ସ୍ୱାଧୀନତା ସଂଗ୍ରାମୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଦ୍ଧନା

ରାଷ୍ଟ୍ରପତିଙ୍କ ଆଟ୍ ହୋମ୍ ଉତ୍ସବରେ ଯୋଗ ଦେବେ

ଚଳିତ ବର୍ଷ ଅଗଷ୍ଟ ୯ତାରିଖରେ ଭାରତଛାଡ ଆନ୍ଦୋଳନର ପୂର୍ତ୍ତି ଅବସରରେ ରାଷ୍ଟ୍ରପତିଙ୍କ ଆଟ୍ ହୋମ୍ ଉତ୍ସବରେ ଯୋଗ ଦେଉଥିବା ଓଡିଶାରେ ୨ ଜଣ ସ୍ୱାଧୀନତା ସଂଗ୍ରାମୀଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ସଚିବାଳୟଠାରେ ସମ୍ବର୍ଦ୍ଧିତ କରିଛନ୍ତି ।

ଏହି ସ୍ୱାଧୀନତା ସଂଗ୍ରାମୀ ହେଲେ ନୟାଗଡ ଜିଲ୍ଲାର ଶ୍ରୀ ସହଦେବ ବେହେରା ଏବଂ ଯାଜପୁର ଜିଲ୍ଲାର ଶ୍ରୀ ନୀଳମଣି ସାମଲ ଏହି ସଂଗ୍ରାମୀ ଦ୍ୱୟଙ୍କୁ ମୁଖ୍ୟମନ୍ତ୍ରୀ ଶାଲ୍ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଅର୍ଥମନ୍ତ୍ରୀ ଶ୍ରୀ ନିରଞ୍ଜନ ପୂଜାରୀ ଏବଂ ଅର୍ଥ ବିଭାଗର ପ୍ରମୁଖ ସଚିବ ଉପସ୍ଥିତ ଥିଲେ ।

ଆସନ୍ତାକାଲି ସେମାନେ ବିମାନ ଯୋଗେ ନୂଆଦିଲ୍ଲୀ ଯିବେ ।

ସେମାନଙ୍କ ସହାୟତା ପାଇଁ ଦୁଇଜଣ ସରକାରୀ ଅଧିକାରୀ ମଧ୍ୟ ଦିଲ୍ଲୀ ଯିବେ ।

ସୂଚନାଯୋଗ୍ୟ ଯେ ୯୬ ବର୍ଷ ବୟସ୍କ ସଂଗ୍ରାମୀ ଶ୍ରୀ ସହଦେବ ବେହେରା ନୟାଗଡର କଣ୍ଟିଲୋଠାରେ ୧୯୨୩ ମସିହାରେ ଜନ୍ମଗ୍ରହଣ କରିଥିଲେ ।

୧୯୩୮ ମସିହାରେ ଶ୍ରୀ ବେହେରା ଦେଶୀୟ ରାଜାମାନଙ୍କ ଅତ୍ୟାଚାର ବିରୁଦ୍ଧରେ ସ୍ୱର ଉତ୍ତୋଳନ କରି ଜନସାଧାରଣଙ୍କ ନେତୃତ୍ୱ ନେଇଥିଲେ ।

ଦେଶୀୟ ରାଜାମାନଙ୍କ ସମର୍ଥନରେ ବ୍ରିଟିଶ ସରକାର ଶ୍ରୀ ବେହେରାଙ୍କୁ ଗିରଫ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।

ଏହି ସମୟରେ ସେ ବ୍ରିଟିଶ ସରକାରଙ୍କ ଆଖିରେ ଧୂଳି ଦେଇ ୧ବର୍ଷ ୨ମାସ ପାଇଁ ଛଦ୍ମବେଶରେ ରହିଥିଲେ ।

୧୯୪୨ ମସିହାରେ ଭାରତଛାଡ ଆନ୍ଦୋଳନରେ ମଧ୍ୟ ସେ ଯୋଗ ଦେଇଥିଲେ ।

ସ୍ୱାଧୀନତା ପରେ ନୟାଗଡ ଅଞ୍ଚଳରେ ବିଭିନ୍ନ ସମାଜସେବା କାମରେ ସେ ନିୟୋଜିତ ଅଛନ୍ତି ।

୯୦ବର୍ଷ ବୟସ୍କ ଶ୍ରୀ ନୀଲମଣି ସାମଲ ଯାଜପୁର ଜିଲ୍ଲାର ବାଲିପଡିଆ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ।

