଆଦି ଆପଦକାଳୀନ ପରିସ୍ଥିତିର ସଫଳ ମୁକାବିଲା କରିବା ନିମନ୍ତେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପ୍ରସ୍ତୁତ ରହିଛି । କୃଷି ନିର୍ଦ୍ଦେଶାଳୟ, ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ...
WhatsApp chat