ଜନଶୁଣାଣୀ କାର୍ଯ୍ୟକ୍ରମ କରିଥିବା ବ୍ୟକ୍ତିମାନେ ହିଁ କୁନ୍ଦିଲି ପୀଡ଼ିତାଙ୍କ ମୃତ୍ୟୁର କାରଣ

କୁନ୍ଦିଲି ପୀଡିତାଙ୍କୁ ୬୦୦ କିଲୋମିଟର ଦୂରରୁ ଭୁବନେଶ୍ୱର ପର୍ଯ୍ୟନ୍ତ କିଏ ଆଣିଥିଲେ ?

କୁନ୍ଦିଲି ପୀଡିତାଙ୍କ ମାମଲାରେ ତଦନ୍ତ କମିଶନଙ୍କ ରିପୋର୍ଟ ଅନୁଯାୟୀ କିଏ ବାସ୍ତବରେ ଦୋଷୀ ରାଜ୍ୟ ସରକାର ଖୋଲାଖୋଲି ଭାବେ ପ୍ରକାଶ କରନ୍ତୁ

ଭୁବନେଶ୍ୱର ;କୋରାପୁଟ ଜିଲ୍ଲାର  ଜିଲ୍ଲା ଜଜ୍ ବିଦ୍ୟୁତ୍ କୁମାର ମିଶ୍ରଙ୍କୁ କୁନ୍ଦିଲି ପୀଡିତାଙ୍କ କେସ୍ କୁ ତଦନ୍ତ କରିବା ପାଇଁ କମିଶନର ଭାବେ ସରକାର ନିଯୁକ୍ତି କରିଥିଲେ ।

ବହୁ ଚର୍ଚ୍ଚିତ କୁନ୍ଦିଲି ଗଣଦୁଷ୍କର୍ମ ମାମଲାରେ କମିଶନଙ୍କ ରିପୋର୍ଟରେ ଆମର ଥିବା ଅଭିଯୋଗର ସତ୍ୟାସତ୍ୟ ସର୍ବ ସାଧାରଣରେ ପଦାକୁ ଆସିଛି ।

କୁନ୍ଦିଲି ପୀଡିତାଙ୍କୁ ୬୦୦ କିଲୋମିଟର ଦୂରରୁ ଭୁବନେଶ୍ୱର ପର୍ଯ୍ୟନ୍ତ କିଏ ସେହି ବ୍ୟକ୍ତି ଆଣିଥିଲେ ?

ଭୁବନେଶ୍ୱରରେ ତାଙ୍କୁ ନେଇ ଜନଶୁଣାଣୀ କାର୍ଯ୍ୟକ୍ରମ କେଉଁମାନେ କଲେ ଏବଂ ଯେଉଁମାନେ ହଲ୍ ବୁକ୍ କରି ଖୋଲା ମଞ୍ଚରେ ତାଙ୍କୁ ଛିଡା କରାଇଲେ, ଆଇନଗତ ଭାବେ ସେମାନେ ଅପରାଧୀ ।

ଆଇନଧାରା ୨୨୮(କ) କୁ ଉଲଙ୍ଘନ କଲେ । ତାର ୧୮ ଦିନ ପରେ କୁନ୍ଦିଲି ପୀଡିତା ଆତ୍ମହତ୍ୟା କରିଥିଲେ ।

ଏହି ଜନଶୁଣାଣୀ କାର୍ଯ୍ୟକ୍ରମରେ କୁନ୍ଦିଲି ପୀଡିତା ନ୍ୟାୟ ନପାଇ ଆତ୍ମହତ୍ୟା କରିବେ ବୋଲି ସର୍ବସାଧାରଣରେ ପ୍ରକାଶ କରିଥିଲେ ।

ଜନଶୁଣାଣୀ ଖୋଲାମଞ୍ଚରେ ଶହ ଶହ ଲୋକଙ୍କ ସାମ୍ନାରେ ମାଇକ୍ରୋଫୋନକୁ ଯେଉଁମାନେ ଧରାଇଲେ ସେମାନେ କୁନ୍ଦିଲି ପୀଡିତାର ଆତ୍ମହତ୍ୟା ପାଇଁ ମୁଖ୍ୟତଃ ଦାୟୀ ।

ଏହି ମଞ୍ଚରେ ପୀଡିତା ଭୁବେନଶ୍ୱରରୁ ଗଲାପରେ ଆତ୍ମହତ୍ୟା କରିବେ ବୋଲି ଦମ୍ଭୋକ୍ତି ପ୍ରଦାନ କରିଥିଲେ ।

