ଭୃଙ୍ଗରାଜ

ଉପକାରୀତା

ଭୃଙ୍ଗରାଜ  ଏକ ଲତା ଜାତୀୟ ଗଛ । ପାଣି ଓ ସନ୍ତସନ୍ତିଆ ଜାଗାରେ ବିଶେଷ ଭାବରେ ଦେଖାଯାଏ । ଏହାର ପତ୍ରକୁ ମକଚିଲେ ଏକ ପ୍ରକାର ବାସନାଯୁକ୍ତ ସବୁଜ ରଙ୍ଗର ରସ ବାହାରେ ଓ ସଙ୍ଗେ ସଙ୍ଗେ କଳାପଡ଼ି ଯାଇଥାଏ ।

ଅଧକପାଳୀ: ଭୃଙ୍ଗରାଜ ରସକୁ ସମାନ ମାତ୍ରାରେ ଛେଳି କ୍ଷୀରରେ ମିଶାଇ ଗରମ କରିବ ଥଣ୍ଡା ହେଲା ପରେ ଛାଣି ନାକରେ ୨-୨ ବୁନ୍ଦ ପକାଇଲେ ଅଧକପାଳୀ ଭଲ ହୋଇଥାଏ । ଭୃଙ୍ଗରାଜ ରସରେ ଗୋଲମରିଚ ଚୂର୍ଣ୍ଣ ମିଶାଇ ମଥାରେ ଲେପଦେଲେ ଅଧକପାଳୀ ଭଲ ହୋଇଥାଏ ।

କେଶ ରୋଗ: ଯେଉଁ ସ୍ଥାନରେ କେଶ ନାହିଁ ଭୃଙ୍ଗରାଜ ପତ୍ରରସକୁ ମାଲିସ୍ କଲେ ନୂଆ କେଶ ଉଠିଥାଏ । କେଶ ଧଳା ହେଲେ ତ୍ରିଫଳା ଚୂର୍ଣ୍ଣକୁ ଭୃଙ୍ଗରାଜ ପତ୍ର ରସରେ ୩ ଥର ବୁଡ଼ାଇ ଶୁଖାଇ ରଖିବ । ପ୍ରତିଦିନ ଦେଢ଼ଗ୍ରାମ ମାତ୍ରାରେ ଖାଇଲେ କେଶ ଧଳା ହେବା ବନ୍ଦ ହୁଏ ଓ ନେତ୍ର ଜ୍ୟୋତି ବଢ଼ିଥାଏ ।

ନେତ୍ରରୋଗ: ଭୃଙ୍ଗରାଜ ପତ୍ରକୁ ଛାଇରେ ଶୁଖାଇ ଚୂର୍ଣ୍ଣ କରି ସେଥିରୁ ୧୦ ଗ୍ରାମ ଚୂର୍ଣ୍ଣ, ୩ ଗ୍ରାମ ମହୁ ଓ ୩ ଗ୍ରାମ ଘିଅ ମିଶାଇ ପ୍ରତିଦିନ ୪୦ ଦିନ ପର୍ଯ୍ୟନ୍ତ ଶୋଇବା ପୂର୍ବରୁ ଖାଇଲେ ଆଖିର ସମସ୍ତ ପ୍ରକାର ରୋଗରେ ଲାଭ ମିଳିଥାଏ ।

ଭୃଙ୍ଗରାଜ ପତ୍ର ରସ ୨-୨ ବୁନ୍ଦ ମାତ୍ରାରେ ସୂର୍ଯ୍ୟାର ଏକ ଘଣ୍ଟା ଭିତରେ କିମ୍ବା ସୂର୍ଯ୍ୟାସ୍ତର ଏକ ଘଣ୍ଟା ପୂର୍ବରୁ ଆଖିରେ ପକାଇଲେ ଆଖିର ସମସ୍ତ ବିକାର ଦୂର ହୁଏ ।

ଦନ୍ତପୀଡ଼ା: ରୋଗୀର ଯେଉଁପଟ ଦାନ୍ତ ପୀଡ଼ା ହେଉଥିବ ତା’ର ବିପରୀତ କାନରେ ୨-୪ ବୁନ୍ଦ ଭୃଙ୍ଗରାଜ ପତ୍ର ରସ ପକାଇଲେ ଦନ୍ତପୀଡ଼ା ଦୂର ହୁଏ । ଥରକରେ ପୂର୍ଣ୍ଣ ରୂପେ ଭଲହେଲେ ୨ ଥର ବ୍ୟବହାର କରାଯାଇପାରେ ।

