ଭୂଇଁ କଦମ୍ବ

ଉପକାରୀତା

ଭୂଇଁ କଦମ୍ବ ଗଛ ଧାନ କ୍ଷେତ୍ରରେ ଓ ବଣଜଙ୍ଗଲରେ ଦେଖିବାକୁ ମିଳେ । ଏହାର ଉଚ୍ଚତା ୧-୩ ଫୁଟ ପର୍ଯ୍ୟନ୍ତ ହୋଇଥାଏ । ଏହି ଗଛରେ ଶୀତଦିନରେ ଫୁଲ ଓ ପରେ ଫଳ ଆସିଥାଏ । ଫୁଲର ରଙ୍ଗ ବାଇଗେଣି ଓ ଫଳ ଦେଖିବାକୁ ଲିଚୁ କୋଳି ଭଳି । ଫଳଗୁଡ଼ିକ ଦୂରକୁ କଦମ୍ବ ଫଳ ଭଳି ଦେଖାଯାଉଥିବାରୁ ଏହାକୁ ଭୂଇଁ କଦମ୍ବ କୁହନ୍ତି ।

ଅଧକପାଳୀ ଓ ମୁଣ୍ଡ ବିନ୍ଧା: ଭୂଇଁ କଦମ୍ବ ରସ ୩-୫ ଗ୍ରାମରେ ମରିଚ ଚୂର୍ଣ୍ଣ ୧/୪ ଗ୍ରାମ ମିଶାଇ ସକାଳ ଓ ସନ୍ଧ୍ୟାରେ ପିଇଲେ ଅଧକପାଳୀ ଓ ମୁଣ୍ଡବିନ୍ଦା ଭଲ ହୋଇଥାଏ ।

ଆଖି ସୁସ୍ଥ ରଖିବା ପାଇଁ: ପ୍ରତିବର୍ଷ ଚୈତ୍ର ମାସରେ ୪-୫ଟି ଭୂଇଁ କଦମ୍ବ ଫୁଲକୁ ଦାନ୍ତରେ ଚୋବାଇ ପାଣି ସହିତ ଢୋକିଲେ ଆଖି ସୁସ୍ଥ ରୁହେ ଓ ଆଖିରେ କୌଣସି ପ୍ରକାର ରୋଗ ହୁଏ ନାହିଁ ।

ଅମ୍ଳପିତ୍ତ (ଗ୍ୟାସ): ଭୂଇଁ କଦମ୍ବର ୩ ଗ୍ରାମ ଚୂର୍ଣ୍ଣ ଛେଳି କ୍ଷୀର ସହିତ କିଛିଦିନ ଖାଇଲେ ଅମ୍ଳପିତ୍ତ ଭଲ ହୋଇଥାଏ ।

ହୃଦୟ ରୋଗ: ଭୂଇଁ କଦମ୍ବ ଫଳର ଅର୍କ ପ୍ରଥମେ ୧୫ ଗ୍ରାମ ମାତ୍ରାରେ ଖାଇବ ଓ ପରେ ମାତ୍ରାକୁ ବଢ଼ାଇ ଖାଇଲେ ହୃଦୟ ରୋଗ ଠିକ୍‍ ହୋଇଥାଏ । ପଥ୍ୟରେ ଖଟା ଓ ଗରମ ଜିନିଷ ଖାଇବ ନାହିଁ । ଅଧିକ ପରିଶ୍ରମ କରିବ ନାହିଁ ଓ ସହବାସ କରିବ ନାହିଁ ।

ଆମାତିସାର: ଭୂଇଁ କଦମ୍ବ ଗଛର ଚେର ଓ ପାନ ମଧୁରୀ ସମାନ ମାତ୍ରାରେ ନେଇ ସେଥିରୁ ୧୦ ଗ୍ରାମ ବାଟି ମିଶ୍ରୀ ସହିତ ପାଣିରେ ଗୋଳି ସକାଳ ଓ ସନ୍ଧ୍ୟାରେ ପିଇଲେ ଆମାତିସାର ଠିକ୍‍ ହୋଇଥାଏ ।