ତାଙ୍କୁ ନ୍ୟାୟ ମିଳିବ ବୋଲି ମିଛ ପ୍ରତିଶ୍ରୁତି ଦେଇ ଏହି ଜନଶୁଣାଣୀର ଖୋଲା ମଞ୍ଚରେ ଛିଡା କରାଇଥିବା ବ୍ୟକ୍ତି ତାଙ୍କୁ ଭରଷାଯୋଗ୍ୟ କରାଇଥିଲେ ଯେଉଁଟାକି ଆଇନକୁ ସମ୍ପୂର୍ଣ୍ଣଭାବେ ଉଲଙ୍ଘନ କରୁଛି ।

ଯେଉଁଟା କି ଆଇନ୍ ପରିଧି ବାହାରେ ।

ଏ ସଂକ୍ରାନ୍ତରେ ଷ୍ଟେଟ ପ୍ରୋଗ୍ରେସିଭ୍ ୱିମେନ୍ସ ଫୋରମ ତରଫରୁ ରାଜ୍ୟ ସରକାରଙ୍କ ନିକଟରେ ଅଭିଯୋଗ କରାଯାଇଥିଲା ।

ଆଜି ତଦନ୍ତ କମିଶନ ମଧ୍ୟ ସେଥିରେ ଷ୍ଟାମ୍ପ ମାରିଛନ୍ତି ବା ଏହା ସତ୍ୟ ବୋଲି ରିପୋର୍ଟରେ ପ୍ରକାଶ କରିଛନ୍ତି ।

ଏହିଭଳି ଆମେ ଲଢୁଛୁ, ଯାହା କମିଶନଙ୍କ ରିପୋର୍ଟରେ ପଦାକୁ ଆସିଲା ।

ଆମ ଅଭିଯୋଗର ପୂର୍ଣ୍ଣମାତ୍ରାରେ ସତ୍ୟତା ମଧ୍ୟ ରହିଛି ।

କେଉଁମାନେ ସୋସିଆଲ ମିଡିଆ ମାଧ୍ୟମରେ ଲୋକ ଲୋଚନକୁ ଆଣିଲେ ? ଆଜି କମିଶନ ଯେଉଁ ତଥ୍ୟ ପ୍ରକାଶ କରିଛନ୍ତି ଏହି ରହସ୍ୟମୟ ବ୍ୟକ୍ତିଙ୍କ ବେଆଇନ କାର୍ଯ୍ୟକ୍ରମକୁ ରାଜ୍ୟ ସରକାର ଓଡିଶାବାସୀଙ୍କୁ ଖୋଲାଖୋଲିଭାବେ ତାଙ୍କରି ନାମକୁ ପ୍ରକାଶ କରନ୍ତୁ ।

କିଏ କୁନ୍ଦିଲି ପୀଡିତାଙ୍କ ପରିଚୟକୁ ସର୍ବସାଧାରଣରେ ପ୍ରଘଟ କରାଇଲେ ଏବଂ ଏହି ବେଆଇନ୍ ଜନଶୁଣାଣୀ କାର୍ଯ୍ୟକ୍ରମ କରିଥିବା ତଥାକଥିତ ବ୍ୟକ୍ତିମାନେ ହିଁ କୁନ୍ଦିଲି ପିଡୀତାଙ୍କ ମୃତ୍ୟୁର ପ୍ରମୁଖ କାରଣ ବୋଲି ଷ୍ଟେଟ୍ ପ୍ରୋଗ୍ରେସିଭି ୱିମେନ୍ସ ଫୋରମ ତରଫରୁ ରାଜ୍ୟ ସରକାରଙ୍କ ନିକଟରେ ଦୀର୍ଘ ଦେଢବର୍ଷ ହେବ ଦାବି କରି ଆସୁଅଛି ।

ଯେଉଁମାନେ ଏହି ଜନଶୁଣାଣୀ କରି କୁନ୍ଦିଲି ପିଡୀତାଙ୍କୁ ଆତ୍ମହତ୍ୟା କରିବାକୁ ଏକପ୍ରକାର ବାଧ୍ୟ କରିଥିଲେ ଏବଂ ଆଜି ତଦନ୍ତ କମିଶନ ତାଙ୍କ ରିପୋର୍ଟରେ ସ୍ପଷ୍ଟ କରିଛନ୍ତି । ତୁରନ୍ତ ରାଜ୍ୟ ସରକାର ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ଏବଂ ଗିରଫ କରନ୍ତୁ ।