୧୯୪୨ ମସିହାରେ ସେ ଭାରତଛାଡ ଆନ୍ଦୋଳନରେ ଯୋଗ ଦେଇଥିଲେ ।

ବଡଚଣା ପୋଲିସ୍ ଷ୍ଟେସନ ଉପରେ ଆକ୍ରମଣ ଘଟଣାରେ ମଧ୍ୟ ସେ ସଂପୃକ୍ତଥିଲେ ।

ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ବୃନ୍ଦାବନ ତ୍ରିପାଠୀଙ୍କର ସେ ଥିଲେ ଘନିଷ୍ଠ ସହଯୋଗୀ ।

ଯାଜପୁର ଜିଲ୍ଲାରେ ଠକ୍କର ବାପା ଆଶ୍ରମ ସହିତ ମଧ୍ୟ ସେ ଜଡିତ ରହି ବିଭିନ୍ନ ସମାଜସେବା କାମରେ ନିୟୋଜିତ ଥିଲେ ।

ବ୍ରିଟିଶ ସରକାରଙ୍କ ଦ୍ୱାରା ଗିରଫ ହୋଇ ୩ବର୍ଷ ୬ମାସ ପାଇଁ କଟକ ଜେଲରେ ବନ୍ଦୀଥିଲେ ।

Categories
NATIONAL

RELATED BY

  • ଦେଶ ଜଣେ ମୂଳ ବିଚାରକଙ୍କୁ ହରାଇଲା : ଧର୍ମେନ୍ଦ୍ର ପ୍ରଧାନ

    ଭୁବନେଶ୍ୱର:ଦେଶ ଜଣେ ମୂଳ ବିଚାରକଙ୍କୁ ହରାଇଲା ବୋଲି ବିଜେପିର ବରିଷ୍ଠ ନେତା, ଆଇନଜୀବୀ ତଥା ପୂର୍ବତନ ଅରୁଣ ଜେଟଲୀଙ୍କ ବିୟୋଗରେ ଦୁଃଖ ପ୍ରକାଶ କରି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅରୁଣ ଜେଟଲୀ ଜଣେ ବହୁତ ବଡ ବ୍ୟକ୍ତିତ୍ୱ...
  • ପ୍ରଧାନମନ୍ତ୍ରୀଙ୍କ ଶୋକ

    ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଶ୍ରୀ ଅରୁଣ ଜେଟଲୀଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୋକ ପ୍ରକାଶ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି, “ଶ୍ରୀ ଅରୁଣ ଜେଟଲୀ ଜଣେ ବରିଷ୍ଠ ରାଜନେତା, ବିଶିଷ୍ଟ ବୁଦ୍ଧିଜୀବୀ ଏବଂ...
  • ନୂତନ ପୋଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ ଦାୟିତ୍ଵ ଗ୍ରହଣ କଲେ

    ଭୁବନେଶ୍ଵର – କଟକ ପୋଲିସ କମିସନର ଭାବେ ଆଜି ସୁଧାଂଶୁ ଷଡ଼ଙ୍ଗୀ ଦାୟିତ୍ଵ ଗ୍ରହଣ କରିଛନ୍ତି । ନୂତନ କମିସନରଙ୍କୁ ଆଜି ବରିଷ୍ଠ ଅଧିକାରୀମାନେ ସ୍ଵାଗତ କରିଥିଲେ । ସୂଚନା ଯୋଗ୍ୟ ଯେ ଶ୍ରୀ ଷଡ଼ଙ୍ଗୀ ଜଣେ ସୁଲେଖକ ଏବଂ...
  • ଅତିରିକ୍ତ ୩୩୩୮କୋଟି ଟଙ୍କା ଦେଇଥିବାରୁ ଧନ୍ୟବାଦ

    ଭୁବନେଶ୍ୱର : କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚ ସ୍ତରୀୟ କମିଟି ବୈଠକ ପରେ ଏନଡିଆରଏଫ୍ ପାଣ୍ଠିରୁ ଓଡିଶାକୁ ଫନି ସହାୟତା ବାବଦରେ ଆହୁରି ଅତିରିକ୍ତ ୩୩୩୮.୨୨ କୋଟି ଟଙ୍କା ସହାୟତା ଘୋଷଣା କରାଯାଇଛିା । କେନ୍ଦ୍ରର...