ପୁଷ୍ପମାଲ୍ୟ ଦେଇ ଶୋକ ବ୍ୟକ୍ତ କଲେ ବିରୋଧୀ ଦଳ ନେତାଙ୍କ ସମେତ ରାଜ୍ୟ ପଦାଧିକାରୀ

ସ୍ୱର୍ଗତାଃ ସୁଷମା ସ୍ୱରାଜଜୀଙ୍କ ବିୟୋଗ ଦେଶର ରାଜନୀତି ପାଇଁ ଏକ ଅପୂରଣୀକ୍ଷତି

ଭୁବନେଶ୍ୱର: ପୂର୍ବତନ ବୈଦେଶିକ ମନ୍ତ୍ରୀ, ପୂର୍ବତନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ତଥା ବିଜେପିର ବରିଷ୍ଠ ନେତ୍ରୀ ସୁଷମା ସ୍ୱରାଜଙ୍କ ବିୟୋଗ ସାରା ଦେଶବାସୀଙ୍କୁ ସ୍ତବ୍ଧ କରିଛି ।

ତାଙ୍କ ପରଲୋକରେ ଭାରତୀୟ ରାଜନୀତି ଜଣେ ଆଦର୍ଶବାଦୀ ରାଜନେତ୍ରୀଙ୍କୁ ହରାଇଛି ।

ସାଧାରଣ ଜନତାଙ୍କ ନେତ୍ରୀ ଭାବେ ସେ ସାଧାରଣ ଲୋକଙ୍କ ସମସ୍ୟାକୁ ଗୁରୁତ୍ୱ ଦେଇ ସମାଧାନର ରାସ୍ତା ବାହାର କରିବାରେ ପାରଙ୍ଗମ ଥିଲେ ।

ସେ ଜଣେ ଅଜାତ ଶତ୍ରୁ ଭାବେ ବିବେଚିତ ହେଉଥିଲେ ।

ସଂସଦ ଭବନରେ ତାଙ୍କ କାର୍ଯ୍ୟକୁ ବିରୋଧୀମାନେ ମଧ୍ୟ ପ୍ରଶଂସା କରନ୍ତି ।

ତାଙ୍କ ବିୟୋଗ ଦେଶର ରାଜନୀତି ପାଇଁ ଏକ ଅପୂରଣୀ କ୍ଷତି ।

ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ସ୍ୱର୍ଗତାଃ ସ୍ୱରାଜଙ୍କ ଫଟୋରେ ପୁଷ୍ପମାଲ୍ୟ ଅର୍ପଣ କରି ତାଙ୍କ ଆତ୍ମାର ସଦଗତି କାମନା କରାଯାଇଛି ।

ବିରୋଧୀ ଦଳ ନେତାଙ୍କ ସମେତ ରାଜ୍ୟ ପଦାଧିକାରୀମାନେ ପୁଷ୍ପ ଗୁଚ୍ଛ ଦେଇ ସ୍ୱର୍ଗତାଃ ସୁଷମାଜୀଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିବା ସହ ତାଙ୍କର ସ୍ମୃତି ଚାରଣ କରିଥିଲେ ।

ଭାରତୀୟ ରାଜନୀତିରେ ସ୍ୱର୍ଗତାଃ ସୁଷମାଜୀଙ୍କ ଅବଦାନ ଅତୁଳନୀୟ ଥିଲା ।

ଉଭୟ କୁଟନୀତି ଓ ରାଜନୀତୀରେ ସେ ପୂରା ପାରଙ୍ଗମ ଥିଲେ ବୋଲି ବିରୋଧୀ ଦଳ ନେତା ଶ୍ରୀ ପ୍ରଦୀପ୍ତ ନାୟକ କହିଛନ୍ତି ।

ସୁଷମା ସ୍ୱରାଜଜୀ ନାରୀ ଜାତିର ଏକ ମୁର୍ତୀମନ୍ତ ପ୍ରତୀକ ଭାବେ ନିଜକୁ ପ୍ରତିପାଦନ କରୁଥିଲେ ।

ସମଗ୍ରର ନାରୀ ଜାତି ପାଇଁ ସେ ଏକ ଉଦାହରଣ ହୋଇ ରହିବେ ବୋଲି ରାଜ୍ୟ ଉପସଭାପତି ସମୀର ମହାନ୍ତି କହିଛନ୍ତି ।

ଜଣେ ନାରୀ ନେତ୍ରୀ, ଜଣେ ସାଂସଦ ଏବଂ ଜଣେ ମନ୍ତ୍ରୀ ଭାବେ ସୁଷମା ସ୍ୱରାଜଜୀଙ୍କ କାର୍ଯ୍ୟଦକ୍ଷତା ଏବଂ ଦୂରଦୃଷ୍ଟି ସମଗ୍ର ଭାରତବାସୀଙ୍କୁ ଆକର୍ଷିତ କରୁଥିଲା ବୋଲି ବରିଷ୍ଠ ବିଜେପି ନେତା ଡା. ଦାମୋଦର ରାଉତ କହିଛନ୍ତି ।

ସମସ୍ତ ଭାଷାରେ ସୁଷମାଜୀଙ୍କ ଦକ୍ଷତା ଥିଲା ।

ତାଙ୍କର ଶାଣିତ ଭାଷଣରେ ବିମୋହିତ ହୋଇ ଲକ୍ଷ ଲକ୍ଷ ଜନତା ତାଙ୍କ ସଭା ସ୍ଥଳରେ ପହଞ୍ଚୁଥିଲେ ବୋଲି ରାଜ୍ୟ ମୁଖପାତ୍ର ଶ୍ରୀ ଗୋଲକ ମହାପାତ୍ର କହିଛନ୍ତି ।

