୨୩୦ତମ “ମିଟ୍ ଦ ଆର୍ଟିଷ୍ଟ”

“ଓଡ଼ିଶାରେ ସେରାମିକ କଳା”

ଭୁବନେଶ୍ୱର : ଜେ.ଡି.ସି.ଏ. ଭୁବନେଶ୍ୱର ତରଫରୁ ପ୍ରତ୍ୟେକ ମାସ ଦ୍ୱିତୀୟ ଶନିବାର ଦିନ ଆୟୋଜନ କରାଯାଉଥିବା “କଳାକାରଙ୍କ ସାଙ୍ଗେ” (ମିଟ୍ ଦ ଆର୍ଟିଷ୍ଟ)ର ୨୩୦ତମ କାର୍ଯ୍ୟକ୍ରମ ଆଜି ଏହାର କାର୍ଯ୍ୟାଳୟ, ଏ/୨୦, ଭି.ଆଇ.ପି. କଲୋନୀ, ନୟାପଲ୍ଲୀ, ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଯାଇଅଛି ।

ଏଥରର ବିଷୟବସ୍ତୁ ଥିଲା “ଓଡ଼ିଶାରେ ସେରାମିକ କଳା” । ଜେଡିସିଏ ତରଫରୁ ରାମହରି ଜେନା ଓ ଅନନ୍ତ ଚରଣ ସାହୁ ପୁଷ୍ପଗୁଚ୍ଛ ଏବଂ ଉତରୀୟ ପ୍ରଦାନ କରି ମୁଖ୍ୟ ଅତିଥିଙ୍କୁ ସମ୍ମାନିତ କରିଥିଲେ ଓ ମଙ୍ଗଳା ପ୍ରସାଦ ମହାନ୍ତି ଅତିଥିଙ୍କର ପରିଚୟ ପ୍ରଦାନ କରିଥିଲେ ।

‘କଳାକାରଙ୍କ ସାଙ୍ଗେ’ କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ରୂପେ ଆଜିର କାର୍ଯ୍ୟକ୍ରମରେ ବିଶ୍ୱଜିତା ମହାରଣା ମୁଖ୍ୟ କଳାକାର ରୂପେ ଅଂଶଗ୍ରହଣ କରି ଓଡ଼ିଶାରେ ସେରାମିକ କଳା ଓ ନିଜ କଳାକୃତି ବିଷୟରେ ବିଶଦ୍ ଆଲୋଚନା କରିଥିଲେ । ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟ,ଶାନ୍ତିନିକେତନରେ ଅଧ୍ୟୟନ ସମୟରେ ସେ ସେରାମିକ୍ କଳା ପ୍ରତି ବିଶେଷ ଧ୍ୟାନ ଦେଇ ବିଗତ ୨୦ ବର୍ଷ ଧରି ସେରାମିକ୍ ବିଭିନ୍ନ କଳାକୃତି ନିର୍ମାଣ କରିଛନ୍ତି ।

ସର୍ବଦା ପ୍ରକୃତି ଓ ସାମାଜିକ ସମସ୍ୟା ତାଙ୍କ କଳାକୃତିରେ ସ୍ଥାନ ପାଇଅଛି । ତନ୍ମଧ୍ୟରୁ ଶିଶୁକନ୍ୟା ଭୃଣ ହତ୍ୟା, ଜଙ୍ଗଲ ଓ ବୃକ୍ଷରାଜି ଆଦିର ଧ୍ୱଂସ ତନ୍ମଧ୍ୟରୁ ପ୍ରମୁଖ ଅଟେ । ଯଦିଓ ସେରାମିକ୍ କଳା ଆମ ଦେଶରେ ବହୁ ପ୍ରାଚୀନ ଏବଂ ମହେଞ୍ଜୋଦାରେ ଓ ହରପ୍ପା ସଭ୍ୟତାରେ ଏହି କଳାର ପରିସ୍ଫୁଟନ ହୋଇଥିଲା ।

