ଖୋର୍ଦ୍ଧାରେ ଏକ ବିଶାଳ କାର୍ଯ୍ୟକ୍ରମରେ ଯୋଗ ଦେବେ ମଧ୍ୟ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ

ଶ୍ରୀ ଶିବରାଜ ସିଂହ ଚୌହାନ

ଭୁବନେଶ୍ୱର: ଜୁଲାଇ ୬ ତାରିଖରୁ ଦେଶ ସମେତ ସାରା ରାଜ୍ୟରେ ବିଜେପିର ସଦସ୍ୟତା ଅଭିଯାନ ଆରମ୍ଭ ହୋଇଛି ।

ଏହି ସଦସ୍ୟତା ଅଭିଯାନର ସମୀକ୍ଷା କରିବା ସହ ଓଡିଶା ପ୍ରଦେଶରୁ ସକ୍ରିୟ ସଦସ୍ୟତା ଗ୍ରହଣ କରିବା ପାଇଁ ଅଗଷ୍ଟ ୧୦ ତାରିଖ ଦିନ ରାଷ୍ଟ୍ରୀୟ ସଦସ୍ୟତା ପ୍ରମୁଖ ଓ ବିଜେପି ରାଷ୍ଟ୍ରୀୟ ଉପସଭାପତି ତଥା ମଧ୍ୟ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ଶିବରାଜ ସିଂହ ଚୌହାନ ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ।

ଶ୍ରୀ ଚୌହାନ ଆଗାମୀ ୧୦ ତାରିଖ ଦିନ ସକାଳେ ଭୁବନେଶ୍ୱରରେ ପହଞ୍ଚି ରାଜ୍ୟ କାର୍ଯ୍ୟାଳୟରେ ସଦସ୍ୟତା ଅଭିଯାନର ସମୀକ୍ଷା କରିବେ ।

ଏହା ପରେ ଖୋର୍ଦ୍ଧାର ଗୀତା ଭବନ ପଡିଆରେ ଏକ ବିଶାଳ ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମରେ ଯୋଗ ଦେବେ ।

ସେଠାରେ ଶ୍ରୀ ଚୌହାନ ସମସ୍ତଙ୍କୁ ସଦସ୍ୟତା କରାଇବା ସହ ଓଡିଶା ପ୍ରଦେଶରୁ ସକ୍ରିୟ ସଦସ୍ୟତା ଗ୍ରହଣ କରିବେ ।

ସଂଧ୍ୟାରେ ଶ୍ରୀ ଚୌହାନ ବୁଦ୍ଧିଜିବୀଙ୍କ ସମେତ ବିଭିନ୍ନ ବର୍ଗର ଲୋକମାନଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରି ସମସ୍ତଙ୍କୁ ସଦସ୍ୟତା କରାଇବେ ।

ସେହିପରି ଅଗଷ୍ଟ ୧୧ ତାରିଖ ଦିନ ସକାଳେ ଶ୍ରୀ ଚୌହାନ ଏକ ପ୍ରେସ ମିଟ ମାଧ୍ୟମରେ ଗଣମାଧ୍ୟକୁ ସମ୍ବୋଧିତ କରିବେ ବୋଲି ରାଜ୍ୟ ବିଜେପି ସାଧାରଣ ସଂପାଦକ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ଓଡିଶାରେ ୫୦ ଲକ୍ଷ ନୂତନ ସଦସ୍ୟତା ସଂଗ୍ରହ କରିବାର ଲକ୍ଷ୍ୟ ରଖି ରାଜ୍ୟ ବିଜେପି ସଦସ୍ୟତା ଅଭିଯାନକୁ ବ୍ୟାପକ କରିଛି ।

ତୃଣମୂଳ ସ୍ତରରେ ସଙ୍ଗଠନକୁ ସୁଦୃଢ କରିବା ଏବଂ ନୂତନ ସଦସ୍ୟ ସଂଗ୍ରହ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ।