କୃମି ରୋଗ: ଭୂଇଁ କଦମ୍ବ ଫଳ ଚୂର୍ଣ୍ଣ ୧ ଗ୍ରାମ ମାତ୍ରାରେ ଦିନରେ ୨ ଥର ଖାଇଲେ କୃମି ନଷ୍ଟ ହୋଇଯାଆନ୍ତି ।

ଅର୍ଶରୋଗ: ଭୂଇଁ କଦମ୍ବ ପତ୍ର ରସ ସମାନ ମାତ୍ରାରେ ନେଇ ୨୫ ଗ୍ରାମ ମାତ୍ରାରେ ପିଇଲେ ଅର୍ଶ ଠିକ୍‍ ହୋଇଥାଏ ।

ଭଗନ୍ଦର:ଭୂଇଁ କଦମ୍ବ ଫଳର ଚୂର୍ଣ୍ଣ ୩ ଗ୍ରାମରୁ ୫ ଗ୍ରାମକୁ ବାସି ପାଣି ସହିତ ଖାଇଲେ ଭଗନ୍ଦର ଠିକ୍‍ ହୁଏ ।

ଜଳୋଦର ରୋଗ: ଭୂଇଁ କଦମ୍ବ ଫଳରେ ଚୂର୍ଣ୍ଣ ୩ ଗ୍ରାମରେ ୧୦ ଗ୍ରାମ ଜଡ଼ାତେଲ ମିଶାଇ ସକାଳ ଓ ସନ୍ଧ୍ୟାରେ ଖାଇଲେ ଜଳୋଦର ରୋଗ ଠିକ୍‍ ହୋଇଥାଏ ।

ପ୍ରମେହ ରୋଗ: ଭୂଇଁ କଦମ୍ବ ଚୂର୍ଣ୍ଣ ୨-୩ ଗ୍ରାମକୁ ଗାଈକ୍ଷୀର ସହିତ ଖାଇଲେ ପ୍ରମେହ ରୋଗ ଠିକ୍‍ ହୋଇଥାଏ ।

ଆମବାତ: ଭୂଇଁ କଦମ୍ବ ଫଳ ଚୂର୍ଣ୍ଣରେ ସମାନ ମାତ୍ରାର ଶୁଣ୍ଠି ଚୂର୍ଣ୍ଣ ମିଶାଇ ୩ ଗ୍ରାମ ମାତ୍ରାରେ ଉଷୁମ ପାଣି ସହିତ ଖାଇଲେ ଆମବାତ ଠିକ୍‍ ହୋଇଥାଏ ।

ଶକ୍ତି ବଢ଼ିବା ପାଇଁ ଓ ଦୀର୍ଘାୟୁ ନିମିତ୍ତ: ଭୂଇଁ କଦମ୍ବ ମଞ୍ଚି ଚୂର୍ଣ୍ଣରେ ସମାନ ଭାଗର ଚିନି ମିଶାଇ ଏକ ଚାମଚ ମାତ୍ରାରେ ପ୍ରତିଦିନ ଖାଇଲେ ଶକ୍ତିବଢ଼େ ଓ ଖାଇବା ଲୋକ ଦୀର୍ଘାୟୁ ହୁଏ ।

ଯୌବନ ସ୍ଥିର ରଖିବା ପାଇଁ: ଭୂଇଁ କଦମ୍ବ ଗଛକୁ ଛାଇରେ ଶୁଖାଇ ଚୂର୍ଣ୍ଣ କରି ସମାନ ମାତ୍ରାରେ ମିଶ୍ରୀଗୁଣ୍ଡ ମିଶାଇ ଏକ ଚାମଚ ମାତ୍ରାରେ ସକାଳ ଓ ସନ୍ଧ୍ୟାରେ କ୍ଷୀର ସହିତ ଖାଇଲେ ଯୌବନ ସ୍ଥିର ରୁହେ ଓ ଚୁଟି ଧଳା ହୁଏ ନାହିଁ ।

ରକ୍ତପିତ୍ତ: ଭୂଇଁ କଦମ୍ବ ରସ ସହିତ ବାସଙ୍ଗ ପତ୍ର ରସ ସମାନ ମାତ୍ରାରେ ମିଶାଇ ୧ ଚାମଚ ମାତ୍ରାରେ ଖାଇଲେ ରକ୍ତପିତ୍ତ ଭଲ ହୋଇଥାଏ ।