କଣ୍ଠମାଳା:ଭୃଙ୍ଗରାଜ ପତ୍ରକୁ ବାଟି ଗୋଲ ଗୋଲ ପିଠା ତିଆରି କରି ଘିଅରେ ଭାଜି କଣ୍ଠମାଳାର ଗଣ୍ଠି ଉପରେ ରଖି ପଟି ବାନ୍ଧିଲେ କଣ୍ଠମାଳା ଦୂର ହୁଏ ।

ମୁଖଛାଲି: ଭୃଙ୍ଗରାଜ ପତ୍ର ୫ ଗ୍ରାମକୁ ପାଟିରେ ପୁରାଇ ଚୋବାଇ ଲାଳ ବାହାର କଲେ ମୁଖ ଛାଲି ଠିକ୍ ହୁଏ ।

ପିନସ୍ ରୋଗ: ଭୃଙ୍ଗରାଜ ପତ୍ର ରସ ୨୫୦ ଗ୍ରାମ ରାଶିତେଲ ଓ ୧୦ ଗ୍ରାମ ସୌନ୍ଧବ ଲବଣ ମିଶାଇ ସିଝାଇ ଖାଲି ତେଲ ରହିଲେ ଥଣ୍ଡା କରି ଛାଣି ୫-୧୦ ବୁନ୍ଦ ମାତ୍ରାରେ ଦୁଇ ନାକ ପୁଡ଼ାରେ ପକାଇଲେ ନାକରୁ ଦୂଷିତ କଫ, କୃମି ବାହାରିଆସି ପିନ୍ସ ରୋଗ ଠିକ୍ ହୋଇଥାଏ । ପଥ୍ୟରେ ଗହମ ରୁଟି ଓ ମୁଗଡାଲି ଖାଇବା ଉତ୍ତମ ଅଟେ ।

ଉଚ୍ଚ ଚକ୍ତଚାପ:ଭୃଙ୍ଗରାଜ ପତ୍ର ରସ ୧୦ ଗ୍ରାମରେ ୫ ଗ୍ରାମ ମହୁ ମିଶାଇ ଦିନରେ ୨ ଥର ଖାଇଲେ ଉଚ୍ଚ ରକ୍ତଚାପ କିଛିଦିନରେ ସାମାନ୍ୟ ହୋଇଥାଏ ।

ପେଟରୋଗ: ଭୃଙ୍ଗରାଜ ରସ ୧୦ ଗ୍ରାମରେ ୩ ଗ୍ରାମ କଳାଲୁଣ ପାଣିରେ ମିଶାଇ ଛାଣି ଦିନରେ ୩-୪ ଥର ପିଇଲେ ସମସ୍ତ ପ୍ରକାର ପେଟରୋଗରେ ଲାଭ ମିଳିଥାଏ ।

ଭଗନ୍ଦର: ଭୃଙ୍ଗରାଜ ପତ୍ରକୁ ବାଟି ଭଗନ୍ଦରରେ ବାନ୍ଧିଲେ କିଛିଦିନରେ ଠିକ୍ ହୋଇଥାଏ ।

ଅତିସାର: ଭୃଙ୍ଗରାଜ ଚେରର ଚୂର୍ଣ୍ଣରେ ସମାନ ମାତ୍ରାର ବେଲ ଚୂର୍ଣ୍ଣ ମିଶାଇ ୧-୧ ଚାମଚ ମାତ୍ରାରେ ଦିନରେ ୩ ଥର ଖାଇଲେ ଅତିସାର ରୋଗ ଠିକ୍ ହୋଇଥାଏ ।

ଉପଦଂଶ: ଭୃଙ୍ଗରାଜ ରସ ୧୦ ଗ୍ରାମରେ ୨ଟି ଗୋଲମରିଚ ଚୂର୍ଣ୍ଣ ମିଶାଇ ସକାଳ ଓ ସନ୍ଧ୍ୟାରେ ୨୧ ଦିନ ପର୍ଯ୍ୟନ୍ତ ଖାଇଲେ ଉପଦଂଶ ରୋଗ ଠିକ୍ ହୁଏ । ଖାଦ୍ୟରେ ଗହମ ରୁଟି ଓ କ୍ଷୀର ଖାଇବ ।

ଅର୍ଶ: ଭୃଙ୍ଗରାଜ ପତ୍ର ଚୂର୍ଣ୍ଣ ୩ ଗ୍ରାମରେ ୫ଟି କଳା ମରିଚ ଚୂର୍ଣ୍ଣ ମିଶାଇ ସକାଳ ଓ ସନ୍ଧ୍ୟାରେ ପାଣି ସହିତ ସେବନ କଲେ ୭ ଦିନରେ ଅର୍ଶ ଠିକ୍ ହୋଇଥାଏ ।