ପରବର୍ତୀ ସମୟରେ ଦକ୍ଷ ଶିକ୍ଷକ ଓ ଶିକ୍ଷାର ଅଭାବ ଯୋଗୁଁ ଏହି କଳା ଓଡ଼ିଶାରେ ବିଶେଷ ଅଗ୍ରଗତି କରି ।ରି ନାହିଁ ଏବଂ ସାଧାରଣ ଲୋକେ ଏହି କଳା ବିଷୟରେ ବିଶେଷ ଭାବେ ଅବଗତ ନୁହନ୍ତି । ଏହି ଆଲୋଚନାରେ ଅଂଶଗ୍ରହଣ କରି ବରିଷ୍ଠ ସେରାମିକ୍ କଳାକାର ପୃଥ୍ୱୀରାଜ ସିଂହଦେଓ କହିଲେ ଯେ ଓଡ଼ିଶାରେ ଏକଦା ଟେରାକୋଟାର ବ୍ୟାପକ ପ୍ରଚଳନ ଥିଲା । କିନ୍ତୁ ପରବର୍ତୀ ସମୟରେ ସେ ସବୁର ଅବକ୍ଷୟ ଘଟିଅଛି । ଓଡ଼ିଶାରେ ଏଥି ନିମନ୍ତେ ଉଦ୍ଦିଷ୍ଟ କଞ୍ଚାମାଲ ତଥା ଉଦୀୟମାନ ଶିଳ୍ପୀଙ୍କର ଅଭାବ ନାହିଁ । କିନ୍ତୁ ଭିତିଭୂମି ଅଭାବରୁ ଏହାର ପ୍ରଚଳନ ଦିନକୁ ଦିନ କମିବାରେ ଲାଗିଛି । ବିଶିଷ୍ଟ ଚିତ୍ରଶିଳ୍ପୀ ରାମହରି ଜେନା ଶିକ୍ଷା, ଶିକ୍ଷକ ଏବଂ ମହାବିଦ୍ୟାଳୟରେ ବିଶ୍ୱସ୍ତରୀୟ ଭିତିଭୂମି ପ୍ରସ୍ତୁତ କରି ଏହି କଳାକୁ ଆହୁରି ବ୍ୟାପକ କରିବାର ଆବଶ୍ୟକତା ଅଛି ବୋଲି ମତବ୍ୟକ୍ତ କରିଥିଲେ ।

ଏହି ଆଲୋଚନାରେ ବିଥୀ ଦାସ, ଚୈତାବସୁ ଜେନା, ଏଲ୍.ଏନ୍.ସାହୁ, ରତ୍ନମାଳା ମିଶ୍ର, ଧିରେନ୍ ଦାସ, ବୀରେନ୍ ଦାସ, ପନଶ୍ଚ ପ୍ରିୟଦର୍ଶୀ, ଶ୍ରୀ ପ୍ରକାଶ ପାଣି, ମିନୁ ପାଣି, ଦିଗମ୍ବର ମହାଲିକ ପ୍ରମୁଖ ଅଂଶଗ୍ରହଣ କରିଥିଲେ । ଜେଡିସିଏ ତରଫରୁ ବିଶ୍ୱଜିତ ରାଉତ
କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Categories
FILM

RELATED BY

  • Film produced by Indian producer Jitendra Mishra

    Bhubaneswr, 12 July: Internationally acclaimed, Odisha born film producer & promoter Jitendra Mishra has made us proud again. His recent feature film production The Last Color written & directed...
  • ଲିଟିଲ୍ ମିସ୍ ଇଣ୍ଡିଆ-୨୦୧୯ର ପ୍ରଥମ ବିଜେତା

      ଦେବକୀ ଫିଲ୍ମର ଦ୍ବାରା ସମ୍ମାନୀତ ହୋଇଛନ୍ତି କୁନି କଳାକାର ଲକ୍ଷ୍ମୀପ୍ରିୟା ସାହୁ । ଆଜି ଜୟଦେବ ଭବନ ଠାରେ ଲକ୍ଷ୍ମୀପ୍ରିୟାଙ୍କୁ ବିଶିଷ୍ଟ ସିନେମା ଏବଂ ମ୍ୟୁଜିକ୍ ନିର୍ଦ୍ଦେଶକ ଇଂ ଜଲାଲ୍ ଆଦାନୀ ପୁଷ୍ପଗୁଛ ଏବଂ ମାନପତ୍ର ଦେଇ ସମ୍ମାନୀତ...
  • Odisha’s Jitendra Mishra walks Cannes Red Carpet

    Cannes : Internationally acclaimed film producer and promoter Jitendra Mishra from Odisha has made us proud once again at the ongoing 72nd Cannes film festival, France. Jitendra, who is...
  • Farhan Akhtar

    Chief Minister Shri Naveen Patnaik with Farhan Akhtar at Naveen Niwas on 14-12-2018....
WhatsApp chat