ଚର୍ମରୋଗ: ଭୂଇଁ କଦମ୍ବ ପତ୍ରକୁ ପାଣିରେ ବାଟି ଲଗାଇଲେ ସମସ୍ତ ପ୍ରକାର ଚର୍ମରୋଗରେ ଲାଭ ମିଳିଥାଏ ।

ସନ୍ତାନ ନିମିତ୍ତ: ଭୂଇଁ କଦମ୍ବ ଚୂର୍ଣ୍ଣ ୨ ଗ୍ରାମରେ ୧ ଗ୍ରାମ ଜାଇଫଳ ଚୂର୍ଣ୍ଣ ମିଶାଇ ଦିନରେ ୨ ଥର ଛେଳି କ୍ଷୀର ସହିତ ଖାଇଲେ ଗର୍ଭଧାରଣ ହୋଇଥାଏ ।

Categories
HEALTH

RELATED BY

  • ମହାନିମ୍ବ

    ମହାନିମ୍ବ ଏକ ବିରାଟକାୟ ବୃକ୍ଷ ଅଟେ । ଏହାର ପତ୍ର ନିମ୍ବ ପତ୍ର ପରି କିନ୍ତୁ ନିମ୍ବ ପତ୍ର ଠାରୁ ଅଧିକ ଚଉଡ଼ା ଅଟେ । ଏହି ଗଛ ୨୦-୬୦ ଫୁଟ ପର୍ଯ୍ୟନ୍ତ ଉଚ୍ଚ ହୋଇଥାଏ । ଗୋଲେଇରେ ୬-୮...
  • ସାମାଜିକ ଓ ଅର୍ଥନୈତିକ ସୁରକ୍ଷା ଉପରେ ଗୁରୁତ୍ୱ

    ଭୁବନେଶ୍ୱର:ରାଜ୍ୟରେ ଥିବା କୁଷ୍ଠରୋଗୀ ତଥା କୁଷ୍ଠରୋଗମୁକ୍ତ ଲୋକମାନଙ୍କ ସାମାଜିକ ଓ ଅର୍ଥନୈତିକ ଥଇଥାନ ଉଦ୍ଦେଶ୍ୟରେ ଗଠିତ ରାଜ୍ୟସ୍ତରୀୟ ବୈଷୟିକ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଅଛି । ଏହି ବୈଠକରେ ସାମାଜିକ ସୁରକ୍ଷା ତଥା ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ...
  • ବିନା ଅସ୍ତ୍ରୋପଚାରରେ ଓଜନ ହ୍ରାସ ଚିକିତ୍ସା

    ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ କେୟାର ହସ୍ପିଟାଲ ତରଫରୁ ଶନିବାର ଦିନ ଡ. ମୋହିତ ଭଣ୍ଡାରୀଙ୍କ ନେତୃତ୍ୱରେ ବିନା ଅସ୍ତ୍ରୋପଚାର ଚିକିତ୍ସା ମାଧ୍ୟମରେ ଓଜନ ହ୍ରାସ ପ୍ରକ୍ରିୟା କାର୍ଯ୍ୟକ୍ରମ (ଇଏସଜି)ର ଶୁଭାରମ୍ଭ ଘୋଷଣା କରାଯାଇଛି । ଡ଼ଃ ଭଣ୍ଡାରୀ ଯିଏ କି ୧୧୦୦୦ରୁ...
  • ଶାନ୍ତି, ସୌହାର୍ଦ୍ଦ୍ୟ ଏବଂ ପ୍ରଗତି ପାଇଁ ଯୋଗ ଆମର ଲକ୍ଷ୍ୟ ହେବା ଆବଶ୍ୟକ

    ଆଜି ରାଞ୍ଚି ଠାରେ ଅନ୍ତର୍ଜାତୀୟ ଯୋଗ ଦିବସ ଉପଲକ୍ଷେ ଏକ ବିଶାଳ ଯୋଗ ପ୍ରଦର୍ଶନୀର ନେତୃତ୍ୱ ନେଇଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ । ଯୋଗ ଅଧିବେଶନ ଆରମ୍ଭ ହେବାର କିଛି ସମୟ ପୂର୍ବରୁ ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣ ଆରମ୍ଭ...
WhatsApp chat