ଓଡ଼ିଆ ମୁଭି “ଅଟୋଗ୍ରାଫ୍”

ର ଶୁଭ ମହୁରତ ହେଲା

ଭୁବନେଶ୍ଵର: ଆଜି ହୋଟେଲ୍ ଶୀତଲ୍ ଠାରେ ନୂଆ ଓଡ଼ିଆ ମୁଭି “ଅଟୋଗ୍ରାଫ୍”ର ଶୁଭ ମହୁରତ ଉତ୍ସବ ଅନୁଷ୍ଠିତ ହୋଇଛି

ମୁଖ୍ୟ ଅତିଥି ଜଣାଶୁଣା ପ୍ରଯୋଜକ ଅକ୍ଷୟ ପରିଜା, ସଞ୍ଜୟ ନାୟକ ( ଟୁଟୁ) ଏବଂ ସମାଜସେବୀ ଶଶୀ ଭୂଷଣ ସାହୁ ପ୍ରମୁଖ କ୍ଲାପିଙ୍ଗ୍ ଦେଇ ଚଳଚ୍ଚିତ୍ରର ଫାଷ୍ଟସଟ୍ ର ଶୁଭାରମ୍ଭ କରିଥିଲେ ।

ମହୁରତ ଉତ୍ସବରେ ସିନେମାର ପ୍ରଯୋଜକ ପ୍ରସନ୍ନ ଦ୍ବିବେଦୀ ( ଟୁନା) ଏବଂ ଏ.ଆର. ରେ ହମନ ଉପସ୍ଥିତ ରହି କଳାକାର ଓ ଟେକ୍ନିସିଆନମାନଙ୍କୁ ଉତ୍ସାହିତ କରିଥିଲେ ।

ଉତ୍ସବର ମୁଖ୍ୟ ଆକର୍ଷଣ ଥିଲେ ଅଭିନେତା ଦୀପକ, ନବାଗତା ଶ୍ଵାତୀ, ପିଣ୍ଟୁ ନନ୍ଦ, ପ୍ରତିଭା ପଣ୍ଡା, ପୂଜା, ଜୀବନ ପଣ୍ଡା, ବବି ମିଶ୍ର, ବିଜୁ ବଡ଼ଜେନା ପ୍ରମୁଖ କଳାକାରମାନେ ।

ଏହି ଚଳଚ୍ଚିତ୍ରର କାହାଣୀ ପରିକଳ୍ପନା ନିଜେ ପ୍ରଯୋଜକ ଶ୍ରୀ ଦ୍ବିବେଦୀ କରିଥିବା ବେଳେ ସଂଳାପ ଲେଖିଛନ୍ତି, ଆଶୁତୋଷ ଏବଂ ସଙ୍ଗୀତ ନିର୍ଦ୍ଦେଶନା ଦେଉଛନ୍ତି ଅଭିଜିତ୍ ମଜୁମଦାର ।

“ଅଟୋଗ୍ରାଫ୍” ମୁଭିର ଚିତ୍ରନାଟ୍ୟ ପ୍ରସ୍ତୁତି ସହ ନିର୍ଦ୍ଦେଶନା ଦେବେ ରମେଶ ରାଉତ ।

ସଂପାଦନା କରିବେ ରାଜେଶ ରାଉତ ଓ ଡିଓପି ଭୂମିକା ନିର୍ବାହ କରିବେ ଅଜିତ୍ । ଫିଲ୍ମର କିଏଟିଭ୍ ହେଡ ପ୍ରଣୟ ଜେଠୀ ଥିବା ବେଳେ ପବ୍ଲିସିଟି ଡିଜାଇନ୍ କରିବେ ଆଝାର ଅଲ୍ଲୀ ।