ଦେଶର ପୁନଃ ନିର୍ମାଣରେ ସହଭାଗିତା ହେବା ସହ ଏକ ନୂଆ ଭାରତ ଏବଂ ନୂତନ ଓଡିଶା ଗଠନ କରିବା ଏହି ସଦସ୍ୟତା ଅଭିଯାନର ପ୍ରମୁଖ ଲକ୍ଷ୍ୟ ରହିଛି ବୋଲି  ଶ୍ରୀ ହରିଚନ୍ଦନ କହିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ବିଜେପି ମୁଖପାତ୍ର ଶ୍ରୀ ଗୋଲକ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

 

Categories
POLITICS

RELATED BY

  • ସଭ୍ୟ ସଂଗ୍ରହ ବିଜୁ ଜନତା ଦଳର ରାଜ୍ୟ ସ୍ତରୀୟ କମିଟି ଗଠନ

    ଭୁବନେଶ୍ୱର : ଆଜି ବିଜୁ ଜନତା ଦଳ  ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ବିଜୁ ଜନତା ଦଳର ସଭ୍ୟ ସଂଗ୍ରହ ଅଭିଯାନର ତତ୍ତ୍ୱାବଧାନ ଓ ସଂଯୋଜନା ପାଇଁ ଏକ ରାଜ୍ୟ ସ୍ତରୀୟ କମିଟି ଗଠନ କରିଛନ୍ତି । ଏହି କାର୍ଯ୍ୟକ୍ରମ...
  • ଇଂ. ନଳିନୀକାନ୍ତ ପ୍ରଧାନ ପର୍ଯ୍ୟବେକ୍ଷକ ହେଲେ

    ଭୁବନେଶ୍ୱର: ଆଜି ବିଜୁ ଜନତା ଦଳ ରାଜ୍ୟ ସଭାପତି  ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ସମସ୍ତ ପୂର୍ବ ଆଦେଶନାମାକୁ ବାଦ୍ ଦେଇ ୩୦ଟି ଜିଲ୍ଲା ପାଇଁ ନୂତନ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତି ଦେଇଛନ୍ତି । ଏହିକ୍ରମରେ ନବରଙ୍ଗପୁର ଓ ରାୟଗଡ଼ା ଜିଲ୍ଲା ପାଇଁ...
  • ଛାତ୍ର ରାଜନୀତିରୁ ମନ୍ତ୍ରୀ ବନିଥିବା ଉଚ୍ଚଶିକ୍ଷା ମନ୍ତ୍ରୀ ନିର୍ବାଚନ ବାତିଲ୍ ପାଇଁ ନିଷ୍ପତ୍ତି ନେବା ଦୁର୍ଭାଗ୍ୟଜନକ

     ଭୁବନେଶ୍ୱର : ଚଳିତବର୍ଷ ଛାତ୍ର ସଂସଦ ନିର୍ବାଚନ ବାତିଲ୍ ସମ୍ପୂର୍ଣ୍ଣ ଅଗଣତାନ୍ତ୍ରିକ ଓ ଛାତ୍ର ବିରୋଧି । ବିଗତ କିଛିବର୍ଷ ଧରି ହିଂସା ଓ ବୃହତ୍ତର ସ୍ୱାର୍ଥର ଆଳ ଦେଖାଇ ଛାତ୍ରସଂସଦ ନିର୍ବାଚନକୁ ବାତିଲ୍ କରିଆସୁଛନ୍ତି । ଯେଉଁ ଛାତ୍ର...
  • କଳାପାହାଡଙ୍କୁ ଖୁସି କରିବାକୁ ଦିନରେ ଲଣ୍ଠନ ଦେଖାଉଛନ୍ତି ମୁଖ୍ୟ ଶାସନ ସଚିବ

    ମୁଖ୍ୟ ଶାସନ ସଚିବ ରକେଟ ବେଗରେ ଫାଇଲ ଦୌଡାଇବା ମନ୍ତବ୍ୟ ଦେବା ପ୍ରସଙ୍ଗରେ ଭୁବନେଶ୍ୱର: ଗତକାଲି ମୁଖ୍ୟ ଶାସନ ସଚିବ ରକେଟ ବେଗରେ ଫାଇଲ ଦୌଡିବ ଆଉ ଏଣିକି ସରକାରୀ ଦପ୍ତରରେ ଫାଇଲ ଅଟକିବନି ବୋଲି କହିଥିଲେ । ଏହା...