ଆସନ୍ତାକାଲି ସୁଷମାଜୀଙ୍କ ସ୍ମୃତିରେ ଏକ ଶ୍ରଦ୍ଧାଞ୍ଜଳି ସଭା ଆୟୋଜିତ କରାଯିବ ବୋଲି ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି ।

ଏହି ଶୋକ ସଭାରେ ରାଜ୍ୟ ଉପସଭାପତି ରମାରଂଜନ ବଳିଆରସିଂହ, ପୂର୍ବତନ ମନ୍ତ୍ରୀ ସୁରମା ପାଢୀ, ସାଧାରଣ ସଂପାଦକ ଅନନ୍ତ ନାୟକ ଓ ଡ.ଲେଖାଶ୍ରୀ ସାମନ୍ତସିଂହାର, ସାଧାରଣ ସଂପାଦକ (ସଙ୍ଗଠନ ) ମାନସ ମହାନ୍ତି, ଶାରଦା ଶତପଥୀ, ଯୁବମୋର୍ଚ୍ଚା ରାଷ୍ଟ୍ରୀୟ ଉପସଭାପତି ଠାକୁର ରଂଜିତ ଦାସ, କୃଷକ ମୋର୍ଚ୍ଚା ସାଧାରଣ ସଂପାଦକ ସୁରଥ ବିଶ୍ୱାଳଙ୍କ ସମେତ ଶତାଧିକ କାର୍ଯ୍ୟକର୍ତା ସାମିଲ ଥିଲେ ।

Categories
POLITICS

RELATED BY

  • ସଭ୍ୟ ସଂଗ୍ରହ ବିଜୁ ଜନତା ଦଳର ରାଜ୍ୟ ସ୍ତରୀୟ କମିଟି ଗଠନ

    ଭୁବନେଶ୍ୱର : ଆଜି ବିଜୁ ଜନତା ଦଳ  ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ବିଜୁ ଜନତା ଦଳର ସଭ୍ୟ ସଂଗ୍ରହ ଅଭିଯାନର ତତ୍ତ୍ୱାବଧାନ ଓ ସଂଯୋଜନା ପାଇଁ ଏକ ରାଜ୍ୟ ସ୍ତରୀୟ କମିଟି ଗଠନ କରିଛନ୍ତି । ଏହି କାର୍ଯ୍ୟକ୍ରମ...
  • ଇଂ. ନଳିନୀକାନ୍ତ ପ୍ରଧାନ ପର୍ଯ୍ୟବେକ୍ଷକ ହେଲେ

    ଭୁବନେଶ୍ୱର: ଆଜି ବିଜୁ ଜନତା ଦଳ ରାଜ୍ୟ ସଭାପତି  ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ସମସ୍ତ ପୂର୍ବ ଆଦେଶନାମାକୁ ବାଦ୍ ଦେଇ ୩୦ଟି ଜିଲ୍ଲା ପାଇଁ ନୂତନ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତି ଦେଇଛନ୍ତି । ଏହିକ୍ରମରେ ନବରଙ୍ଗପୁର ଓ ରାୟଗଡ଼ା ଜିଲ୍ଲା ପାଇଁ...
  • ଛାତ୍ର ରାଜନୀତିରୁ ମନ୍ତ୍ରୀ ବନିଥିବା ଉଚ୍ଚଶିକ୍ଷା ମନ୍ତ୍ରୀ ନିର୍ବାଚନ ବାତିଲ୍ ପାଇଁ ନିଷ୍ପତ୍ତି ନେବା ଦୁର୍ଭାଗ୍ୟଜନକ

     ଭୁବନେଶ୍ୱର : ଚଳିତବର୍ଷ ଛାତ୍ର ସଂସଦ ନିର୍ବାଚନ ବାତିଲ୍ ସମ୍ପୂର୍ଣ୍ଣ ଅଗଣତାନ୍ତ୍ରିକ ଓ ଛାତ୍ର ବିରୋଧି । ବିଗତ କିଛିବର୍ଷ ଧରି ହିଂସା ଓ ବୃହତ୍ତର ସ୍ୱାର୍ଥର ଆଳ ଦେଖାଇ ଛାତ୍ରସଂସଦ ନିର୍ବାଚନକୁ ବାତିଲ୍ କରିଆସୁଛନ୍ତି । ଯେଉଁ ଛାତ୍ର...
  • କଳାପାହାଡଙ୍କୁ ଖୁସି କରିବାକୁ ଦିନରେ ଲଣ୍ଠନ ଦେଖାଉଛନ୍ତି ମୁଖ୍ୟ ଶାସନ ସଚିବ

    ମୁଖ୍ୟ ଶାସନ ସଚିବ ରକେଟ ବେଗରେ ଫାଇଲ ଦୌଡାଇବା ମନ୍ତବ୍ୟ ଦେବା ପ୍ରସଙ୍ଗରେ ଭୁବନେଶ୍ୱର: ଗତକାଲି ମୁଖ୍ୟ ଶାସନ ସଚିବ ରକେଟ ବେଗରେ ଫାଇଲ ଦୌଡିବ ଆଉ ଏଣିକି ସରକାରୀ ଦପ୍ତରରେ ଫାଇଲ ଅଟକିବନି ବୋଲି କହିଥିଲେ । ଏହା...