ଗୁଦଭ୍ରଂଶ: ଭୃଙ୍ଗରାଜ ଚେର ଓ ହଳଦୀକୁ ବାଟି ଲେପଦେଲେ କିଛିଦିନରେ ଗୁଦଭ୍ରଂଶ ଠିକ୍ ହୋଇଥାଏ ।

ଗୋଦଡ଼ ରୋଗ: ଭୃଙ୍ଗରାଜ ରସକୁ ଗୋଦଡ଼ ଜାଗାରେ ମାଲିସ୍ କଲେ ବିଶେଷ ଲାଭ ମିଳିଥାଏ ।

ପୋଡ଼ା ଘା’: ଭୃଙ୍ଗରାଜ ପତ୍ର, ମଞ୍ଜୁଆତି ପତ୍ର, ଦୁର୍ଲଭା ପତ୍ର ସମାନ ମାତ୍ରାରେ ବାଟି ଲେପଦେଲେ ପୋଡ଼ା ଘା’ ଠିକ୍ ହୋଇଥାଏ । ମୁଣ୍ଡ ବୁଲାଇବା: ଭୃଙ୍ଗରାଜ ରସ ୪ ଗ୍ରାମରେ ୩ ଗ୍ରାମ ଚିନି ମିଶାଇ ସକାଳ ଓ ସନ୍ଧ୍ୟାରେ ପିଇଲେ ମୁଣ୍ଡ ବୁଲାଇବା ବନ୍ଦ ହୋଇଥାଏ ।

Categories
HEALTH

RELATED BY

  • ୧କୋଟିରୁ ଅଧିକ ପିଲାମାନଙ୍କୁ ସୁସ୍ଥ ରଖିବା ଯୋଜନା

     ଭୁବନେଶ୍ୱର : ଉତମ ସ୍ୱାସ୍ଥ୍ୟ ଓ ପୃଷ୍ଟିର ବିକାଶକୁ ସୁନିଶ୍ଚିତ କରିବା ପାଇଁ ୧ବର୍ଷରୁ ୧୯ ବର୍ଷ ପର୍ଯ୍ୟନ୍ତ ପିଲାମାନଙ୍କ ପାଇଁ କୃମିନାଶକର ଭୂମିକା ଗୁରୁତ୍ୱକୁ ଉପଲବ୍ଧି କରି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ୟୁନିସେଫ୍ ସହଯୋଗରେ ଏହି...
  • ଭୁଆସୁଣୀ ବର୍ଜ୍ଜବସ୍ତୁ ପ୍ଲାଣ୍ଟ ଯୋଗୁଁ ୬୦ଜଣ ଲୋକ ମୃତ୍ୟୁବରଣ କଲେଣି ।

    ଭୁବନେଶ୍ୱର :  ଭୁବନେଶ୍ୱର ସହରର ବର୍ଜ୍ଜବସ୍ତୁକୁ ଦାରୁଠେଙ୍ଗ ମୌଜା ଭୁଆସୁଣୀ ଠାରେ ୬୪ ଏକର ଜମିରେ ପାଚେରୀ ନିର୍ମାଣ କରି ବର୍ଜ୍ଜବସ୍ତୁ ପରିଚାଳନା ପ୍ଲାଣ୍ଟ ସ୍ଥାପନ କରିଥିବାରୁ ସ୍ଥାନୀୟ ଏକ ଲକ୍ଷ ଲୋକ ବସତି ମଧ୍ୟରେ ବର୍ଜ୍ଜବସ୍ତୁ ଜମାହେବା ଫଳରେ ତାର...
  • ମହାନିମ୍ବ

    ମହାନିମ୍ବ ଏକ ବିରାଟକାୟ ବୃକ୍ଷ ଅଟେ । ଏହାର ପତ୍ର ନିମ୍ବ ପତ୍ର ପରି କିନ୍ତୁ ନିମ୍ବ ପତ୍ର ଠାରୁ ଅଧିକ ଚଉଡ଼ା ଅଟେ । ଏହି ଗଛ ୨୦-୬୦ ଫୁଟ ପର୍ଯ୍ୟନ୍ତ ଉଚ୍ଚ ହୋଇଥାଏ । ଗୋଲେଇରେ ୬-୮...
  • ଭୂଇଁ କଦମ୍ବ

    ଭୂଇଁ କଦମ୍ବ ଗଛ ଧାନ କ୍ଷେତ୍ରରେ ଓ ବଣଜଙ୍ଗଲରେ ଦେଖିବାକୁ ମିଳେ । ଏହାର ଉଚ୍ଚତା ୧-୩ ଫୁଟ ପର୍ଯ୍ୟନ୍ତ ହୋଇଥାଏ । ଏହି ଗଛରେ ଶୀତଦିନରେ ଫୁଲ ଓ ପରେ ଫଳ ଆସିଥାଏ । ଫୁଲର ରଙ୍ଗ ବାଇଗେଣି...